Posted inଖେଳ

ରୋହିତ ଶର୍ମାଙ୍କ ନାଁରେ ବଡ ସଫଳତା

ନୂଆଦିଲ୍ଲୀ,୧୯।୧୦: ରୋହିତ ଶର୍ମା ବାଂଲାଦେଶ ବିପକ୍ଷରେ ଭଲ ଆରମ୍ଭ କରିଥିଲେ। ତେବେ ଭାରତୀୟ ଅଧିନାୟକ ଅର୍ଦ୍ଧଶତକ ହାସଲ କରିବାରେ ଅସଫଳ ହୋଇଥିଲେ। ରୋହିତ ଶର୍ମା ୪୦ ବଲରେ ୪୮ ରନର ଇନିଂସ ଖେଳିଥିଲେ। ସେ ତାଙ୍କ ଇନିଂସରେ ୭ ଚୌକା ଓ ୨ ଛକା ମାରିଥିଲେ। ଏଥି ସହିତ, ଏହି ବିଶ୍ୱକପରେ ରୋହିତ ଶର୍ମା ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ୨୫୦ରନ କରିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ରୋହିତ ଶର୍ମାଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଏହି ବିଶ୍ୱକପ୍ରେପରେ ଏହି ସ୍ଥାନ ହାସଲ କରିପାରି ନାହାଁନ୍ତି।

ଏଥି ସହିତ ଏହି ବିଶ୍ୱକପରେ ସର୍ବାଧିକ ରନ ସଂଗ୍ରହ କରିଥିବା ବ୍ୟାଟ୍ସମ୍ୟାନଙ୍କ ତାଲିକାରେ ରୋହିତ ଶର୍ମାଙ୍କ ପରେ ନ୍ୟୁଜିଲ୍ୟାଣ୍ଡର ଓପନର୍‌ ଡୱେନ କନୱେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଡୱେନ କନୱେ ୨୪୯ ରନ ସ୍କୋର କରିଛନ୍ତି। ରୋହିତ ଶର୍ମା ଏବଂ ଡୱେନ କନୱେଙ୍କ ପରେ ପାକିସ୍ତାନର ୱିକେଟ କିପର ବ୍ୟାଟ୍ସମ୍ୟାନ ମହମ୍ମଦ ରିଜୱାନ ତୃତୀୟ ସ୍ଥାନରେ ଅଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ମହମ୍ମଦ ରିଜୱାନଙ୍କ ବ୍ୟାଟରୁ ୨୪୮ ରନ ସ୍କୋର କରାଯାଇଛି। ଏହା ପରେ ଦକ୍ଷିଣ ଆଫ୍ରିକାର ଓପନର୍‌ କ୍ୱିଣ୍ଟନ ଡି କକ ଅଛନ୍ତି। କ୍ୱିଣ୍ଟନ ଡି କକ ୨୨୯ ରନ କରିଛନ୍ତି। ଏହି ତାଲିକାରେ ନ୍ୟୁଜିଲ୍ୟାଣ୍ଡର ରଚିନ୍ଦ୍ର ରବିନ୍ଦ୍ର ପଞ୍ଚମ ସ୍ଥାନରେ ଅଛନ୍ତି। ଏହି ଯୁବ ବ୍ୟାଟ୍ସମ୍ୟାନ ୨୧୫ ରନ ସ୍କୋର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଦିଙ୍କୁ ଘାରିଲାଣି ‘ଭାଜପା’ ଭୟ: ବୁଲି ବୁଲି ଜଗୁଛନ୍ତି ବୁଥ୍‌, ଆଣିଲେ ସାଂଘାତିକ ଅଭିଯୋଗ

କୋଲକାତା,୨୯।୪: ପଶ୍ଚିମବଙ୍ଗରେ ଦ୍ୱିତୀୟ ତଥା ଅନ୍ତିମ ପର୍ଯ୍ୟାୟ ପାଇଁ ବୁଧବାର ଭୋଟିଂ ଚାଲିଛି। ୨୯୪ ବିଧାନସଭା ଆସନ ମଧ୍ୟରୁ ୧୪୨ଟିରେ ସକାଳ ୭ଟାରେ ମତଦାନ ଆରମ୍ଭ ହୋଇଛି।…

ହଟିଲେ ଶ୍ରୀଲଙ୍କା କ୍ରିକେଟ୍‌ ମୁଖ୍ୟ ଶାମି ସିଲ୍‌ଭା

କଲମ୍ବୋ,୨୯ା୪: ରାଷ୍ଟ୍ରପତି ଅନୁରା କୁମାରା ଦିସାନାୟକେଙ୍କ ଅନୁରୋଧ ପରେ ଶ୍ରୀଲଙ୍କା କ୍ରିକେଟ୍‌(ଏସ୍‌ଏଲ୍‌ସି) ମୁଖ୍ୟ ଶାମି ସିଲ୍‌ଭା ଓ କାର୍ଯ୍ୟକାରୀ କମିଟିର ସଦସ୍ୟମାନେ ଏକ ସ୍ବତନ୍ତ୍ର ବୈଠକରେ ସେମାନଙ୍କ…

