Posted inଜାତୀୟ

ଆସାମ କଂଗ୍ରେସକୁ ବଡ଼ ଝଟ୍‌କା: ଭାଜପାରେ ଯୋଗ ଦେଲେ ଭୁପେନ

ଗୁଆହାଟୀ,୨୨ା୨: ଆସାମ କଂଗ୍ରେସର ପୂର୍ବତନ ସଭାପତି ଭୁପେନ କୁମାର ବୋରା ରବିବାର ଆନୁଷ୍ଠାନିକ ଭାବେ ଭାଜପାରେ ସାମିଲ ହୋଇଛନ୍ତି। ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟରେ ଏକ ବଡ଼ ରାଜନୈତିକ ପଟ୍ଟ ପରିବର୍ତ୍ତନ ହୋଇଛି। ଗୁଆହାଟୀସ୍ଥିତ ଭଜାପା ରାଜ୍ୟ କାର୍ଯ୍ୟାଳୟ ବାଜପେୟୀ ଭବନରେ ଦଳର ରାଜ୍ୟ ସଭାପତି ଦିଲୀପ ସାଇକିଆଙ୍କ ଉପସ୍ଥିତିରେ ବୋରା ଦଳରେ ଯୋଗଦେଇଛନ୍ତି।

ଏହି ଅବସରରେ ପୂର୍ବତନ କଂଗ୍ରେସ କର୍ମୀ ସଞ୍ଜୁ ବୋରା ମଧ୍ୟ ଭାଜପାରେ ସାମିଲ ହୋଇଛନ୍ତି। ଗତ ୧୬ ତାରିଖରେ ଭୁପେନ କଂଗ୍ରେସରୁ ଇସ୍ତଫା ଦେଇଥିବା ବେଳେ ନିଷ୍ପତ୍ତି ବଦଳାଇବା ପାଇଁ ରାହୁଲ ଗାନ୍ଧୀଙ୍କ ସମେତ ଦଳର ବରିଷ୍ଠ ନେତାମାନେ ଜୋର୍‌ଦାର ଉଦ୍ୟମ ଚଳାଇଥିଲେ। ଆତ୍ମସମ୍ମାନ ଥିବା ଅସମୀୟା କଂଗ୍ରେସ ଛାଡ଼ି ଭାଜପାରେ ଯୋଗଦେବେ ବୋଲି ବୋରା ଗଣମାଧ୍ୟମକୁ କହିଛନ୍ତି।

କଂଗ୍ରେସରେ ସେମାନଙ୍କ ଅବସ୍ଥା ମୃତ୍ୟୁ ପୂର୍ବରୁ ମହାଭାରତର କର୍ଣ୍ଣଙ୍କ ଅବସ୍ଥା ଭଳି ବୋଲି ବୋରା ତୁଳନା କରିଛନ୍ତି। ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା କହିଛନ୍ତି, କଂଗ୍ରେସରେ ପ୍ରାୟ ୩୩ ବର୍ଷ ଧରି କାମ କରିଥିବା ବୋରାଙ୍କର ଉକ୍ତ ଦଳ ପ୍ରତି ଯଥେଷ୍ଟ ଅବଦାନ ରହିଥିଲା। ଆଜିଠାରୁ ସେ ନୂଆ ଜୀବନ ଆରମ୍ଭ କରିବାକୁ ଯାଉଥିବାରୁ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମରାମତି ବେଳେ ବଡ଼ ଅଘଟଣ: ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଗୁରୁତର ହେଲେ ଠିକା କର୍ମଚାରୀ

ଗଜପତି,୨୬।୫(ଗିରିଧାରୀ ପରିଛା): ପାରଳାଖେମୁଣ୍ଡି କେଉଟ ସାହିରେ ବିଦ୍ୟୁତ୍‌ ମରାମତି କାର୍ଯ୍ୟ ଚାଲିଥିବା ବେଳେ ବିଦ୍ୟୁତ୍‌ ଆଘାତରେ ଠିକା କର୍ମଚାରୀ ଆହାତ ହୋଇଛନ୍ତି। ଗୁରୁତର ବସ୍ଥାରେ ପାରଳାଖେମୁଣ୍ଡି ମୁଖ୍ୟ…

ଭାବାବେଗକୁ ଆଘାତ ଦେଲା….: ଅଡୁଆରେ ଶାସକ ଦଳ

ବରଗଡ଼,୨୬।୫(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ବିଶ୍ୱପ୍ରସିଦ୍ଧ କୁହାଯାଏ। ଏହି ମହୋତ୍ସବରେ ଦିନକୁ ଦିନ ଅଧିକ ନୂତନତ୍ତ୍ୱ ଏବଂ ଆକର୍ଷଣ ଆଣିବା ପାଇଁ ଉଦ୍ୟମ…

ମାଲିକର ପୋଷା କୁକୁର ସହିତ ଅପ୍ରାକୃତ ସମ୍ପର୍କ ପାଇଁ ଚେଷ୍ଟା କରୁଥିଲେ ରୋଷେୟା, ଧରାପଡିବା ପରେ…

ଭୁବନେଶ୍ବର୨୬।୫(ପ୍ରସନଜିତ୍‌ ସାହୁ): ଚନ୍ଦକା ଥାନା ଅଞ୍ଚଳରେ ଏକ ଫାର୍ମ ହାଉସର ରୋଷେୟା ଏକ ପୋଷା ଡାଲ୍‌ମିଶନ କୁକୁରକୁ ଆକ୍ରମଣ ସହ ଅପ୍ରାକୃତ ସମ୍ପର୍କ ଉଦ୍ୟମ କରିଥିବା ନେଇ…

୮୦ କିମି ବେଗରେ ଝଡ ପବନ! ସତର୍କତା ଜାରି କଲା IMD, ଓଡ଼ିଶା ସମେତ…

ନୂଆଦିଲ୍ଲୀ,୨୬।୫: ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ, ସୋମବାର ଉତ୍ତର ପ୍ରଦେଶର ବାନ୍ଦା ଏବଂ ବିଦର୍ଭର ବ୍ରହ୍ମପୁରୀରେ ତାପମାତ୍ରା ୪୭ଡିଗ୍ରୀରୁ ଅଧିକ ରହିଥିଲା। ଛତରପୁରର ଖଜୁରାହୋରେ ୪୭.୨…

ମୋଦିଙ୍କ ଶାସନ କ୍ଷମତାକୁ ନେଇ ବଡ଼ ଭବିଷ୍ୟବାଣୀ କଲେ ରାହୁଲ!

ନୂଆଦିଲ୍ଲୀ,୨୬।୫: ପ୍ରଧାନମନ୍ତ୍ରୀ ପଦରୁ ନରେନ୍ଦ୍ର ମୋଦିଙ୍କ ଆସନ୍ନ ବିଦାୟ ସମ୍ପର୍କରେ କଂଗ୍ରେସ ନେତା ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଦାବିକୁ ନେଇ…

ମୋଦିଙ୍କ କାର୍ଯ୍ୟକାଳକୁ ପୂରିଲା ୧୨ ବର୍ଷ, ୨୦୧୪ ବିଜୟ ପରେ ପ୍ରଧାନମନ୍ତ୍ରୀ କଣ କହିଥିଲେ ଜାଣନ୍ତୁ

ନୂଆଦିଲ୍ଲୀ,୨୬।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ  ମେ ୨୬ ଏକ ଅତ୍ୟନ୍ତ ସ୍ୱତନ୍ତ୍ର ଦିନ । ଆଜି ସେ ଭାରତର ପ୍ରଧାନମନ୍ତ୍ରୀ ପଦ ଗ୍ରହଣ କରିବାର ୧୨…

‘ଆମେରିକାକୁ ୟୁରାନିୟମ ହସ୍ତାନ୍ତର କର, ନଚେତ…’ ଶାନ୍ତି ଆଲୋଚନା ମଧ୍ୟରେ ଇରାନକୁ କଡ଼ା ଚେତାବନୀ ଦେଲେ ଟ୍ରମ୍ପ

ଓ୍ବାଶଂଟନ,୨୬।୫: ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଚୁକ୍ତିନାମା ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ଚୁକ୍ତି ହୋଇନାହିଁ। ଆମେରିକା ଯେକୌଣସି ମୂଲ୍ୟରେ ଇରାନର ସମୃଦ୍ଧ ୟୁରାନିୟମ ଭଣ୍ଡାର ହାସଲ…

ମୁଁ ରୁହେ କି ନ ରୁହେ….ଭକ୍ତଙ୍କୁ ଭାବବିହ୍ବଳ ମେସେଜ୍‌ ଦେଲେ ପ୍ରେମାନନ୍ଦ ମହାରାଜ

ଲକ୍ଷ୍ନୌ,୨୬।୫:ଗତ କିଛି ଦିନ ଧରି ପ୍ରେମାନନ୍ଦ ମହାରାଜଙ୍କ ସ୍ବାସ୍ଥ୍ୟାବସ୍ଥା ବିଷୟରେ ଚିନ୍ତିତ ଥିବା ଲକ୍ଷ ଲକ୍ଷ ଭକ୍ତଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତିର ଖବର ଆସିଛି। ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri