Posted inଫୁରସତ

ଅବସାଦ ଦୂରକରିବ ପକ୍ଷୀଙ୍କ କଳରବ

ବର୍ଲିନ, ୧୬ା୧୦: କେବେ ଭାବିଛନ୍ତି କି ସକାଳୁ ସକାଳୁ ପକ୍ଷୀଙ୍କ ସ୍ବର ଶାନ୍ତି ଲାଗେ କାହିଁକି। ଅପରାହ୍ନରେ ବି କାହିଁକି ପକ୍ଷୀମାନଙ୍କ ଘରବାହୁଡ଼ାବେଳର କଳରବ ମଧୁର ଅନୁଭବ ଆଣିଦିଏ। ଏସବୁର ଉତ୍ତର ଖୋଜିଛନ୍ତି ଜର୍ମାନୀର ଏକ ବିଶେଷଜ୍ଞ ଟିମ୍‌। ସହରରେ ଗାଡ଼ିମୋଟରର ଶବ୍ଦ ପ୍ରଦୂଷଣ ଓ ପକ୍ଷୀଙ୍କ ସ୍ବର ମଣିଷର ମାନସିକ ସ୍ଥିତି ଉପରେ କିପରି ପ୍ରଭାବ ପକାଏ ତାହା ଉପରେ ଗବେଷଣା କରାଯାଇଥିଲା। ଅଧ୍ୟୟନ ରିପୋର୍ଟ ଅନୁସାରେ, ପକ୍ଷୀଙ୍କ ସ୍ବର ମଣିଷର ମାନସିକ ଚାପ ଓ ଚିନ୍ତା ଦୂର କରିବାରେ ବେଶ୍‌ ସହାୟକ ହୋଇଥାଏ। ସେହିପରି ଗାଡ଼ିମୋଟରରୁ ବାହାରୁଥିବା ଶବ୍ଦ, ଉଚ୍ଚ ତଥା ଅରୁଚିକର ଧ୍ୱନି ଜଣଙ୍କୁ ଆଙ୍ଗ୍‌ଜାଇଟି ବା ଉତ୍କଣ୍ଠାକୁ ଅତ୍ୟଧିକ ବଢ଼ାଇଦେଇଥାଏ। ଏଥିଯୋଗୁ ଜଣେ ଅଧିକ ମାନସିକ ଚାପଗ୍ରସ୍ତ ହୋଇଥାଏ ବୋଲି ନେଚର ପୋର୍ଟଫୋଲିଓ ମାଗାଜିନ୍‌ ସାଇଣ୍ଟିଫିକ୍‌ ରିପୋର୍ଟରେ ପ୍ରକାଶ ପାଇଛି। ମାକ୍ସ ପ୍ଲାଙ୍କ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଫର୍‌ ହ୍ୟୁମାନ ଡେଭେଲପମେଣ୍ଟ୍‌ରେ ଲିସେ ମୈଟନର ଗୁପ୍‌ ଫର୍‌ ଏନ୍‌ଭାଇରନ୍‌ମେଣ୍ଟାଲ ନ୍ୟୁରୋସାଇନ୍ସ ଏବଂ ୟୁନିଭର୍ସିଟି ମେଡିକାଲ ସେଣ୍ଟର ହାମ୍‌ବର୍ଗ-ଡିପାର୍ଟମେଣ୍ଟ ଏପେନ୍‌ଡୋର୍ଫ ଅଫ୍‌ ସାଇକିଆଟ୍ରି ଆଣ୍ଡ୍‌ ସାଇକୋଥେରାପି ମିଳିତ ଭାବେ ଏହି ଅଧ୍ୟୟନ କରିଥିଲେ। ଏଥିରେ ୨୯୫ ଜଣ ଅଂଶଗ୍ରହଣ କରିଥିଲେ। ସେମାନଙ୍କୁ ନିମ୍ନ ଟ୍ରାଫିକ୍‌ ଶବ୍ଦ, ଉଚ୍ଚ ଟ୍ରାଫିକ୍‌ ସାଉଣ୍ଡ, ନିମ୍ନ ଏବଂ ଉଚ୍ଚ ସ୍ବରରେ ପକ୍ଷୀଙ୍କ କଳରବକୁ ୬ ମିନିଟ୍‌ ଲେଖାଏ ଧରି ଶୁଣାଯାଇଥିଲା। ଏହା ପୂର୍ବରୁ ଏବଂ ପରେ ସେମାନେ କେତେ ମାନସିକ ଚାପ, ଦୁଃଖ, ପାରାନୋମିଆ (ଅନ୍ୟମାନଙ୍କୁ ଭୁଲ୍‌ରେ ଶତ୍ରୁ ଭାବି ସେମାନେ ଆକ୍ରମଣ କରିବା ଭୟ ରଖିବାର ମାନସକ ସ୍ଥିତି)ର ଶିକାର ସମ୍ବନ୍ଧୀୟ ସର୍ଭେ କରାଯାଇଥିଲା। ଅଧ୍ୟୟନରେ ସେମାନଙ୍କ କ୍ଷେତ୍ରରେ ଆଶ୍ଚର୍ଯ୍ୟଜନକ ଫଳାଫଳ ମିଳିଥିଲା। ପକ୍ଷୀଙ୍କ ଧ୍ୱନି ସେମାନଙ୍କ ମାନସିକ ସ୍ବାସ୍ଥ୍ୟ ଉପରେ ଭଲ ପ୍ରଭାବ ପକାଇବା ସହ ଅଂଶଗ୍ରହଣକାରୀମାନେ ପୂର୍ବାପେକ୍ଷା ଅଧିକ ଶାନ୍ତ ଓ ହାଲୁକା ଅନୁଭବ କରିଥିଲେ। ଅଧ୍ୟୟନକାରୀଙ୍କ ଅନୁସାରେ, ସାରା ବିଶ୍ୱରେ ସହରୀକରଣ ଦ୍ରୁତଗତିରେ ବୃଦ୍ଧି ପାଉଛି। ଫଳରେ ଲୋକେ ଗ୍ରାମାଞ୍ଚଳ ପରିବେଶର ଅନୁଭୂତି ପାଇବାରୁ ବଞ୍ଚିତ ହେଉଛନ୍ତି। ସହରଗୁଡ଼ିକରେ ଘର ଆଖପାଖରେ ବୃକ୍ଷଲତା ନ ଥିବାରୁ ଖୁବ୍‌ କମ୍‌ ସଂଖ୍ୟାରେ ପକ୍ଷୀଙ୍କୁ ଦେଖିବାକୁ ମିଳୁଛି। ୨୦୫୦ ସୁଦ୍ଧା ବିଶ୍ୱର ଜନସଂଖ୍ୟାର ପ୍ରାୟ ୭୦% ଲୋକ ସହରରେ ବାସକରୁଥିବେ ବୋଲି ଆକଳନ କରାଯାଇଛି। ସେତେବେଳସୁଦ୍ଧା କେବଳ ୟୁରୋପରେ ୭୦%ରୁ ଅଧିକ ଲୋକ ସହରବାସିନ୍ଦା ହୋଇସାରିଥିବେ। ଫଳରେ ଆଗକୁ ଲୋକେ କ୍ୱଚିତ୍‌ ପକ୍ଷୀଙ୍କ କଳରବ ଶୁଣିବାକୁ ପାଇବେ ଯାହା ଆଧୁନିକ ମଣିଷର ସ୍ବାସ୍ଥ୍ୟ ପାଇଁ ଶୁଭଙ୍କର ନୁହେଁ ବୋଲି ଏଥିରେ ଦର୍ଶାଯାଇଛି।
ଲୋକଙ୍କ ମାନସିକ ସ୍ବାସ୍ଥ୍ୟ ବିଗାଡ଼ିବାରେ ବଡ଼ ଭୂମିକା ନେଉଛି। ଭଲ ପରିବେଶ କିପରି ମଣିଷ ଉପରେ ଭଲ ପ୍ରଭାବ ପକାଏ ତାହା ଉପରେ ମଧ୍ୟ କମ୍‌ମାତ୍ରାରେ ଗବେଷଣା ହେଉଛି। ଫଳରେ ଲୋକେ ସୌଖୀନ ଜୀବନ ବଞ୍ଚିବା ଆଶାରେ ପ୍ରକୃତିଠାରୁ ଦୂରେଇଯାଉଛନ୍ତି ବୋଲି ଗବେଷଣା ଟିମ୍‌ ଚିନ୍ତା ପ୍ରକଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରହସ୍ୟମୟ ମନ୍ଦିର: ଯେଉଁଠାରେ ନିଜ ପିଣ୍ଡଦାନ ନିଜେ କରଥାନ୍ତି ଲୋକ!

ଦେଶରେ ଏପରି ଏକ ମନ୍ଦିର ରହିଛି, ଯେଉଁଠାରେ ଜୀବିତ ଲୋକମାନେ ନିଜର ପିଣ୍ଡଦାନ ନିଜେ କରନ୍ତି। ଏହି ମନ୍ଦିରଟି ସମ୍ପୂର୍ଣ୍ଣ ନିଆରା ଏବଂ ଅନନ୍ୟ। ସାଧାରଣତଃ ମୃତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?