ବିକଶିତ ଗାଁ ବିକଶିତ ଓଡ଼ିଶା କାମ ସ୍ଥାନାନ୍ତରିତ ନେଇ ଟଣାଓଟରା: ଗୋଟିଏ କାମ ପାଇଁ ଲାଗିଛି ୨ଗୋଟି ଫଳକ

ଲାଞ୍ଜିଗଡ଼,୨୭।୮(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଖବାହିଲି ପଞ୍ଚାୟତର ପତରପଡ଼ାଠାରେ ବିକଶିତ ଗାଁ ବିକଶିତ ଓଡ଼ିଶା କାମ ସ୍ଥାନାନ୍ତରିତ ନେଇ ଟଣାଓଟରା ହେଉଥିବା ବେଳେ ଗୋଟିଏ କାମ ପାଇଁ ୨ଗୋଟି ଫଳକ ଲାଗିଥିବା ଅଭିଯୋଗ।  ପ୍ରତ୍ୟେକ ଗାଁରେ ସରକାରଙ୍କ ମୌଳିକ ସୁବିଧା ସୁଯୋଗ ପହଞ୍ଚିବ। ସରକାରୀ ଯୋଜନାରୁ କେହି ମଧ୍ୟ ବଞ୍ଚିତ ରହିବେ ନାହିଁ। ଗାଁରେ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ବିଜୁଳି ଭଳି ରହିଥିବା ସମସ୍ୟା ଦୂର କରିବା ପାଇଁ ବିକଶିତ ଗାଁ, ବିକଶିତ ଓଡ଼ିଶାର ଅନୁଦାନ ପ୍ରତ୍ୟେକ ପଞ୍ଚାୟତକୁ ପହଞ୍ଚିଛି। ଏହି ପରିପ୍ରେକ୍ଷୀରେ ଲାଞ୍ଜିଗଡ଼ ବ୍ଲକରେ ମଧ୍ୟ ବିକଶିତ ଗାଁ ବିକଶିତ ଓଡ଼ିଶାର ତିନି କୋଟିରୁ ଉର୍ଦ୍ଧ ଟଙ୍କା ଅନୁଦାନ ଆସିଛି। ଏହି ଅନୁଦାନ ରାଶି ବ୍ଲକର ବିଭିନ୍ନ ପ୍ରକଳ୍ପ ପାଇଁ କମ ପଡୁଥିବା ବେଳେ ପ୍ରତ୍ୟେକ ପଞ୍ଚାୟତର ଅତି ଆବଶ୍ୟକ କାମ କରିବା ପାଇଁ ଭାଗ ବଣ୍ଟା ହୋଇଛି। ହେଲେ ଏହି ଅନୁଦାନ ଆସିବା ପୂର୍ବରୁ ବ୍ଲକର ପଞ୍ଚାୟତ ମାନଙ୍କରେ ସରପଞ୍ଚ, ସମିତି ସଭ୍ୟ, ୱାଡ଼ମେମ୍ବର ଓ ପଞ୍ଚାୟତବାସୀଙ୍କ ଉପସ୍ଥିତିରେ ପଲ୍ଲୀସଭା ଓ ଗ୍ରାମସଭା ମାଧ୍ୟମରେ ବିଭିନ୍ନ ପ୍ରକଳ୍ପ ରଖାଯାଇଥିଲା। ଇତି ମଧ୍ୟରେ ସରକାର ବଦଳି ଯାଇଛି। ହେଲେ ଯେଉଁ ପ୍ରକଳ୍ପ ପାଇଁ ଅନୁଦାନ ରଖାଯାଇଥିଲା ତାହା ନକରି ସେହି ପ୍ରକଳ୍ପକୁ ଅନ୍ୟ ଗାଁକୁ ସ୍ଥାନାନ୍ତର କରାଯାଇଛି। ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଲାଞ୍ଜିଗଡ ବ୍ଳକ ଲାଖବାହିଲି ପଞ୍ଚାୟତର ପତରପଡ଼ାଠାରେ। ପୂର୍ବରୁ ବ୍ଳକ ପ୍ରଶାସନ ପକ୍ଷରୁ ନିର୍ଦ୍ଧାରିତ ହୋଇଥିବା ପତରପଡ଼ା କଲବଟ ପାଇ ଚାରିଲକ୍ଷ ଟଙ୍କା ଆସି ଥିବା ବେଳେ କାମ ଆରମ୍ଭ ପୂର୍ବରୁ ଉକ୍ତ ସ୍ଥାନରେ ସୂଚନା ଫଳକ ଲାଗିଛି। କିନ୍ତୁ କାମ କରିବା ବିଳମ୍ବ ଓ ଦଳ ଗତ ରାଜନୀତି ଯୋଗୁଁ ସେହି ସ୍ଥାନରେ କାମ ନହୋଇ ଗାଁ ଠାରୁ ୨୦୦ ଶହ ମିଟର ଦୂରରେ ଥିବା ଲାଖବାହାଳି-ବାରଗୁଡା ଗାଁକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା କଡକୁ କାମ ସ୍ଥାନାନ୍ତରିତ କରାଯାଇ ସେଠାରେ ମଧ୍ୟ ଅନ୍ୟ ଏକ ସମାନ ସୂଚନା ଫଳକ ଲାଗିଛି। ହେଲେ ପତରପ କଲବଟ ନଥିବା ଯୋଗୁଁ ଛାତ୍ରୀଛାତ୍ରଙ୍କୁ ସ୍କୁଲ ଯିବା ଓ ଗୁରୁତର ରୋଗୀଙ୍କୁ ଡାକ୍ତରଖାନା ନେବାରେ ବହୁତ ଅସୁବିଧା ହେଉଛି । ଲୋକେ କାଠ ପକାଇ ବର୍ଷ ବର୍ଷ ଧରି ବିପଦ ସଂକେତ ଭାବେ ଯାତାୟାତ କରୁଥିବା ବେଳେ ସେହି ସ୍ଥାନରେ ହିଁ କଲଭଟ ନିହାତି ଆବଶ୍ୟକ ରହିଥିବା ବେଳେ ସେହି କାମକୁ ସ୍ଥାନାନ୍ତରିତ କରାଯାଇଛି ବୋଲି ପତରପଡାବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ତେବେ ଯେଉଁ ସ୍ଥାନରେ କାମ ଆବଶ୍ୟକ ଅଛି ସେହି ସ୍ଥାନରେ କରାଯାଉ ବୋଲି ଲାଖବାହିଲି ପୂର୍ବତନ ସରପଞ୍ଚ ରାମତୁ ମାଝୀ ପ୍ରକାଶ କରିଛନ୍ତି। ଏନେଇ ଲାଞ୍ଜିଗଡ ବିଡ଼ିଓ ଶଶାଙ୍କ ପାତ୍ରଙ୍କୁ ପଚାରିବାରୁ ପଞ୍ଚାୟତ ଦାୟିତ୍ୟରେ ଥିବା କନିଷ୍ଠ ଯନ୍ତ୍ରୀଙ୍କୁ ପଚାରିବି ଓ ଘଟଣାର ତଦନ୍ତ କରିବି ବୋଲି ପ୍ରକାଶ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

ପୁଇଁତୋଳା ପରିଚାଳନା କମିଟି ପକ୍ଷରୁ ଗଣେଶ ପୂଜା ପ୍ରସ୍ତୁତି: ଯୋଗଦେବେ ଛତ୍ରପୁର ବିଧାୟକ, ଟପ୍ପର ବିଦ୍ୟାର୍ଥୀଙ୍କୁ …

୫।୯ (ବିଦ୍ୟାଧର ସାହୁ): ଆସନ୍ତା ୧୪ ତାରିଖରେ ଅଗ୍ରପୂଜ୍ୟ ଗଜାନନଙ୍କ ଶ୍ରୀଗଣେଶ ଚତୁର୍ଥୀ। ଏଥିପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଦେଖାଦେଇଛି। ଆକର୍ଷଣୀୟ ମେଢ଼ ସାଙ୍ଗକୁ…

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

ରାଜରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର, ଲୋୟର ପିଏମ୍‌ଜିରେ ହଜାର ହଜାର ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ୱର, ୫।୯: ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍‌ ପାଇଁ ଗର୍ଜିଲେ ରାଜ୍ୟର ହଜାର…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri