୩ ମହାନଗର ନିଗମ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି

ଭୁବନେଶ୍ୱର,୫।୩(ବ୍ୟୁରୋ): ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ତିନୋଟି ମହାନଗର ନିଗମ ପାଇଁ ବିଜେଡି ଶନିବାର ମେୟର ପ୍ରାର୍ଥୀ ଘୋଷଣା କରିଛି। ବରିଷ୍ଠ ବିଜେଡି ନେତ୍ରୀ ସୁଲୋଚନା ଦାସଙ୍କୁ ଭୁବନେଶ୍ୱର ମହାନଗର ନିଗମର ମେୟର ପ୍ରାର୍ଥୀ ଭାବେ ଦଳ ଘୋଷଣା କରିଛି। ବର୍ତ୍ତମାନ ସୁଲୋଚନା ରାଜ୍ୟ ଭିନ୍ନକ୍ଷମ କମିଶନର ଭାବେ ଦାୟିତ୍ୱ ତୁଲାଉଛନ୍ତି । ସେହିପରି କଟକ ଓ ବ୍ରହ୍ମପୁର ମହାନଗର ନିଗମ ପାଇଁ ପ୍ରାର୍ଥୀ ଘୋଷଣା ହୋଇଛି । କଟକ ମହାନଗର ନିଗମ ପାଇଁ ସୁବାସ ସିଂହଙ୍କ ନାମ ଘୋଷଣା ହୋଇଥିବା ବେଳେ ଏବେ ସୁବାସ ରାଜ୍ୟ ସଭା ସଦସ୍ୟ ଅଛନ୍ତି। ସେହିପରି ବ୍ରହ୍ମପୁର ମହାନଗର ନିଗମ ପାଇଁ ସଂଘମିତ୍ରା ଦଳେଇଙ୍କ ନାମ ଘୋଷିତ ହୋଇଛି । ସଂଘମିତ୍ରା ଏବେ ଗଞ୍ଜାମ ଜିଲା ବିଜେଡି ମହିଳା ସଭାନେତ୍ରୀ ଅଛନ୍ତି । ମାର୍ଚ୍ଚ ୨ ତାରିଖରୁ ପୌର ନିିର୍ବାଚନ ପାଇଁ ନାମାଙ୍କନ ଦାଖଲ ଆରମ୍ଭ ହୋଇଥିବା ବେଳେ ଏହା ୭ ତାରିଖ ଯାଏ ଚାଲିବ । ୯ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ ହେବ । ୧୪ରେ ନାମାଙ୍କନ ପତ୍ର ପ୍ରତ୍ୟାହାର ଏବଂ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ମାର୍ଚ୍ଚ ୨୪ରେ ପୌର ନିର୍ବାଚନ ହେବ ଏବଂ ୨୬ରେ ଫଳାଫଳ ପ୍ରକାଶ ପାଇବ ।


Enter your email to get our daily news in your inbox.

All Right Reserved By Dharitri.Com

ପଦ ହରାଇଲେ ଦୈସିଂ ସରପଞ୍ଚ

ଭଦ୍ରକ ଅଫିସ,୧୭।୪-ଭଦ୍ରକ ଜିଲା ସଦର ବ୍ଲକ ଅଧୀନ ଦୈସିଂ ସରପଞ୍ଚ ପାର୍ବତୀ ମାଝୀ ଓଡ଼ିଆ ଲେଖାପଢ଼ା ଜାଣି ନ ଥିବାରୁ ପଦ ହରାଇଛନ୍ତି। ଜିଲା ଜଜ୍‌...

ଜୁଲାଇ ୧ରୁ ଖୋଲିବ ଇଞ୍ଜିନିୟରିଂ କଲେଜ: ବାକି ଥିବା ପରୀକ୍ଷା ସହ ନାମଲେଖା ନେଇ ଚିଠି

ଭୁବନେଶ୍ୱର, ୩।୫(ବ୍ୟୁରୋ): ଦେଶର ସମସ୍ତ ଇଞ୍ଜିନିୟରିଂ କଲେଜ ଓ ପ୍ରଫେସନାଲ ଏଜୁକେଶନ ଇନ୍‌ଷ୍ଟିଚ୍ୟୁଟ୍‌ ଆସନ୍ତା ଜୁଲାଇ ୧ରୁ ଖୋଲିବ। ଏନେଇ ଅଲ୍‌ ଇଣ୍ଡିଆ କାଉନ୍‌ସିଲ ଫର୍‌...

କାର୍ଯ୍ୟକ୍ଷମ ହେବ କଳାକୃତି ଗ୍ରାମ

ଢେଙ୍କାନାଳ ଅଫିସ,୧୮।୧ ଢେଙ୍କାନାଳ ସଦର ବ୍ଲକ ସପ୍ତଶଯ୍ୟା ପଞ୍ଚାୟତ ନବଜୀବନପୁରରେ ପରିତ୍ୟକ୍ତ ଅବସ୍ଥାରେ ଥିବା କଳାକୃତି ଗ୍ରାମ ଖୁବ୍‌ଶୀଘ୍ର କାର୍ଯ୍ୟକ୍ଷମ ହେବ। ଦୀର୍ଘଦିନର ନୀରବତା ପରେ...

ଅନଙ୍ଗଭୀମ ଦେବଙ୍କ ସମୟରୁ ରସାବଳି ଭୋଗ

କେନ୍ଦ୍ରାପଡ଼ା ଅଫିସ,୨।୮: କେନ୍ଦ୍ରାପଡ଼ା ରସାବଳିର ସ୍ଥାନୀୟ ଭୌଗୋଳିକ ସଙ୍କେତ ବା ଜିଓଗ୍ରାଫିକାଲ ଇଣ୍ଡିକେଶନ (ଜିଆଇ)ର ଟ୍ୟାଗ୍‌ ପାଇଁ ନୂଆଦିଲ୍ଲୀରେ ସ୍ବର ଉଠିଛି। ଗବେଷକଙ୍କ ଅନୁସନ୍ଧାନ ଅନୁଯାୟୀ...

ଭୁବନେଶ୍ୱରରେ ୮୩କୁ ପହଞ୍ଚିଲା ଆକ୍ଟିଭ୍‌ କରୋନା କେସ୍‌: ଆଜି ଖଣ୍ଡିଗରିରୁ ଚିହ୍ନଟ ହେଲେ ୨, ପଳାଶୁଣିରୁ…

ଭୁବନେଶ୍ୱର,୧୬।୩(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ଆଉ ୫ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଆକ୍ଟିଭ୍‌ କେସ୍‌ ସଂଖ୍ୟା ୮୩କୁ ବୃଦ୍ଧି ପାଇଛି। ନୂତନ...

ପ୍ରେମିକାଙ୍କୁ ଏସିଡ୍‌ ମାଡ଼ କରିଥିବା ପ୍ରେମିକ ଧରାପଡ଼ିଲେ

ଭୁବନେଶ୍ୱର,୧।୧୦(ବ୍ୟୁରୋ): ଅଗଷ୍ଟ ୧୧ତାରିଖରେ ରାଜଧାନୀରେ ଜଣେ ଯୁବତୀଙ୍କୁ ଏସିଡ୍‌ ମାଡ଼ କରି ପ୍ରେମିକ ଫେରାର ହୋଇଯାଇଥିଲେ। ଏହି ଘଟଣାର ଦେଢମାସ ପରେ ଅଭିଯୁକ୍ତ ପ୍ରେମିକଙ୍କୁ ଧଉଳି...

୪ ମାସ ତଳେ କରିଥିଲେ ବିବାହ : ନିଜ ବନ୍ଧୁକରୁ ଗୁଳିଫୁଟାଇ ଜୀବନ ହାରିଲେ ଯବାନ

ରାୟଗଡା ଅଫିସ,୨୮।୪: ୪ ମାସ ତଳେ ହୋଇଥିଲା ବିବାହ, ନୂଆ କରି ସ୍ବପ୍ନ ଦେଖୁଥିଲେ ସ୍ତ୍ରୀ , ଗଢ଼ି ଉଠିଥିଲା ସୁଖର ସଂସାର ହେଲେ କ୍ଷଣକରେ...

୩ ବର୍ଷର ପୁଅଙ୍କୁ ମାରି ଫାଶି ଲଗାଇଲେ ବାପା

ଝରିଗାଁ,୧୨।୮(ସ୍ବ.ପ୍ର.): ନିଶାଗ୍ରସ୍ତ ମଣିଷ ନିଜର ହିତାହିତ ଜ୍ଞାନ ଭୁଲିଯାଏ। ନିଶାର ବଶବର୍ତ୍ତୀ ହୋଇ ମଣିଷ ବଡ଼ବଡ଼ ଭୁଲ୍‌ କରିବସେ। ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି...

Advertisement
Archives

Model This Week