ବାଇଡେନ୍‌ଙ୍କ ପାଇଁ ବଡ଼ ପରୀକ୍ଷା

ଓ୍ବାଶିଂଟନ୍‌, ୩୦ା୧୦: ଆମେରିକାରେ ମିଡ୍‌ଟର୍ମ ଇଲେକ୍ସନକୁ ଆଉ ମାତ୍ର ୧୧ ଦିନ ଥିବାବେଳେ ଉଚ୍ଚ ମୁଦ୍ରାସ୍ଫୀତି, ଗର୍ଭପାତ ଅଧିକାର ଆଦି ପ୍ରସଙ୍ଗ ଶାସକ ଡେମୋକ୍ରାଟିକ୍‌ ପାର୍ଟି ପାଇଁ ଚିନ୍ତାର କାରଣ ପାଲଟିଛି। ଫଳରେ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ଉପରେ ଲୋକଙ୍କ ଭରସା ବଢ଼ିପାରିନାହିଁ। ପ୍ରାୟ ସମସ୍ତ ଜନମତ ସର୍ଭେ ଅନୁସାରେ ବାଇଡେନ୍‌ଙ୍କ ଆପ୍ରୁଭାଲ ରେଟିଂରେ ସାମାନ୍ୟ ସୁଧାର ଆସିଛି। ଅନ୍ୟପକ୍ଷରେ ୨୦୨୪ ରାଷ୍ଟ୍ରପତି ନିର୍ବାଚନରେ ପୂର୍ବତନ ରାଷ୍ଟ୍ରପତି ତଥା ରିପବ୍ଲିକାନ୍‌ ଡୋନାଲ୍ଡ ଟ୍ରମ୍ପ୍‌ ପ୍ରାର୍ଥୀ ହେବାକୁ ଯାଉଥିବାବେଳେ ତାଙ୍କ ଆପ୍ରୁଭାଲ ରେଟିଂ ଖରାପରୁ ଆହୁରି ଖରାପ ହୋଇଛି।

ରାଷ୍ଟ୍ରପତିଙ୍କ ୪ ବର୍ଷ କାର୍ଯ୍ୟକାଳ ମଧ୍ୟରେ ହେଉଥିବା ନିର୍ବାଚନକୁ ମିଡ୍‌ଟର୍ମ ବା ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ କୁହାଯାଏ। ଆସନ୍ତା ନଭେମ୍ବର ୮ରେ ଅନୁଷ୍ଠିତ ହେବାକୁ ଥିବା ଏହି ଭୋଟକୁ ଶାସକ ଦଳ ପ୍ରଦର୍ଶନର ମାପକାଠି ବୋଲି ମଧ୍ୟ ବିବେଚନା କରାଯାଏ। ଏଥିରେ ଆମେରିକା କଂଗ୍ରେସର ନିମ୍ନସଦନ ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍‌ର ସମସ୍ତ ୪୩୫ ଆସନ ଏବଂ ଉଚ୍ଚସଦନ ବା ସିନେଟ୍‌ର ୧୦୦ ଆସନରୁ ୩୫ଟିରେ ନିର୍ବାଚନ ହେବ। ଏହାସହ ୩୯ ପ୍ରଦେଶରେ ଗଭର୍ନର ନିର୍ବାଚନ ସହ ଆଞ୍ଚଳିକ ସ୍ତରରେ ମଧ୍ୟ ଇଲେକ୍ସନ ଅନୁଷ୍ଠିତ ହେବ। ଏହାର ଫଳାଫଳ ପ୍ରକାଶ ପାଇବା ପରେ ୧୧୮ତମ ଆମେରିକା କଂଗ୍ରେସକୁ ନୂଆ ସଦସ୍ୟ ଆସିବେ। ଏବେ ସିନେଟରେ ୫୦-୫୦ ଡେମୋକ୍ରାଟ୍‌ ଏବଂ ରିପବ୍ଲିକାନ୍‌ ସଦସ୍ୟ ରହିଛନ୍ତି।

ସେହିପରି ହାଉସ୍‌ ଅପ୍‌ ରିପ୍ରେଜେଣ୍ଟେଟିଭ୍‌ସରେ ରିପବ୍ଲିକାନ୍‌ଙ୍କ ସଂଖ୍ୟା ୨୧୨ ଥିବାବେଳେ ଡେମୋକ୍ରାଟ୍‌ଙ୍କ ସଂଖ୍ୟା ୨୨୦ ରହିଛି। ୩ଟି ଆସନ ଖାଲି ପଡ଼ିଛି। ମିଡ୍‌ଟର୍ମ ଇଲେକ୍ସନ୍‌ରେ ଉଭୟ ଡେମୋକ୍ରାଟିକ୍‌ ଏବଂ ରିପବ୍ଲିକାନ୍‌ ପାର୍ଟି ନିଜ ପ୍ରାର୍ଥୀଙ୍କୁ ବିଜୟୀ କରି ଉଭୟ ଗୃହରେ ସଂଖ୍ୟାଗରିଷ୍ଠତା ହାସଲ ପାଇଁ ଉଦ୍ୟମ ଚଳାଇଛନ୍ତି। ତେବେ ବାଇଡେନ୍‌ଙ୍କ ଉପରେ ଭରସା କମିବା ରିପବ୍ଲିକାନ୍‌ ପାର୍ଟିକୁ ଲାଭ ଦେଇପାରେ। କୁକ୍‌ ପଲିଟିକାଲ ରିପୋର୍ଟ, ଆମେରିକାନ ଏନ୍‌ସାଇକ୍ଲୋପିଡିଆ ଅଫ୍‌ ପଲିଟିକ୍ସ, ବାଲୋଟପେଡିଆ ଆଦି ଏଜେନ୍ସିର ରେସ୍‌ ରେଟିଂ ଅନୁସାରେ ଫ୍ଲୋରିଡା, ଇଓଓ୍ବା, ନର୍ଥ କାରୋଲିନା, ଓହିଓ, ଟେକ୍ସାସ୍‌, ଆରିଜୋନା, ଜିଓର୍ଜିଆ, ମିଶିଗାନ୍‌, ମିନେସୋଟା, ନେଭେଡା, ନ୍ୟୁ ହାମ୍ପଶାୟାର, ପେନ୍‌ସିଲଭାନିଆ ଏବଂ ଓ୍ବିସ୍‌କନ୍‌ସିନ୍‌ରେ ଲଢ଼େଇ ଜୋରଦାର୍‌ ହେବ। ଏହି ରାଜ୍ୟଗୁଡ଼ିକରେ ୨୦୨୦ ନିର୍ବାଚନ ଭଳି ଅନୁରୂପ ଫଳାଫଳ ଆସିପାରେ। ପୂର୍ବରୁ ଫ୍ଲୋରିଡା, ଇଓଓ୍ବା, ନର୍ଥ କାରୋଲିନା, ଓହିଓ, ଟେକ୍ସାସରେ ଟ୍ରମ୍ପ୍‌ଙ୍କ ବିଜୟ ହୋଇଥିବାବେଳେ ଆରିଜୋନା, ଜିଓର୍ଜିଆ, ମିଶିଗାନ୍‌, ମିନ୍ନେସୋଟା, ନେଭାଡା, ନ୍ୟୁ ହାମ୍ପଶାୟାର, ପେନ୍‌ସିଲଭାନିଆ ଏବଂ ଓ୍ବିସ୍‌କନ୍‌ସିନ୍‌ରେ ବାଇଡେନ୍‌ଙ୍କୁ ବିପୁଳ ସମର୍ଥନ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପାନାମାରେ ଶକ୍ତିଶାଳୀ ଭୂକମ୍ପ, ଭାଙ୍ଗିଲା ୯୦୦ରୁ ଅଧିକ ଘର

ପାନାମା ସିଟି,୧୩।୧୦: ଶୁକ୍ରବାର ପାନାମାର ଦକ୍ଷିଣ ଉପକୂଳ ନିକଟରେ ଦୁଇଟି ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହେବା ପରେ, ସୋମବାର ୬ ତୀବ୍ରତା ବିଶିଷ୍ଟ ଆଉ ଏକ ଭୂକମ୍ପ…

ଅର୍ଥନୀତି କ୍ଷେତ୍ରରେ ନୋବେଲ ପୁରସ୍କାର ଘୋଷଣା: ଏହି ୨ ଜଣଙ୍କୁ ମିଳିଲା

ନୂଆଦିଲ୍ଲୀ,୧୨।୧୦: ୨୦୨୬ ମସିହାର ଅର୍ଥନୀତି କ୍ଷେତ୍ରରେ ନୋବେଲ ପୁରସ୍କାର ଆମେରିକୀୟ ଅର୍ଥନୀତିଜ୍ଞ ରବର୍ଟ ଇ. ହଲ (Robert E. Hall) ଏବଂ ମାଇକେଲ ୱୁଡଫୋର୍ଡ (Michael Woodford)ଙ୍କୁ…

ଇମ୍ରାନଙ୍କ ମୁକ୍ତି ଦାବି ତେଜିଲା: ଆନ୍ଦୋଳନକାରୀ ରାଜଧାନୀ ମୁହାଁ, ପାକିସ୍ତାନରେ ଜରୁରୀକାଳୀନ ସ୍ଥିତି ଘୋଷଣା

ଇସଲାମାବାଦ,୧୨।୧୦: ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ମୁକ୍ତ କରିବା ଦାବିରେ ଦେଶରେ ଆନ୍ଦୋଳନ ତିବ୍ର ହେବାରେ ଲାଗିଛି। ଆନ୍ଦୋଳନକାରୀ ରାଜଧାନୀ ମୁହାଁ ହୋଇଛନ୍ତି। ଫଳରେ ପାକିସ୍ତାନରେ ରାଜନୈତିକ…

୨୫୨ ଟଙ୍କା ମହଙ୍ଗା ହେଲା LPG ଗ୍ୟାସ, ଜାଣନ୍ତୁ କେତେ ରହିଛି ଦାମ୍

ଢାକା,୧୨।୧୦: ଭାରତର ପଡ଼ୋଶୀ ଦେଶ ବାଂଲାଦେଶରେ ଏବେ ଘରୋଇ LPG ଗ୍ୟାସ୍‌ର ଦାମ୍‌କୁ ନେଇ ଉପଭୋକ୍ତା ଚିନ୍ତାରେ ରହିଛନ୍ତି । ଗ୍ୟାସ୍‌ର ଯୋଗାଣ ହ୍ରାସ ପାଇଥିବାରୁ ବଜାରରେ…

ପ୍ରଧାନମନ୍ତ୍ରୀଙ୍କ ସହ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ହତ୍ୟା ଷଡ଼ଯନ୍ତ୍ର ପଣ୍ଡ; ଜଣେ ସନ୍ଦିଗ୍ଧଙ୍କୁ ଗିରଫ କରିଛି ପୋଲିସ

ୱାର୍ସା,୧୨।୧୦: ପୋଲାଣ୍ଡର ପ୍ରଧାନମନ୍ତ୍ରୀ ଡୋନାଲ୍ଡ ଟସ୍କ ଏବଂ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର ରଚିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଅଟକ ରଖାଯାଇଛି। ସମ୍ଭାବ୍ୟ ବିପଦ…

ମାନବ ଜାତିକୁ ଶେଷ କରିଦେଇପାରେ ଏଆଇ, ପରମାଣୁ ଯୁଦ୍ଧ

ଲଣ୍ଡନ, ୧୨ା୧୦: ଆଗାମୀ ୨୧୦୦ ମସିହା ସୁଦ୍ଧା ପୃଥିବୀରୁ ମାନବ ସଭ୍ୟତା ବିଲୁପ୍ତ ହୋଇଯିବାର ଆଶଙ୍କା ପ୍ରକାଶ ପାଇଛି। ବିଶ୍ୱପ୍ରସିଦ୍ଧ ଚିକିତ୍ସା ବିଜ୍ଞାନ ପତ୍ରିକା ‘ଦି ଲାନ୍‌ସେଟ’…

ବଡ଼ ଘୋଷଣା କଲେ ଟ୍ରମ୍ପ, ରୁଷିଆ-ୟୁକ୍ରେନ ମଧ୍ୟରେ ହେଲା….

ଓ୍ବାଶିଂଟନ,୧୧।୧୦: ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ବଡ଼ ଘୋଷଣା କରିଛନ୍ତି । ଦୁଇ ଦେଶ ମଧ୍ୟରେ…

ଡଙ୍ଗା ଓଲଟି ଚାଲିଗଲା ୧୦୦ରୁ ଅଧିକ ଜୀବନ, ୧୧୬ ନିଖୋଜ

ଜିବୁତି ସିଟି,୧୧।୧୦: ପୂର୍ବ ଆଫ୍ରିକାର ଜିବୁତି ଉପକୂଳରେ ଏକ ବଡ଼ ଡଙ୍ଗା ଦୁର୍ଘଟଣା ଘଟିଛି । ପ୍ରାୟ ୩୦୫ ଜଣ ପ୍ରବାସୀଙ୍କୁ ନେଇ ଯାଉଥିବା ଏକ ଡଙ୍ଗା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?