ଚାଇନାକୁ ବଡ଼ ସଫଳତା: ମଙ୍ଗଳରେ ପହଞ୍ଚିଲା ଝୁରୋଙ୍ଗ ରୋଭର…

ବେଜିଂ,୧୫।୫: ମଙ୍ଗଳ ଯାତ୍ରାରେ ଚାଇନାକୁ ବଡ଼ ସଫଳତା ମିଳିଛି। ଚାଇନାର ଝୁରୋଙ୍ଗ ରୋଭର ଶେଷରେ ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଶନିବାର ଭାରତୀୟ ସମୟ ସକାଳ ୭ଟା ୧୮ରେ ମଙ୍ଗଳରେ ପାଦ ଦେଇଛି। ଏହାଦ୍ୱାରା ମଙ୍ଗଳରେ ପହଞ୍ଚିବାରେ ଦ୍ୱିତୀୟ ଦେଶ ଭାବେ ଚାଇନା ଇତିହାସ ରଚିଛି। ଏହା ପୂର୍ବରୁ ପ୍ରଥମେ ଆମେରିକା ଏଭଳି କରିଥିଲା। ସାତମାସର ମହାକାଶ ଯାତ୍ରା ପରେ ଝୁରୋଙ୍ଗ ମଙ୍ଗଳ କକ୍ଷ ପଥରେ ୩ ମାସ ଘୂରିବୁଲିଥିଲା। ଏହାପରେ ମଙ୍ଗଳ ପୃଷ୍ଠରେ ପାଦ ଦେବା ଲାଗି ଝୁରୋଙ୍ଗ ରୋଭରକୁ ୯ ମିନିଟ ସମୟ ଲାଗିଥିଲା। ୧୭ ମିନିଟ୍‌ ପରେ ଏହାର ସୋଲାର ପ୍ୟାନେଲ ଖୋଲି ଯାଇଥିଲା। ଚାଇନାର ଜାତୀୟ ମହାକାଶ ପ୍ରଶାସନର ଏହି ସଫଳତା ପାଇଁ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ ଶୁଭେଚ୍ଛା ଜଣାଇଛନ୍ତି। ଝୁରୋଙ୍ଗ ରୋଭରର ଓଜନ ପ୍ରାୟ ୨୪୦ କିଲୋଗ୍ରାମ୍‌। ଏଥିରେ ୬ଟି ଚକା ଏବଂ ୪ଟି ସୋଲାର ପ୍ୟାନେଲ ରହିଛି। ଏହା ଘଣ୍ଟା ପ୍ରତି ୨୦୦ ମିଟର ଅଞ୍ଚଳ ଘୂରିବୁଲି ମଙ୍ଗଳ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ସୂଚନା ପୃଥିବୀକୁ ପ୍ରେରଣ କରିବ। ଏସବୁ ସୂଚନା ପୃଥିବୀରେ ପହଞ୍ଚିବା ଲାଗି ୧୮ ମିନିଟ୍‌ ସମୟ ଲାଗିବ। ଝୁରୋଙ୍ଗ ୬୮୭ ଦିନ ମଙ୍ଗଳରେ ଘୂରିବୁଲିବ। ସୂଚନାଯୋଗ୍ୟ, ରୋଭରର ନାମ ଚାଇନାର ପୌରାଣିକ ଦେବତାଙ୍କ ନାମରେ ନାମିତ କରାଯାଇଛି। ଝୁରୋଙ୍ଗ ହେଉଛନ୍ତି ଅଗ୍ନି ଏବଂ ଯୁଦ୍ଧର ଦେବତା।


Enter your email to get our daily news in your inbox.

All Right Reserved By Dharitri.Com

ଶେଷ ହେଲା ରକ୍ତପାତ, ଏବେ କାମକୁ ଫେର

କାବୁଲ,୯।୯: ଆଫଗାନିସ୍ତାନରେ ରକ୍ତପାତର ସମୟ ଶେଷ ହୋଇଛି। ଯୁଦ୍ଧ ପ୍ରଭାବିତ ଦେଶର ପୁନଃ ନିର୍ମାଣ ଗୁରୁଦାୟିତ୍ୱ ଆମକୁ ବହନ କରିବାକୁ ପଡ଼ିବ। ପୂର୍ବ ସରକାରର ଅଧିକାରୀମାନେ...

ଦୁର୍ଗା ଟୁଇଟ୍‌କୁ ନେଇ ଫସିଲେ ହାରିସ୍‌

ଓ୍ବାଶିଂଟନ,୨୩ା୧୦:ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଖେଇ ଆସୁଥିବାବେଳେ ସେଠାରେ ଥିବା ହିନ୍ଦୁ ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ଉଭୟ ରିପବ୍ଲିକାନ ଓ ଡେମୋକ୍ରାଟିକ୍‌ ପାର୍ଟି ପକ୍ଷରୁ ଜୋର୍‌ଦାର...

୩ ହଜାର ଫୁଟ ପାହାଡ଼ ଉପରେ ପ୍ରେମିକାଙ୍କୁ ପ୍ରପୋଜ୍‌ କଲେ ପ୍ରେମିକ

ଓସଲୋ,୯।୭: ନରଓ୍ବେରେ ଜଣେ ପ୍ରେମିକାଙ୍କୁ ତାଙ୍କ ପ୍ରେମିକ ୩ ହଜାର ଫୁଟ ପାହାଡ଼ ଉପରେ ପ୍ରପୋଜ୍‌ କରିଛନ୍ତି। ଏହା ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ...

ସୈନ୍ୟ ବାହିନୀ ବିମାନ ନିଖୋଜ: ୩୮ ଜଣଙ୍କ ପତ୍ତା ମିଳୁନି

ସାଣ୍ଟିଆଗୋ,୧୦।୧୨: ଚିଲିର ଏକ ସୈନ୍ୟ ବାହିନୀ ବିମାନ ନିଖୋଜ ହୋଇଛି। ବିମାନଟି ଚିଲିରୁ ଆଣ୍ଟାର୍କଟିକା ଉଡ଼ାଣ କରୁଥିଲା ବୋଲି କୁହାଯାଉଛି। ଏଥିରେ ୩୮ ଜଣ ଲୋକ...

ଖେଳାଳିଙ୍କୁ ୟୁନିଫର୍ମ ଜାଳି ଦେବାକୁ କହିଲେ ଅଧିନାୟିକା

କାବୁଲ,୧୯।୮ : ସୋସିଆଲ ମିଡିଆରୁ ସମସ୍ତ ଫଟୋ ଡିଲିଟ୍‌ କର। ୟୁନିଫର୍ମକୁ ଜାଳିଦିଅ। ଯେମିତି ହେଲେ ପରିଚୟ ଲୁଚାଅ। ଖେଳାଳିଙ୍କୁ ଏଭଳି ପରାମର୍ଶ ଦେଇଛନ୍ତି ଆଫଗାନିସ୍ତାନ...

ପିଲାଙ୍କୁ ପସନ୍ଦ ଡିଜିଟାଲ୍‌ ଲର୍ନିଂ

ଓ୍ମାଶିଂଟନ୍‌: ସ୍ମାର୍ଟଫୋନ୍‌, ଇ-ବୁକ୍ସ ଓ ଟାବଲେଟ୍‌ ପ୍ରତି ଛୋଟ ପିଲାମାନେ ଅଧିକ ଆକର୍ଷିତ ହେଉଛନ୍ତି। କିନ୍ତୁ ଏସବୁର ବ୍ୟବହାର ଦ୍ୱାରା ପିଲାମାନେ କିଛି ଶିଖି ପାରିବେ...

କଶ୍ମୀର ପ୍ରସଙ୍ଗରେ ଚୁପ୍‌ ରହିବାରୁ ହଟହଟା ହେଲେ ପାକିସ୍ତାନ ଅଭିନେତ୍ରୀ

ଇସଲାମାବାଦ,୧।୧୦:ପାକିସ୍ତାନର ପ୍ରସିଦ୍ଧ ଅଭିନେତ୍ରୀ ମେହଓ୍ବିଶ୍‌ ହାୟାତ୍‌ କଶ୍ମୀର ପ୍ରସଙ୍ଗରେ କୌଣସି ମତ ନ ରଖିବାରୁ ତାଙ୍କୁ ହଟହଟା ହେବାକୁ ପଡିଛି। ସୋସିଆଲ ମିଡିଆରେ ତାଙ୍କୁ ଟ୍ରୋଲର...

ଖୋଲିଲା ଡିଜ୍‌ନି ଲ୍ୟାଣ୍ଡ

ସାଙ୍ଘାଇ: କରୋନା ଭାଇରସ୍‌ ବିଶ୍ୱବାସୀଙ୍କ ନିଦ ହଜାଇ ଦେଇଥିବା ବେଳେ ଚାଇନାରେ ଏହାର ପ୍ରଭାବ ଏବେ କିଛି କମିଛି। ଲକ୍‌ଡାଉନ୍‌ ଯୋଗୁ ଦୀର୍ଘଦିନ ଧରି ବନ୍ଦ...

Advertisement


Archives

Model This Week