ଜନ୍ମମୃତ୍ୟୁ ପଞ୍ଜୀକରଣ ତାଲିମ ଆରମ୍ଭ

ଭୁବନେଶ୍ୱର,୨୭ା୫: ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସ୍ବାସ୍ଥ୍ୟ ସୂଚନା ଓ ସ୍ବାସ୍ଥ୍ୟ ପରିସଂଖ୍ୟାନ ନିର୍ଦ୍ଦେଶାଳୟ ଓ ୟୁନିସେଫ୍‌ ଆନୁକୂଲ୍ୟରେ ଏକ ଦୁଇଦିନିଆ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ଦିବସରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ପ୍ରତିଷ୍ଠାନର ନିର୍ଦ୍ଦେଶକ ଡା. ଅମରେନ୍ଦ୍ର ମହାନ୍ତି ଯୋଗଦେଇ ଜନ୍ମମୃତ୍ୟୁ ପଞ୍ଜୀକରଣ ସହ ଆହୁରି ଅନେକ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ପରିସଂଖ୍ୟାନ କାର୍ଯ୍ୟ କରୁଥିବା ପରିସଂଖ୍ୟାନ କର୍ମଚାରୀମାନଙ୍କୁ ସେମାନଙ୍କ ଦାୟିତ୍ୱ ଓ କାର୍ଯ୍ୟ ସମ୍ପର୍କରେ ଅବଗତ କରାଇଥିଲେ। ରାଜ୍ୟ ସେବିକା ନିର୍ଦ୍ଦେଶିକା ଡା. ସଂଯୁକ୍ତା ସାହୁ ଏହି କ୍ଷେତ୍ରରେ ସେବିକା, ନର୍ସିଂ ଅଧିକାରୀ ଓ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରିଣୀ (ସିଏଚ୍‌ଓ) ମାନଙ୍କ ଯୋଗଦାନ ଏବଂ କାର୍ଯ୍ୟ ବିଷୟରେ ଆଲୋକପାତ କରିଥିଲେ। ରାଜ୍ୟ ସ୍ବାସ୍ଥ୍ୟ ସୂଚନା ଓ ପରିସଂଖ୍ୟାନ ନିର୍ଦ୍ଦେଶକ ଡା. ରାମଚନ୍ଦ୍ର ରାଉତ ଏହି ତାଲିମର ଉଦ୍ଦେଶ୍ୟ, କାର୍ଯ୍ୟକାରିତା, ସାମାଜିକ ପ୍ରତିବଦ୍ଧତା ଉପରେ ଦିଗ୍‌ଦର୍ଶନ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ନିର୍ଦ୍ଦେଶକ ଡା. ଅଜିତ୍‌ କୁମାର ଦଳେଇ, ଅତିରିକ୍ତ ନିର୍ଦ୍ଦେଶିକା ଡା. ପୁଷ୍ପିତା ମହାନ୍ତି ଓ ୟୁନିସେଫ୍‌ର ପରାମର୍ଶଦାତା ଅପରାଜିତ୍‌ ସିହ୍ନା ପ୍ରମୁଖ ଯୋଗ ଦେଇ ତାଲିମ ପ୍ରଦାନ ପୂର୍ବକ ପରିଚାଳନାରେ ସାହାଯ୍ୟ କରିଥିଲେ।
୨୦୨୧ ଜାନୁଆରୀ ୧ଠାରୁ ରାଜ୍ୟରେ ପ୍ରଥମଥର ପାଇଁ ସମ୍ପୂର୍ଣ୍ଣ ଅନ୍‌ଲାଇନ ମାଧ୍ୟମରେ ଜନ୍ମମୃତ୍ୟୁ ପଞ୍ଜୀକରଣ ସହ ସାର୍ଟିଫିକେଟ ପ୍ରଦାନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

୧୦ରୁ ବଢ଼ିବ ଶୀତ

ଭୁବନେଶ୍ୱର,୩।୧୨(ବ୍ୟୁରୋ):ଆସନ୍ତା ୧୦ ତାରିଖରୁ ରାଜ୍ୟରେ ଥଣ୍ଡା ବୃଦ୍ଧିପାଇବ। ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ୍‌ ତଳକୁ ଖସିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ...

ଶୁଖୁଆପଡ଼ା ବଦଳରେ କେଶରାଇପୁର

ଚଣ୍ଡିଖୋଲ, ୯ା୪(ଡି.ଏନ୍‌.ଏ): ରାଜ୍ୟ ସରକାର ଅବଢ଼ା ଯୋଜନାରେ ପୁରୀ ଶ୍ରୀମନ୍ଦିରର ଚତୁଃପାର୍ଶ୍ୱ ଉନ୍ନତୀକରଣ ନିମନ୍ତେ ଖଣ୍ଡୋଲାଇଟ୍‌ ପଥର ଆବଶ୍ୟକ କରୁଥିବାରୁ ଏଥିପାଇଁ ଯାଜପୁର ଜିଲା ଦର୍ପଣ...

ପ୍ରହଲ୍ଲାଦ ମୀନା ହେଲେ ବୌଦ୍ଧ ଏସ୍‌ପି, ପ୍ରମୋଦ ରଥ ଦେବଗଡ଼ ଏସ୍‌ପି

ଭୁବନେଶ୍ୱର,୨ା୮(ବ୍ୟୁରୋ)-ରାଜ୍ୟ ସରକାର ଆଇପିଏସ୍‌ ଏବଂ ବରିଷ୍ଠ ଓପିଏସ୍‌ ଅଫିସର ସ୍ତରରେ ଅଦଳବଦଳ କରିଛନ୍ତି। ଏ ନେଇ ଗୃହ ବିଭାଗ ପକ୍ଷରୁ ମଙ୍ଗଳବାର ବିଜ୍ଞପ୍ତି ପ୍ରକାଶ କରାଯାଇଛି।...

ବର୍ଷା ନାହିଁ, କେନାଲରେ ଆସୁନି ପାଣି : ଆରମ୍ଭ ହୋଇପାରୁନି ଚାଷ

ତିର୍ତ୍ତୋଲ,୩୦ା୬ (ଡି.ଏନ.ଏ.): ତିର୍ତ୍ତୋଲ ବ୍ଲକ ଅଞ୍ଚଳରେ ଚଳିତବର୍ଷ ବର୍ଷା ଅଭାବରୁ ଚାଷକାମ ପଛେଇଯାଇଛି। ଦୀର୍ଘଦିନ ହେଲା ବର୍ଷା ହୋଇ ନ ଥିବାରୁ ଧାନ ବୁଣା କିମ୍ବା...

ବର୍ଷାରେ ଭିଜିପାରେ ନୂଆବର୍ଷ

ଭୁବନେଶ୍ୱର,୨୮।୧୨(ବ୍ୟୁରୋ): ବର୍ତ୍ତମାନ ରାଜ୍ୟର ଅଧିକାଂଶ ସ୍ଥାନରେ ଶୀତର ପ୍ରକୋପ ଜାରି ରହିଛି। ଶନିବାର ପାଣିପାଗ ବିଭାଗ ପକ୍ଷରୁ ଜାରି କରାଯାଇଥିବା ରିପୋର୍ଟରେ ୯ଟି ସହରର ତାପମାତ୍ରା...

୨୦୧୯-୨୦ର ନବମ ଶ୍ରେଣୀ ପିଲା ଦେବେ ମାଟ୍ରିକ ପରୀକ୍ଷା

ଭୁବନେଶ୍ୱର, ୯।୨(ବ୍ୟୁରୋ)- ଆସନ୍ତା ମେ’ ୩ତାରିଖରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେବ। ୨୦୧୯-୨୦ଶିକ୍ଷାବର୍ଷରେ ନବମ ଶ୍ରେଣୀରେ ପଢ଼ୁଥିବା ସବୁ ଛାତ୍ରୀଛାତ୍ର ମେ’ ମାସରେ ମାଧ୍ୟମିକ ଶିକ୍ଷା...

ଷ୍ଟିମ୍‌ ପାଇପ୍‌ ବେଲ୍‌ ଫାଟି ଇଞ୍ଜିନିୟର ସମେତ ତିନି ଶ୍ରମିକ ଗୁରୁତର: କ୍ଷତି ପୂରଣ ଦାବିରେ ଆନ୍ଦୋଳନ

ଗଞ୍ଜାମ,୬।୧୦(ଡି.ଏନ୍‌.ଏ.): ଗଞ୍ଜାମ ସହରସ୍ଥିତ ଗ୍ରାସୀମ କମ୍ପାନୀରେ ମଙ୍ଗଳବାର ସକାଳେ ଏକ ଅଘଟଣ ଘଟିଛି ।କମ୍ପାନୀର ଷ୍ଟିମ ପାଇପ୍‌ ବେଲ୍‌ ଫାଟିଯିବା ଫଳରେ ସେଠାରେ କାର୍ଯ୍ୟରତ ଜଣେ...

ପୋଲିସ ସରକାରଙ୍କ ଗୋଡ଼ାଣିଆ: ଭାଜପା

ଭୁବନେଶ୍ୱର,୧୪ା୩(ବ୍ୟୁରୋ):ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଆସାମୀ ଗୋବିନ୍ଦ ସାହୁଙ୍କ ମୃତ୍ୟୁ ରହସ୍ୟ ହୋଇ ରହିଛି। ସେ ଆତ୍ମହତ୍ୟା କରିଛନ୍ତି କି ତାଙ୍କୁ ହତ୍ୟା କରାଯାଇଛି ତାହା...

Advertisement
Archives

Model This Week