Advertisement
Posted inଖେଳ

ଜାତୀୟ କ୍ରୀଡ଼ାରେ କିଟ୍‌ର ୩୦ ପ୍ରତିଯୋଗୀ

ଭୁବନେଶ୍ୱର, ୨୯।୯ (କ୍ରୀଡ଼ା ପ୍ରତିନିଧି): ଜାତୀୟ କ୍ରୀଡ଼ାର ୩୬ତମ ସଂସ୍କରଣ ଗୁରୁବାର ଗୁଜରାଟରେ ଉଦ୍‌ଘାଟିତ ହେବ। ଏହାର ବିଭିନ୍ନ ପ୍ରତିଯୋଗିତାର ମ୍ୟାଚ କିନ୍ତୁ ଗତ ୨୬ ତାରିଖରୁ ଆରମ୍ଭ ହୋଇଯାଇଛି। ପ୍ରତିଯୋଗିତାରେ କିଟ୍‌ ଓ କିସ୍‌ର ୩୦ ପ୍ରତିଯୋଗୀ ଓ ୩ ଅଫିସିଆଲ ଅଂଶଗ୍ରହଣ କରୁଛନ୍ତି। ଏହା ମଧ୍ୟରେ ୨୨ ମହିଳା ଓ ୮ ପୁରୁଷ ପ୍ରତିଯୋଗୀ ସାମିଲ। କିଟ୍‌ ପ୍ରତିଯୋଗୀମାନେ ଆର୍ଚେରୀ, ଆଥଲେଟିକ୍ସ, ସାଇକ୍ଲିଂ, ହକି, ଖୋ ଖୋ, ରୋଇଂ, ରଗ୍‌ବୀ, ଶୁଟିଂ ଓ ଭାରୋତ୍ତୋଳନ ଆଦି ୯ଟି ଇଭେଣ୍ଟରେ ଭାଗନେବେ।

ପ୍ରମୁଖ ଖେଳାଳିଙ୍କ ମଧ୍ୟରେ ଦୂତୀ ଚାନ୍ଦ, ଶ୍ରାବଣୀ ନନ୍ଦ, ଅମିୟ କୁମାର ମଲିକ, ଲାଲୁ ପ୍ରସାଦ ଭୋଇ, ସ୍ବସ୍ତି ସିଂ, ଲିଲିମା ମିଞ୍ଜ, ସୁନୀତା ଲାକ୍ରା, ଶ୍ରୀୟଙ୍କା ଷଡ଼ଙ୍ଗୀ, ସ୍ନେହା ସୋରେନ ପ୍ରମୁଖ ରହିଛନ୍ତି। କିଟ୍‌ର ମହାନିର୍ଦ୍ଦେଶକ ଗଗନେନ୍ଦୁ ଦାଶ ଭଲିବଲ ଟେକ୍ନିକାଲ କମିଟି ଚେୟାରମ୍ୟାନ ନିଯୁକ୍ତ ହୋଇଥିବାବେଳେ ରାଜେଶ ହାଂସଦା ଓଡ଼ିଶା ଆର୍ଚେରୀ ଟିମ୍‌ର କୋଚ୍‌, କନ୍ଦନ ମୁର୍ମୁ ଜୁଡୋ ଏବଂ ବିଶ୍ୱଜିତ ଦାସ ଭଲିବଲ୍‌ର ବୈଷୟିକ ଅଧିକାରୀଭାବେ ଦାୟିତ୍ୱ ତୁଲାଇବେ। କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ତଥା ଏମ୍‌ପି ସମସ୍ତ ପ୍ରତିଯୋଗୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସେଲ୍ଫ-କ୍ୱାରାଣ୍ଟାଇନ୍‌ରେ ସାଙ୍ଗାକରା

କଲମ୍ବୋ, ୨୨।୩- ଘାତକ କରୋନା ଭାଇରସ୍‌ର ପ୍ରକୋପକୁ ନଜରରେ ରଖି ଶ୍ରୀଲଙ୍କାର ପୂର୍ବତନ କ୍ରିକେଟର୍‌ ତଥା ଅଧିନାୟକ କୁମାର ସାଙ୍ଗାକରା ସେଲ୍ଫ-କ୍ୱାରାଣ୍ଟାଇନରେ ରହିଛନ୍ତି। ଶ୍ରୀଲଙ୍କା ସରକାରଙ୍କ...

ସେଞ୍ଚୁରିଆନରେ ସେଞ୍ଚୁରି

ସେଞ୍ଚୁରିଆନ,୨୬।୧୨: ଭାରତୀୟ ଓପନର ଲୋକେଶ ରାହୁଲ ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟର ପ୍ରଥମ ଦିନରେ ଶତକ ହାସଲ କରିଛନ୍ତି। ଏହା ତାଙ୍କ କ୍ୟାରିୟରର ୭ମ...

‘ବ୍ଲାକମେଲ କରିବା ସହ ହାତରେ ଟଙ୍କା ଦେଇଥିଲେ, କିନ୍ତୁ ମୁଁ ସ୍ପଟ୍‌ ଫିକ୍ସିଂ କରି ନାହିଁ’

ହରାରେ,୨୪।୧: ଅନ୍ତର୍ଜାତୀୟ କ୍ରିକେଟ୍‌ରେ ସ୍ପଟ୍‌ ଫିକ୍ସିଂ କରିବା ପାଇଁ ଜଣେ ଭାରତୀୟ ବ୍ୟବସାୟୀ ୧୫ ହଜାର ଡଲାର (୧୧ ଲକ୍ଷରୁ ଊର୍ଦ୍ଧ୍ୱ) ଦେଇଥିଲେ। କିନ୍ତୁ ଏ...

ଦିନିକିଆ ସିରିଜ ପୂର୍ବରୁ ଟିମ୍‌ ଇଣ୍ଡିଆରେ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧୬।୮: ଭାରତ ଏବଂ ଜିମ୍ବାଓ୍ବେ ମଧ୍ୟରେ ଅଗଷ୍ଟ ୧୮ରୁ ଦିନିକିଆ ସିରିଜ ଖେଳାଯିବ। ଏହାକୁ ନେଇ କେ.ଏଲ୍‌. ରାହୁଲ ନେତୃତ୍ୱାଧୀନ ଭାରତୀୟ ଟିମ୍‌ ହାରାରେରେ ଅଭ୍ୟାସ...

ସଲମାନ, ଶାହରୁଖଙ୍କୁ ପଛରେ ପକାଇଲେ କୋହଲି

ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି କ୍ରିକେଟ ପଡିଆରେ ଅନେକ ରେକର୍ଡ ହାସଲ କରିଛନ୍ତି। କ୍ରିକେଟରେ ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗୁଥିବା କୋହଲିଙ୍କ ବ୍ରାଣ୍ଡ୍‌...

ମେଲବୋର୍ନ ଟେଷ୍ଟରେ ଭାରତର ଦବ୍‌ଦବା: ୧୯୫ ରନ୍‌ରେ ଅଷ୍ଟ୍ରେଲିଆ ଅଲ୍‌ଆଉଟ୍‌

ମେଲବୋର୍ନ,୨୫।୧୨: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଭାରତୀୟ ଦଳ ଭଲ ପ୍ରଦର୍ଶନ କରିଛି। ଶନିବାର ମ୍ୟାଚ୍‌ର ପ୍ରଥମ ଦିନରେ ଅଷ୍ଟ୍ରେଲିଆ ଦଳ ୧୯୫ରନ୍‌ରେ ଅଲଆଉଟ୍‌...

ବେଲଜିୟମ କୋଚ୍‌ ମାର୍ଟିନେଜଙ୍କ କାର୍ଯ୍ୟକାଳ ବୃଦ୍ଧି

ବ୍ରସେଲ୍ସ,୪।୫(ଏଏଫ୍‌ପି): ବେଲ୍‌ଜିୟମ ଫୁଟବଲ କୋଚ୍‌ ରୋବେର୍ଟୋ ମାର୍ଟିନେଜଙ୍କ କାର୍ଯ୍ୟକାଳ ବୃଦ୍ଧି ହୋଇଛି। କାତାରରେ ଆୟୋଜନ ହେବାକୁ ଥିବା ଫିଫା ବିଶ୍ୱକପ୍‌ ପର୍ଯ୍ୟନ୍ତ ସେ କୋଚ୍‌ ପଦରେ...

ହ୍ୟାଟ୍ରିକ ମ୍ୟାନ୍‌ ଚହରଙ୍କୁ୍‌ ପୂର୍ବତନ କ୍ରିକେଟରଙ୍କ ପ୍ରଶଂସା

ନୂଆଦିଲ୍ଲୀ,୧୧।୧୧- ଅନ୍ତର୍ଜାତୀୟ ଟି୨୦ରେ ପ୍ରଥମ ଭାରତୀୟ ଭାବେ ହ୍ୟାଟ୍ରିକ ଉଇକେଟ ହାସଲ କରିବା ପରେ ମିଡିୟମ ପେସର ଦୀପକ ଚହରଙ୍କୁ ପ୍ରଶଂସାର ସୁଅ ଛୁଟିଛି। ପୂର୍ବତନ...

Advertisement
Archives

Model This Week