ମମତା ବାନାର୍ଜୀ ଯେଉଁ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି, ସେଠାରେ ପ୍ରାରମ୍ଭିକ ସମୟରେ ହୋଇଗଲା ଖେଳ

କୋଲକାତା,୨୯।୪: ପଶ୍ଚିମବଙ୍ଗର ୧୪୨ଟି ବିଧାନସଭା ଆସନରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଚାଲିଛି। ସବୁଠାରୁ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ନିର୍ବାଚନମଣ୍ଡଳୀ ହେଉଛି ଭବାନୀପୁର, ଯେଉଁଠାରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି,…

ଥାନାରେ ଆତ୍ମହତ୍ୟା କଲେ ବଳାତ୍କାର ଅଭିଯୁକ୍ତ: ପୋଲିସର କାର୍ଯ୍ୟଦକ୍ଷତା ଉପରେ ଉଠିଲା ପ୍ରଶ୍ନ

ନବରଙ୍ଗପୁର,୨୯।୪(ସଦାଶିବ ପ୍ରହରାଜ)- ନବରଙ୍ଗପୁର ଜିଲା ଡାବୁଗାଁ ଥାନାରେ ଘଟିଛି ଏକ ଅଭାବନୀୟ ଘଟଣା। ଜଣେ ବଳାତ୍କାର ଅଭିଯୁକ୍ତଙ୍କୁ ପୋଲିସ ହେପାଜତରେ ରଖିଥିବା ସମୟରେ ଥାନା ଭିତରେ ହିଁ…

ଭାଜପା କର୍ମୀଙ୍କୁ ଆକ୍ରମଣ: ନିର୍ବାଚନ ଚାଲିଥିବାବେଳେ ବୁଥ୍‌ରେ ମାରପିଟ୍‌

କୋଲକାତା,୨୯।୪: ପଶ୍ଚିମବଙ୍ଗରେ ଦ୍ୱିତୀୟ ତଥା ଅନ୍ତିମ ପର୍ଯ୍ୟାୟ ପାଇଁ ବୁଧବାର ଭୋଟିଂ ଚାଲିଛି। ୨୯୪ ବିଧାନସଭା ଆସନ ମଧ୍ୟରୁ ୧୪୨ଟିରେ ସକାଳ ୭ଟାରେ ମତଦାନ ଆରମ୍ଭ ହୋଇଛି।…

ଦାଦନ ଖଟିବାକୁ ଯାଇ ଶବ ହୋଇ ଫେରିଲେ ଶଙ୍କର: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ

ଦାରିଙ୍ଗବାଡି, ୨୯/୪(ଅରୁଣ ସାହୁ):କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଲୋହରା ସାହିର ଶଙ୍କର ବିଶୋଇ (୪୦)ଙ୍କ ମୃତଦେହ ଦାରିଙ୍ଗବାଡିରେ ପହଞ୍ଚିଛି। ବୁଧବାର ସକାଳ ୮ଟା ସମୟରେ ମୃତଦେହ ତାଙ୍କ ଲୋହରା…

ବିପଦସଂକୁଳ ଅବସ୍ଥାରେ ବିଦ୍ୟୁତ ଖୁଣ୍ଟ: ମରାମତି ପାଇଁ ଦାବି

କେସିଙ୍ଗା,୨୯।୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧିନସ୍ଥ କିକିଆ ଗ୍ରାମ ପଞ୍ଚାୟତର ହରିଜନ ପଡା(ପୂର୍ବ)ରେ ଥିବା ବିଦ୍ୟୁତ ଖୁଣ୍ଟ ଦୀର୍ଘ ଦିନ ହେଲା ବିପଦସଂକୁଳ ଅବସ୍ଥାରେ…

ଡ୍ରେସିଂ ରୁମ୍‌ରେ ଇ-ସିଗାରେଟ୍‌ ଟାଣି ଚର୍ଚ୍ଚାରେ ଅଧିନାୟକ: ହେବ କି କାର୍ଯ୍ୟନୁଷ୍ଠାନ

ନୂଆଦିଲ୍ଲୀ,୨୯।୪: ରାଜସ୍ଥାନ ରୟାଲ୍ସ ଏବଂ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ପ୍ରିମିୟମ ଲିଗ ୨୦୨୬ ମ୍ୟାଚ ସମୟରେ ଏକ ନୂତନ ବିବାଦ ଦେଖାଦେଇଛି। ରାଜସ୍ଥାନର ୨୪ ବର୍ଷୀୟ ଅଧିନାୟକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri