କାର ଧକ୍କାରେ ବାଇକ ଚାଳକ ଗୁରୁତର : ଉତ୍ତେଜିତ ଲୋକଙ୍କ ରାସ୍ତା ଅବରୋଧ

ଦିଗପହଣ୍ଡି,୧୩।୮(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି – ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଖେମୁଣ୍ଡି କାଳୁଆ ଛକଠାରେ ବୁଧବାର ଅପରାହ୍ନରେ ଏକ ଦୃତଗାମୀ କାର ଧକ୍କାରେ ଜଣେ ବାଇକ ଚାଳକ ଗୁରୁତର ହୋଇଥିବା ଜଣାପଡିଛି । ଗୁରୁତର ବାଇକ ଚାଳକ ଜଣକ ହେଲେ ଦିଗପହଣ୍ଡି ଥାନା ସିଦ୍ଧେଶ୍ୱର ପଞ୍ଚାୟତ ଗୋପାଳପୁର ଗ୍ରାମର ଉଦୟନାଥ ସ୍ବାଇଁଙ୍କ ଏକମାତ୍ର ପୁଅ ଜଗନ କୁମାର ସ୍ବାଇଁ (୨୩) । ଦୁର୍ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ପରେ ଉତ୍ତେଜିତ ଲୋକେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ଫଳରେ ବ୍ରହ୍ମପୁର – ରାୟଗଡ଼ା – କୋରାପୁଟ – ମାଲକାନାଗିରି ଜିଲାକୁ ଯାଉଥିବା ଗାଡ଼ି ଅଟକି ରହିଥିଲା। ଜଗନ ନିଜ ବାଇକ ନଂ. ( ଓଡି ୦୭ ଏକେ ୨୮୩୯) ଯୋଗେ ମା’ ସୁଦଷ୍ଣା ସ୍ବାଇଁଙ୍କୁ ଆଣିବା ନିମନ୍ତେ ଗଣିଆନାଳ ଛକକୁ ଯାଉଥିଲେ । ଏହି ସମୟରେ ବ୍ରହ୍ମପୁର ଅଞ୍ଚଳର ୩ ଯୁବକ ଏକ କାର ନଂ. ( ଓ ଆର୍‌ ୦୭ ଜେଡ ୪୨୩୨) ଯୋଗେ ମା’ ବାଙ୍କେଶ୍ବରୀ ପୀଠକୁ ଏକ ଭୋଜି କାର୍ଯ୍ୟରେ ଯୋଗଦେବା ପାଇଁ ଦୃତ ଗତିରେ ଯିବା ବାଟରେ ଜଗନଙ୍କ ବାଇକକୁ ଧକ୍କା ଦେଇଥିଲେ। ଏହି ଦୁର୍ଘଟଣାରେ କାରଟିର ସମ୍ମୁଖଭାଗ ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ବେଳେ ବାଇକ ସହ ଜଗନ ରାସ୍ତାକଡର ବିଲ ଭିତରକୁ ଛିଟିକି ପଡ଼ିଥିଲେ। ରାସ୍ତାରେ ଯା ଆସ କରୁଥିବା ଲୋକେ ଗୁରୁତର ଅବସ୍ଥାରେ ଜଗନକୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ଼ ମେଡ଼ିକାଲ ପଠାଇଥିଲେ। ପ୍ରାଥମିକ ଚିକିତ୍ସାପରେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଭୁବନେଶ୍ୱର ସ୍ଥିତ ଏମ୍ସକୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି। ଅପରପକ୍ଷରେ ଉତ୍ତ୍ୟକ୍ତ ଲୋକେ କାର୍‌ରେ ଥିବା ୩ ଯୁବକଙ୍କୁ କାବୁ କରି ଦିଗପହଣ୍ଡି ପୋଲିସରେ ଜିମା ଦେବା ସହ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଥିଲେ। ଦିଗପହଣ୍ଡି ପୋଲିସ ଓ ଚିକିଟି ଏସଡିପିଓ ବିଶାମିତ୍ର ହରପାଲ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା। ପୋଲିସ ଦୁର୍ଘଟଣାଗ୍ରସ୍ତ ଦୁଇଟି ଗାଡ଼ି ଜବତ କରି ଥାନାକୁ ନେଇଛନ୍ତି। ସ୍ଥାନୀୟ ସରପଞ୍ଚ ବିଜୟ ପ୍ରଧାନ ଏବଂ ସମିତି ସଭ୍ୟ ପ୍ରତିନିଧି ବାବୁନ ବାବୁନି ପ୍ରଧାନଙ୍କ ସମେତ ପରିବାର ଲୋକେ ଦିଗପହଣ୍ଡି ଥାନାରେ ପହଞ୍ଚି ଏତଲା ଦେଇଥିବା ଜଣାପଡିଛି ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟାଙ୍କରେ ପଶି ଡକାୟତି, ଧରାପଡ଼ିଲେ ୭ ଡ଼କାୟତ

ବୈଶିଙ୍ଗା,୧୫।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମାନଗୋବିନ୍ଦପୁରରେ ଥିବା ୟୂନିୟନ ବ୍ୟାଙ୍କରେ ସୋମବାର ରାତିରେ ଏକ ଡକାୟତି ଯୋଜନାକୁ ପଣ୍ଡ କରିଛି ବ୍ୟାଙ୍କରେ ଲାଗିଥିବା…

ଋଷିକୂଲ୍ୟାରେ ଭାସୁଛି ମୃତଦେହ

ଛତ୍ରପୁର,୧୫।୯(ଅନାଥ ତରାଇ/ଦିଲୀପ ସାମଲ): ଗଞ୍ଜାମ ବ୍ଲକ ଅଧୀନ ଗୋଖୁରୁକୁଦା ଫରେଷ୍ଟ ଅଫିସ ନିକଟସ୍ଥ ଋଷିକୂଲ୍ୟା ନଦୀରେ ମଙ୍ଗଳବାର ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି।…

ଛୁରୀ ଭୁଶି ଯୁବକଙ୍କୁ ହତ୍ୟା: ପୂର୍ବ ଶତ୍ରୁତାରୁ ଆକ୍ରମଣ, ଦୁଇ ଯୁବକ ଫେରାର

ଖଲ୍ଲିକୋଟ, ୧୫।୯ (ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ଥାନା ଅନ୍ତର୍ଗତ ଖୋଜାପଲ୍ଲୀ ଗ୍ରାମରେ ଜଣେ ଯୁବକଙ୍କୁ ଛୁରୀ ଭୁଶି ହତ୍ୟା କରାଯାଇଛି। ମୃତକ ହେଲେ ଖୋଜାପଲ୍ଲୀ ଗ୍ରାମର…

ପଞ୍ଚାୟତ ନିର୍ବାଚନ ପାଇଁ ରଣନୀତି : ବୁଥ୍‌ରୁ ଗାଁ ଯାଏ ସଂଗଠନ ମଜବୁତ କରିବ ଭାଜପା

ଭଞ୍ଜନଗର, ୧୫/୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବିଡେକା ସମ୍ମିଳନୀ କକ୍ଷରେ ମଙ୍ଗଳବାର ଭାଜପା ଭଞ୍ଜନଗର ସାଂଗଠନିକ ଜିଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲା…

ରହସ୍ୟଜନକ ପାରା ଥାନାରେ ଅଟକ: ବାଂଲାଦେଶରୁ ଆସିଥିବା ସନ୍ଦେହ

ବୈଶିଙ୍ଗା, ୧୫/୯ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ କଷିପଦା ଗ୍ରାମରୁ ମଙ୍ଗଳବାର ଦ୍ୱିପ୍ରହର ସମୟରେ ଏକ ରହସ୍ୟଜନକ ପାରା ଉଦ୍ଧାର କରାଯାଇଛି। ଗ୍ରାମର…

କଳାହାଣ୍ଡିରେ ଧୁମ୍‌ଧାମ୍‌ରେ ପାଳିତ ହେଲା ନୂଆଁଖାଇ, ଖିରି, ପିଠାରେ ମହକିଲା ଗାଁ ଦାଣ୍ଡ

ଭବାନୀପାଟଣା,୧୫ା୯(ଉତ୍ତମ କୁମାର ଦାଶ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ମଙ୍ଗଳବାର କଳାହାଣ୍ଡି ଜିଲାରେ ଧୁମ୍‌ଧାମରେ ପାଳିତ ହୋଇଯାଇଛି। ଜିଲାର ସର୍ବପୁରାତନ ଜୁନାଗଡ଼ ସହରସ୍ଥିତ ଦଧିବାମନ ମନ୍ଦିରରେ ସକାଳ…

ମଦ ବିକ୍ରିକୁ ନେଇ ତାତିଲେ ମହିଳା, ପ୍ରଶାସନ ନିକଟରେ ଦାବି

ପାଟଣା, ୧୪/୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ବଡ଼ପାଟଣା ପଞ୍ଚାୟତ ମଙ୍ଗଳପୁର, କୁଆପଶି, ଲେଖେନା ଓ ଡିଆନାଳି ଅଞ୍ଚଳରେ ବେଆଇନ ଭାବେ…

୧୯ ବର୍ଷ ହେଲା ବଜାୟ ରହିଛି ପରମ୍ପରା: ନୂଆଁଖାଇରେ ଶିରାବାହାଲ ଗ୍ରାମବାସୀ ଏକାଠି ଖାଇଲେ

ବଲାଙ୍ଗୀର ଅଫିସ, ୧୫।୯ (ସୁନିଲ କୁମାର ମହାନ୍ତି): ଯେଉଁ ମହାନ ଉଦ୍ଦେଶ୍ୟ ନେଇ ନୂଆଁଖାଇ ତିହାରର ପରିକଳ୍ପନା କରାଯାଇଥିଲା, ତାହାକୁ ସାକାର ରୂପ ଦେଉଛନ୍ତି ବଲାଙ୍ଗୀର ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?