Posted inଜାତୀୟ

ବିହାର ରାଜନୀତିରେ ନୂଆ ଟୁଇଷ୍ଟ୍‌: ଉପେନ୍ଦ୍ର କୁଶୱାହା କହିଲେ, ‘ଅଲ୍‌ ଇଜ୍‌ ଓ୍ବେଲ୍‌’

ପାଟନା,୯।୬: ବିହାରରେ ରାଜନୈତିକ ହଲ୍‌ଚଲ୍‌ ଦେଖିବାକୁ ମିଳିଛି। ରାଜ୍ୟରେ ଭାଜପା ଏବଂ ଜେଡିୟୁ ମଧ୍ୟରେ ଫାଟ ସୃଷ୍ଟି ହୋଇଥିବା ଚର୍ଚ୍ଚା ହେଉଛି। ଏଭଳି ଚର୍ଚ୍ଚା ଭିତରେ ମଙ୍ଗଳବାର ଏକ ନୂଆ ଟୁଇଷ୍ଟ୍‌ ଆସିଛି। ଜେଡିୟୁ ନେତା ଉପେନ୍ଦ୍ର କୁଶୱାହା କହିଛନ୍ତି, ଜେଡିୟୁ ଏବଂ ଭାଜପା ସରକାରରେ ଅଲ୍‌ ଇଜ୍‌ ଓ୍ବେଲ୍‌ ଅର୍ଥାତ୍‌ ସବୁକିଛି ଠିକ ଅଛି। ବର୍ତ୍ତମାନ ସମୟରେ କୌଣସି ଅସୁବିଧା ନାହିଁ। ଭବିଷ୍ୟତରେ କଣ ହେବ, ଏହା କହିବା କଷ୍ଟକର।
ସୂଚନାଯୋଗ୍ୟ, କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଜେଡିୟୁର ଜଣେ ମାତ୍ର ସଦସ୍ୟଙ୍କୁ ମନ୍ତ୍ରୀ କରାଯିବ ବୋଲି ଭାଜପା ପ୍ରସ୍ତାବ ଦେଇଥିଲା। ନୀତିଶ କୁମାର ଭାଜପାର ଏହି ପ୍ରସ୍ତାବକୁ ଅଗ୍ରାହ୍ୟ କରିଥିଲେ। କିନ୍ତୁ ଜେଡିୟୁର ଅନ୍ୟତମ ବରିଷ୍ଠ ନେତା ଆରସିପି ସିଂହ ଭାଜପାର ପ୍ରସ୍ତାବକୁ ଗ୍ରହଣ କରି କେନ୍ଦ୍ରମନ୍ତ୍ରୀ ହୋଇଥିଲେ। ହେଲେ ତାଙ୍କର ରାଜ୍ୟ ସଭା କାର୍ଯ୍ୟକାଳ ପୂରଣ ହୋଇଯିବାରୁ ଜେଡିୟୁ ତାଙ୍କୁ ଆଉ ଥରେ ପ୍ରାର୍ଥୀ କରି ନ ଥିଲା। ଫଳରେ ସେ ଗଥ ଶନିବାର ଦଳରୁ ଇସ୍ତଫା ଦେଇଥିଲେ। ଇସ୍ତଫା ଦେବା ପରେ ଆରସିପି ସିଂ ନୀତିଶ କୁମାରଙ୍କୁ ସମାଲୋଚନା କରି ସାତ ଜନ୍ମ ଚାଲିଗଲେ ସେ ପ୍ରଧାନମନ୍ତ୍ରୀ ହୋଇ ପାରିବେ ନାହିଁ। ଜେଡିୟୁ ଗୋଟିଏ ବୁଡାଜାହାଜ ବୋଲି କହିଥିଲେ। ଆରସିପି ସିଂଙ୍କ ଇସ୍ତାଫା ହିଁ ଭାଜପା ଏବଂ ଜେଡିୟୁ କଳିର ମୁଖ୍ୟ କାରଣ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ କମିଲା ସଂକ୍ରମଣ: ଆଜି ୩୬,୫୭୧ ଆକ୍ରାନ୍ତ ଚିହ୍ନଟ, ୫୪୦ ମୃତ

ନୂଆଦିଲ୍ଲୀ,୨୦ା୮: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୬,୫୭୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୪୦ ଜଣଙ୍କ ମୃତ୍ୟୁ ଘଟିଛି। ଭାରତରେ ବର୍ତ୍ତମାନ ଆକ୍ଟିଭ...

ନିଆରା ପ୍ରେମ: ସ୍ତ୍ରୀଙ୍କ ଅସ୍ଥି ସହ ୨୭ବର୍ଷ ହେଲା ରହୁଛନ୍ତି ଭୋଳାନାଥ

ଏକ ନିଆରା ପ୍ରେମ କାହାଣୀ। ପ୍ରେମ ଆଉ ଭଲ ପାଇବାର କାହାଣୀ ତ ଆପଣ ବହୁତ ଶୁଣିଥିବେ ଓ ପଢିଥିବେ ନିଶ୍ଚୟ। ତେବେ ସେ ଲୈଲା-ମଜନୁଙ୍କ...

ଅଖିଳେଶଙ୍କ କାର୍କେଡରେ ବଡ଼ ଦୁର୍ଘଟଣା: ପଛକୁ ପଛ ପିଟି ହେଲା ୪ଗାଡ଼ି

ହର୍ଦ୍ଦୋଇ,୩।୨: ସାମାଜବାଦୀ ପାର୍ଟି(ଏସ୍‌ପି)ର ଅଧ୍ୟକ୍ଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ସହ ଜଡ଼ିତ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଉତ୍ତରପ୍ରଦେଶର ହର୍ଦ୍ଦୋଇରେ ଅଖିଳେଶଙ୍କ...

କେରଳ ଜେଲ୍‌ରେ କରୋନା ବିସ୍ଫୋରଣ…

ଥିରୁଭାନନ୍ତପୁରମ୍‌୍‌, ୨୨।୧ : କେରଳର ଥିରୁଭାନନ୍ତପୁରମ୍‌ଠାରେ ଥିବା ପୂଜାପୁରା କେନ୍ଦ୍ରୀୟ ଜେଲ୍‌ରେ କରୋନା ବିସ୍ଫୋରଣ ଘଟିଛି। ଜେଲର ୨୬୨ କଏଦୀଙ୍କ ନମୁନା ରିପୋର୍ଟ କରୋନା ପଜିିଟିଭ୍‌...

ଭାଜପା ବିଧାୟକଙ୍କ ବିରୋଧରେ ହତ୍ୟା ମାମଲା

ଲକ୍ଷ୍ନୌ,୩୦ା୭(ପି.ଟି.): ରବିବାର ସଡ଼କ ଦୁର୍ଘଟଣାରେ ଉନ୍ନାଓ ପୀଡ଼ିତା ଓ ତାଙ୍କ ଓକିଲ ଗୁରୁତର ଆହତ ହୋଇଥିବାବେଳେ ତାଙ୍କର ଖୁଡୀ ଓ ମାଉସୀ ପ୍ରାଣ ହରାଇଥିଲେ। ଏହି...

ଅଗଷ୍ଟ ୨୯ରେ ଫିଟ୍‌ ଇଣ୍ଡିଆ ମୁଭମେଣ୍ଟର ଶୁଭାରମ୍ଭ କରିବେ ମୋଦି

ନୂଆଦିଲ୍ଲୀ,୨୬।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଫିଟ୍‌ ଇଣ୍ଡିଆ ମୁଭମେଣ୍ଟର ଶୁଭାରମ୍ଭ ଆସନ୍ତା ୨୯ ତାରିଖରେ କାରାଯିବ। ଏହାର ଉଦ୍ଦେଶ୍ୟ ହେଉଛି ସମସ୍ତ ନାଗରିକଙ୍କୁ ସୁସ୍ଥ...

ଦେଶରେ ୧,୦୪୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,୧।୧୧: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ଶୁକ୍ରବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧,୦୪୬ ନୂଆ...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଚାଲିଗଲା ୧୦ ଜୀବନ

ମୁମ୍ବାଇ,୧୩।୧: ମହାରାଷ୍ଟ୍ରର ଶିରିଡିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଶିରିଡିି ରାଜପଥରେ ପାଥେର ନିକଟରେ ଏକ ବସ ଏବଂ ଟ୍ରକ ମୁହାଁମୁହିଁ ଧକ୍କା...

Advertisement
Archives

Model This Week