୧୫ ଫୁଟ ତଳକୁ ଖସିଲା ବାଇକ୍‌, ଭଉଣୀ-ଭାଇ ଗୁରୁତର

ମୋହନା,୧୪ା୫(ମନ୍ମଥ ମିଶ୍ର): ଭାରସାମ୍ୟ ହରାଇ ରାସ୍ତା ଉପରୁ ୧୫ ଫୁଟ ତଳକୁ ଏକ ବାଇକ୍‌ ଖସିପଡ଼ିବାରୁ ଭଉଣୀ-ଭାଇ ଗୁରୁତର ହୋଇଥିବାବେଳେ ଜଣେ ଆହତ ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ରେକାମେରା ଗାଁ ନିକଟସ୍ଥ ବୁଲାଣି ରାସ୍ତାରେ। ଭାଇ ବିକ୍ରମ ବଳିୟାରସିଂ ( ୨୮) ଦୁଇ ଭଉଣୀ ରୁବି ନାୟକ ( ୨୨), ଫେଲସିତା ନାୟକ(୧୫) ଏକ ବାଇକ୍‌ରେ ମୋହନାଠାରୁ ଖ୍ରୀଷ୍ଟପୁର ଗାଁ ୟକୁ ଗଲାବେଳେ ଏହି ଦୁର୍ଘଟଣା ଘଟିଛି। ବୁଲାଣି ରାସ୍ତା ହୋଇଥିବାରୁ ବାଇକ ଆରୋହୀ ଜଣକ ଭାରସାମ୍ୟ ହରାଇ ୧୫ ଫୁଟ ରାସ୍ତା ତଳକୁ ଛିଟିକି ପଡ଼ିଥିଲେ। ଯାହା ଫଳରେ ସେଠାରେ ଥିବା କିଛି ସ୍ଥାନୀୟ ଲୋକେ ଉଦ୍ଧାର କରି ୧୦୮ରେ ତିନି ଜଣଙ୍କୁ ମୋହନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ଭାଇ ବିକ୍ରମଙ୍କ ମୁଣ୍ଡ ଏବଂ ଛାତିରେ ଗଭୀର ଆଘାତ ଲାଗିଥିବା ବେଳେ ଭଉଣୀ ରୁବିଙ୍କ ଛାତିରେ ଗଭୀର ଆଘାତ ଲାଗିଥିବା ହେତୁ ଅଧିକ ଚିକିତ୍ସା ପାଇଁ ଡାକ୍ତର ସିମରନ ବିଶୋୟୀ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରିଥିବାବେଳେ ଅନ୍ୟ ଭଉଣୀ ଫେଲସିତା ମୋହନା ମେଡିକାଲରେ ଚିକିତ୍ସିତ ହେଉଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପେଟ୍ରୋଲ ପମ୍ପରେ ଅସମ୍ଭାଳ ଭିଡ଼: ଜଗିଲା ପୋଲିସ

ପାରାଦୀପରେ,୧୪।୫: ଇରାନ-ଆମେରିକା ଏବଂ ଇସ୍ରାଏଲର ଯୁଦ୍ଧ ପାଇଁ ଭାରତ ସମେତ ଅନ୍ୟ କେତେକ ଦେଶରେ ତୈଳ ଓ ରନ୍ଧନ ଗ୍ୟାସ ସଙ୍କଟ ସୃଷ୍ଟି ହୋଇଛି। ଏହି ପରିପ୍ରେକ୍ଷୀରେ…

ଟ୍ରାକ୍ଟର – ଅଟୋ ଧକ୍କାରେ ମହିଳା ମୃତ ଘଟଣା: ଜ୍ବାଇଁଙ୍କ ଏତଲା ପରେ ଅଭିଯୁକ୍ତ ଟ୍ରାକ୍ଟର ଚାଳକଙ୍କୁ…

ଦିଗପହଣ୍ଡି/ଚିକିଟି,୧୪।୫(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଖୁଦୁଡ଼ି ଗ୍ରାମ ନିକଟ ମୁଖ୍ୟରାସ୍ତାରେ ଗତ ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ ୧୨ ଟାରେ ଯାତ୍ରୀବାହୀ…

ବିବାହ ଦିନ କନ୍ୟାଙ୍କର ହେଲା ଦୁର୍ଘଟଣା; ICUକୁ ଯାଇ ସିନ୍ଦୂର ପିନ୍ଧାଇଦେଲେ ବର, ତାପରେ…

ଲକ୍ଷ୍ନୌ,୧୪।୫: ଉତ୍ତର ପ୍ରଦେଶର ଗୋରଖପୁରରେ ଏକ ବିବାହ ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । ବୁଧବାର ରାତିରେ, କନ୍ୟା ଆଇସିୟୁରେ ଚିକିତ୍ସିତ ହେଉଥିବା ସମୟରେ ଯାଇ ସିନ୍ଦୁର…

ଛାଡପତ୍ର ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇଲେ ମୌନି ରୟ, କହିଲେ-ମୋର ଆଉ ସୂରଜଙ୍କ…

ମୁମ୍ବାଇ: ଅଭିନେତ୍ରୀ ମୌନି ରୟ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ବହୁତ ଦିନ ଧରି ଖବରରେ ଅଛନ୍ତି। ସ୍ବାମୀ ସୂରଜ ନାମ୍ବିଆରଙ୍କ ଠାରୁ ତାଙ୍କର ଛାଡପତ୍ର ଗୁଜବ…

ସିଏସ୍‌କେରେ ସାମିଲ ହେଲେ ଦକ୍ଷିଣ ଆଫ୍ରିକାର ଏହି ଅଲରାଉଣ୍ଡର

ଚେନ୍ନାଇ,୧୪ା୫: ଆହତ ସମସ୍ୟା କାରଣରୁ ସ୍ୱଦେଶ ଫେରିଥିବା ଜେମି ଓଭରଟନଙ୍କ ବଦଳ ଖେଳାଳି ଭାବେ ଦକ୍ଷିଣ ଆଫ୍ରିକା ଅଲରାଉଣ୍ଡର ଡିଆନ ଫରେଷ୍ଟରଙ୍କୁ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)…

ଯୋଜନା ନାଁରେ ହରିଲୁଟ୍, ଭଙ୍ଗା ମାଟିଘରେ ୭ ପ୍ରାଣୀଙ୍କ ଦୟନୀୟ ଜୀବନ

ଥୁଆମୂଳ ରାମପୁର,୧୪ା୫(ଦୁର୍ଗା କୀର୍ତ୍ତି): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ଗରିବ ହିତାଧିକାରୀଙ୍କୁ ବିଭିନ୍ନ ସୁବିଧା ଯୋଗାଇ ଦେବା ପାଇଁ କୋଟି କୋଟି ଟଙ୍କାର ଯୋଜନା…

ଚାଇନା ପାଇଁ ୪୫ ବର୍ଷର ପୁରୁଣା ଶପଥ ଭାଙ୍ଗିଲେ ଟ୍ରମ୍ପ, ଖୁସିରେ ଷ୍ଟେଜ ଉପରେ ପିଇଲେ ମଦ! ଜାଣନ୍ତୁ କାରଣ

ଓ୍ବାଶିଂଟନ,୧୪।୫:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ୪୫ ବର୍ଷ ପରେ ପ୍ରଥମ ଥର ପାଇଁ ସର୍ବସାଧାରଣରେ ମଦ୍ୟପାନ କରୁଥିବାର ଦେଖାଯାଇଛି । ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ…

ପେଟ୍ରୋଲ-ଡିଜେଲକୁ ନେଇ ଭାରତର ଚିନ୍ତାର କାରଣ ନାହିଁ! ରୁଷିଆ ଯୋଗାଇବ…

ନୂଆଦିଲ୍ଲୀ/ମସ୍କୋ,୧୪।୫: ପଶ୍ଚିମ ଏସିଆରେ ସଂଘର୍ଷ ଆଉ ଅସ୍ତ୍ରଶସ୍ତ୍ର ସହିତ ଲଢ଼ାଯାଉନାହିଁ, ବରଂ ଅହଂକାର ସହିତ ଲଢ଼ାଯାଉଛି ଏବଂ ସମଗ୍ର ବିଶ୍ୱକୁ ଏହାର ପରିଣାମ ଭୋଗିବାକୁ ପଡୁଛି। ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri