Advertisement

‘କିଟ୍‌’ରେ ହେବ ବାୟୋ-ଟେକ୍ନୋଲୋଜି ଉତ୍କର୍ଷ କେନ୍ଦ୍ର: ରାଜ୍ୟ ସରକାର ଦେବେ ୨ କୋଟି

ଭୁବନେଶ୍ୱର,୨୧ା୧୧(ବ୍ୟୁରୋ)-‘କିଟ୍‌’ର ସ୍କୁଲ ଅଫ୍‌ ବାୟୋ-ଟେକ୍ନୋଲୋଜିକୁ ଉତ୍କର୍ଷ କେନ୍ଦ୍ର (ସେଣ୍ଟର ଅଫ୍‌ ଏକ୍ସିଲେନ୍ସ)ରେ ପରିଣତ କରାଯିବ। ଏଥିପାଇଁ ସରକାରଙ୍କ ବିଜ୍ଞାନ ଓ କାରିଗରି ବିଭାଗ ୨ କୋଟି ଟଙ୍କା ଯୋଗାଇଦେବ। ସେଣ୍ଟର ଅଫ୍‌ ଏକ୍ସିଲେନ୍ସ ସହିତ ଇନ୍‌କ୍ୟୁବେଶନ ସେଣ୍ଟରର ଅଭିବୃଦ୍ଧି ଉପରେ ଗୁରୁତ୍ୱ ଦିଆଯିବା ସେଣ୍ଟର ଅଫ୍‌ ଏକ୍ସିଲେନ୍ସରେ ଗବେଷଣା ଓ ବିକାଶ ସୁବିଧା ସାଙ୍ଗକୁ ଭିତ୍ତିଭୂମି ବିକାଶ ଓ କାରିଗରି ସମୁନ୍ନତି ଉପରେ ପ୍ରାଧାନ୍ୟ ଦିଆଯିବ।  ବିଜ୍ଞାନ ଓ କାରିଗରି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଛନ୍ତି, ପୂର୍ବରୁ ଭୁବନେଶ୍ୱରସ୍ଥିତ ଜୀବ ବିଜ୍ଞାନ ପ୍ରତିଷ୍ଠାନ (ଆଇଏଲ୍‌ଏସ୍‌)କୁ ଷ୍ଟାର୍ଟଅପ୍‌ ବିକାଶ, ତାଲିମ ଏବଂ ଇନ୍‌କ୍ୟୁବେଶନ ସେଣ୍ଟର ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ୨ କୋଟି ଟଙ୍କା ପ୍ରଦାନ କରାଯାଇଥିଲା। ବାୟୋ-ଟେକ୍‌ନୋଲୋଜି ଗବେଷଣା ଓ ତା’ର ବ୍ୟାପକ ଉପଯୋଗିତା ଉପରେ ସରକାର ପ୍ରାଥମିକତା ଦେଇଛନ୍ତି ବୋଲି ଦର୍ଶାଇ ମନ୍ତ୍ରୀ କହିଛନ୍ତି, ଅନ୍ଧାରୁଆଠାରେ ଭାରତ ବାୟୋଟେକ୍‌କୁ ସରକାର ଜାଗା ଯୋଗାଇ ଦେଇଛନ୍ତି। ଏବେ ସେଠାରେ ସମସ୍ତ ନିର୍ମାଣ କାର୍ଯ୍ୟ ଶେଷହେବାକୁ ଯାଉଛି ଏବଂ ଶୀଘ୍ର ସେଠାରେ ଟିକା ଉତ୍ପାଦନ ହେବା ସମ୍ଭାବନା ଉଜ୍ଜ୍ୱଳ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହାଟବେଳେ ଭୁଶୁଡ଼ିଲା ପରିତ୍ୟକ୍ତ ରାଇସ୍‌ ମିଲ୍‌ ପାଚେରି; ଚପିଗଲା ଚାରି ଜୀବନ

ଢେଙ୍କାନାଳ ଅଫିସ,୧୦ା୬ ହାଟର ନାଁ ଅଳସୁଆ। ହେଲେ ହାଟୁଆମାନେ ଆଦୌ ଅଳସୁଆ ନୁହନ୍ତି। ସେଥିପାଇଁ ପ୍ରତି ସପ୍ତାହର ଶେଷ ଦିନରେ ଭାରି ଭିଡ଼ ହୁଏ ଢେଙ୍କାନାଳ...

ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଜିଲାରେ ରାସ୍ତା ଉପରେ ପଡିଛି କୁଢ଼କୁଢ଼ ଔଷଧ

ଝାରସୁଗୁଡ଼ା ଅଫିସ,୧୨ା୧୦: ଲୋକଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇଦେବା ପାଇଁ ସରକାର ଓଡ଼ିଶା ଷ୍ଟେଟ୍‌ ମେଡିକାଲ୍‌ କର୍ପୋରେଶନ ଲିମିଟେଡ୍‌ (ଓଏସ୍‌ଏମ୍‌ସିଏଲ୍‌) ଗଠନ କରିଛନ୍ତି। ଏହା ଦ୍ୱାରା ନିରାମୟ...

CORONAVIRUS UPDATE: ଆଜି ଚିହ୍ନଟ ହେଲେ ୭୩୬ ଆକ୍ରାନ୍ତ, ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୭ହଜାର ଟପିଲା

ଭୁବନେଶ୍ୱର,୧୯।୭(ବ୍ୟୁରୋ): ରାଜ୍ୟରେ ହୁ ହୁ ହୋଇ ବଢ଼ୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ରବିବାର ମୋଟ ୭୩୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥି ମଧ୍ୟରୁ ୪୮୧...

୧୮ରୁ ଉଚ୍ଚ ବିଦ୍ୟାଳୟରେ ଖାତାଦେଖା

ଅନୁଗୋଳ ଅଫିସ୍‌, ୩।୩ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ଆୟୋଜିତ ମାଟ୍ରିକ୍‌ ପରୀକ୍ଷା ସୋମବାର ଶେଷ ହୋଇଛି। ତେବେ ଶେଷ ଦିନରେ ପରୀକ୍ଷାରେ କପି...

ପାଣି ଆଶା: ମିଳୁଛି ଦୁର୍ଦ୍ଦଶା

ଯାଜପୁର ଅଫିସ,୧୮ା୧୦: ପାନୀୟ ଜଳ ପାଇଁ ଘୋର ଦୁର୍ଦ୍ଦଶା ଭୋଗୁଥିବା ଲୋକଙ୍କ କଥା ଭାବିଲେ ଯାଜପୁର ଜିଲା ବଡ଼ଚଣା ବ୍ଲକ ସିହା ଏବଂ କୋରେଇ ବ୍ଲକ...

୨ ଲୁହାପଥର ଖଣି ହାତେଇଲା ଜେଏସ୍‌ଡବ୍ଲ୍ୟୁ

ଭୁବନେଶ୍ୱର,୩ା୨(ବ୍ୟୁରୋ): ରାଜ୍ୟ ସରକାରଙ୍କ ପକ୍ଷରୁ ଶୁକ୍ରବାରଠାରୁ ବିଭିନ୍ନ ଖଣିର ଆବଣ୍ଟନ ପ୍ରକ୍ରିୟା ଆରମ୍ଭ ହୋଇଛି। ଆବଣ୍ଟନ ପ୍ରକ୍ରିୟାର ପ୍ରଥମ ଦୁଇଦିନରେ ନୂଆଗାଁ ଏବଂ ନାରାୟଣପୋଷୀସ୍ଥିତ ଲୁହାପଥର...

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ପ୍ରତି ପଞ୍ଚାୟତରେ ହେବ ‘କୋଭିଡ୍‌ କେୟାର ହୋମ୍‌’; ପ୍ରାଥମିକ ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ରଖାଯିବ

ଭୁବନେଶ୍ୱର,୧୭।୬(ବ୍ୟୁରୋ): କରୋନା ମୁକାବିଲା ନେଇ ପରବର୍ତ୍ତୀ ରଣକୌଶଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଘୋଷଣା କରିଛନ୍ତି। ସେ କହିଛନ୍ତି, ରାଜ୍ୟର ପ୍ରତି ପଞ୍ଚାୟତରେ କୋଭିଡ କେୟାର...

ରାଜଧାନୀର ଆଉ ୧୨ ଅଞ୍ଚଳ କଣ୍ଟେନ୍‌ମେଣ୍ଟ

ଭୁବନେଶ୍ୱର,୧୧।୧(ବ୍ୟୁରୋ): ରାଜ୍ୟରେ ସଂକ୍ରମଣ ଦୃତ ଗତିରେ ବଢୁଛି । ଏନେଇ ବିଏମ୍‌ସି ପକ୍ଷରୁ ଜୋରଦାର କଟକଣା କରାଯାଉଛି। ତେବେ ରାଜଧାନୀର ଆଉ ୧୨ ଅଞ୍ଚଳକୁ ମାଇକ୍ରୋ...

Advertisement
Archives

Model This Week