ବାଇଡେନ୍‌ଙ୍କ ପାଇଁ ବଡ଼ ପରୀକ୍ଷା

ଓ୍ବାଶିଂଟନ୍‌, ୩୦ା୧୦: ଆମେରିକାରେ ମିଡ୍‌ଟର୍ମ ଇଲେକ୍ସନକୁ ଆଉ ମାତ୍ର ୧୧ ଦିନ ଥିବାବେଳେ ଉଚ୍ଚ ମୁଦ୍ରାସ୍ଫୀତି, ଗର୍ଭପାତ ଅଧିକାର ଆଦି ପ୍ରସଙ୍ଗ ଶାସକ ଡେମୋକ୍ରାଟିକ୍‌ ପାର୍ଟି ପାଇଁ ଚିନ୍ତାର କାରଣ ପାଲଟିଛି। ଫଳରେ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ଉପରେ ଲୋକଙ୍କ ଭରସା ବଢ଼ିପାରିନାହିଁ। ପ୍ରାୟ ସମସ୍ତ ଜନମତ ସର୍ଭେ ଅନୁସାରେ ବାଇଡେନ୍‌ଙ୍କ ଆପ୍ରୁଭାଲ ରେଟିଂରେ ସାମାନ୍ୟ ସୁଧାର ଆସିଛି। ଅନ୍ୟପକ୍ଷରେ ୨୦୨୪ ରାଷ୍ଟ୍ରପତି ନିର୍ବାଚନରେ ପୂର୍ବତନ ରାଷ୍ଟ୍ରପତି ତଥା ରିପବ୍ଲିକାନ୍‌ ଡୋନାଲ୍ଡ ଟ୍ରମ୍ପ୍‌ ପ୍ରାର୍ଥୀ ହେବାକୁ ଯାଉଥିବାବେଳେ ତାଙ୍କ ଆପ୍ରୁଭାଲ ରେଟିଂ ଖରାପରୁ ଆହୁରି ଖରାପ ହୋଇଛି।

ରାଷ୍ଟ୍ରପତିଙ୍କ ୪ ବର୍ଷ କାର୍ଯ୍ୟକାଳ ମଧ୍ୟରେ ହେଉଥିବା ନିର୍ବାଚନକୁ ମିଡ୍‌ଟର୍ମ ବା ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ କୁହାଯାଏ। ଆସନ୍ତା ନଭେମ୍ବର ୮ରେ ଅନୁଷ୍ଠିତ ହେବାକୁ ଥିବା ଏହି ଭୋଟକୁ ଶାସକ ଦଳ ପ୍ରଦର୍ଶନର ମାପକାଠି ବୋଲି ମଧ୍ୟ ବିବେଚନା କରାଯାଏ। ଏଥିରେ ଆମେରିକା କଂଗ୍ରେସର ନିମ୍ନସଦନ ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍‌ର ସମସ୍ତ ୪୩୫ ଆସନ ଏବଂ ଉଚ୍ଚସଦନ ବା ସିନେଟ୍‌ର ୧୦୦ ଆସନରୁ ୩୫ଟିରେ ନିର୍ବାଚନ ହେବ। ଏହାସହ ୩୯ ପ୍ରଦେଶରେ ଗଭର୍ନର ନିର୍ବାଚନ ସହ ଆଞ୍ଚଳିକ ସ୍ତରରେ ମଧ୍ୟ ଇଲେକ୍ସନ ଅନୁଷ୍ଠିତ ହେବ। ଏହାର ଫଳାଫଳ ପ୍ରକାଶ ପାଇବା ପରେ ୧୧୮ତମ ଆମେରିକା କଂଗ୍ରେସକୁ ନୂଆ ସଦସ୍ୟ ଆସିବେ। ଏବେ ସିନେଟରେ ୫୦-୫୦ ଡେମୋକ୍ରାଟ୍‌ ଏବଂ ରିପବ୍ଲିକାନ୍‌ ସଦସ୍ୟ ରହିଛନ୍ତି।

ସେହିପରି ହାଉସ୍‌ ଅପ୍‌ ରିପ୍ରେଜେଣ୍ଟେଟିଭ୍‌ସରେ ରିପବ୍ଲିକାନ୍‌ଙ୍କ ସଂଖ୍ୟା ୨୧୨ ଥିବାବେଳେ ଡେମୋକ୍ରାଟ୍‌ଙ୍କ ସଂଖ୍ୟା ୨୨୦ ରହିଛି। ୩ଟି ଆସନ ଖାଲି ପଡ଼ିଛି। ମିଡ୍‌ଟର୍ମ ଇଲେକ୍ସନ୍‌ରେ ଉଭୟ ଡେମୋକ୍ରାଟିକ୍‌ ଏବଂ ରିପବ୍ଲିକାନ୍‌ ପାର୍ଟି ନିଜ ପ୍ରାର୍ଥୀଙ୍କୁ ବିଜୟୀ କରି ଉଭୟ ଗୃହରେ ସଂଖ୍ୟାଗରିଷ୍ଠତା ହାସଲ ପାଇଁ ଉଦ୍ୟମ ଚଳାଇଛନ୍ତି। ତେବେ ବାଇଡେନ୍‌ଙ୍କ ଉପରେ ଭରସା କମିବା ରିପବ୍ଲିକାନ୍‌ ପାର୍ଟିକୁ ଲାଭ ଦେଇପାରେ। କୁକ୍‌ ପଲିଟିକାଲ ରିପୋର୍ଟ, ଆମେରିକାନ ଏନ୍‌ସାଇକ୍ଲୋପିଡିଆ ଅଫ୍‌ ପଲିଟିକ୍ସ, ବାଲୋଟପେଡିଆ ଆଦି ଏଜେନ୍ସିର ରେସ୍‌ ରେଟିଂ ଅନୁସାରେ ଫ୍ଲୋରିଡା, ଇଓଓ୍ବା, ନର୍ଥ କାରୋଲିନା, ଓହିଓ, ଟେକ୍ସାସ୍‌, ଆରିଜୋନା, ଜିଓର୍ଜିଆ, ମିଶିଗାନ୍‌, ମିନେସୋଟା, ନେଭେଡା, ନ୍ୟୁ ହାମ୍ପଶାୟାର, ପେନ୍‌ସିଲଭାନିଆ ଏବଂ ଓ୍ବିସ୍‌କନ୍‌ସିନ୍‌ରେ ଲଢ଼େଇ ଜୋରଦାର୍‌ ହେବ। ଏହି ରାଜ୍ୟଗୁଡ଼ିକରେ ୨୦୨୦ ନିର୍ବାଚନ ଭଳି ଅନୁରୂପ ଫଳାଫଳ ଆସିପାରେ। ପୂର୍ବରୁ ଫ୍ଲୋରିଡା, ଇଓଓ୍ବା, ନର୍ଥ କାରୋଲିନା, ଓହିଓ, ଟେକ୍ସାସରେ ଟ୍ରମ୍ପ୍‌ଙ୍କ ବିଜୟ ହୋଇଥିବାବେଳେ ଆରିଜୋନା, ଜିଓର୍ଜିଆ, ମିଶିଗାନ୍‌, ମିନ୍ନେସୋଟା, ନେଭାଡା, ନ୍ୟୁ ହାମ୍ପଶାୟାର, ପେନ୍‌ସିଲଭାନିଆ ଏବଂ ଓ୍ବିସ୍‌କନ୍‌ସିନ୍‌ରେ ବାଇଡେନ୍‌ଙ୍କୁ ବିପୁଳ ସମର୍ଥନ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦୁବଇରେ ଦେଖିବାକୁ ମିଳିଲା ଅଦ୍ଭୁତ ଦୃଶ୍ୟ, ଦେଖୁ ଦେଖୁ ଆକାଶ ହୋଇଗଲା ସବୁଜ, ଦେଖନ୍ତୁ ଭିଡିଓ

ଦୁବଇ,୧୮।୪: ଗତ କିଛି ଦିନ ହେବ ଦୁବଇର ପାଗରେ ଅନେକ ପରିବର୍ତ୍ତନ ଦେଖାଯାଉଛି । ଯେଉଁଠାରେ ୭୫ ବର୍ଷ ମଧ୍ୟରେ ପ୍ରବଳ ବର୍ଷା ସହରକୁ ବୁଡ଼ାଇ...

ପ୍ରତିଦିନ ଚୋରି ହେଉଛି ୬ ଲକ୍ଷ ଲିଟର ପାଣି

ମେକ୍ସିକୋ ସିଟି,୧୮।୪: ଚୋରମାନଙ୍କ ଦ୍ୱାରା ଜଳର କଳାବଜାରି ଯୋଗୁଁ ମେକ୍ସିକୋରେ ହ୍ରଦ ଶୁଖିଯାଉଛି। ଚୋରମାନେ ସମଗ୍ର ହ୍ରଦକୁ ନିଷ୍କାସନ କରି ଦିନକୁ ପ୍ରାୟ ୬ଲକ୍ଷ ଲିଟର...

ଭୂକମ୍ପର ଜୋରଦାର ଝଟ୍‌କାରେ ଥରିଲା ଜାପାନ, ୯ ଆହତ, ନାହିଁ ସୁନାମି ଚେତାବନୀ

ଟୋକିଓ,୧୮।୪: ବୁଧବାର ବିଳମ୍ବିତ ରାତିରେ ଦକ୍ଷିଣ-ପଶ୍ଚିମ ଜାପାନରେ ହୋଇଥିବା ଏକ ଶକ୍ତିଶାଳୀ ଭୂକମ୍ପରେ ୯ଜଣ ଆହତ ହୋଇଛନ୍ତି। ଗତକାଲି ଅର୍ଥାତ୍‌ ବୁଧବାର ରାତିରେ ୬.୬ ମ୍ୟାଗ୍ନିଚ୍ୟୁଡର...

‘ପ୍ରଧାନମନ୍ତ୍ରୀ ମୋଦିଙ୍କୁ ରୋକିବା କଷ୍ଟକର’

ଇସଲାମାବାଦ,୧୮।୪: କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱରେ ଭାରତର ଲୋକ ସଭା ନିର୍ବାଚନ ବିଷୟରେ ଆଲୋଚନା ହେଉଛି। ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୃତୀୟ ଥର...

ଭାରତ ସପକ୍ଷରେ ଯୁକ୍ତି ବାଢିଲେ ଏଲନ ମସ୍କ

ନ୍ୟୁୟର୍କ,୧୮।୪: ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି) ରେ ସ୍ଥାୟୀ ଆସନ ପାଇଁ ଭାରତର ଦାବି ପ୍ରସଙ୍ଗ ପୁଣି ଉଠିବା ଆରମ୍ଭ କରିଛି। ଟେସଲା ସିଇଓ...

‘ଟାଇମ୍’ ମାଗାଜିନ ୧୦୦ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ତାଲିକାରେ ସାକ୍ଷୀ ମଲିକ୍-ଆଲିଆ ଭଟ୍ଟ

ନୂଆଦିଲ୍ଲୀ, ୧୭।୪: ଟାଇମ୍ ମାଗାଜିନ୍ ୨୦୨୪ ବର୍ଷର ୧୦୦ ପ୍ରଭାବଶାଳୀ ବ୍ୟକ୍ତିତ୍ୱର ତାଲିକା ପ୍ରକାଶ କରିଛି। ବୁଧବାର ସନ୍ଧ୍ୟାରେ ପ୍ରକାଶିତ ଏହି ତାଲିକାରେ ଦୁଇ ଭାରତୀୟଙ୍କ...

ଏଲନ ମସ୍କଙ୍କ ‘ଏକ୍ସ’କୁ ବ୍ୟାନ୍‌ କଲା ପାକିସ୍ତାନ

ଇସଲାମାବାଦ,୧୭।୪: ପାକିସ୍ତାନ ଏଲନ ମସ୍କଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ(ପୂର୍ବରୁ ଟୁଇଟର)କୁ ବ୍ୟାନ୍‌ କରିଦେଇଛି। ଦେଶର ସୁରକ୍ଷା ପ୍ରତି ବିପଦ ଦର୍ଶାଇ ଫେବୃଆରୀରେ ହିଁ ଏକ୍ସକୁ...

ଜେଲ ପରିବର୍ତ୍ତେ ହାଉସ ଆରେଷ୍ଟ ହେଲେ ମ୍ୟାନମାର ନେତା ଆଙ୍ଗ ସାନ ସୁ କି, କାହିଁକିଁ ଏମିତି ନିଷ୍ପତ୍ତି ନେଲା ସେନା

ବ୍ୟାଙ୍ଗକକ,୧୭।୪: ମ୍ୟାନମାରର ମାନବାଧିକାର ଓକିଲ ଅଙ୍ଗ ସାନ ସୁ କି ଅନେକ ବର୍ଷ ଜେଲ ଦଣ୍ଡ ଭୋଗୁଛନ୍ତି। ଏହି ସମୟରେ ଦେଶରେ ପ୍ରବଳ ଗରମ ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri