ଗୋବରୀ ପୁନରୁଦ୍ଧାର ନାଁରେ କୋଟି କୋଟି ଟଙ୍କା ଚଳୁ

ପଟ୍ଟାମୁଣ୍ଡାଇ,୧୨ା୪ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ସହର ଦେଇ ବହିଯାଉଥିବା ଗୋବରୀ ନଦୀ ଏବେ ସୁପ୍ତ ଅବସ୍ଥାରେ ଖେଳପଡ଼ିଆରେ ପରିଣତ ହୋଇ ଜବରଦଖଲକାରୀଙ୍କ କବ୍‌ଜାକୁ ଚାଲିଯାଉଛି। କେବଳ ଯେ ନଦୀ ସୁପ୍ତ ହୋଇ ଜବରଦଖଲ ହେଉଛି ତାହା ନୁହେଁ ପରିବେଶ ଉପରେ ମଧ୍ୟ ଯଥେଷ୍ଟ ପ୍ରଭାବ ପକାଉଛି। କାରଣ ପଟ୍ଟାମୁଣ୍ଡାଇ ସମେତ ଏକାଧିକ ଅଞ୍ଚଳର ଜଳ ସମସ୍ୟା ଦୂର କରିବା ସହ ଚାଷଜମିକୁ ଜଳସେଚନ ସୁବିଧା ଦେଉଥିଲା। ଫଳରେ ଏହି ନଦୀ ଉପରେ ନିର୍ଭର କରୁଥିବା ପଟ୍ଟାମୁଣ୍ଡାଇ ଅଞ୍ଚଳ ସମେତ ମହାକାଳପଡ଼ା, କେନ୍ଦ୍ରାପଡ଼ା ବ୍ଲକର ଶତାଧିକ ଚାଷୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ନିକଟରେ ଗୋବରୀ ପୁନରୁଦ୍ଧାର ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥିଲେ ବି କୌଣସି ସୁଫଳ ମିଳି ପାରି ନ ଥିବାରୁ ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।
ବୁଦ୍ଧିଜୀବୀ ପ୍ରଫୁଲ୍ଲ ଦାଶ କହିଛନ୍ତି, ଦିନେ ଏହି ନଦୀ ପଥ ବ୍ରାହ୍ମଣୀରୁ ଗୋବରୀ ନଦୀ ଦେଇ ବଙ୍ଗୋପସାଗରକୁ ଇଂରେଜଙ୍କ ବୋଟ୍‌ ଚଳାଚଳ କରୁଥିଲା। ଇଂରେଜମାନେ କଟକ-ଯାଜପୁର-କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ, ମହାକାଳପଡ଼ା ଦେଇ ଜଳପଥରେ ବାଣିଜ୍ୟ କରୁଥିଲେ। ବାଣିଜ୍ୟ କାରବାର ପାଇଁ ଗୋବରୀ ନଦୀ ମୁଖ୍ୟ ମାଧ୍ୟମ ଥିଲା। ମାତ୍ର ଏବେ ଏହି ଐତିହ୍ୟ ନଦୀଶଯ୍ୟା ଖେଳପଡ଼ିଆରେ ପରିଣତ ହୋଇଯାଇଛି। ଗବେଷକ ବିଭୂତି ମହାପାତ୍ରଙ୍କ କହିବା ଅନୁସାରେ, ଖ୍ରୀଷ୍ଟପୂର୍ବ ୪୦୦ରୁ ଖ୍ରୀଷ୍ଟାବ୍ଦ ୮୦୦ ପର୍ଯ୍ୟନ୍ତ ଦୀର୍ଘ ସମୟ ଧରି ଏହି ଗଭୀର ନଦୀ ନାଳ ଦେଇ ସମୁଦ୍ରରେ ନୌବାଣିଜ୍ୟ କରି କଳିଙ୍ଗ ସାଧବମାନେ ରାଜ୍ୟକୁ ବହୁଭାବେ ସମୃଦ୍ଧ କରିଥିଲେ। ସେତେବେଳେ କଳିଙ୍ଗ ସନ୍ତାନର ସୁନାମ ଏତେ ବ୍ୟାପିଥିଲା ଯେ, ବଙ୍ଗୋପସାଗରକୁ କଳିଙ୍ଗ ସାଗର କୁହାଯାଇଥିଲା। କଳିଙ୍ଗର ସାଧବମାନେ ନୌବାଣିଜ୍ୟରେ ଏତେ ପ୍ରସିଦ୍ଧି ଲାଭ କରିଥିଲେ ଯେ, ତତ୍କାଳୀନ ସମୟରେ ଈର୍ଷାର ପାତ୍ର ହୋଇଥିଲେ। ସେଥିପାଇଁ ନୌବାଣିଜ୍ୟରେ କଳିଙ୍ଗର ଏକାଧିପତ୍ୟକୁ ନୂ୍ୟନ କରିବା ଉଦ୍ଦେଶ୍ୟରେ ତତ୍କାଳୀନ ମଗଧ ସମ୍ରାଟ ଅଶୋକ ପ୍ରସିଦ୍ଧ କଳିଙ୍ଗ ଯୁଦ୍ଧ କରିଥିଲେ। ସେକଥା