Posted inଖେଳ

ବାୟୋ ବବଲ୍‌ ଚ୍ୟାଲେଞ୍ଜ: ବିଦେଶୀଙ୍କ ତୁଳନାରେ ଭାରତୀୟ ଖେଳାଳି ଅଧିକ ସହନଶୀଳ: ଗାଙ୍ଗୁଲି

କୋଲକାତା,୭।୪(ପି.ଟି.): ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଭାପତି ତଥା ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ବାୟୋ ବବଲ୍‌ (ଜୈବ ସୁରକ୍ଷିତ ପରିବେଶ)କୁ ନେଇ ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି। ବାୟୋ ବବଲ୍‌ ଖେଳାଳିଙ୍କ ପାଇଁ ନିଶ୍ଚିତ ଭାବେ କଷ୍ଟକର ସ୍ଥିତି ସୃଷ୍ଟି କରିଛି। ମାନସିକ ଭାବେ ଏହା ଖେଳାଳି ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ତେବେ ଭାରତୀୟ ଖେଳାଳିମାନେ ଅଧିକ ସହନଶୀଳ ହୋଇଥିବାରୁ ଏହି ଚ୍ୟାଲେଞ୍ଜକୁ ସଫଳତାର ସହ ସାମ୍ନା କରିପାରିବେ। ବିଦେଶୀ ଖେଳାଳିଙ୍କ ତୁଳନାରେ ଦେଖିବାକୁ ଗଲେ ଭାରତୀୟମାନେ ମାନସିକ ସ୍ବାସ୍ଥ୍ୟ ଦୃଷ୍ଟିକୋଣରୁ ଅଧିକ ସହନଶୀଳ ଓ ଦୃଢ଼ ବୋଲି ଗାଙ୍ଗୁଲି କହିଛନ୍ତି।
କୋଭିଡ୍‌-୧୯ ମହାମାରୀ ପୁଣିଥରେ ତା’ର ପ୍ରକୋପ ଆରମ୍ଭ କରିଥିବା ବେଳେ ବାୟୋ ବବଲ୍‌ରେ ଅନ୍ତର୍ଜାତୀୟ କ୍ରିକେଟ ଖେଳାଯାଉଛି ଓ ଏଥର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ମଧ୍ୟ ଆୟୋଜନ ହେବାକୁ ଯାଉଛି। ଖେଳାଳିମାନଙ୍କ ଜୀବନ ଏବେ ହୋଟେଲ ଓ ଷ୍ଟାଡିୟମ ମଧ୍ୟରେ ସୀମିତ ରହିବ। ଏହା କୌଣସି ଖେଳାଳିଙ୍କ ପାଇଁ ଆଦୌ ସହଜ ନୁହେଁ ବୋଲି କୁହାଯାଇପାରେ। ବାୟୋ ବବଲ୍‌ରେ ଖେଳାଳିମାନଙ୍କ ମାନସିକ ସ୍ଥିତି ନେଇ ପୂର୍ବରୁ ଭାରତୀୟ ଅଧିନାୟକ ବିରାଟ କୋହଲି ଚିନ୍ତାପ୍ରକଟ କରିଥିଲେ।
