ବ୍ଲକ ଅଧ୍ୟକ୍ଷା ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ବୀଣାପାଣି: ବିଜୟ ପରେ ବିଜେଡି ଛାଡ଼ି ଭାଜପାରେ ଦେଲେ ଯୋଗ

ପାଟଣା,୧୮ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଉପାଧ୍ୟକ୍ଷା ପାଇଁ ବୁଧବାର କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଉପନିର୍ବାଚନ ବ୍ଲକସଭା ଗୃହରେ ଅନୁଷ୍ଠିତ ହୋଇଛି। ଏଥିରେ ପାଟଣା ବ୍ଲକ ଭାରପ୍ରାପ୍ତ ବ୍ଲକ ଅଧ୍ୟକ୍ଷା ବୀଣାପାଣି ନାୟକ ଏକ ମାତ୍ର ପ୍ରାର୍ଥୀ ଭାବରେ ପ୍ରାର୍ଥତ୍ପତ୍ର ଦାଖଲ କରି ଥିବାରୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ପାଟଣା ବ୍ଲକର ୨୦ଟି ପଞ୍ଚାୟତ ସମିତି ସଭ୍ୟାସଭ୍ୟଙ୍କ ମଧ୍ୟରୁ ଆଜି ୧୪ଜଣ ବୀଣାପାଣିଙ୍କ ସପକ୍ଷରେ ରହି ଉପସ୍ଥିତ ଥିବାବେଳେ ପୂର୍ବତନ ବ୍ଲକ ଅଧ୍ୟକ୍ଷା ସୁକାନ୍ତି ନାଏକଙ୍କ ସମର୍ଥିତ ୬ ଜଣ ସମିତି ସଭ୍ୟ ଅନୁପସ୍ଥିତ ଥିଲେ। ଏକମାତ୍ର ପ୍ରାର୍ଥୀ ଭାବେ ବୀଣାପାଣି ନାୟକ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ଅନ୍ୟ କୌଣସି ପ୍ରାର୍ଥୀ ପ୍ରାର୍ଥିପତ୍ର ନିର୍ଦ୍ଧାରିତ ସମୟରେ ଦାଖଲ କରି ନ ଥିବାରୁ ନିର୍ବାଚନ ଅଧିକାରୀ ବୀଣାପାଣିଙ୍କୁ ଅଧ୍ୟକ୍ଷା ଭାବେ ବିଜୟୀ ଘୋଷଣା କରିଥିଲେ।

ଏହି ଉପନିର୍ବାଚନରେ ନିର୍ବାଚନ ଅଧିକାରୀ ଭାବେ ସାହାରପଡ଼ା ବିଡିଓ ରଣଜିତ ମହାନ୍ତ ପରିଚାଳନା କରିଥିବାବେଳେ ଜିପିଡିଓ ରଶ୍ମିରେଖା ମହାନ୍ତି, ସେକ୍ସନ ଅଫିସର ପ୍ରଭାତ କୁମାର ନାଥ,ଚନ୍ଦ୍ର ଶେଖର ମାନସିଂ ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିବାରେ ସହଯୋଗ କରିଥିଲେ। ବୀଣାପାଣି ନାଏକ ବ୍ଲକ ଅଧ୍ୟକ୍ଷା ଭାବରେ ନିର୍ବାଚିତ ହେବା ପରେ ଭାଜପାରେ ବିଧିବଦ୍ଧ ଭାବରେ ସାମିଲ ହୋଇଛନ୍ତି। ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ, ବିଧାୟକ ପ୍ରତିନିଧି କମଳା କାନ୍ତ ଦାଶ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ବୀଣାପାଣି ନାୟକଙ୍କ ଉପସ୍ଥିତି ଓ ଭାଜପା ଦଳୀୟ କର୍ମୀ ତାଙ୍କୁ ଉତ୍ତୋରୀୟ ଓ ପୁଷ୍ପ ଗୁଚ୍ଛ ଦେଇ ସ୍ବାଗତ କରିଥିଲେ। ଆଗକୁ ପାଟଣା ବ୍ଲକ ଅଞ୍ଚଳର ବିକାଶ ଲୋକଙ୍କ ସମସ୍ୟା ଦୂର କରିବାକୁ ଗୁରୁତ୍ୱ ଦେବେ ବୋଲି ବ୍ଲକ ଅଧ୍ୟକ୍ଷା ବୀଣାପାଣି ନାୟକ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟୋକନ୍ ନ ମିଳିଲେ ରାଜପଥ ଅବରୋଧ କରିବୁ, DRCS ଅଫିସ ଆଗରେ ଧାରଣା ଦେଇ ଚେତାବନୀ ଦେଲେ…

ବରଗଡ଼, ୨୭।୬(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ରୂପ ଧାରଣ କରିଛି।…

ମିଳିବ ୩୦୦ ୟୁନିଟ୍‌ର ମାଗଣା ବିଜୁଳି; ଜାଣନ୍ତୁ କେମିତି କରିବେ ଏହି ସରକାରୀ ଯୋଜନାରେ ଆବେଦନ…

ନୂଆଦିଲ୍ଲୀ,୨୬।୬: ବର୍ତ୍ତମାନ ସମୟରେ ଗରମ ନିଜ ଚରମରେ ପହଞ୍ଚି ସାରିଛି । ମଝିରେ ମଝିରେ ବର୍ଷା ହେଉଥିଲେ ମଧ୍ୟ ଗରମ ଉପରେ କୌଣସି ପ୍ରକାରର ପ୍ରଭାବ ପଡୁଥିବା…

ଗୋଷ୍ଠୀକେନ୍ଦ୍ର ଗୃହ ନିର୍ମାଣରେ ଅର୍ଥ ଆତ୍ମସାତ: ଜିଲାପାଳଙ୍କ ନିକଟରେ ଦାବି କଲେ ଗ୍ରାମବାସୀ

କେସିଙ୍ଗା,୨୭।୬( ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କନ୍ତେଶିର ରତନପଡ଼ାସ୍ଥିତ ଦୁର୍ଗା ମନ୍ଦିର ପରିସରରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ (WODC) ଆର୍ଥିକ ବର୍ଷ…

ଆମେରିକାର ବୈଦେଶିକ ସଚିବ ରୁବିଓଙ୍କ ବଡ଼ ଘୋଷଣା: ଭାରତ ଆସିବେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

ଓ୍ବାଶିଂଟନ,୨୭।୬: ଭାରତ ଏବଂ ଆମେରିକା ମଧ୍ୟରେ ରଣନୈତିକ ଏବଂ ବାଣିଜ୍ୟିକ ସମ୍ପର୍କରେ ଏକ ନୂତନ ପର୍ଯ୍ୟାୟ ଆରମ୍ଭ ହେବାକୁ ଯାଉଛି। ଏହା ଆମେରିକାର ବୈଦେଶିକ ସଚିବ ମାର୍କୋ…

ଭେନେଜୁଏଲା ପରେ ଥରିଲା ପାକିସ୍ତାନ

ଇସଲାମାବାଦ,୨୭।୬: ଶନିବାର ସକାଳେ ପାକିସ୍ତାନରେ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଥିଲା, ଯାହାଦ୍ୱାରା ଲୋକମାନେ ଭୟଭୀତ ହୋଇ ଘରୁ ବାହାରକୁ ବାହାରି ଆସିଥିଲେ। ୟୁରୋପୀୟ-ଭୂମଧ୍ୟସାଗରୀୟ ଭୂକମ୍ପ ବିଜ୍ଞାନ…

ଅଲୋଡା ହେଲା ନବଜାତ ଶିଶୁପୁତ୍ର: ବୁଦା ମୂଳରୁ ଉଦ୍ଧାର

ପାଟଣା,୨୭।୬(ବୀର କିଶୋର ଦାଶ): ଏକ ବୁଦା ମୂଳରୁ ଶନିବାର ସକାଳୁ ଏକ ନବଜାତ ଶିଶୁପୁତ୍ର ଉଦ୍ଧାର ହୋଇଛି। କେନ୍ଦୁଝର ଜିଲା ସାହାରପଡା ବ୍ଲକ ଖଜିରାପାଟ ପଞ୍ଚାୟତ ରଘୁନାଥ…

କେନ୍ଦ୍ରମନ୍ତ୍ରୀଙ୍କ ଜନ୍ମଦିନରେ ମହତ୍‌ କାମ କରି ଚର୍ଚ୍ଚାରେ ବିଧାୟକ: ରେକର୍ଡ ସଂଖ୍ୟକ…

ଗଞ୍ଜାମ,୨୭।୬(ବିଦ୍ୟାଧର ସାହୁ):କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ୫୭ତମ ଜନ୍ମ ଦିବସ ଉପଲକ୍ଷେ ଛତ୍ରପୁରଠାରେ ଏକ ମେଗା ରକ୍ତଦାନ ଶିବିରର ଆୟୋଜନ କରିଥିଲେ ଛତ୍ରପୁର ନିର୍ବାଚନ ମଣ୍ଡଳୀର ଲୋକପ୍ରିୟ ବିଧାୟକ…

ଶିଶୁପୁତ୍ର ଉଦ୍ଧାର ଘଟଣା , ପୋଷ୍ୟ ସଂସ୍ଥାକୁ ହସ୍ତାନ୍ତର କଲା ପୋଲିସ

ଦିଗପହଣ୍ଡି,୨୭।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ଗ୍ରାମ ନିକଟରେ ଥିବା ମା’ ରତ୍ନେଶ୍ୱରୀ ମନ୍ଦିର ପରିସର ପରିତ୍ୟକ୍ତ ଜମିରୁ, ଶୁକ୍ରବାର ସାରେ ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri