ବ୍ରହ୍ମପୁର ବଜାରରେ ବିହାର ଲିଚୁର ଚାହିଦା ଅଧିକ

ବ୍ରହ୍ମପୁର ଅଫିସ,୧୯।୫: ରେଶମ ସହର ବ୍ରହ୍ମପୁରରେ ଗ୍ରୀଷ୍ମ ପ୍ରଭାବରେ ପ୍ରତିଦିନ ଉତ୍ତାପ ବଢ଼ୁଥିବାରୁ ପ୍ରବଳ ଗରମ ଅନୁଭୂତ ହେବା ସହ ପାରଦ ବଢ଼ିଚାଲିିଛି। ଅନ୍ୟପଟେ ବଜାରରେ କିଛି ଦିନ ହେବ ପ୍ରବେଶ କରିଛି ଖରାଦିନିଆ ଫଳ ଲିଚୁ। ଲିଚୁରେ ପ୍ରବଳ ମାତ୍ରାରେ ଭିଟାମିନ ସି, ବି-୬, ନିୟାସିନ, ଫୋଲେଟ, ମ୍ୟାଗ୍ନେସିୟମ, ଫସ୍‌ଫରସ୍‌, ରାଇବୋପ୍ଲୋବିନ ସମେତ ଅନେକ ପ୍ରକାର ପୋଷକ ତତ୍ତ୍ୱ ଥାଏ। ଯାହା ଶରୀରକୁ ଥଣ୍ଡା ରଖିବା ସହ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ମଧ୍ୟ ସହାୟକ ହୋଇଥାଏ। ଏହି କାରଣରୁ ବଜାରରେ ଲିଚୁର ଚାହିଦା ସର୍ବଦା ଅଧିକ ରହିଥାଏ, କିନ୍ତୁ ଚଳିତ ବର୍ଷ ଚାହିଦା ଅପେକ୍ଷା ଲିଚୁ ଦର ଅହେତୁକ ବୃଦ୍ଧି ପାଇଥିବାରୁ ବିକ୍ରି କମ ହେଉଥିବା ଦେଖିବାକୁ ମିଳିଛି। ବ୍ରହ୍ମପୁର ବଜାରରେ ବିକ୍ରି ହେଉଥିବା ଲିଚୁ ମୁଖ୍ୟତଃ ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗ,ବିହାର ଓ ଉତ୍ତରପ୍ରଦେଶରୁ ଅଧିକ ଆମଦାନୀ ହେବା ସହ ଓଡ଼ିଶାର ଫୁଲବାଣୀ ଓ ସମ୍ବଲପୁରରେ ଉପତ୍ାଦିତ ହେଉଥିବା ଲିଚୁ ମଧ୍ୟ ବ୍ରହ୍ମପୁର ବଜାରରେ ଉପଲବ୍ଧ ହୋଇପାରୁଛି। କିନ୍ତୁ ବିହାରରୁ ଆମଦାନୀ ହେଉଥିବା ଲିଚୁ ଦେଖିବାକୁ ଆକର୍ଷଣୀୟ ଓ ବେଶ୍‌ ସ୍ବାଦଯୁକ୍ତ ହୋଇଥିବାରୁ ଏହା କେଜି ପିଛା ସର୍ବାଧିକ ୧୬୦ ଟଙ୍କାରେ ବିକ୍ରି ହେବା ସହ ଏହାର ଚାହିଦା ରହିଛି। ବ୍ରହ୍ମପୁର ବଜାରରେ ବଡ଼ବଜାର, ସାନବଜାର ଛକ, ବିଭିନ୍ନ ଫଳ ଦୋକାନ ବ୍ୟତୀତ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ଖେଳପଡ଼ିଆ ରାସ୍ତା, ଅନ୍ନପୂର୍ଣ୍ଣା ବଜାରରେ ଲିଚୁ ବେଶି ପରିମାଣରେ ବିକ୍ରି ହେଉଥିବା ଦେଖିବାକୁ ମିଳୁଛି। ବିଗତ ବର୍ଷ ବଜାରରେ ଲିଚୁ କିଲୋ ପିଛା ୮୦ -୧୦୦ ଟଙ୍କା ଦରରେ ବିକ୍ରି ହେଉଥିବା ବେଳେ ଚଳିତ ବର୍ଷ ଦର ୧୩୦- ୧୬୦ ଟଙ୍କା ପ୍ରତି କିଲୋ ରହିଛି। ପୂର୍ବ ବର୍ଷମାନଙ୍କରେ ନିୟମିତ ପ୍ରାୟ ୫୦ରୁ ୭୦ କେଜି ଲିଚୁ ଦୈନିକ ଖୁଚୁରାରେ ବିକ୍ରି ହେଉଥିଲା। କିନ୍ତୁ ଚଳିତ ବର୍ଷ ମାତ୍ର ୨୦ରୁ ୩୦ କେଜି ବିକ୍ରି ହୋଇପାରୁଛି। ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଲିଚୁ ଦରବୃଦ୍ଧି ପାଇଛି ଯାହାଦ୍ୱାରା ଇଚ୍ଛା ଥିବା ସତ୍ତ୍ୱେ ଗ୍ରାହକ କିଣିବାକୁ ପଛଘୁଞ୍ଚା ଦେଉଥିବା ଖୁଚୁରା ବେପାରୀମାନଙ୍କଠାରୁ ପ୍ରକାଶ।


Enter your email to get our daily news in your inbox.

All Right Reserved By Dharitri.Com

ଘର ପଟ୍ଟା ଦାବିରେ ପୌର ଭୋଟ ବର୍ଜନ ନିଷ୍ପତ୍ତି

ରମ୍ଭା,୨୭।୨: ରମ୍ଭା ବିଜ୍ଞାପିତ ଅଞ୍ଚଳ ପରିଷଦର ତିନି ନମ୍ବର ୱାର୍ଡର ବ୍ରଜମୋହନପୁର ସାହିବାସୀଙ୍କ ପକ୍ଷରୁ ଆଗାମୀ ପୌର ଭୋଟ ବର୍ଜନ ପାଇଁ ନିଷ୍ପତ୍ତି ନିଆଯାଇଛି। ବ୍ରଜମୋହନପୁର...

ଗଞ୍ଜାମର ଦୁର୍ଦ୍ଦାନ୍ତ ଅପରାଧୀ କୈଳାସଙ୍କ ନା’ରେ ଲାଗିଲା ଏନ୍‌ଏସ୍‌ଏ

ବ୍ରହ୍ମପୁର ଅଫିସ ,୨୪।୬- ଗଞ୍ଜାମ ଜିଲାର ଅନ୍ୟତମ ଦୁର୍ଦ୍ଦାନ୍ତ ଅପରାଧି ତଥା ବଡବଜାର ଥାନା ଅନ୍ତର୍ଗତ ସିତାଢ଼ିମ୍ବିରା ସାହିର କୈଳାସ ଘଡେଇଙ୍କ ନାମରେ ଜାତୀୟ ନିରାପତ୍ତା...

ବ୍ରହ୍ମପୁରରେ ଆଂଶିକ ଶଟ୍‌ଡାଉନ୍‌

ବ୍ରହ୍ମପୁର ଅଫିସ,୫ା୪-ରାଜ୍ୟରେ କରୋନାରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ସମଗ୍ର ଜିଲାରେ ଆଂଶିକ ଶଟ୍‌ଡାଉନ୍‌...

ଭଞ୍ଜନଗର ପ୍ରବେଶ ପଥରେ ୨୪ ଘଣ୍ଟିଆ ପୋଲିସ ପଇଁତରା

ଭଞ୍ଜନଗର,୮।୪(ଡି.ଏନ.ଏ)- ଭଞ୍ଜନଗରର ସହରର ସମସ୍ତ ପ୍ରବେଶ ପଥ ସମ୍ମୁଖରେ ବୁଧବାର ସକାଳୁ ୨୪ ଘଣ୍ଟିଆ ପୋଲିସ ପଇଁତରା ବ୍ୟବସ୍ଥା କରାଯାଇଛି। ପୋଲିସ କର୍ମଚାରୀମାନେ ପ୍ରବେଶ ପଥ...

ଭଞ୍ଜନଗରରେ ବିଜେଡି ଆଗୁଆ

ଭଞ୍ଜନଗର,୨୩।୫(ଡି.ଏନ୍‌.ଏ.)- ଭଞ୍ଜନଗର ନିର୍ବାଚନ ମଣ୍ଡଳୀରେ ପ୍ରଥମ ରାଉଣ୍ଡ ଗଣତି ଶେଷ ହୋଇଛି। ଏଥିରେ ବିଜେଡି ପ୍ରାର୍ଥୀ ବିକ୍ରମ କେଶରୀ ଆରୁଖ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପାର...

ଜିଲାପାଳଙ୍କୁ ଭେଟିଲେ ଠକେଇର ଶିକାର ଛାତ୍ରୀଛାତ୍ର

ଫୁଲବାଣୀ ଅଫିସ, ୨୧ା୬- ଭୁବନେଶ୍ୱରରେ ଏକ ଶିକ୍ଷା ଅନୁଷ୍ଠାନରେ ମାଗଣା ପଢ଼ିବା, ରହିବା, ଖାଇବା ଇତ୍ୟାଦି ପ୍ରଲୋଭନ ଦେଖାଇ କନ୍ଧମାଳର ଜଣେ ଯୁବକ ପାଖାପାଖି ୨୦...

ବର୍ଷା ସହ କୁଆପଥର ମାଡ଼

ଆସିକା,୧୮ା୪: ଗଞ୍ଜାମ ଜିଲା ଆସିକା ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ବର୍ଷା ସହ କୁଆପଥର ମାଡ ହୋଇଥିଲା। ଗତ ୪ଦିନ ହେଲା ଅଞ୍ଚଳରେ ପ୍ରବଳ...

ବାର୍‌ହା ଆକ୍ରମଣରେ ୭ ଗୁରୁତର

ହିିଞ୍ଜିଳିକାଟୁ,୪ା୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ ବ୍ଲକ ତଥା ବ୍ରହ୍ମପୁର ସଦର ଥାନା ଏ ଚନ୍ଦ୍ରମଣିପୁର ଗ୍ରାମରେ ଗୁରୁବାର ପୂର୍ବାହ୍ନରେ ବାର୍‌ହା ଆକ୍ରମଣରେ ୭ଜଣ ଗୁରୁତର ହୋଇଛନ୍ତି।...

Advertisement
Archives

Model This Week