ପୂର୍ବରୁ ଅଷ୍ଟ୍ରେଲିଆ, ଇଂଲଣ୍ଡ ଓ ଓ୍ବେଷ୍ଟଇଣ୍ଡିଜ ଖେଳାଳିଙ୍କ ସହ କ୍ରିକେଟ ଖେଳିଛି। ଏହି ଦେଶର ଖେଳାଳିମାନେ ମାନସିକ ସ୍ବାସ୍ଥ୍ୟ ଦୃଷ୍ଟିକୋଣରୁ ଭାରତୀୟଙ୍କ ଭଳି ସେତେଟା ଦୃଢ଼ ନୁହନ୍ତି ବୋଲି ଗାଙ୍ଗୁଲି କହିଛନ୍ତି। ବିଦେଶୀ ଖେଳାଳିମାନେ ଅତିଶୀଘ୍ର ହାର ମାନିଯାଉଥିବା ବେଳେ ଭାରତୀୟ ଖେଳାଳି ଅପେକ୍ଷାକୃତ ଅଧିକ ସହନଶୀଳ ବୋଲି ସେ ମତ ଦେଇଛନ୍ତି। ଗତ ୬-୭ ମାସରେ ବାୟୋ ବବଲ୍‌ରେ ବହୁତ କ୍ରିକେଟ ଖେଳାଯାଉଛି। ଖେଳାଳିମାନେ ହୋଟେଲରୁ ଷ୍ଟାଡିୟମ ଓ ଷ୍ଟାଡିୟମରୁ ହୋଟେଲ ଯିବା ଆସିବା କରୁଛନ୍ତି। ଏହା ନିଶ୍ଚିତ ଭାବେ କଷ୍ଟକର ବୋଲି ସେ କହିଛନ୍ତି। ଏନେଇ ସେ ଅଷ୍ଟ୍ରେଲିଆର ଉଦାହରଣ ଦେଇଛନ୍ତି। ଭାରତଠାରୁ ଘରୋଇ ପରିବେଶରେ ପରାସ୍ତ ହେବା ପରେ ଅଷ୍ଟ୍ରେଲିଆ କୋଭିଡ୍‌-୧୯ ପାଇଁ ଦକ୍ଷିଣ ଆଫ୍ରିକା ଗସ୍ତରୁ ଓହରିଯାଇଥିଲା। ଏହି ଗସ୍ତରେ ଅଷ୍ଟ୍ରେଲିଆ ମାର୍ଚ୍ଚ ଓ ଏପ୍ରିଲ୍‌ରେ ୩ଟି ଟେଷ୍ଟ ଖେଳିବାର କାର୍ଯ୍ୟକ୍ରମ ଥିଲା। ତେବେ ସ୍ବାସ୍ଥ୍ୟଗତ ବିପଦ ଓ ବାୟୋ ବବଲ୍‌ର କଟକଣାକୁ ଦୃଷ୍ଟିରେ ରଖି ଅଷ୍ଟ୍ରେଲିଆ ଏହି ଗସ୍ତରେ ଯିବାକୁ ମନା କରିଦେଇଥିଲା। ମହାମାରୀ ବେଳେ ସମସ୍ତେ ସକାରାତ୍ମକ ରହିବା ଉଚିତ ଓ ପରିସ୍ଥିତିର ସାମ୍ନା କରିବା ଉଚିତ।
୨୦୦୫ରେ କ୍ୟାରିୟରରେ ସମ୍ମୁଖୀନ ହୋଇଥିବା ଝଟକା କଥା ମନେପକାଇ ଗାଙ୍ଗୁଲି ସଫଳ ପ୍ରତ୍ୟାବର୍ତ୍ତନ କଥା କହିଛନ୍ତି। ନେତୃତ୍ୱରୁ ବିଦା କରିବା ସହ ତାଙ୍କୁ ସେତେବେଳେ ଦଳରୁ ମଧ୍ୟ ବାଦ୍‌ ଦିଆଯାଇଥିଲା। କ୍ୟାରିୟରରେ ଉତ୍ଥାନ ଓ ପତନ ତଥା ଚାପ ରହିଛି। ତେବେ ଏଭଳି ସ୍ଥିତିରେ ସକାରାତ୍ମକ ଭାବେ ମୁକାବିଲା କରାଯିବ ଉଚିତ ଓ ଆଗକୁ ବଢିବାକୁ ପ୍ରୟାସ କରାଯିବା ଉଚିତ ବୋଲି ଗାଙ୍ଗୁଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

ଚାମ୍ପିୟନ ସ୍ପେନ୍‌ ଦଳକୁ ଭବ୍ୟ ସ୍ବାଗତ

ମାଡ୍ରିଡ୍‌,୨୧ା୭: ସ୍ପେନ୍‌ର ବିଶ୍ୱ ଚାମ୍ପିୟନ ଫୁଟବଲ ଦଳ ମଙ୍ଗଳବାର ସ୍ବଦେଶ ଫେରିଛି। ଦଳକୁ ସ୍ବାଗତ କରିବା ପାଇଁ ପାଖାପାଖି ୨୦ ଲକ୍ଷ ପ୍ରଶଂସକ ମାଡ୍ରିଡ୍‌ ରାସ୍ତାରେ ଏକତ୍ରିତ…

୬୪୭ ଦିନ ପରେ ଟିମ୍‌ ଇଣ୍ଡିଆକୁ ଫେରିବେ ଏହି ଘାତକ ଖେଳାଳି: ବଢୁଛି ଚର୍ଚ୍ଚା

ନୂଆଦିଲ୍ଲୀ,୨୧।୭: ଇଂଲଣ୍ଡ ବିପକ୍ଷ ନିରାଶାକୁ ପଛରେ ପକାଇ, ଭାରତୀୟ କ୍ରିକେଟ ଦଳ ଏବେ ଜିମ୍ବାୱେ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିବାକୁ ପ୍ରସ୍ତୁତ। ଶ୍ରେୟସ…

ଟିମ ଇଣ୍ଡିଆରେ ବଡ଼ ଧରଣର ଅଦଳବଦଳ: ବିଦାୟ ନେଲେ ଏହି କୋଚ୍‌! ଶେଷ ହେଲା ୫ ବର୍ଷର ଯାତ୍ରା

ମୁମ୍ବାଇ,୨୧।୭: ଇଂଲଣ୍ଡ ବିପକ୍ଷରେ ଟିମ ଇଣ୍ଡିଆକୁ ଟି-20 ଏବଂ ଦିନିକିଆ ସିରିଜରେ ଶୋଚନୀୟ ପରାଜୟର ସାମ୍ନା କରିବାକୁ ପଡ଼ିଛି। ଇଂଲଣ୍ଡ ପ୍ରଥମେ ଭାରତକୁ ଟି-20 ସିରିଜରେ ୪-୦ରେ…

ଏହି ୫ କାରଣ: ରୋହିତ ଶର୍ମାଙ୍କୁ ଅବସର ପାଇଁ କେହି କରିପାରିବେ ନାହିଁ ବାଧ୍ୟ! ଜାଣନ୍ତୁ କ’ଣ

ମୁମ୍ବାଇ,୨୧।୭: ଇଂଲଣ୍ଡ ବିପକ୍ଷ ଲଡର୍‌ସ ଦିନିକିଆରେ ୧୩୮ ରନର ଏକ ଚମତ୍କାର ଇନିଂସ ଖେଳିବା ପରେ ରୋହିତ ଶର୍ମାଙ୍କ ଅବସରକୁ ନେଇ ଚାଲିଥିବା ଚର୍ଚ୍ଚା ଏକ ନୂତନ…

‘ସେ ଦେଶ ପାଇଁ ନିଜ ଜୀବନ ଦେବେ’ – ରୋହିତ ଶର୍ମାଙ୍କ ପାଇଁ ମହମ୍ମଦ କୈଫଙ୍କ ଭାବପ୍ରବଣ Video

ନୂଆଦିଲ୍ଲୀ,୨୧।୭: ରୋହିତ ଶର୍ମାଙ୍କ ଭବିଷ୍ୟତ ସମ୍ପର୍କରେ ପ୍ରାୟତଃ ପ୍ରଶ୍ନ ଉଠିଛି। ସମ୍ପ୍ରତି ଗୁଜବ ଜୋର ଧରିଛି ଯେ ରୋହିତ ଲର୍ଡସରେ ତାଙ୍କର ଶେଷ ମ୍ୟାଚ ଖେଳିପାରନ୍ତି। ତଥାପି,…

ବଳାତ୍କାର ମାମଲାରେ ଗିରଫ ହେବେ IPLର ଏହି କ୍ରିକେଟର, ସଭିଏଁ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୧।୭: କଲିକତା ହାଇକୋର୍ଟ ସୋମବାର, କ୍ରିକେଟର ଅଭିଷେକ ପୋରେଲ ଏବଂ ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜଣେ ଡାକ୍ତରୀ ଛାତ୍ରୀଙ୍କ ଅଭିଯୋଗ…

ଦିନେ ତାଙ୍କୁ କୋଳରେ ଧରିଥିଲେ ମେସି, ଆଜି ପଡ଼ିଆରେ ହରାଇବା ପରେ କହିଲେ..

ନୂଆଦିଲ୍ଲୀ,୨୦।୭: ଫାଇନାଲରେ ଆର୍ଜେଣ୍ଟିନାକୁ ୧-୦ରେ ପରାସ୍ତ କରି ସ୍ପେନ ୨୦୨୬ ଫିଫା ବିଶ୍ୱକପ ଟାଇଟଲ ଜିତିଛି। ଏହି ମ୍ୟାଚରେ ପ୍ରଶଂସକଙ୍କ ଆଖି ସମସ୍ତ ଷ୍ଟାର ଖେଳାଳିଙ୍କ ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri