ବିନୋଦିନୀ ଦେବୀ ପାଇବେ ‘ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ’

ଭୁବନେଶ୍ୱର,୩।୯ (ବ୍ୟୁରୋ): ଆସନ୍ତା ୫ ତାରିଖରୁ ୨୭ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ ଉତ୍ସବ-୨୦୨୧ ଆରମ୍ଭ ହେବ। ନୃତ୍ୟାନୁଷ୍ଠାନ ‘ସୃଜନ’ ପକ୍ଷରୁ ୯ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଉତ୍ସବ ଲାଗି ଚଳିତ ବର୍ଷ ପୁରସ୍କାର ଘୋଷଣା ହୋଇଛି। ଜୀବନବ୍ୟାପୀ ସାଧନା ପାଇଁ ବରିଷ୍ଠ ମଞ୍ଚ ଅଭିନେତ୍ରୀ ବିନୋଦିନୀ ଦେବୀଙ୍କୁ ‘ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ’ ପ୍ରଦାନ କରାଯିବ। ପୁରସ୍କାର ସ୍ବରୂପ ୧ ଲକ୍ଷ ଟଙ୍କା, ଉତ୍ତରୀୟ ଓ ସ୍ମୃତି ଫଳକ ପଦାନ କରାଯିବ। ସେହିପରି ଓଡ଼ିଶୀ ନୃତ୍ୟ ଶିଳ୍ପୀ ଆରୁଷୀ ମୁଦ୍‌ଗଲ୍‌ ଏବଂ ଓଡ଼ିଶୀ ମର୍ଦ୍ଦଳ ଶିଳ୍ପୀ ରାମଚନ୍ଦ୍ର ବେହେରାଙ୍କୁ ସେମାନଙ୍କ ସାଧନାର ସ୍ବୀକୃତି ସ୍ବରୂପ ‘ଗୁରୁ କେଳୁଚରଣ ଯୁବ ପ୍ରତିଭା ସମ୍ମାନ’ରେ ସମ୍ମାନିତ କରାଯିବ। ଦୁହିଁଙ୍କୁ ୨୫ ହଜାର ଟଙ୍କା ଲେଖାଏ ଅର୍ଥରାଶି ସହ ଉତ୍ତରୀୟ ଓ ସ୍ମୃତିଫଳକ ପ୍ରଦାନ କରାଯିବ। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଯୋଗଦେଇ ସେମାନଙ୍କୁ ସମ୍ମାନିତ କରିବେ। ସେହିପରି ଅଭିନେତ୍ରୀ ହେମା ମାଳିନୀ ଏବଂ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବେ। ଏନେଇ ଗୁରୁବାର ‘ସୃଜନ’ର ନିର୍ଦ୍ଦେଶକ ଗୁରୁ ରତିକାନ୍ତ ମହାପାତ୍ର ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।
କରୋନା ପାଇଁ ଚଳିତବର୍ଷ ଭର୍ଚୁଆଲରେ ଏହି ଉତ୍ସବ ଅନୁଷ୍ଠିତ ହେବ। ଦର୍ଶକ ଓ ଶ୍ରୋତାମଣ୍ଡଳୀ ଡିଜିଟାଲ ମାଧ୍ୟମ ଯଥା ‘ସୃଜନ’ର ଫେସ୍‌ବୁକ୍‌ ଏବଂ ୟୁଟ୍ୟୁବ୍‌ ମାଧ୍ୟମରେ ପ୍ରତି ସନ୍ଧ୍ୟା ସାଢ଼େ ୭ଟାରେ ଉତ୍ସବକୁ ଉପଭୋଗ କରିପାରିବେ। ଏହି ଉତ୍ସବକୁ ଗୁରୁମା ଲକ୍ଷ୍ମୀପ୍ରିୟା ମହାପାତ୍ରଙ୍କ ସ୍ମୃତିରେ ଉତ୍ସର୍ଗ କରାଯାଇଛି। ସାଂସ୍କୃତିକ କାର୍ଯ୍ୟକ୍ରମର ପ୍ରଥମ ସନ୍ଧ୍ୟାରେ ଶର୍ମିଳା ମୁଖାର୍ଜୀଙ୍କ ଓଡ଼ିଶୀ, ସଙ୍ଗୀତା ଶଙ୍କରଙ୍କ ବେହେଲା, ଦ୍ବିତୀୟ ସନ୍ଧ୍ୟାରେ ଅନିତା ମଲ୍ଲିକଙ୍କ ଭାରତନାଟ୍ୟମ୍‌, ରୂପକ କୁମାର ପରିଡ଼ାଙ୍କ ଓଡ଼ିଶୀ ସଙ୍ଗୀତ, ତୃତୀୟ ସନ୍ଧ୍ୟାରେ ଅନ୍ବେଶା ମହାନ୍ତଙ୍କ ସତ୍ରୀୟା, ମଞ୍ଜୁଶା ପାଟିଲଙ୍କ ହିନ୍ଦୁସ୍ଥାନୀ ସଙ୍ଗୀତ, ଚତୁର୍ଥ ସନ୍ଧ୍ୟାରେ ନିକିତା ବନୱାଲିକରଙ୍କ କଥକ ଓ ଅଭିରାମ ନନ୍ଦଙ୍କ ବଂଶୀ ବାଦନ, ପଞ୍ଚମ ତଥା ଉଦ୍‌ଯାପନୀ ସନ୍ଧ୍ୟାରେ ପୁରସ୍କାର ସହ ‘ସୃଜନ’ର କଳାକାରଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟ ପରିବେଷଣ କରାଯିବ। କାର୍ଯ୍ୟକ୍ରମର ନିର୍ଦ୍ଦେଶନା ଓ ପରିଚାଳନା ଗୁରୁ ମହାପାତ୍ର କରୁଥିବାବେଳେ ଏଥିରେ ତାଙ୍କୁ ଦେବୀପସାଦ ମିଶ୍ର ସହଯୋଗ କରିବେ। କାର୍ଯ୍ୟକ୍ରମର ମିଡିଆ ପାର୍ଟନର ଭାବେ ଧରିତ୍ରୀ ଓ ଓଡ଼ିଶା ପୋଷ୍ଟ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ପଣ୍ଡୁସର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଅବ୍ୟବସ୍ଥା: ତାଲା ପକାଇ ଧାରଣା ଦେଲେ ଲୋକେ

ନୟାଗଡ଼ ଅଫିସ,୨୨ା୧୨: ନୟାଗଡ଼ ଜିଲା ସଦର ବ୍ଲକ ବଡ଼ପଣ୍ଡୁସର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଅବ୍ୟବସ୍ଥାକୁ ନେଇ ଲୋକଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଅସନ୍ତୋଷ ଶନିବାର ଉଗ୍ରରୂପ ଧାରଣ...

ଗାଧୋଇବା ବେଳେ ଚିତ୍ରୋତ୍ପଳାରେ ବୁଡ଼ି ୨ଯୁବକ ମୃତ

ପାଟକୁରା,୧୩।୩(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ଗରଦପୁର ତହସିଲ ଅନ୍ତର୍ଗତ ପାଟକୁରା ବ୍ରିଜ୍‌ ନିକଟରେ ଚିତ୍ରୋତ୍ପଳା ନଦୀରେ ବୁଡ଼ି ଶୁକ୍ରବାର ୨ଜଣ ଯୁବକଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ...

ଓଏଚ୍‌ଆର୍‌ସିରେ ଜନସ୍ବାର୍ଥ ମାମଲା

କଟକ ଅଫିସ,୧୮ା୪: ସମ୍ବଲପୁରରେ ହନୁମାନ ଜୟନ୍ତୀ ଶୋଭାଯାତ୍ରାବେଳେ ଘଟିଥିବା ଗୋଷ୍ଠୀ ସଂଘର୍ଷ ଘଟଣାରେ ରାଜ୍ୟ ମାନବାଧିକାର କମିଶନ୍‌(ଓଏଚ୍‌ଆର୍‌ସି)ଙ୍କ ନିକଟରେ ଏକ ଜନସ୍ବାର୍ଥ ମାମଲା ସୋମବାର ଦାଏର...

ଲୋକାର୍ପଣ ପରେ କେନାଲ ଶୁଖିଲା

କେନ୍ଦ୍ରାପଡ଼ା ଅଫିସ,୮ା୮: ମହାନଦୀ-ଚିତ୍ରୋପତ୍ଳା ଦ୍ୱୀପାଞ୍ଚଳ ଜଳସେଚନ ପ୍ରକଳ୍ପ ଗତ ମେ ୧୮ରେ ଉଦ୍‌ଘାଟନ ହୋଇଥିଲା। ଗରଦପୁର ବ୍ଲକ କଳାବୋଦାଠାରେ ଆୟୋଜିତ ଉତ୍ସବ ରାଜ୍ୟ ଜଳସମ୍ପଦ ବିଭାଗ...

୪ରୁ ୫ ଦିନ ବଢ଼ିବ ତାପମାତ୍ରା

ଭୁବନେଶ୍ବର,୧୨ା୫(ବ୍ୟୁରୋ): ରାଜ୍ୟରେ ଅନୁଭୂତ ହେଉଥିବା ଗ୍ରୀଷ୍ମପ୍ରବାହର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ସ୍ବତନ୍ତ୍ର ରିଲିଫ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ...

ଟ୍ରେନ୍‌ ବାତିଲ ଓ ସାମୟିକ ସମୟ ପରିବର୍ତ୍ତନ

ଭୁବନେଶ୍ୱର,୫।୮: ହାଓ୍ବାଡ଼ା-ଚେନ୍ନାଇ ମୁଖ୍ୟ ରେଳଲାଇନରେ ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ପଲାସା-କୋଟାଭାଲାସା ରେଳସେକ୍ସନର ବିଜୟ ନଗରମ ଓ କୋରୁକୋଣ୍ଡା ଷ୍ଟେସନ ସହିତ ପୁଣ୍ଡୁରୀ ଓ ଦୁସି...

‘ଯେଉଁଠି ଥିଲେ ଟିକା ନେଇପାରିବେ’

ଭୁବନେଶ୍ୱର, ୨୧।୧(ବ୍ୟୁରୋ):ଗୋଟିଏ ଜାଗାରେ ଡାଟାବେସ୍‌ ଥିବାବେଳେ ରେଜିଷ୍ଟ୍ରେଶନ ଅନ୍ୟତ୍ର କରିଥିବା ବ୍ୟକ୍ତି ଟିକାଦାନରୁ ବଞ୍ଚତ୍ତ ହେବେ ନାହିଁ। ପ୍ରଥମ ଡୋଜ୍‌ ଟିକା ନେବା ପରେ ଯଦି...

ଏମିତି କ’ଣ ହେଲା ବରକୁ ବନ୍ଧକ ରଖିଲେ କନ୍ୟାଘର ଗ୍ରାମବାସୀ

ବୌଦ୍ଧ,୨୮ା୨: ବରଯାତ୍ରୀଙ୍କ ମଧ୍ୟରୁ କେତେଜଣ ଯୁବକଙ୍କ ଦୁର୍ବ୍ୟବହାର ପାଇଁ ଶେଷରେ ବନ୍ଧକ ରହିଲେ ବର। ଏଭଳି ଅଭିଯୋଗ ପାଇ ବୌଦ୍ଧ ଆଦର୍ଶ ଥାନା ପୋଲିସ ଘଟଣାସ୍ଥଳରେ...

Advertisement
Archives

Model This Week