Posted inଖେଳ

ରୋହିତ ଶର୍ମାଙ୍କ ନାଁରେ ବଡ ସଫଳତା

ନୂଆଦିଲ୍ଲୀ,୧୯।୧୦: ରୋହିତ ଶର୍ମା ବାଂଲାଦେଶ ବିପକ୍ଷରେ ଭଲ ଆରମ୍ଭ କରିଥିଲେ। ତେବେ ଭାରତୀୟ ଅଧିନାୟକ ଅର୍ଦ୍ଧଶତକ ହାସଲ କରିବାରେ ଅସଫଳ ହୋଇଥିଲେ। ରୋହିତ ଶର୍ମା ୪୦ ବଲରେ ୪୮ ରନର ଇନିଂସ ଖେଳିଥିଲେ। ସେ ତାଙ୍କ ଇନିଂସରେ ୭ ଚୌକା ଓ ୨ ଛକା ମାରିଥିଲେ। ଏଥି ସହିତ, ଏହି ବିଶ୍ୱକପରେ ରୋହିତ ଶର୍ମା ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ୨୫୦ରନ କରିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ରୋହିତ ଶର୍ମାଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଏହି ବିଶ୍ୱକପ୍ରେପରେ ଏହି ସ୍ଥାନ ହାସଲ କରିପାରି ନାହାଁନ୍ତି।

ଏଥି ସହିତ ଏହି ବିଶ୍ୱକପରେ ସର୍ବାଧିକ ରନ ସଂଗ୍ରହ କରିଥିବା ବ୍ୟାଟ୍ସମ୍ୟାନଙ୍କ ତାଲିକାରେ ରୋହିତ ଶର୍ମାଙ୍କ ପରେ ନ୍ୟୁଜିଲ୍ୟାଣ୍ଡର ଓପନର୍‌ ଡୱେନ କନୱେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଡୱେନ କନୱେ ୨୪୯ ରନ ସ୍କୋର କରିଛନ୍ତି। ରୋହିତ ଶର୍ମା ଏବଂ ଡୱେନ କନୱେଙ୍କ ପରେ ପାକିସ୍ତାନର ୱିକେଟ କିପର ବ୍ୟାଟ୍ସମ୍ୟାନ ମହମ୍ମଦ ରିଜୱାନ ତୃତୀୟ ସ୍ଥାନରେ ଅଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ମହମ୍ମଦ ରିଜୱାନଙ୍କ ବ୍ୟାଟରୁ ୨୪୮ ରନ ସ୍କୋର କରାଯାଇଛି। ଏହା ପରେ ଦକ୍ଷିଣ ଆଫ୍ରିକାର ଓପନର୍‌ କ୍ୱିଣ୍ଟନ ଡି କକ ଅଛନ୍ତି। କ୍ୱିଣ୍ଟନ ଡି କକ ୨୨୯ ରନ କରିଛନ୍ତି। ଏହି ତାଲିକାରେ ନ୍ୟୁଜିଲ୍ୟାଣ୍ଡର ରଚିନ୍ଦ୍ର ରବିନ୍ଦ୍ର ପଞ୍ଚମ ସ୍ଥାନରେ ଅଛନ୍ତି। ଏହି ଯୁବ ବ୍ୟାଟ୍ସମ୍ୟାନ ୨୧୫ ରନ ସ୍କୋର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧୋଇଲା ଭୂତପଙ୍କାଳ ବ୍ରିଜ୍‌: ଦାରିଙ୍ଗବାଡ଼ିରୁ ବ୍ରହ୍ମପୁର ଯାତାୟାତ ଠପ୍‌, ଅନିର୍ଦ୍ଦିଷ୍ଟ କାଳ…

ଦାରିଙ୍ଗବାଡ଼ି,୨୯।୧୦(ଅରୁଣ ସାହୁ): ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ବର୍ଷା ଓ ବନ୍ୟାଜନିତ ପରିସ୍ଥିତି ଗମ୍ଭୀର ହୋଇପଡ଼ିଛି। ଗଞ୍ଜାମ ଜିଲାର ଗାଜଲବାଡ଼ି ନିକଟରେ ଥିବା ଭୂତପଙ୍କାଳ ବ୍ରିଜ…

ଇଶାନ କିଶନଙ୍କ ରେକର୍ଡକୁ ବିପଦ! ମାତ୍ର ଏତିକି ରନ୍‌ କଲେ ଇତିହାସ ରଚିବେ ଅଭିଷେକ

ନୂଆଦିଲ୍ଲୀ, ୨୯।୧୦: ଭାରତୀୟ ଓପନର୍‌ ଅଭିଷେକ ଶର୍ମାଙ୍କ ବ୍ୟାଟ ଏବେ ଜୋର୍‌ଦାର ଚାଲୁଛି। ନ୍ୟୁଜିଲାଣ୍ଡ ବିପକ୍ଷରେ ଚାଲିଥିବା ଟି-୨୦ ଅନ୍ତର୍ଜାତୀୟ ସିରିଜରେ ମଧ୍ୟ ଏହି ଭାରତୀୟ ଓପନର୍ସଙ୍କ…

ଘରକୁ ଆସି ପାର୍ସଲ ଡେଲିଭରି କରିବ ଭାରତୀୟ ରେଳବାଇ: କୋରିୟର କମ୍ପାନୀ ଭଳି ଡୋରଷ୍ଟେପ ସେବା; ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨୯।୧୦: ଭାରତୀୟ ରେଳବାଇ ଏବେ କୋରିୟର କମ୍ପାନୀଗୁଡ଼ିକ ଭଳି ଘରୁ ପାର୍ସଲ ସଂଗ୍ରହ କରିବା ଏବଂ ତାହାକୁ ସିଧାସଳଖ ଆପଣଙ୍କ ଦିଆଯାଇଥିବା ଠିକଣାରେ ପହଞ୍ଚାଇବା ପାଇଁ ପ୍ରସ୍ତୁତି…

ଅର୍ଣ୍ଣବ ପ୍ରଭାବ: ଗାଁରେ ପଶିଲା ପାଣି, ଯୋଗାଯୋଗ ବିଚ୍ଛିନ୍ନ

ପୁରୁଷୋତ୍ତମପୁର,୨୯ା୧୦(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତହସିଲ ଅଞ୍ଚଳରେ ଲଗାଣ ବର୍ଷା ଜନଜୀବନକୁ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ କରିଦେଇଛି। ଗତ ୩ ଦିନ ହେବ କ୍ରମାଗତ ଭାବେ ଲାଗିରହିଥିବା…

ବ୍ରହ୍ମପୁର-ଭୁବନେଶ୍ୱରରୁ ବିଚ୍ଛିନ୍ନ ଭଞ୍ଜନଗର: ଘରେ ପଶିଲା ପାଣି, ଭାସିଲା ଗାଡ଼ି

ଭଞ୍ଜନଗର,୨୯।୧୦(ବାବୁଲା ପ୍ରଧାନ):ଜାତୀୟ ବିପର୍ଯ୍ୟୟ ପରିଚାଳନା ଦିବସରେ ଗଞ୍ଜାମ ଜିଲାର ଭଞ୍ଜନଗର ଉପଖଣ୍ଡରେ ପ୍ରବଳ ବର୍ଷା ଯୋଗୁ ସୃଷ୍ଟି ହୋଇଛି ଭୟାବହ ବନ୍ୟା ପରିସ୍ଥିତି। ମାତ୍ର ୧୨ ଘଣ୍ଟାର…

ବିଧାନ ପରିଷଦ ନିର୍ବାଚନରେ ରୋଚକ ଲଢ଼େଇ: ଭାଜପା ନା କଂଗ୍ରେସ, କିଏ ମାରିଲା ବାଜି, ଜାଣନ୍ତୁ…

ନୂଆଦିଲ୍ଲୀ, ୨୯।୧୦: ୪ଟି ରାଜ୍ୟର ୨୮ଟି ବିଧାନ ପରିଷଦ ଆସନ ପାଇଁ ହୋଇଥିବା ନିର୍ବାଚନରେ ଭାଜପା ଏବଂ ଏହାର ସହଯୋଗୀ ଦଳଗୁଡ଼ିକ ଉତ୍ତରପ୍ରଦେଶ ଓ କର୍ନାଟକରେ ଅନେକ…

ଚାଷୀଙ୍କୁ ନେଇ ବିବାଦୀୟ ବୟାନ ଦେଲେ ବିଧାୟକ, କହିଲେ ପଶୁ-ପକ୍ଷୀ ମୃତଦେହ ଖାଇଲେ ହିଁ….

ମୁମ୍ବାଇ,୨୯।୧୦: ଚାଷୀଙ୍କ ଆତ୍ମହତ୍ୟାକୁ ନେଇ ବିବାଦୀୟ ବୟାନ ଦେଇ ଚର୍ଚ୍ଚାକୁ ଆସିଛନ୍ତି ମହାରାଷ୍ଟ୍ରର ବୁଲଢାଣାରୁ ଶିବସେନା (ଏକନାଥ ସିନ୍ଦେ ଗୋଷ୍ଠୀ) ବିଧାୟକ ସଞ୍ଜୟ ଗାଏକୱାଡ଼। ସେ କହିଛନ୍ତି,…

ବିରୋଧୀଙ୍କୁ ରାହୁଲଙ୍କ ଅପିଲ୍‌: କହିଲେ-ଭାଜପାର ସାହସ ନାହିଁ ଯେ ସେ…

ନୂଆଦିଲ୍ଲୀ, ୨୯।୧୦: ମୁଖ୍ୟ ନିର୍ବାଚନ ଆୟୁକ୍ତ (ସିଇସି) ଜ୍ଞାନେଶ କୁମାର ଏବଂ ଏସଆଇଆର୍‌ ବିରୋଧରେ ଇଣ୍ଡିଆ ମେଣ୍ଟର ରାଲି ପୂର୍ବରୁ କଂଗ୍ରେସ ନେତା ରାହୁଲ ଗାନ୍ଧି ବିରୋଧୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?