ପାଟନା,୮।୧: ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଭାଜପା ନେତା ସୁଶୀଲ କୁମାର ମୋଦି ରବିବାର ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଟାର୍ଗେଟ୍ କରିଛନ୍ତି। ଜନସଂଖ୍ୟା ନିୟନ୍ତ୍ରଣ ପ୍ରସଙ୍ଗରେ ନୀତୀଶ ମହିଳାଙ୍କ ଉପରେ ଦେଇଥିବା ବିବାଦୀୟ ମନ୍ତବ୍ୟ ପାଇଁ ସେ କ୍ଷମା ମାଗିବା ଉଚିତ୍। ଆରଜେଡିରେ ସହ ସରକାର ଗଢିବା ପରେ ନୀତୀଶ କୁମାର ଭାଷାର ସମ୍ମାନ ହରାଇଛନ୍ତି ବୋଲି ସେ କହିଛନ୍ତି।
ସୁଶୀଲ ଆହୁରି ମଧ୍ୟ କହିଛନ୍ତି, ପ୍ରଜନନ ହାର ଏବଂ ଜନସଂଖ୍ୟା ନିୟନ୍ତ୍ରଣକୁ ହ୍ରାସ କରିବାକୁ ଭାଜପା ସମର୍ଥନ କରେ, କିନ୍ତୁ ନୀତୀଶ କୁମାର ଯେଉଁଭଳି ମନ୍ତବ୍ୟ ଦେଇଛନ୍ତି ତାହା ଅଶ୍ଳୀଳ ଅଟେ।
ସୂଚନାଯୋଗ୍ୟ, ବେଶାଳୀରେ ଆୟୋଜିତ ସାଧାରଣ ସଭାରେ ଉଦ୍ବୋଧନ ନୀତୀଶ କହିଛନ୍ତି, ମହିଳାମାନେ ଶିକ୍ଷିତ ନ ହେବା ପର୍ଯ୍ୟନ୍ତ ଜନସଂଖ୍ୟା ନିୟନ୍ତ୍ରଣକୁ ଆସିବ ନାହିଁ। ଯଦି ମହିଳାମାନେ ପାଠ ପଢିବେ ତେବେ ପ୍ରଜନନ ହାର ହ୍ରାସ ପାଇବ। ଏହା ହେଉଛି ବାସ୍ତବତା। ଏବେ ବି ମହିଳାମାନେ ଶିକ୍ଷିତ ନୁହନ୍ତି। ମହିଳାମାନେ ଅଶିକ୍ଷିତ ହୋଇଥିବା ବେଳେ ପୁରୁଷମାନେ ସେମାନଙ୍କ କାର୍ଯ୍ୟର ପରିଣାମ କଥା ଭାବୁ ନ ଥିବାରୁ ଜନସଂଖ୍ୟା ନିୟନ୍ତ୍ରଣ କରିପାରୁ ନାହିଁ।