ଛୁଟି ପାଇଁ ଶିକ୍ଷକ ଲେଖିଲେ ଅଜବ ଦରଖାସ୍ତ: ଅଡୁଆରେ ଶିକ୍ଷା ବିଭାଗ

ପାଟନା,୨।୧୨: ବିହାରର ଏବେ ଶିକ୍ଷକମାନେ ଅଜବ ଢ଼ଙ୍ଗରେ ଦରଖାସ୍ତ ଲେଖି ଆକସ୍ମିକ ଛୁଟି ପାଇଁ ଆବେଦନ କରୁଛନ୍ତି। ବର୍ତ୍ତମାନ ଏହି ଛୁଟି ଆବେଦନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଶିକ୍ଷକ ଅଜୟ କୁମାର ଡିସେମ୍ବର ୫ ସୋମବାର ୮ଟାରେ ମୋ ମା’ଙ୍କ ମୃତ୍ୟୁ ହେବାର ସମ୍ଭାବନା ରହିଛି, ସେଥିପାଇଁ ମୁଁ ତାଙ୍କର ଶେଷ ରୀତିନୀତି ପାଇଁ ଡିସେମ୍ବର ୬ରୁ ୭ ପର୍ଯ୍ୟନ୍ତ ସ୍କୁଲରେ ଅନୁପସ୍ଥିତ ରହିବି। ଅନ୍ୟପକ୍ଷେ ଅନ୍ୟ ଏକ ଆବେଦନରେ ଶିକ୍ଷକ ରାଜ ଗୌରବ ଲେଖିଛନ୍ତି, ସେ ଡିସେମ୍ବର ୪ରୁ ୫ ପର୍ଯ୍ୟନ୍ତ ଅସୁସ୍ଥ ହେବାର ସମ୍ଭାବନା ରହିଛି। ତେଣୁ ସ୍କୁଲକୁ ଆସିପାରିବି ନାହିଁ।
ଏହିପରି ଏକ ଆବେଦନରେ ଶିକ୍ଷକ ନୀରଜ କୁମାର ଲେଖିଛନ୍ତି, ପେଟ ବ୍ୟଥା ସମ୍ଭାବନା ଥିବାରୁ ସେ ଡିସେମ୍ବର ୭ରୁ ୯ ପର୍ଯ୍ୟନ୍ତ ସ୍କୁଲ କାମ କରିବାରେ ଅସମର୍ଥ ହେବେ। ଏଭଳି କହି ପ୍ରଧାନଶିକ୍ଷକଙ୍କଠାରୁ ଛୁଟି ମାଗୁଛନ୍ତି ଶିକ୍ଷକ। ଏହି ସମସ୍ତ ଛୁଟି ଆବେଦନଗୁଡିକୁ ଏଥିପାଇଁ ଲେଖାଯାଇଛି, କାରଣ ଜିଲା ଶିକ୍ଷା ବିଭାଗ ଏକ ନିର୍ଦ୍ଦେଶ ଜାରି ହୋଇଛି। ଏଥିରେ ଆକସ୍କିକ ଛୁଟି ପାଇଁ ୩ଦିନ ପୂର୍ବରୁ ଆବେଦନ ଦେବାକୁ ପଡ଼ିବ।

ସୂଚନାଯୋଗ୍ୟ, ମୁଙ୍ଗେର, ଭାଗଲପୁର ଏବଂ ବାଙ୍କା ଜିଲାରେ ଶିକ୍ଷକମାନଙ୍କ ଆକସ୍ମିକ ଛୁଟି ଦାବି ସମ୍ପର୍କରେ ଶିକ୍ଷା ବିଭାଗ ପକ୍ଷରୁ ଏକ ନୂତନ ନିର୍ଦ୍ଦେଶ ଜାରି କରାଯାଇଛି ଯେଉଁଥିରେ କୁହାଯାଇଛି ଯେ ଶିକ୍ଷକମାନଙ୍କୁ ୩ଦିନ ପୂର୍ବରୁ ଆକସ୍ମିକ ଛୁଟି ପାଇଁ ଆବେଦନ କରିବାକୁ ପଡିବ। ଯଦି ସେମାନେ ତାହା ନ କରନ୍ତି, ତେବେ ତାଙ୍କର ଛୁଟି ଗ୍ରହଣ କରାଯିବ ନାହିଁ। ଏହି ଆଦେଶରେ ଶିକ୍ଷକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଶିକ୍ଷକ ସଂଘ ସହ ଜଡିତ ଶିକ୍ଷକ ନେତା କହିଛନ୍ତି, ହଠାତ୍‌ ପରିସ୍ଥିତି ଯୋଗୁ ଛୁଟି ନିଆଯାଏ। ତେବେ ୩ଦିନ ପୂର୍ବରୁ ଆସୁଥିବା ଅସୁବିଧାକୁ କେହି କିପରି ପୂର୍ବାନୁମାନ କରିପାରିବ। ତେଣୁ ଏହି ଆଦେଶ ପ୍ରତ୍ୟାହାର କରିନେବାକୁ ଶିକ୍ଷକମାନେ ସରକାରଙ୍କୁ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶାସନିକ ସ୍ତରରେ ବଡ଼ ଅଦଳବଦଳ: କେନ୍ଦୁଝର ଜିଲାର ୧୧ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବଦଳି

ବଞ୍ଚୋ, ୭।୭(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲାରେ ପ୍ରଶାସନିକ କାର୍ଯ୍ୟକୁ ଅଧିକ ସୁଚାରୁ ଓ ସୁଦୃଢ଼ ଭାବେ ପରିଚାଳନା କରିବା ପାଇଁ ଏକ ବଡ଼ଧରଣର ଅଦଳବଦଳ…

ନାଖରା ସେତୁରେ ଅଘଟଣ: ବୁଢ଼ାବଳଙ୍ଗ ନଦୀରେ ରିଲ୍ସ କରୁଥିବା ବେଳେ ଭାସିଗଲେ ଯୁକ୍ତ ୨ ଛାତ୍ର, ୪ ସାଙ୍ଗ ଉଦ୍ଧାର

ବୈଶିଙ୍ଗା,୭|୭(ରତନ ଦାଶ ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ବୁଢ଼ାବଳଙ୍ଗ ନଦୀର ନାଖରା ସେତୁ ନିକଟରେ ଏକ ଦୁଃଖଦ ଅଘଟଣ ଘଟିଛି। ନଦୀର ବଢ଼ି ପାଣିରେ…

SPF 30 ନା SPF 50? ସନ୍‌ସ୍କ୍ରିନ୍ କିଣିବା ପୂର୍ବରୁ ଜାଣନ୍ତୁ ଆପଣଙ୍କ ତ୍ୱଚା ପାଇଁ କେଉଁଟି ଭଲ

ଆଜିକାଲିର ସମୟରେ ନାରୀମାନେ ନିଜର ତ୍ୱଚାକୁ ନେଇ ବେଶ ଯତ୍ନବାନ। ଖାସ୍‌ ସେଥିଲାଗି ଖରା, ବର୍ଷା କିମ୍ବା ଶୀତ ଆଦି ଋତୁରେ ସନ୍‌ସ୍କ୍ରିନର ବ୍ୟବହାର ଏବେ ଏକ…

ମାନସିକ ଭାରସାମ୍ୟ ହରାଇଲେ ଯୁବକ: ନେଲେ ଚରମ ନିଷ୍ପତ୍ତି…

ଦିଗପହଣ୍ଡି,୭|୭(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ପଞ୍ଚାୟତ ଝରିପଦର ଗ୍ରାମ ଗୌଡ଼ସାହିର   ଜିତେନ୍ଦ୍ର ସେଠୀ (୪୦) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ…

ଆମେରିକାକୁ ହରାଇ କ୍ୱାର୍ଟର ପହଞ୍ଚିଲା ବେଲଜିୟମ

ସିଆଟେଲ,୭ା୭: ଚାଲର୍‌ସ ଡି କେଟେଲେରେଙ୍କ ଦ୍ୱିତୀୟ ଗୋଲ ବଳରେ ଫିଫା ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ପ୍ରି-କ୍ୱାର୍ଟର ଫାଇନାଲରେ ବେଲଜିୟମ ୪-୧ ଗୋଲରେ ଆମେରିକାକୁ ପରାସ୍ତ କରିଛି। ଡିଫେଣ୍ଡର…

ସମୁଦ୍ର କୂଳରେ ପଥର ବନ୍ଧ ନିର୍ମାଣ ଦାବି: ୭ ଦିନ ମଧ୍ୟରେ ପଦକ୍ଷେପ ନ ନେଲେ…

ଛତ୍ରପୁର, ୭।୭ (ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ସାନ ଆର୍ଯ୍ୟପଲ୍ଲୀ ଅଞ୍ଚଳରେ ଦିନକୁ ଦିନ ସମୁଦ୍ର କୂଳ କ୍ଷୟ ବଢ଼ି ଚାଲିଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଭୟ…

ସମାଲୋଚକଙ୍କୁ ଗଡ଼କରୀଙ୍କ ଖୋଲା ଚ୍ୟାଲେଞ୍ଜ: E-୨୦ ପେଟ୍ରୋଲ୍‌ରେ ଗୋଟିଏ ହେଲେ ଗାଡ଼ି ଖରାପ ହେବାର ପ୍ରମାଣ ଦିଅ… 

ନୂଆଦିଲ୍ଲୀ,୭।୭: ୨୦ ପ୍ରତିଶତ ଏଥାନଲ ମିଶ୍ରିତ ପେଟ୍ରୋଲ (ଇ-୨୦) ବ୍ୟବହାର ଦ୍ୱାରା ଗାଡ଼ିର ମାଇଲେଜ କମିବା ଏବଂ ଇଞ୍ଜିନରେ ସମସ୍ୟା ଦେଖାଦେବା ଭଳି କେତେକ ଅଭିଯୋଗ ଉପରେ…

ମହାନଦୀରେ ଗାଧୋଉଥିବା ବେଳେ ଭାସିଗଲେ ଯୁବକ, ଖୋଜାଖୋଜି ଜାରି

ବାଙ୍କୀ, ୭।୭: କଟକ ଜିଲା ବାଙ୍କୀ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖସ୍ଥ ମହାନଦୀ ଘାଟରେ ଏକ ଅଘଟଣ ଘଟିଛି। ନଦୀରେ ଗାଧୋଉଥିବା ବେଳେ ଜଣେ ଯୁବକ ପାଣି ସ୍ରୋତରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri