Posted inଫୁରସତ

ବଡ଼ ପଗଡ଼ି

ରାଜସ୍ଥାନ, ବିକାନେର୍‌ର ଯୁବକ ପବନ ବ୍ୟାସ ସବୁଠାରୁ ବଡ଼ ପଗଡ଼ି ବାନ୍ଧିବାରେ ରେକର୍ଡ କରିଛନ୍ତି। ୧୦୮ ପ୍ରକାର ପଗଡ଼ି ବାନ୍ଧିବାରେ ଧୁରନ୍ଧର ପବନ ୧୫୬୯ ଫୁଟ୍‌ ଲମ୍ବର ପଗଡ଼ିକୁ ବିନା ହେୟାର ପିନ୍‌ ଓ ଅଠାର ସାହାଯ୍ୟ ନେଇ ମୁଣ୍ଡରେ ବିରାଟକାୟ ପଗଡି ବାନ୍ଧି ଓ୍ବାର୍ଲଡ ବୁକ୍‌ ଅଫ୍‌ ରେକଡର୍‌ସରେ ସ୍ଥାନ ପାଇଛନ୍ତି। କେବଳ ସେତିକି ନୁହେଁ, ୨୦୧୯ରେ ସେ ନିଜ ହାତର ୫ ଆଙ୍ଗୁଳିର ଟିପ୍ସରେ ୧ ସେ.ମି.ରୁ ୩. ସେ.ମି.ର ବିଭିନ୍ନ ପ୍ରକାର ପଗଡି ବାନ୍ଧି ମଧ୍ୟ ରେକର୍ଡ କରିଥିଲେ। ପବନ କହନ୍ତି, ”ବଦଳୁଥିବା ଜୀବନଶୈଳୀ ସହ ଆମର ପୋଷାକ ପରିପାଟୀରେ ବି ପରିବର୍ତ୍ତନ ଆସିଛି। ତେଣୁ ଏବେ ପଗଡ଼ି ପିନ୍ଧିବାର ସଉକ କମିବାରେ ଲାଗିଛି, ଯାହାକୁ ପିନ୍ଧିବା ଦିନେ ଗର୍ବର କଥା ମନେ କରାଯାଥିଲା। ତେଣୁ ମୋ ଉଦ୍ଦେଶ୍ୟ ହେଉଛି ପୁରୁଣା ପରମ୍ପରା ଓ ସଂସ୍କୃତିକୁ ବଞ୍ଚାଇ ରଖିବା। ସେଥିପାଇଁ ଦୀର୍ଘ ୧୧ ବର୍ଷ ହେବ ମୁଁ ପଗଡ଼ି ବାନ୍ଧିବା କାମ କରୁଛି।“ ପଗଡ଼ି ବାନ୍ଧିବା କୌଶଳ ପାଇଁ ୪ଦଶକ ଧରି ତାଙ୍କ ପରିବାରକୁ ସ୍ଥାନୀୟ ଲୋକେ ‘ସାଫେ ବାଲା ବ୍ୟାସଜୀ’ ବୋଲି କୁହନ୍ତି । ତା’ଛଡ଼ା ପବନ ପଗଡ଼ିକୁ ନେଇ କରୁଥିବା ଅସାଧାରଣ କୌଶଳ ଓ ରେକର୍ଡ ତାଙ୍କ ସହରର ନାମ ସାରା ଦୁନିଆରେ ପରିଚିତ ହୋଇପାରିଛି।


Enter your email to get our daily news in your inbox.

All Right Reserved By Dharitri.Com

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

ପ୍ରଥମ ରୋଜଗାର ବୋଉକୁ ଦେଇଥିଲି: ଲଳିତ କୁମାର

ମୋର ଜନ୍ମ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ନନ୍ଦଳା ଗ୍ରାମରେ। ମାତା ପାର୍ବତୀ ସ୍ବାଇଁ ଓ ପିତା ଭିକାରୀ ସ୍ବାଇଁଙ୍କର ତିନିପୁଅଙ୍କ ଭିତରେ ମୁଁ...

‘ଆଉ ଥରେ ଜନ୍ମ ହେଲେ କବିଟିଏ ହୋଇ ଜନ୍ମ ହେବି’

ଏକାଧାରରେ ସେ ଜଣେ କବି, ଗାଳ୍ପିକ ଓ ନାଟ୍ୟକାର। ଦୀର୍ଘ ୪ଦଶନ୍ଧି ଧରି ତାଙ୍କ ଲେଖନୀ ମୁନରେ ଫୁଟେଇଛନ୍ତି ଏକାଧିକ ଗଳ୍ପ, କବିତା ଓ ନାଟକ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri