Posted inଖେଳ

ଆଇପିଏଲ୍‌ ପୂର୍ବରୁ ଚେନ୍ନାଇ ସୁପର୍‌ କିଙ୍ଗ୍ସକୁ ବଡ଼ ଝଟ୍‌କା

ଚେନ୍ନାଇ,୨୦।୩: ଆଇପିଏଲ୍‌ ୨୦୨୩ ମାର୍ଚ୍ଚ ୩୧ରୁ ଆରମ୍ଭ ହେବାକୁ ଯାଉଛି। ପ୍ରଥମ ମ୍ୟାଚ୍‌ରେ ଚାରିଥର ଚାମ୍ପିଅନ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ଡିଫେଣ୍ଡିଂ ଚାମ୍ପିଅନ ଗୁଜରାଟ ଟାଇଟାନ୍ସର ଦଳ ମୁହାଁମୁହିଁ ହେବେ। ଏହି ମ୍ୟାଚ ପୂର୍ବରୁ ସିଏସକେ ଦଳକୁ ଏକ ବଡ ଝଟ୍‌କା ଲାଗିଛି। ଆଇପିଏଲର ୧୬ତମ ସିଜିନରୁ ନ୍ୟୁଜିଲାଣ୍ଡର ଦ୍ରୁତ ବୋଲର କାଇଲ ଜେମସନ ଆହତ ଯୋଗୁ ବାଦ ପଡିଛନ୍ତି। ଚଳିତ ବର୍ଷ ମିନି ନିଲାମରେ ସିଏସକେ ୧ କୋଟି ଟଙ୍କାରେ ଜେମସନଙ୍କୁ କିଣିଥିଲା।
ଜେମସନ ଦୀର୍ଘ ଦିନ ହେବ ଆଘାତ ଜନିତ ସମସ୍ୟା ଦେଇ ଗତି କରୁଛନ୍ତି। ଏଭଳି ପରିସ୍ଥିତିରେ ସେ ନିଜକୁ ଆଇପିଏଲରୁ ମଧ୍ୟ ଦୂରେଇ ରଖିଛନ୍ତି। ବର୍ତ୍ତମାନ ସିଏସକେ ମଧ୍ୟ ଜେମସନଙ୍କ ବଦଳ ଖେଲାଳିଙ୍କ ନାଁ ଘୋଷଣା କରିଛି। ଜେଏମସନଙ୍କ ସ୍ଥାନରେ ସିଏସକେ ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲର ସିସାନ୍ଦା ମଗାଲାଙ୍କୁ ଦଳରେ ସାମିଲ କରିଛି। ଏହି ଛୋଟ ଫର୍ମାଟରେ ମଗାଲାଙ୍କ ଅନେକ ଅଭିଜ୍ଞତା ଅଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୧୪ ଭାରତୀୟ ଖେଳାଳିଙ୍କୁ କୋଚିଂ ଦେବେ କ୍ରାମ୍‌ନିକ୍‌

ଚେନ୍ନାଇ, ୩୦ା୧୨ (ପି.ଟି.): ବିଶ୍ୱର ଦ୍ୱିତୀୟ ସର୍ବକନିଷ୍ଠ ଗ୍ରାଣ୍ଡମାଷ୍ଟର ଡି. ଗୁକେଶ ଏବଂ ଆର. ପ୍ରଗ୍ନାନନ୍ଧାଙ୍କ ସମେତ ୧୪ଜଣ ଯୁବ ଭାରତୀୟ ଚେସ୍‌ ଖେଳାଳିଙ୍କୁ କୋଚିଂ...

ନଳିନୀକାନ୍ତ ସ୍ମାରକୀ ରାଜ୍ୟ ର଼୍ୟାଙ୍କିଙ୍ଗ୍‌ ବ୍ୟାଡ୍‌ମିଣ୍ଟନ ୨୮ରୁ

ଭୁବନେଶ୍ୱର, ୨୧।୧୧(କ୍ରୀଡ଼ା ପ୍ରତିନିଧି)- ଆମେଚର ବ୍ୟାଡ୍‌ମିଣ୍ଟନ କ୍ଲବ (ଏବିସି), ଭୁବନେଶ୍ୱର ଆନୁକୂଲ୍ୟରେ ୬ଷ୍ଠ ନଳିନୀକାନ୍ତ ମହାନ୍ତି ସ୍ମାରକୀ ରାଜ୍ୟ ଓପନ ର଼୍ୟାଙ୍କିଙ୍ଗ୍‌ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟ ଚଳିତମାସ...

ରାଜ୍ୟ ର଼୍ୟାଙ୍କିଙ୍ଗ୍‌ ଟେବୁଲ ଟେନିସ ଚାମ୍ପିୟନଶିପ୍‌ ଉଦ୍‌ଯାପିତ

ଭୁବନେଶ୍ୱର, ୧।୧୦ (କ୍ରୀଡ଼ା ପ୍ରତିନିଧି)- ବଲାଙ୍ଗୀର ଜିଲା ଟେବୁଲ ଟେନିସ ଆସୋସିଏଶନ ଆନୁକୂଲ୍ୟରେ ବଲାଙ୍ଗୀରର ମନୋହରପୁରସ୍ଥିତ ରିଜର୍ଭ ପୋଲିସ ଇନ୍‌ଡୋର ହଲ୍‌ରେ ୪ର୍ଥ ଆର.ଏନ. ସିଂ...

ମନ ଭାଙ୍ଗିଦେଲା ବର୍ଷା

ସାଉଥାମ୍ପଟନ,୧୮ା୬: ମନ ଭାଙ୍ଗିଦେଲା ବର୍ଷା। ଲଗାଣ ବର୍ଷ କାରଣରୁ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି) ଫାଇନାଲ ମ୍ୟାଚ୍‌ର ପ୍ରଥମ ଦିନ ଖେଳ ସମ୍ଭବ ହୋଇପାରିନାହିଁ। ଏପରି...

ସେପ୍ଟେମ୍ବର ୧୪ ସୁଦ୍ଧା ନିର୍ବାଚନ ପ୍ରକ୍ରିୟା ଶେଷ କରିବାକୁ ହେବ: ବିସିସିଆଇ ନିର୍ବାଚନ ଅଧିକାରୀ

ନୂଆଦିଲ୍ଲୀ, ୧୬ା୮ (ପି.ଟି.)-ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ନୂଆ କର୍ମକର୍ତ୍ତା ନିର୍ବାଚନ ଅକ୍ଟୋବର ୨୨ରେ କରିବା ଲାଗି ପ୍ରଶାସକ କମିଟି (ସିଓଏ) ସ୍ଥିର କରିଛି।...

ଆର୍ଚେରୀ ବିଶ୍ୱକପ ଷ୍ଟେଜ୍‌-୩: ତୃତୀୟ ରାଉଣ୍ଡରେ ଦୀପିକା, ତରୁଣଦୀପ

ଆଣ୍ଟାଲ୍ୟା (ତୁର୍କୀ), ୨୩।୫(ପି.ଟି.)- ବୁଧବାର ଏଠାରେ ଆରମ୍ଭ ହୋଇଥିବା ଆର୍ଚେରୀ ବିଶ୍ୱକପ ଷ୍ଟେଜ-୩ରେ ଦୀପିକା କୁମାରୀ ଓ ତରୁଣଦୀପ ରାୟଙ୍କ ସମେତ ୪ ଭାରତୀୟ ତୃତୀୟ...

୫ ଓ୍ବିକେଟରେ ଜିତିଲା ଏମଆଇ…

ମୁମ୍ବାଇ,୧୬।୪ : ଆଇପିଏଲ ସିରିଜ ୧୬ର ୨୨ତମ ମ୍ୟାଚରେ ରବିବାର ପାଞ୍ଚ ଥର ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ(ଏମଆଇ) ଦୁଇଥର ଚାମ୍ପିୟନ କୋଲକାତା ନାଇଟ ରାଇଡର୍ସ(କେକେଆର୍‌) ବିପକ୍ଷରେ...

ଟ୍ରେନିଂ ଆରମ୍ଭ କଲେ ସାଇନା ନେହ୍ବାଲ

ନୂଆଦିଲ୍ଳୀ,୯।୮(ପି.ଟି.): ଲଣ୍ଡନ ଅଲିମ୍ପିକ୍ସ ବ୍ରୋଞ୍ଜ୍‌ ପଦକ ବିଜୟିନୀ ସାଇନା ନେହ୍ବାଲ ଦୀର୍ଘ ଦିନ ପରେ ପୁଣି ଟ୍ରେନିଂ ଆରମ୍ଭ କରିଛନ୍ତି। ହାଇଦ୍ରାବାଦ୍‌ର ଏକ ସ୍ବତନ୍ତ୍ର ସ୍ଥାନରେ...

Advertisement
Archives

Model This Week