Posted inଖେଳ

ରଗବୀରେ ଓଡ଼ିଶା ମହିଳା ଦଳର ବୃହତ ବିଜୟ

ଅହମ୍ମଦାବାଦ,୨୯ା୯(ପି.ଟି.): ବୁଧବାର ଠାରୁ ଗୁଜରାଟରେ ଆରମ୍ଭ ହୋଇଛି ୩୬ ତମ ଜାତୀୟ କ୍ରୀଡା। ଜାତୀୟ କ୍ରୀଡାର ପ୍ରଥମ ଦିନରେ ରାଜ୍ୟଗୋଷ୍ଠୀ ସ୍ବର୍ଣ୍ଣ ବିଜେତା ନୟନମୋନି ସାଇକିଆ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ବେଳେ ରଗବୀ ୭ଏସରେ ଏକପାଖିଆ ବିଜୟ ହାସଲ କରିଛି ଓଡ଼ିଶା ମହିଳା ଦଳ। ଲନ୍‌ ବୋଲ୍ସରେ ନୟନମୋନି ଦୁଇଟି ସିଙ୍ଗଲ୍ସ ଓ ଗୋଟିଏ ଟିମ୍‌ ମ୍ୟାଚ ଜିତିବାରେ ସମର୍ଥ ହୋଇଛନ୍ତି। କେନ୍ସଭିଲ ଗଲ୍ଫ ଓ କଣ୍ଟ୍ରି କ୍ଲବରେଏହି ମ୍ୟାଚ ଖେଳା ଯାଇଥିବା ବେଳେ ସିଙ୍ଗଲ୍ସ ବର୍ଗରେ ନୟନମୋନି ଗୁଜରାଟର ବୈଶାଳୀ ମକଭାନାଙ୍କୁ ୨୩-୦ରେ ଓ ପଶ୍ଚିମ ବଙ୍ଗର ବୀଣା ଶାହଙ୍କୁ ୨୧-୧୦ରେ ପରାସ୍ତ କରିଥିଲେ। ଏହା ପରେ ଲନ ବୋଲ୍ସରେ ଫୋର କମ୍ପିଟେସନରେ ଆସାମ ପକ୍ଷରୁ ଖେଳିଥିଲେ ସାଇକିଆ। ଏହି ମ୍ୟାଚରେ ଆସାମ ୩୩-୩ରେ ବିଜୟୀ ହୋଇଥିଲା। ସେହିପରି ନେଟବଲ୍‌ରେ ସେମି ଫାଇନାଲରେ ପ୍ରବେଶ କରିଛି ଗୁଜରାଟ। ଗ୍ରୁପ ଏରେ ପଞ୍ଜାବ ଦଳକୁ ୫୭-୩୩ରେ ପରାସ୍ତ କରି ଗୁଜରାଟ ସେମିରେ ପ୍ରବେଶ କରିଛି। ସେମିରେ ଗୁଜରାଟ ଗ୍ରୁପ ବି ଟପ୍ପରକୁ ଭେଟିବ। ଅନ୍ୟ ସେମିଫାଇନାଲଟି ଗ୍ରୁପ ଏ ଟପ୍ପର ହରିଆଣା ଖେଳିବ।

ଇକେଏ ଟ୍ରାନ୍ସଷ୍ଟାଡିଆରେ ଖେଳା ଯାଉଥିବା ରଗବୀ ୭ଏସ୍‌ ପୁରୁଷ ମୁକାବିଲାରେ ସେମି ଫାଇନାଲ ବର୍ଥ ସୁରକ୍ଷିତ କରିଛନ୍ତି ଦିଲ୍ଲୀ ଓ ପଶ୍ଚିମବଙ୍ଗ। ଦିଲ୍ଳୀ ୨୬-୦ରେ ପଞ୍ଜାବ ଓ ୧୪-୧୦ରେ ଓଡ଼ିଶାକୁ ହରାଇଥିଲା। ସେହିପରି ପଶ୍ଚିମବଙ୍ଗ ୨୪-୭ ଓ ୨୨-୧୨ ପଏଣ୍ଟରେ ଯଥାକ୍ରମେ ଓଡ଼ିଶା ଓ ପଞ୍ଜାବକୁ ହରାଇଥିଲା। ରଗବୀ ୭ଏସ୍‌ ମହିଳା ବର୍ଗରେ ଗ୍ରୁପ ବିରେ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି ପଶ୍ଚିମବଙ୍ଗ ଓ ଓଡ଼ିଶା। ପଶ୍ଚିମବଙ୍ଗ ୨୯-୫ରେ ଚଣ୍ଡୀଗଡକୁ ହରାଇଥିବା ବେଳେ କେରଳକୁ ୬୪-୦ରେ ଏକପାଖିଆ ଭାବରେ ପରାସ୍ତ କରିଥିଳଲା ଓଡ଼ିଶା। ଗ୍ରୁପ ଏରେ ହରିଆଣା ୨୮-୦ରେ ଗୁଜରାଟକୁ,ମହାରାଷ୍ଟ୍ର ୧୯-୧୦ରେ ଦିଲ୍ଲୀକୁ ଓ ବିହାର ୪୪-୦ରେ ଘରୋଇ ଦଳକୁ ପରାସ୍ତ କରିଥିଲା। ସେହିପର ସର୍ଭିସେସ ଓ ମହାରାଷ୍ଟ୍ର ମଧ୍ୟରେ ମ୍ୟାଚ ୧୪-୧୪ରେ ଡ୍ର ରହିଥିଲା।

ଆଜିଠୁ ଶୁଟିଂ ପ୍ରତିଯୋଗିତା: ଗୁରୁବାର ଠାରୁ ସ୍ଥାନୀୟ ରାଇଫଲ୍‌ କ୍ଲବରେ ଶୁଟିଂ ପ୍ରତିଯୋଗିତା ଅନୁଷ୍ଠିତ ହେବ। ୨୫ ମିଟର ରାପିଡ୍‌ ଫାୟାର ପିସ୍ତଲ ବର୍ଗରେ ପ୍ରଥମ ପର୍ଯ୍ୟାୟ ମୁକାବିଲା ଆରମ୍ଭ ହେବାକୁ ଯାଉଛି। ହରିଆଣାର ଅନୀଷ ଭନଓ୍ବାଲା, ପଞ୍ଜାବର ବିଜୟବୀର ସିଦ୍ଧୁ, ୨୦୧୨ ଅଲିମ୍ପିକ୍ସ ପଦକ ବିଜେତା ହିମାଚଳ ପ୍ରଦେଶର ବିଜୟ କୁମାର ଓ ସର୍ଭିସେସର ଗୁରପ୍ରୀତ ସିଂଙ୍କ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିବ।

 


Enter your email to get our daily news in your inbox.

All Right Reserved By Dharitri.Com

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?