Posted inଜାତୀୟ

ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା, ଏନକାଉଣ୍ଟରରେ ୨ ଆତଙ୍କବାଦୀ ମୃତ…

ଶ୍ରୀନଗର, ୬।୯ : ମଙ୍ଗଳବାର ଆତଙ୍କବାଦ ବିରୋଧୀ ଅପରେଶନ ଅଲଆଉଟରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ଜମ୍ମୁ-କଶ୍ମୀରର ଅନନ୍ତନାଗ ଜିଲାରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୨ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ଅଧିକ ଆତଙ୍କବାଦୀଙ୍କ ସନ୍ଧାନରେ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେଶନ ଜାରି ରହିଛି।

ଏହାପୂର୍ବରୁ ସୋମବାର ଆତଙ୍କବାଦୀମାନେ ଅନନ୍ତନାଗର ଇମାମସାହିବ ଅଞ୍ଚଳରେ ଥିବା ଏସଓଜି କ୍ୟାମ୍ପ ଉପରେ ଆକ୍ରମଣ କରିଥିଲେ। ବିଳମ୍ବିତ ରାତିରେ ଆତଙ୍କବାଦୀମାନେ ଏସଓଜି କ୍ୟାମ୍ପକୁ ଟାର୍ଗେଟ କରି ଗୁଳି ଚଳାଇଥିଲେ।

ପରେ ଆତଙ୍କବାଦୀମାନେ ଅନ୍ଧକାରର ସୁଯୋଗ ନେଇ ଘଟଣାସ୍ଥଳରୁ ପଳାୟନ କରିଥିଲେ। ମଙ୍ଗଳବାର ସୁରକ୍ଷାକର୍ମୀ ଏହାର ପ୍ରତିଶୋଧ ନେଇଛନ୍ତି। ଏଥି ସହିତ ସୋମବାର ବିଳମ୍ବିତ ରାତିରେ ଦକ୍ଷିଣ କାଶ୍ମୀରର ଶୋପିଆନରେ ଆତଙ୍କବାଦୀଙ୍କ ସହ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପୋଲିସ ଚାକିରି କରି ସମାଜ ସେବାରେ ସମୟ ଦେଉଛନ୍ତି ପି. କାର୍ତ୍ତିକ। ତାମିଲନାଡୁର ଛେଙ୍ଗଲାପେଟ ଟାଉନ ଥାନାର କନ୍‌ଷ୍ଟେବଲ ଭାବେ ଦାୟିତ୍ୱ ନିର୍ବାହ କରିବା ସହ ସେ…

ଯୁଦ୍ଧ ଓ ପରିବେଶ

ବର୍ତ୍ତମାନ ପୃଥିବୀରେ ଏକ ପକ୍ଷରେ ଯୁକ୍ତରାଷ୍ଟ୍ର ଆମେରିକା ଓ ଇସ୍ରାଏଲ ଏବଂ ଅନ୍ୟପକ୍ଷରେ ଇରାନ ଯୁଦ୍ଧରେ ବ୍ୟସ୍ତ। ଅନେକ କୋଠା ଧ୍ୱଂସ ପାଉଛି ଏବଂ ଅନେକ ଲୋକ…

ରୁଷିଆରେ ୟୁକ୍ରେନ୍‌ର ଆକ୍ରମଣ: ଭାରତୀୟଙ୍କ ସମେତ ୪ ମୃତ

ମସ୍କୋ,୧୮ା୫:ରୁଷିଆ ରାଜଧାନୀ ମସ୍କୋ ନିକଟରେ ୟୁକ୍ରେନ୍‌ ରବିବାର ଜୋର୍‌ଦାର ଡ୍ରୋନ୍‌ ଆକ୍ରମଣ କରିଛି। ଏଥିରେ ଜଣେ ଭାରତୀୟଙ୍କ ସମେତ ୪ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକେ ଆହତ…

ଭିଡ଼ହିଂସା: କାର୍ଯ୍ୟାନୁଷ୍ଠାନ ଜରୁରୀ

ଚଳିତ ମାସରେ ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଥାନା ଇଲାକାରେ ଭିଡ଼ ହଂସାର ଏକ ବୀଭତ୍ସ ଘଟଣା ସାମ୍ନାକୁ ଆସିଛି। ରାସ୍ତାରେ ବାଇକ୍‌ ଯୋଗେ ଯାଉଥିବା ବେଳେ ସ୍କୁଟି…

ସମସ୍ତେ ବେଜିଂ ମୁହାଁ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ୧୫ ମେ’ରେ ଚାଇନା ପ୍ରତିପକ୍ଷ ଶି ଜିନ୍‌ପିଙ୍ଗଙ୍କ ସହ ଦୁଇ ଦିନିଆ ଆଲୋଚନା ଶେଷ କରି ଫେରିଛନ୍ତି। ଦୁଇ ନେତାଙ୍କ ମଧ୍ୟରେ…

ସ୍କୁଟିକୁ ଧକ୍କାଦେଲା କାର୍‌, ଭାଙ୍ଗିଲା ଦୋକାନ ଘର, ଜଣଙ୍କ ଜୀବନ ଗଲା

ବାଲେଶ୍ୱର,୧୮ା୫(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ଅନ୍ତର୍ଗତ ସୋର-କୁପାରୀ ରାସ୍ତାର ଖଇରା ଥାନା ଅଧୀନ ଧୋବାଗାଡ଼ିଆ ଛକ ନିକଟରେ ରବିବାର ରାତିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି l…

ଯାତ୍ରୀବାହୀ ଟ୍ରେନ କୋଚରେ ଭୟଙ୍କର ଅଗ୍ନିକାଣ୍ଡ; ଯାତ୍ରୀଙ୍କ ମଧ୍ୟରେ ଆତଙ୍କ

ପାଟନା,୧୮।୫: ବିହାରର ସାସାରାମରେ ଏକ ଟ୍ରେନରେ ନିଆଁ ଲାଗିବା ଖବର ସାମ୍ନାକୁ ଆସିଛି। ସୂଚନା ଅନୁଯାୟୀ ସାସାରାମ-ପାଟନା ପାସେଞ୍ଜର ଟ୍ରେନର ଏକ ବଗି ସାସାରାମ ଷ୍ଟେଶନରେ ଅଟକି…

ଆଜି ଶପଥନେବେ କେରଳ ମୁଖ୍ୟମନ୍ତ୍ରୀ, ଖାର୍ଗେ-ରାହୁଲ-ପ୍ରିୟଙ୍କାଙ୍କ ସମେତ ଯୋଗଦେବେ ୩ ରାଜ୍ୟର ମୁଖ୍ୟମନ୍ତ୍ରୀ

ଥିରୁଭାନନ୍ତପୁରମ,୧୮।୫: କେରଳ ବିଧାନସଭା ନିର୍ବାଚନରେ, କଂଗ୍ରେସ ନେତୃତ୍ୱାଧୀନ ୟୁନାଇଟେଡ ଡେମୋକ୍ରାଟିକ ଫ୍ରଣ୍ଟ (UDF) ୧୪୦ ଆସନରୁ ୧୦୨ ଆସନ ହାସଲ କରି ଏକ ଐତିହାସିକ ବିଜୟ ହାସଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri