ସମ୍ପତ୍ତି ତାଲିକାରେ ବଡ ବଡ ସେଲିବ୍ରିଟିଙ୍କୁ ବି ପଛରେ ପକାଇବେ ପ୍ରକାଶ ରାଜ

ମୁମ୍ବାଇ: ବଲିଉଡରୁ ଆରମ୍ଭ କରି ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରି ପର୍ଯ୍ୟନ୍ତ ପ୍ରକାଶ ରାଜଙ୍କର ରହିଛି ଏକ ସ୍ୱତନ୍ତ୍ର ପରିଚୟ । ନିଜର ଅଭିନୟ ମାଧ୍ୟମରେ ସେ ତିଆରି କରିଛନ୍ତି ତାଙ୍କର ଏକ ସ୍ୱତନ୍ତ୍ର ପରିଚୟ । ୨୬ ମାର୍ଚ୍ଚରେ ଜନ୍ମ ନେଇଥିବା ପ୍ରକାଶ ରାଜଙ୍କ ପ୍ରକୃତ ନାମ ହେଲା ପ୍ରକାଶ ରାୟ । ୫୭ ବର୍ଷିୟ ଏହି ଅଭିନେତା ଭିନ୍ନ ଭିନ୍ନ ଚରିତ୍ରରେ ଅଭିନୟ କରିଥିବା ବେଳେ ଦର୍ଶକେ ସବୁଠାରୁ ତାଙ୍କୁ ବେଶୀ ପସନ୍ଦ କରିଛନ୍ତି ଖଳନାୟକ ଭାବେ । ଆଜିବି ସେ ତାଙ୍କ ଅଭିନୟର ଯାଦୁରେ ଦର୍ଶକଙ୍କୁ ବାନ୍ଧି ରଖିପାରନ୍ତି ।
କେବଳ ଅଭିନୟ ନୁହେଁ ପ୍ରକାଶ ରାଜ ୨୦୧୯ ଲୋକ ସଭା ନିର୍ବାଚନରେ ବେଙ୍ଗାଲୁରୁର ସେଣ୍ଟ୍ରାଲ ସିଟରୁ ନିର୍ଦ୍ଦଳୀୟ ଭାବେ ନିର୍ବାଚନ ଲଢି ସାରିଛନ୍ତି । ପ୍ରକାଶଙ୍କ ନିର୍ବାଚନ ଏଫିଡେଭିଟ ଅନୁଯାୟୀ, ତାଙ୍କ ନିକଟରେ ରହିଛି ୩୨ କୋଟି ଟଙ୍କାର ସମ୍ପତ୍ତି । ଏହା ବ୍ୟତୀତ ୮ କୋଟି ଟଙ୍କାର ଅନ୍ୟାନ୍ୟ ସମ୍ପତ୍ତି ବି ରହିଛି । ତାଙ୍କ ନିକଟରେ ୨୬୫ ଗ୍ରାମ ସୁନା ଓ ୨୦ ଗ୍ରାମ ହୀରା ରହିଛି । ଏହାର ମୋଟ ଦାମ ୧୮ ଲକ୍ଷ ଟଙ୍କା ହେବ । ପ୍ରକାଶଙ୍କ ପତ୍ନୀଙ୍କ ନିକଟରେ ୨୧୦ ଗ୍ରାମ ସୁନା ରହିଛି, ଯାହାର ମୂଲ୍ୟ ୬ ଲକ୍ଷ ଟଙ୍କା । ପ୍ରକାଶ ରାଜଙ୍କ ଜୁଏଲରୀର ମୋଟ ଦାମ ୨୪ ଲକ୍ଷ ହେବ ବୋଲି କୁହାଯାଉଛି । ପ୍ରକାଶଙ୍କ ନିକଟରେ ରହିଛି ବିଭିନ୍ନ କମ୍ପାନୀର ଲକ୍‌ଜରି କାର୍ । ଏଥିମଧ୍ୟରେ ରହିି ଏକ ଟୋୟୋଟା ଇନୋଭା ଗାଡି ଯାହାର ଦାମ୍ ୧୭ ଲକ୍ଷରୁ ଅଧିକ । ଏହା ବ୍ୟତୀତ ବିଏମ୍‌ଡବ୍ଲ୍ୟୁ ୨୦ଡି ରହିଛି, ଏହାର ଦାମ୍ ୪୫ ଲକ୍ଷରୁ ଅଧିକ ଏହାସହ ଆଇଏସୟୁଜେଡୟୁ ଭି, ବୋଲେରୋ ମ୍ୟାକ୍ସି ଟ୍ରକ, ଅଡି କ୍ୟୁ ୩ ଭଳି ଗାଡି ରହିଛି । ପ୍ରକାଶ କାର୍ କ୍ରୟ କରିବାକୁ ୫୫ ଲକ୍ଷ ଟଙ୍କା ଋଣ ନେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

୫୬ ଭୋଗ ନ ଥିଲେ ବି ପ୍ରସନ୍ନ ହେବେ କାହ୍ନା! ଜନ୍ମାଷ୍ଟମୀରେ ବାଳଗୋପାଳଙ୍କୁ ଚଢ଼ାନ୍ତୁ ଏହି ୫ଟି ପ୍ରିୟ ଜିନିଷ; ଜାଣନ୍ତୁ ବିଧି

ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ଭାବେ ସାରା ଦେଶରେ ଉତ୍ସାହର ସହ ପାଳନ କରାଯାଏ। ଏହି ଦିନ ଭକ୍ତମାନେ ବ୍ରତ ରଖି ମଧ୍ୟରାତ୍ରିରେ ବାଳଗୋପାଳଙ୍କ…

ଟ୍ରକ ତଳେ ପଶିଗଲା ସ୍କୁଟି, ଆଉ ତା’ପରେ…

ଦିଗପହଣ୍ଡି,୩।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନମ୍ବର ରାଜ୍ୟ ରାଜପଥ ଦିଗପହଣ୍ଡି ଆନନ୍ଦନଗର ନିକଟରେ ଏକ ଭୟାନକ ଦୁର୍ଘଟଣା ଘଟିଛି। ରାସ୍ତାକଡରେ ପାର୍କିଂ କରିଥିବା…

ଖେଳାଳିଙ୍କୁ ମିଳୁନି ବିଶ୍ରାମ! ବାରମ୍ବାର ଆହତ ହେବା ନେଇ BCCIର ବଡ଼ ଖୁଲାସା, ବଦଳିବ ରଣନୀତି

ମୁମ୍ବାଇ,୩।୯: ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (BCCI)ର ମୁଖ୍ୟ କାର୍ଯ୍ୟାଳୟରେ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିସିସିଆଇ ସମ୍ପାଦକ ଦେବଜୀତ୍ ଶୈକିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…

ଆକ୍ସନରେ ଜିଲାପାଳ: ବଦଳିଲେ ସୁନାବେଢା ସିଡିପିଓ

କୋରାପୁଟ ୩l୯(ଅମିତାଭ ବେହେରା): ଅଙ୍ଗନଓ୍ବାଡି କର୍ମୀମାନଙ୍କୁ ଖରାପ ବ୍ୟବହାର କରିଥିବା ଅଭିଯୋଗରେ ସୁନାବେଢା ସିଡିପିଓ ନଳିନୀ ବେହେରାଙ୍କୁ ଅନ୍ୟତ୍ର ବଦଳି କରାଯାଇଛି। ସିଡିପିଓ ନଳିନୀଙ୍କୁ ଜୟପୁର ଉପଜିଲାପାଳଙ୍କ…

୧୧ ବର୍ଷ ଧରି କେଶ ଖାଉଥିଲେ ଛାତ୍ରୀ; ଏବେ ଡାକ୍ତର ତାଙ୍କ ପେଟରୁ ବାହାର କଲେ ୧.୧୬ କିଲୋଗ୍ରାମର ଗଣ୍ଠି

ନୂଆଦିଲ୍ଲୀ,୩।୯: ଦିଲ୍ଲୀର ଦ୍ୱାରକାସ୍ଥିତ ମଣିପାଲ ହସ୍ପିଟାଲର ଡାକ୍ତରମାନେ ଜଣେ 20 ବର୍ଷୀୟ ଛାତ୍ରୀଙ୍କ ପେଟରୁ 1.16 କିଲୋଗ୍ରାମ ଓଜନର ଏକ ବଡ଼ କେଶ ପିଣ୍ଡ ବାହାର କରିଛନ୍ତି।…

ସ୍ମୃତି ମନ୍ଧାନାଙ୍କ ଡବଲ ଧମାକା: କଲେ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୩।୯: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ସ୍ମୃତି ମନ୍ଧାନା ଆନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ଶତକ ଏବଂ ରନ ପାଇଁ ଏକ ବିଶ୍ୱ ରେକର୍ଡ ସ୍ଥାପନ…

ଓଡ଼ିଶାର ୧୪ OAS ଅଫିସରଙ୍କୁ IAS ପଦୋନ୍ନତି: କେନ୍ଦ୍ର ସରକାର ଜାରି କଲେ ବିଜ୍ଞପ୍ତି… ଦେଖନ୍ତୁ ପୁରା ତାଲିକା

ଭୁବନେଶ୍ୱର,୩।୯: ଓଡ଼ିଶା ପ୍ରଶାସନିକ ସେବା (OAS) କ୍ୟାଡରର ୧୪ ଜଣ ବରିଷ୍ଠ ଅଫିସରଙ୍କୁ ଭାରତୀୟ ପ୍ରଶାସନିକ ସେବା (IAS) ପାହ୍ୟାକୁ ପଦୋନ୍ନତି ମିଳିଛି। କେନ୍ଦ୍ର କାର୍ମିକ, ଜନ…

ପ୍ରଶ୍ନ କଲେ ଉଦୟନିଧି ଷ୍ଟାଲିନ, ମୁଖ୍ୟମନ୍ତ୍ରୀ ବିଜୟ କହିଲେ ସୋମବାର ଦେବି ଉତ୍ତର

ଚେନ୍ନାଇ,୩।୯: ଆଇନ ଶୃଙ୍ଖଳା ପ୍ରସଙ୍ଗରେ ଡିଏମକେ ସରକାରଙ୍କୁ ଘେରିବାକୁ ଚେଷ୍ଟା କରିବାରୁ ତାମିଲନାଡୁ ବିଧାନସଭାରେ ଏକ ବିଶୃଙ୍ଖଳିତ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହାର ଜବାବରେ, ମୁଖ୍ୟମନ୍ତ୍ରୀ ବିଜୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri