ପର୍ଯ୍ୟଟକଙ୍କ ଆକର୍ଷଣ ସାଜିଛି ଜୈବ ବିବିଧତା

କେନ୍ଦ୍ରାପଡ଼ା ଅଫିସ, ୬ା୧୨:ରାଜନଗର ପେଣ୍ଠ ବେଳାଭୂମିରେ ଗତ ୧ ତାରିଖରୁ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଜାତୀୟ ଉଦ୍ୟାନ ଭିତରକନିକା ଇକୋ ରିଟ୍ରିଟ୍‌ ଆରମ୍ଭ ହୋଇଛି। ଏଥିସହ ଶୀତଋତୁର ଆରମ୍ଭରୁ ବିଦେଶାଗତ ପକ୍ଷୀଙ୍କ ସମାହାର ପାଇଁ ଏଠାରେ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି। ଜୈବ ବିବିଧତାରେ ପରିପୂର୍ଣ୍ଣ ୬୭୨ ବର୍ଗ କି.ମି. ଏହି ଅଞ୍ଚଳ ଲୁଣା ଓ ମଧୁରଜଳର ସମ୍ମିଶ୍ରଣରେ ସୃଷ୍ଟି ହେନ୍ତାଳବଣ ବହିରାଗତ ଲୋକଙ୍କ ଆକର୍ଷଣ ସାଜିଛି। ଲୁଣା କୁମ୍ଭୀର, ବଗଗହଣ, ବିରଳ ପ୍ରଜାତିର ଅଲିଭ ରିଡ୍‌ଲେ, ଦାଗଯୁକ୍ତ ହରିଣ, ଶମ୍ବର, ବାର୍‌ହା, ଶିଆଳ, ଜଙ୍ଗଲୀ ବିଲେଇ, ଚିତା ବିଲେଇ, ହାଇନା, ନେଉଳ, ଓଧଠାରୁ ଆରମ୍ଭକରି ଦେଶୀ ବିଦେଶୀଙ୍କ ସମାହାର, ସରୀସୃପ ଦିବାଲୋକରେ ମନ ମୋହୁଛି। ଭିତରକନିକା ଇକୋ ରିଟ୍ରିଟ୍‌ ସମ୍ପର୍କରେ କୋଲକାତାରୁ ଆସିଥିବା ପର୍ଯ୍ୟଟକ ପୂର୍ଣ୍ଣ ସମ୍ଭବା ଗୋସ୍ବାମୀ କୁହନ୍ତି, ଏହି ଅଞ୍ଚଳ ପ୍ରାକୃତିକ ପରିବେଶର ଗନ୍ତାଗର। ପେଣ୍ଠ, ସାତଭାୟା, ବରୁଣେଇ ବେଳାଭୂମିରେ ପଡୁଥିବା ଚିକ୍‌ମିକ୍‌ ବାଲି, ବିଭିନ୍ନ ପ୍ରକାର ଔଷଧୀୟ ବୃକ୍ଷରାଜି ସହିତ ହେନ୍ତାଳବଣ, ବହିରାଗତ ପକ୍ଷୀଙ୍କ ସମାବେଶ, ନଦୀର ଦୁଇ ପଠା ଅଞ୍ଚଳରେ ଲୁଣା କୁମ୍ଭୀର, ନାଲି କଙ୍କଡ଼ା, ବିଭିନ୍ନ ପ୍ରକାର ମାଛ ଆଦି ଦେଖିବା ପରେ ମନ ଉତ୍‌ଫୁଲିତ ହୋଇଛି। ଏହାର ଫଟୋ ଉଠାଇ ମଜା ନେଉଥିବା ପର୍ଯ୍ୟଟକ ଗୋସ୍ବାମୀ ପ୍ରକାଶ କରିଛନ୍ତି। ପରିବେଶବିତ୍‌ ହେମନ୍ତ କୁମାର ରାଉତ କହିଛନ୍ତି, ଏହି ଅଞ୍ଚଳ କନିକା ରାଜାଙ୍କ ଅଧୀନରେ ଥାଇ ବନ୍ୟଜନ୍ତୁ ଶିକାରସ୍ଥଳ ଭାବେ ପରିଚିତ ଥିଲା। ୧୯୫୨ ମସିହା ଜମିଦାରି ଉଚ୍ଛେଦ ପରେ ଏହି ଅଞ୍ଚଳକୁ ରାଜ୍ୟ ବନ୍ୟ ବିଭାଗକୁ ହସ୍ତାନ୍ତର କରାଯାଇଥିଲା। ୧୯୭୫ରେ ବନ୍ୟଜନ୍ତୁ ସଂରକ୍ଷିତ ଅଞ୍ଚଳ ଭାବେ ଘୋଷଣା ହୋଇଥିଲା। ୟୁଏନ୍‌ଡିପିର ମୁଖ୍ୟ ପରାମର୍ଶଦାତା ଡ. ବଷ୍ଟାର୍ଡ ଭିତରକନିକାରେ ପ୍ରସିଦ୍ଧ ଲୁଣା କୁମ୍ଭୀର ସଂରକ୍ଷଣ ପ୍ରକଳ୍ପ ଆରମ୍ଭ କରିଥିଲେ। ପ୍ରକଳ୍ପ ସମୟରେ ବିରଳ ପ୍ରଜାତିର ଅଲିଭ ରିଡ୍‌ଲେ ଗହୀରମଥାର ସାମୁଦ୍ରିକ ଅଞ୍ଚଳରେ ପ୍ରଜନନ ପାଇଁ ଆସୁଥିବା ଅନୁଧ୍ୟାନ କରିଥିଲେ। ତାଙ୍କ ପ୍ରସ୍ତାବ କ୍ରମେ ୧୯୯୭ ମସିହାରେ ବଙ୍ଗୋପସାଗରର ଏହି ୧୪୫ ବର୍ଗ କି.