Posted inଜାତୀୟ

ଦୁର୍ଘଟଣା ପରେ ବି ଜୀବିତ ଥିଲେ ବିପିନ ରାଓ୍ବତ, କହିଥିଲେ ନିଜ ନାମ…

କୁନ୍ନୁର,୯।୧୨: ତାମିଲନାଡୁର କୁନ୍ନୁରରେ ହେଲିକପ୍ଟର ଦୁର୍ଘଟଣା ପରେ ସିଡିଏସ ଜେନେରାଲ ବିପିନ ରାୱତ ଜୀବିତ ଥିଲେ। ଏପରିକି ସେ ତାଙ୍କ ନାମ ମଧ୍ୟ କହିଥିଲେ। ଉଦ୍ଧାରକାରୀ ଦଳ ଦୁର୍ଘଟଣା ଗ୍ରସ୍ତ ହେଲିକପ୍ଟର ପାଖରେ ପହଞ୍ଚିବା ପରେ ଦୁଇ ଜଣଙ୍କୁ ଜୀବିତ ଉଦ୍ଧାର କରିଥିବା କହିଛନ୍ତି। ଉଦ୍ଧାରକାରୀ ଦଳର ଏନସି ମୁରଲୀ କହିଛନ୍ତି ଯେ ଆମେ ଉଦ୍ଧାର କରିଥିବା ୨ ଜଣଙ୍କ ମଧ୍ୟରେ ଜଣେ ବିପିନ ରାଓ୍ବତ ଥିଲେ। ନିଜ ଧିରେ ଧିରେ ନିଜ ନାମ କହିଥିଲେ। ତେବେ ଡାକ୍ତରଖାନା ଯିବା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ଜୀବିତ ଉଦ୍ଧାର ହୋଇଥିବା ଅନ୍ୟ ଜଣଙ୍କୁ ଆମେ ଚିହ୍ନଟ କରିପାରି ନ ଥିଲୁ ବୋଲି ସେ କହିଛନ୍ତି।

ଉଦ୍ଧାରକାରୀ ଦଳଙ୍କ କହିବାନୁସାରେ, ସିଡିଏସ ରାୱତଙ୍କ ଶରୀରର ନିମ୍ନ ଅଂଶ ଜଳି ଯାଇଥିଲା। ତାଙ୍କୁ ଉଦ୍ଧାର କରାଯାଇ ଏକ ବେଡସିଟରେ ଗୁଡ଼ାଇ ଆମ୍ବୁଲାନ୍ସକୁ ନିଆଯାଇଥିଲା। ଏନସି ମୁରଲୀ ଅଗ୍ନିଶମ ସେବା ଦଳର ଜଣେ ସଦସ୍ୟ ଥିଲେ, ଯିଏ ସୂଚନା ପାଇବା ପରେ ହିଁ ଘଟଣାସ୍ଥଳରେ ପହଞ୍ଚିଥିଲେ। ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ, ଜଳୁଥିବା ବିମାନର ଧ୍ୱଂସାବଶେଷ ଲିଭାଇବା ପାଇଁ ଦମକଳ ଗାଡ଼ି ଇଞ୍ଜିନ ନେବାକୁ କୌଣସି ରାସ୍ତା ନ ଥିଲା। ନିକଟସ୍ଥ ଘର ଓ ନଦୀରୁ ପାଣି ଆଣି ସ୍ଥାନୀୟ ଲୋକ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଥିଲେ। ଏହି କାରଣରୁ ଉଦ୍ଧାର କାର୍ଯ୍ୟ କଷ୍ଟସାଧ୍ୟ ହୋଇପଡ଼ିଥିଲା।

କାଟେରୀ ଗାଁର ଲୋକମାନେ ପ୍ରଥମେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଉଦ୍ଧାରକାରୀ ଦଳ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ସ୍ଥାନରୁ ୧୨ ଜଣଙ୍କ ମୃତଦେହ ପାଇଥିବାବେଳେ ୨ ଜଣଙ୍କୁ ଜୀବିତ ଉଦ୍ଧାର କରିଥିଲେ। ବଞ୍ଚିଥିବା ଉଭୟଙ୍କ ଅବସ୍ଥା ଗୁରୁତର ଥିଲା। ପରେ ଜୀବିତ ଉଦ୍ଧାର ହୋଇଥିବା ଦ୍ୱିତୀୟ ବ୍ୟକ୍ତିଙ୍କୁ ଗ୍ରୁପ କ୍ୟାପଟେନ ବରୁଣ ସିଂ ବୋଲି ଚିହ୍ନଟ କରାଯାଇଥିଲା। ଭାରତୀୟ ବାୟୁସେନା ଦୁର୍ଘଟଣା ଗ୍ରସ୍ତ ହେଲିକପ୍ଟର ବିଷୟରେ ଉଦ୍ଧାରକାରୀ ଦଳଙ୍କର ନିରନ୍ତର ମାର୍ଗଦର୍ଶନ କରୁଥିଲା। ଘଟଣାସ୍ଥଳଠାରୁ ପ୍ରାୟ ୧୦୦ ମିଟର ଦୂରରେ ଥିବା କାଟେରୀ ଗାଁର ବାସିନ୍ଦା ପୋଥମ ପୋନ୍ନାମ ଚପରଟି ଦୁର୍ଘଟଣାଗ୍ରସ୍ତ ହେବାପରେ ଏକ ବିସ୍ଫୋରଣ ଶବ୍ଦ ଶୁଣିଥିଲେ। କାଟେରୀ ବାସିନ୍ଦା ଜିଲା ଅଧିକାରୀଙ୍କୁ ସୂଚନା ଦେଇଥିଲେ, ଏହା ପରେ ସେହି ଅଞ୍ଚଳରେ ବିୁଦ୍ୟତ କାଟ ହୋଇ ଉଦ୍ଧାର କାର୍ଯ୍ୟ ଆରମ୍ଭ ହେବା ସହିତ ପୋଲିସ କର୍ମଚାରୀ ଏବଂ ଉଦ୍ଧାରକାରୀ ଦଳ ମଧ୍ୟ ପହଞ୍ଚିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନେପାଳ ଫେରିଲେ ତିବ୍ବତରେ ଫସି ରହିଥିବା ଭାରତୀୟ ତୀର୍ଥଯାତ୍ରୀ

ବେଜିଂ,୨୯ା୮: ବନ୍ୟାରେ ଗିରୋଙ୍ଗ୍‌ ସୀମାନ୍ତ ପୋଷ୍ଟ ଧ୍ୱଂସ ହୋଇଯାଇଥିବା ବେଳେ ତିବ୍ବତରେ ଅଟକି ରହିଥିବା ବହୁସଂଖ୍ୟାରେ ଭାରତୀୟ ତୀର୍ଥଯାତ୍ରୀ ଶନିବାର ବିକଳ୍ପ ସୀମାନ୍ତ ରାସ୍ତା ଦେଇ ନେପାଳ…

ଉଜ୍‌ବେକିସ୍ତାନରେ ପ୍ରଧାନମନ୍ତ୍ରୀ ମୋଦି

ତାଶକେଣ୍ଟ,୨୯ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଜ୍‌ବେକିସ୍ତାନ ଏବଂ କିର୍‌ଗିଜସ୍ତାନକୁ ୪ ଦିନିଆ ଗସ୍ତରେ ଯାଇ ଶନିବାର ଉଜ୍‌ବେକିସ୍ତାନରେ ପହଞ୍ଚିଛନ୍ତି। ୨ ଦେଶ ମଧ୍ୟରେ ରଣନୈତିକ ସହଭାଗିତାକୁ ଆହୁରି…

ସୃଷ୍ଟି ହେଲା ଲଘୁଚାପ, ୫ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୨୯ା୮ (ବନ୍ଦନା ସେଠୀ) – ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ-ଉତ୍ତରଓଡ଼ିଶା ଉପକୂଳରେ ଶନିବାର ସକାଳ ୫ଟା ୩୦ରେ ଆଉଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା…

ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକ ଅସୁରକ୍ଷିତ: ମୁଖାପିନ୍ଧା ଯୁବକଙ୍କ ଅତର୍କିତ ଆକ୍ରମଣକୁ ନେଇ କୋଟିଆ ଥାନାରେ ମାମଲା ରୁଜୁ

ପଟ୍ଟାଙ୍ଗି,୨୯।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ପ୍ରସିଦ୍ଧ ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶୁକ୍ରବାର ସନ୍ଧ୍ୟାରେ…

ତାରାତାରିଣୀ ଛକରେ ସାଙ୍ଘାତିକ କାର୍ ଦୁର୍ଘଟଣା: ତହସିଲଦାରଙ୍କ କଲ୍‌କୁ ବି ଖାତିର କଲାନି ଆମ୍ବୁଲାନ୍ସ କଲ୍ ସେଣ୍ଟର; ଛଟପଟ ହେଲେ…

ପୁରୁଷୋତ୍ତମପୁର,୨୯।୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ତାରାତାରିଣୀ ଛକ ନିକଟରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।…

ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର: ଅକ୍ଟୋବର ୨୯ରୁ …

କଟକ,୨୯।୮: ଓଡ଼ିଶା ଲୋକସେବା ଆୟୋଗ (OPSC) ପକ୍ଷରୁ ଓଡ଼ିଶା ସିଭିଲ ସର୍ଭିସ (OCS) ମେନ୍ ପରୀକ୍ଷାର ତାରିଖ ଘୋଷଣା କରାଯାଇଛି। ଆସନ୍ତା ଅକ୍ଟୋବର ୨୯ ତାରିଖରୁ ନଭେମ୍ବର…

ନେପାଳରେ ବନ୍ୟା: ୟୁପିରୁ ମିଳିଲାଣି ୧୦ ମୃତଦେହ

ଲକ୍ଷ୍ନୌ,୨୯ା୮: ନେପାଳ ବନ୍ୟାରେ ଭାସିଆସିଥିବା ୧୦ ଜଣଙ୍କ ମୃତଦେହ ପୂର୍ବ ଉତ୍ତରପ୍ରଦେଶର ଗଣ୍ଡକ ନଦୀରୁ ମିଳିଛି। ମହାରାଜଗଞ୍ଜ ଏବଂ କୁଶିନଗର ଜିଲାରୁ ୨ ଦିନରେ ୧୦ ଜଣଙ୍କ…

ନେପାଳ ବନ୍ୟାରେ ସାଙ୍ଘାତିକ ଲୁଟ୍! ଭାସିଆସିଲା ସିନ୍ଦୁକ, ଲୁଟିନେଲେ ୯୨.୭ ଲକ୍ଷ! ମୃତଦେହରୁ ବି ଚୋରି ହେଲା…

କାଠମାଣ୍ଡୁ, ୨୯।୮: ନେପାଳରେ ସମ୍ପ୍ରତି ଆସିଥିବା ବିନାଶକାରୀ ବନ୍ୟା ମଧ୍ୟରେ କିଛି ଚାଞ୍ଜଲ୍ୟକର ଘଟଣା ସାମ୍ନାକୁ ଆସିଛି। ବନ୍ୟା ପାଣିରେ ଭାସିଆସିଥିବା ଏକ ସେଫ୍‌ (ସିନ୍ଦୁକ)ରୁ ଟଙ୍କା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri