Posted inଜାତୀୟ

ମାଗଣା ସୁବିଧାରୁ ଅର୍ଥନୀତି ଦୁର୍ବଳ

ନୂଆଦିଲ୍ଲୀ,୧୨।୮:ନିର୍ବାଚନ ବେଳେ ରାଜନୈତିକ ଦଳଗୁଡ଼ିକ ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି ଅନେକ ମାଗଣା ସୁବିଧାର ପ୍ରତିଶ୍ରୁତି ଦେବା ଓ ବଣ୍ଟନ କରିବା ଯୋଗୁ ଦେଶର ଅର୍ଥନୀତି ଦୁର୍ବଳ ହେଉଛି। ଏନେଇ ସୁପ୍ରିମକୋର୍ଟ ଚିନ୍ତାବ୍ୟକ୍ତ କରିଛନ୍ତି। ଏହା ଏକ ଗୁରୁତର ପ୍ରସଙ୍ଗ ବୋଲି ଏକ ଜନସ୍ବାର୍ଥ ମାମଲାର ଶୁଣାଣି ବେଳେ ସର୍ବୋଚ୍ଚ ଅଦାଲତ କହିଛନ୍ତି। ଭୋଟ ଆଶାରେ ଲୋକଙ୍କୁ ମାଗଣା ସୁବିଧା ଦେଉଥିବା ରାଜନୈତିକ ଦଳଗୁଡ଼ିକୁ ବେଆଇନ ଘୋଷଣା କରିବା ପାଇଁ ଆଇନଜୀବୀ ଅଶ୍ୱିନୀ ଉପାଧ୍ୟାୟ ଜନସ୍ବାର୍ଥ ମାମଲା (ପିଆଇଏଲ୍‌) ଦାଏର କରିଥିଲେ। ନିର୍ବାଚନୀ ଇସ୍ତାହାରଗୁଡ଼ିକୁ ନିୟନ୍ତ୍ରଣ କରିବା ଲାଗି ପଦକ୍ଷେପ ନିଆଯାଉ ଏବଂ ମାଗଣା ସୁବିଧା ପ୍ରଦାନ ଯୋଗୁ ହେଉଥିବା ଆର୍ଥତ୍କ କ୍ଷତି ପାଇଁ ରାଜନୈତିକ ଦଳଗୁଡ଼ିକୁ ଦାୟୀ କରାଯାଉ ବୋଲି ଉପାଧ୍ୟାୟ ପିଟିଶନରେ ଅଦାଲତଙ୍କୁ ଅନୁରୋଧ କରିଥିଲେ।
ନିର୍ବାଚନ ପୂର୍ବରୁ ମାଗଣା ସୁବିଧା ଘୋଷଣାକୁ ନିୟନ୍ତ୍ରଣ କରିବା ଲାଗି ଏକ ବିଶେଷଜ୍ଞ କମିଟି ଗଠନ ନିମନ୍ତେ ସୁପ୍ର୍ରିମକୋର୍ଟ ନିଷ୍ପତ୍ତି ନେଇଥିବା ବେଳେ ନିର୍ବାଚନ କମିଶନ(ଇସି) ଏହାକୁ ସମର୍ଥନ ଜଣାଇଛନ୍ତି। ତେବେ ଉକ୍ତ କମିଟିରେ ସାମିଲ ହେବାକୁ ଇସି ବିରୋଧ କରିଛି। ନିର୍ବାଚନ କମିଶନ ଏକ ସାମ୍ବିଧାନିକ ସଂସ୍ଥା ହୋଇଥିବାରୁ ବିଶେଷଜ୍ଞ କମିଟିରେ ସାମିଲ ହେବା ଠିକ୍‌ ହୋଇ ନ ପାରେ। ବିଶେଷ କରି କମିଟିରେ ଯଦି ମନ୍ତ୍ରଣାଳୟ ଏବଂ ସରକାରୀ ସଂସ୍ଥାରୁ ସଦସ୍ୟ ରହୁଥାନ୍ତି, ତେବେ ସେଥିରେ ଇସି ସାମିଲ ହୋଇପାରିବ ନାହିଁ। ଏଭଳି ହେଲେ ନିର୍ବାଚନ ପରିଚାଳନା ପ୍ରଭାବିତ ହେବ ବୋଲି ଇସି ପକ୍ଷରୁ ଏକ ସତ୍ୟପାଠ ଜରିଆରେ ଜଣାଇ ଦିଆଯାଇଛି। ନିର୍ବାଚନ ବେଳେ ମାଗଣା ସୁବିଧା ପ୍ରଦାନ ଯୋଗୁ ୨୦୨୧ ମାର୍ଚ୍ଚ ୩୧ ସୁଦ୍ଧା ବିଭିନ୍ନ ରାଜ୍ୟ ଉପରେ ୫୯,୮୯,୩୬୦ କୋଟି ଟଙ୍କାର ଋଣ ବୋଝ ପଡ଼ିଛି। ସରକାରଙ୍କ ଖର୍ଚ୍ଚ ଯଥେଷ୍ଟ ବୃଦ୍ଧି ପାଇଛି ବୋଲି ପିଆଇଏଲ୍‌ ଆବେଦନକାରୀ ଅଦାଲତଙ୍କୁ କହିଛନ୍ତି। ଉତ୍ତରପ୍ରଦେଶ ଏବଂ ମହାରାଷ୍ଟ୍ରରେ ଋଣ ପରିମାଣ ସର୍ବାଧିକ ୬,୬୨,୮୯୧ କୋଟି ଏବଂ ୫,୩୬,୮୯୧ କୋଟି ଟଙ୍କାରେ ପହଞ୍ଚତ୍ଛି। ରାଜ୍ୟ ଜିଡିପି ଋଣ ଅନୁପାତରେ ପଞ୍ଜାବ ଆଗରେ ରହିଛି। ଏହାର ଋଣ ପରିମାଣ ୨,୪୯,୧୮୭ କୋଟି ହୋଇଥିବାବେଳେ ଋଣ ଜିଏସ୍‌ଡିପି ଅନୁପାତ ୫୩:୩ରେ ପହଞ୍ଚତ୍ଥିବା ଆବେଦନକାରୀ ଉପାଧ୍ୟାୟ ସିଜେଆଇଙ୍କ ଖଣ୍ଡପୀଠଙ୍କୁ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?