ମି. ଅଞ୍ଚଳକୁ ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳ ଘୋଷଣା ହେଲା। ୧୯୯୮ ସେପ୍ଟେମ୍ବର ୧୬ରେ ଭିତରକନିକାକୁ ଜାତୀୟ ଉଦ୍ୟାନର ମାନ୍ୟତା ମିଳିଥିଲା। ପ୍ରାକୃତିକ ପରିବେଶ ସହ ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳରେ ଡଲ୍‌ଫିନ ଆଦି ସାମୁଦ୍ରିକ ପ୍ରାଣୀ ଦେଖିବାକୁ ମିଳୁଥିବା ପରିବେଶବିତ୍‌ ରାଉତ ସୂଚନା ଦେଇଛନ୍ତି। ଇକୋ ରିଟ୍ରିଟ୍‌ ସମ୍ପର୍କରେ ସ୍ଥାନୀୟ ବିଧାୟକ ଧ୍ରୁବ ସାହୁ କୁହନ୍ତି, ରାଜ୍ୟ ସରକାରଙ୍କ ଏହି ଅଭିନବ ପ୍ରୟାସ ଭିତରକନିକାକୁ ଜାଣିବାକୁ ବିଶ୍ୱବାସୀଙ୍କୁ ଆହ୍ବାନ ଦେଇଛି। ଏହାଦ୍ୱାରା ଭିତରକନିକାର ପ୍ରଚାର ହେବା ସହିତ ସ୍ଥାନୀୟ ଅର୍ଥନୈତିକ ବିକାଶ ହେବ। ରହଣି ଓ ଭ୍ରମଣ ପାଇ ବିଳାସପୂର୍ଣ୍ଣ କଟେଜରେ ୩ ତାରକା ହୋଟେଲର ସମସ୍ତ ବ୍ୟବସ୍ଥା ଥିବାରୁ ପର୍ଯ୍ୟଟକଙ୍କ ଅସୁବିଧା ହେବନାହିଁ। ଦିନରେ ଭିତରକନିକାର ନୈସର୍ଗିକ ଶୋଭା ପର୍ଯ୍ୟଟକ ପାଇପାରୁଛନ୍ତି। ସେହିପରି ଇକୋ ରିଟ୍ରିଟ୍‌ ସ୍ଥଳରେ ସ୍ବୟଂ ସହାୟକ ଗୋଷ୍ଠୀ ଓ ସ୍ଥାନୀୟ ବ୍ୟବସାୟୀଙ୍କ ଦ୍ୱାରା ପରିଚାଳିତ ଷ୍ଟଲ୍‌ରେ ବ୍ୟବସାୟ ଚାଲିିଥିବା ବିଧାୟକ ସାହୁ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଜିଲାପାଳ ଅମୃତ ଋତୁରାଜ କହିଛନ୍ତି, ଜାତୀୟ ଉଦ୍ୟାନ ଭିତରକନିକାର ଅନ୍ତର୍ଜାତୀୟସ୍ତରରେ ସୁନାମ ଅଛି। ଏହାର ପ୍ରାକୃତିକ ପରିବେଶ ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣ କେନ୍ଦ୍ରବିନ୍ଦୁ ସାଜିଥିବା ବେଳେ ବର୍ଷ ସାରା ଭିଡ଼ ହୋଇଥାଏ। ଇକୋ ରିଟ୍ରିଟ୍‌ ସ୍ଥଳ ବ୍ୟତୀତ ପର୍ଯ୍ୟଟନ ବିଭାଗ ପକ୍ଷରୁ ୭ଟି ସ୍ଥାନରେ ପାନ୍ଥଶାଳା ଓ ଯାତ୍ରୀନିବାସ ଅଛି। ଇକୋ ରିଟ୍ରିଟ୍‌ ଦେଶ ବିଦେଶର ପର୍ଯ୍ୟଟକଙ୍କୁ ଭିତରକନିକା ପ୍ରତି ଆକର୍ଷିତ କରୁଥିବା ଜିଲାପାଳ ଋତୁରାଜ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?