ଆଜି ଅବିଶ୍ୱାସ ଲାଗିଲେ ମଧ୍ୟ ସତ। ଷୋଡ଼ଶ ଶତାବ୍ଦୀରୁ ପୁଣି ପୃଥିବୀର ଶ୍ରେଷ୍ଠ ନୌବାହିନୀ ବ୍ରିଟିଶ ରୟାଲ ନାଭି ଦୁର୍ଦ୍ଧର୍ଷ ଭାବେ ବିଖ୍ୟାତ ହୋଇଥିଲା। ମହାକାଳପଡ଼ା ନିକଟ ସମୁଦ୍ର ସହ ସଂଯୋଗ ଗୋବରୀ-ବ୍ରାହ୍ମଣୀ ନଦୀ ଦେଇ କଟକରେ ପହଞ୍ଚତ୍ ଥିଲେ। ସେଠାରୁ ଗୋବରୀ ନଦୀ ଦେଇ ବୋଟ, ବଡ଼ବଡ଼ ପାଲଟଣା ଡଙ୍ଗାରେ କଞ୍ଚାମାଲ, ତିଆରି ସାମଗ୍ରୀକୁ ନିକଟ ସମୁଦ୍ରପଥ ପର୍ଯ୍ୟନ୍ତ ପହଞ୍ଚାଉଥିଲେ। ସେଠାରୁ ବ୍ରିଟିଶମାନେ ଜାହାଜ ଯୋଗେ ବ୍ୟବସାୟ କାରବାର କରୁଥିଲେ। ସେହିପରି କ୍ଷୀରୋଦ ମଲିକ, ଦେବାଶିଷ ପଣ୍ଡା, ପ୍ରବୀର ନାୟକ କହିଛନ୍ତି, ୧୮୬୩ ନଅଙ୍କ ଦୁର୍ଭିକ୍ଷ ପରେ ଇଂରେଜଙ୍କ ଦ୍ୱାରା ୧୮୭୦ରୁ ୧୮୭୫ ମଧ୍ୟରେ କଟକ ଜଗତପୁରଠାରୁ ପଟ୍ଟାମୁଣ୍ଡାଇ ଦେଇ ପଟ୍ଟାମୁଣ୍ଡାଇ କେନାଲ ଖୋଳାଯାଇଥିଲା। ପଟ୍ଟାମୁଣ୍ଡାଇ କେନାଲ ଖୋଳାଯିବା ଫଳରେ ଗୋବରୀ ନଦୀ ମୁହାଣ ଧୀରେ ଧୀରେ ପୋତିହେବାକୁ ଲାଗିଲା। ସମୟକ୍ରମେ ପାଣିର ଧାର ବନ୍ଦ ହୋଇ ସୁପ୍ତ ହୋଇଗଲା। ଯାହା ମନୁଷ୍ୟକୃତ ଥିଲା। କାରଣ ମୁହାଣ ଖୋଳା ଯାଇଥିଲେ ନଦୀ ମୃତ ଅବସ୍ଥାକୁ ଆସି ନ ଥାନ୍ତା। କାଳକ୍ରମେ ପଟ୍ଟାମୁଣ୍ଡାଇ ସହରରେ ଜବରଦଖଲ ଆରମ୍ଭ ହେଲା। ନଦୀଶଯ୍ୟାକୁ କେତେଜଣ ଲୋକ ନିଜ ନଁାରେ ପଟ୍ଟା କରି ନେବା ସହ କୋଠାବାଡ଼ି, ସ୍ଥାୟୀ ନିର୍ମାଣ ଆରମ୍ଭ କଲେ। ଏପରିକି କେତେକ ସରକାରୀ ପ୍ରତିଷ୍ଠାନ ମଧ୍ୟ ନଦୀ ଶଯ୍ୟାରେ ହୋଇଛି। ପରେ ନଦୀ ପୁନରୁଦ୍ଧାର ଲାଗି ସରକାର ଯୋଜନା କଲେ। ଦୀର୍ଘ ୧୬ କିଲୋମିଟର ନଦୀକୁ ପୁନରୁଦ୍ଧାର ପାଇଁ ଜଳସମ୍ପଦ ଡ୍ରେନେଜ୍‌ ବିଭାଗ ପକ୍ଷରୁ ଟେଣ୍ଡର କରାଯାଇ ଦୁଇଟି ପର୍ଯ୍ୟାୟରେ ୧୧ କୋଟିରୁ ଅଧିକ ଖର୍ଚ୍ଚ କରାଗଲା। ମାତ୍ର ଗଣ୍ଡାକିଆ ପାଖରୁ ୬ କିମି ଖନନ କରି ୨ବର୍ଷ ହେବ କାମ ବନ୍ଦ କରି ଦିଆଯାଇଛି। ଫଳରେ ନଦୀ ମଧ୍ୟରେ ଦଳ ଭର୍ତ୍ତି ହେବା ସହ ମାଟି ଖସି ପୋତି ହେବାରେ ଲାଗିଛି। ପୁନରୁଦ୍ଧାରରେ କୋଟି କୋଟି ଟଙ୍କା ଖର୍ଚ୍ଚ ପରେ ବି ଲକ୍ଷ୍ୟ ପୂରଣ ହୋଇପାରିଲା ନାହିଁ। ଏ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏ ସମ୍ପର୍କରେ ଡ୍ରନେଜ କଟ୍‌ ଯନ୍ତ୍ରୀ ନୀହାର ରଞ୍ଜନ ରାଉତରାୟଙ୍କୁ ପଚାରିବାରେ ପୋତା ଗୋବରୀ ନଦୀକୁ ଖନନ ପାଇଁ ଯୋଗ କରାଯାଇଛି। ଖୁବ୍‌ଶୀଘ୍ର କାର୍ଯ୍ୟ ଆରମ୍ଭ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?