ସାଇକେଲକୁ ମୁହାଁମୁହିଁ ଧକ୍କା ଦେଲା ବାଇକ୍‌: ଚାଲିଗଲା ୨ ଜୀବନ, ଜଣେ ଗୁରୁତର

ଛତ୍ରପୁର,୨୦ା୧୨(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅଧୀନ ପିଏଚ୍‌ଡି ରାସ୍ତା ଚାରିଛକଠାରେ ସାଇକେଲ ସହ ବାଇକ୍‌ ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ଦୁଇ ଜଣଙ୍କର ଜୀବନ ଯାଇଥିବା ବେଳେ ଜଣେ ଗୁରୁତର ଅଛନ୍ତି। ମୃତକ ଦୁଇ ଜଣ ରୁକୁଣି ଗାଁର ଅଶୋକ ମୁଦୁଲି ଏବଂ ଅନ୍ୟ ଜଣେ ଚିକଲାଖଣ୍ଡି ଗ୍ରାମର ବି. ପୁରୁଷୋତ୍ତମ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ବୁଧବାର ସନ୍ଧ୍ୟାରେ ଏକ ବାଇକ୍‌ରେ ବି. ପୁରୁଷୋତ୍ତମ ଏବଂ ଏସ୍‌. ଭେଙ୍କେଟି ଚିକଲଖଣ୍ଡି ଗ୍ରାମରୁ ମାଧପୁର ଯାଉଥିବା ବେଳେ ଚାରିଛକ ଠାରେ ସାଇକେଲ ଚାଳକ ଅଶୋକଙ୍କ ସହିତ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ବାଇକ୍‌ ଚାଳକ ଓ ସାଇକେଲ ଚାଳକଙ୍କ ମୃତ୍ୟୁ ହୋଇଛି। ଭେଙ୍କେଟି ଗୁରୁତର ଥିବାରୁ ତାଙ୍କୁ ଛତ୍ରପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଂକଟାପନ୍ନ ଥିବାରୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି। ସୂଚନା ପାଇ ଛତ୍ରପୁର ଥାନା ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବଟାକୁଆ ଜାଉ ଖାଇ ଗୁରୁତରଙ୍କ ମଧ୍ୟରୁ ସୁସ୍ଥ ହୋଇ ଘରକୁ ଫେରିଲେ ୩

ଦାରିଙ୍ଗବାଡ଼ି,୯ା୧୧(ଅରୁଣ ସାହୁ): ରାଜ୍ୟରେ ଚହଳ ପକାଇଥିବା ମାଣ୍ଡିପଙ୍କାରେ ଆମ୍ବଟାକୁଆ ଜାଉ ଖାଇବା ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ୬ ଜଣ ବ୍ରହ୍ମପୁର...

କେହି ସମ୍ପର୍କୀୟ ଆସିଲେନି, ବୃଦ୍ଧାଙ୍କ ମୃତଦେହ ସତ୍କାର କଲେ ସମାଜସେବୀ

କର୍ଲାମୁଣ୍ଡା,୯ା୧୧(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗେଡ଼ା ପଞ୍ଚାୟତସ୍ଥିତ ଭୋଇପଡ଼ାଠାରେ ଶନିବାର ଏକ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି। ଉକ୍ତ ଗ୍ରାମର ବୃଦ୍ଧା...

ଘଞ୍ଚ ଜଙ୍ଗଲକୁ ଗଲା ବାଘୁଣୀ ଯମୁନା

ବାରିପଦା,୯ା୧୧: ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟ ଏନ୍‌କ୍ଲୋଜରରେ ଥିବା ବାଘୁଣୀ ‘ଯମୁନା’କୁ ଶନିବାର ବନ ବିଭାଗ ପକ୍ଷରୁ ଶିମିଳିପାଳ ଅଭୟାରଣ୍ୟର କୋର ଘଞ୍ଚ ଜଙ୍ଗଲରେ ଛଡ଼ାଯାଇଛି।...

ଲଭ୍‌-ଜିହାଦକୁ ନେଇ ଡିସିପି ଦେଲେ ବଡ଼ ସୂଚନା: କହିଲେ ଦରକାର ହେଲେ…

ଭୁବନେଶ୍ୱର,୯ା୧୧: ଲଭ୍‌-ଜିହାଦ ଅଭିଯୋଗ ଘଟଣାରେ ଡିସିପି ପିନାକ ମିଶ୍ର ଶନିବାର ଏକ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଅଭିଯୁକ୍ତ ମହମ୍ମଦ ସମୀର ମନସୁରଙ୍କୁ ଗିରଫ...

ଉଚ୍ଚ ଶିକ୍ଷାନୁଷ୍ଠାନ କ୍ୟାମ୍ପସ୍‌ରେ ପ୍ଲାଷ୍ଟିକ୍‌ ମନା

ଭୁବନେଶ୍ୱର,୯ା୧୧: ଉଚ୍ଚ ଶିକ୍ଷାନୁଷ୍ଠାନ କ୍ୟାମ୍ପସ୍‌ରେ ଅଣବିଘଟନ ପ୍ଲାଷ୍ଟିକ୍‌କୁ ବାରଣ କରାଯାଇଛି। ଛାତ୍ରୀଛାତ୍ର କିଭଳି ପ୍ଲାଷ୍ଟିକ୍‌ ବ୍ୟବହାର ନ କରିବେ ସେନେଇ ସଚେତନ କରାଯିବ। କଲେଜ କ୍ୟାଣ୍ଟିନ,...

ମାଣ୍ଡିପଙ୍କାରେ ପରିସ୍ଥିତି ଭୟାବହ: ବିଜୟ ମହାପାତ୍ର

ଦାରିଙ୍ଗବାଡି, ୯।୧୧(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଗଦାପୁର ପଞ୍ଚାୟତ ମାଣ୍ଡିପଙ୍କାକୁ ଶନିବାର ରାଜ୍ୟର ବରିଷ୍ଠ ନେତା ବିଜୟ ମହାପାତ୍ର ଗସ୍ତ କରିଛନ୍ତି। ସେ ମୃତକଙ୍କ...

ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ନାଁରେ ଗମ୍ଭୀର ଅଭିଯୋଗ ଆଣିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର,୯ା୧୧(ସୁନିତ୍‌ ମିଶ୍ର):ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ ରାଜ୍ୟର ବିକାଶ ପରିବର୍ତ୍ତେ ବ୍ୟକ୍ତିଗତ ଉନ୍ନତିକୁ ଅଧିକ ପ୍ରାଧାନ୍ୟ ଦେଇଛନ୍ତି। ଝାଡ଼ଖଣ୍ଡରେ ବର୍ତ୍ତମାନ ରୁଟି, ବେଟି ଓ ମାଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri