ବଡ଼ ଖବର: ନେତାନ୍ୟାହୁଙ୍କ ବେଡ୍‌ ରୁମ୍‌ ଉପରେ ମିଶାଇଲ୍‌ ମାଡ଼ କଲା ଇରାନ

ତେଲ ଅଭିଭ,୧୬।୬: ଇରାନ ସହିତ ଯୁଦ୍ଧ ମଧ୍ୟରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଏକ ଚାଞ୍ଚଲ୍ୟକର ଦାବି କରିଛନ୍ତି। ଏକ ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ କହିଛନ୍ତି, ଇରାନ ମୋତେ ହତ୍ୟା କରିବାକୁ ଚେଷ୍ଟା କରିଥିଲା। ତେହେରାନରୁ ଏକ ମିଶାଇଲ୍‌ ମୋ ବେଡ୍‌ରୁମ୍‌ର ଝରକା ଉପରେ ପଡ଼ିଥିଲା। କିନ୍ତୁ ସେମାନଙ୍କର ପ୍ରୟାସ ବିଫଳ ହୋଇଥିଲା।

ସେ କହିଛନ୍ତି, ଇରାନର ଆତଙ୍କବାଦୀ ସରକାର କେବଳ ତାଙ୍କୁ ନୁହେଁ ବରଂ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କୁ ସବୁଠାରୁ ବଡ଼ ବିପଦ ବୋଲି ବିବେଚନା କରେ। ସେମାନେ ମୋତେ ହତ୍ୟା କରିବାକୁ ଚେଷ୍ଟା କରୁଛନ୍ତି।

ଇରାନର ଘାତକ ଆକ୍ରମଣ ପରେ ଇସ୍ରାଏଲ୍‌ କ୍ରମାଗତ ଚତୁର୍ଥ ଦିନ ପାଇଁ ତେହରାନ ଉପରେ ଜୋର୍‌ଦାର ଆକ୍ରମଣ କରିଛି। ଇରାନର ଶକ୍ତି ଶିଳ୍ପ ଏବଂ ତେହରାନରେ ଥିବା ପ୍ରତିରକ୍ଷା ମନ୍ତ୍ରଣାଳୟ ମୁଖ୍ୟାଳୟକୁ ଟାର୍ଗେଟ କରି ଇସ୍ରାଏଲୀ ସେନା ଆକ୍ରମଣ କରିଥିବାବେଳେ ତେହରାନ୍‌ର ବିଭିନ୍ନ ସ୍ଥାନରେ ବିସ୍ଫୋରଣ ଶବ୍ଦ ଶୁଣାଯାଇଛି। ବର୍ତ୍ତମାନ ସୁଦ୍ଧା ଇସ୍ରାଏଲ୍‌ ଆକ୍ରମଣରେ ଇରାନରେ ଅନୂ୍ୟନ ୪୦୬ ଜଣଙ୍କ ମୃତ୍ୟୁ ଘଟିଥିଲାବେଳେ ୬୫୪ ଜଣ ଆହତ ହୋଇଥିବା ଏକ ମାନବାଧିକାର ସଂଗଠନ କହିଛି। ଇସ୍ରାଏଲ୍‌ର ସାଧାରଣ ନାଗରିକଙ୍କୁ ଟାର୍ଗେଟ କଲେ ଇରାନକୁ ବହୁମୂଲ୍ୟ ଦେବାକୁ ପଡ଼ିବ ବୋଲି ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ ରବିବାର ଚେତାବନୀ ଦେଇଛନ୍ତି। ଦୁଇ ଦେଶ ମଧ୍ୟରେ ଆକ୍ରମଣ ଜାରି ରହିଥିବାରୁ ଆମେରିକା ସହ ଇରାନର ଆଣବିକ ଆଲୋଚନା ବାତିଲ ହୋଇଛି। ଗତ ମାସରେ ବାଣିଜ୍ୟ ଥୋପ କରି ଭାରତ ଓ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି କରାଇଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଥିଲାବେଳେ ଇରାନ ଓ ଇସ୍ରାଏଲ ମଧ୍ୟରେ ଅନୁରୂପ ଡିଲ୍‌ କରିପାରିବେ ବୋଲି ରବିବାର ଦାବି କରିଛନ୍ତି।

ଇସ୍ରାଏଲ୍‌ ‘ଅପରେଶନ ରାଇଜିଂ ଲାୟନ’ ନାମରେ ଶୁକ୍ରବାର ଅଚାନକ ଇରାନର ଆଣବିକ ସ୍ଥଳ ଓ ସାମରିକ ଘାଟିଗୁଡ଼ିକୁ ଟାର୍ଗେଟ କରି ଜୋର୍‌ଦାର ଆକ୍ରମଣ କରିବାରୁ ଏହାର ସେନାମୁଖ୍ୟଙ୍କ ସମେତ କେତେଜଣ ଶୀର୍ଷ ଜେନେରାଲ ଏବଂ ଆଣବିକ ବୈଜ୍ଞାନିକଙ୍କ ମୃତ୍ୟୁ ଘଟିଥିଲା। ଏହାର ଜବାବରେ ଇରାନ ଇସ୍ରାଏଲ୍‌ ଉପରେ ଶତାଧିକ ଡ୍ରୋନ୍‌ ଏବଂ ମିଶାଇଲ ମାଡ଼ କରିଥିଲା। ପରେ ଇସ୍ରାଏଲ୍‌ ଇରାନର ୨ଟି ତୈଳ ବିଶୋଧନାଗାର ଉପରେ ଆକ୍ରମଣ କରିଛି। ଇରାନର ବୁଶେର ପ୍ରଦେଶର ସାଉଥ୍‌ ପାର୍ସରେ ରହିଥିବା ବିଶ୍ୱର ସର୍ବବୃହତ୍‌ ଗ୍ୟାସ୍‌ ଫିଲ୍ଡରେ ଶନିବାର ଇସ୍ରାଏଲ୍‌ ଡ୍ରୋନ୍‌ ଆକ୍ରମଣ କରିବାରୁ ଏକ ପ୍ରୋସେସିଂ ୟୁନିଟ୍‌ରେ ନିଆଁ ଲାଗିଯାଇଛି। ଫଳରେ ସେଠାରୁ ଉତ୍ପାଦନ ଆଂଶିକ ବନ୍ଦ ରହିଛି।

ଇସ୍ରାଏଲ୍‌ ଇସ୍‌ଲାମିକ ରିପବ୍ଲିକ୍‌ ଉପରେ ସାମରିକ କାର୍ଯ୍ୟାନୁଷ୍ଠାନ ବନ୍ଦ କଲେ ଆମେ ଆକ୍ରମଣ କରିବୁ ନାହିଁି ବୋଲି ରବିବାର ତେହରାନ କହିଛି। ଶନିବାର ରାତିରୁ ଇସ୍ରାଏଲ୍‌ ଉପରେ ଇରାନ ଶତାଧିକ ମିଶାଇଲ ମାଡ଼ କରିଥିଲା। ଏଥିରେ ଅନୂ୍ୟନ ୧୦ ଜଣଙ୍କ ମୃତ୍ୟୁ ଘଟିବା ସହ ୨୦୦ ଜଣ ଆାହତ ହୋଇଥିବା ଇସ୍ରାଏଲ୍‌ ଜରୁରୀ ସେବା ବିଭାଗ କହିଛି। ଅନ୍ୟପକ୍ଷରେ ଇସ୍ରାଏଲ୍‌ କହିଛି, ଇରାନ ଅଣୁଅସ୍ତ୍ର ବିକାଶ ବନ୍ଦ କରିବା ଆମେ ଚାହୁଁ। ଆମେରିକା ରାଷ୍ଟ୍ରପତି ଇସ୍ରାଏଲ୍‌ର ସାମରିକ କାର୍ଯ୍ୟାନୁଷ୍ଠାନକୁ ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି। ଇରାନ ଯଦି ଆଣବିକ ଚୁକ୍ତିନାମା ପାଇଁ ରାଜି ହୁଏ, ତେବେ ଆଉ ଧ୍ୱଂସଲୀଳା ହେବ ନାହିଁ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ୱେଷ୍ଟଇଣ୍ଡିଜ୍ ସିରିଜ୍ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା! ଆହତ ହେଲେ ଅଧିନାୟକ ଶୁଭମନ ଗିଲ୍‌, ସିରାଜଙ୍କ ଦ୍ରୁତ ବଲ୍‌…

ତିରୁବନନ୍ତପୁରମ୍, ୨୫।୯: ୱେଷ୍ଟଇଣ୍ଡିଜ୍ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହେବାର ଠିକ୍ ୪୮ ଘଣ୍ଟା ପୂର୍ବରୁ ଭାରତୀୟ ଶିବିରରୁ ଏକ ଚିନ୍ତାଜନକ ଖବର…

ୟୁଏନ୍‌ରେ ପାକିସ୍ତାନୀ ଖବରଦାତାଙ୍କୁ ଏସ୍‌. ଜୟଶଙ୍କରଙ୍କ କଡ଼ା ଜବାବ: କହିଲେ, ‘ଜଣେ ଆତଙ୍କବାଦୀ ଦେଶ ମୋତେ ଏମିତି ପ୍ରଶ୍ନ ପଚାରୁଛି’

ନ୍ୟୁୟର୍କ,୨୫।୯: ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଶୁକ୍ରବାର ୮୧ତମ ସଂଯୁକ୍ତ ରାଷ୍ଟ୍ର ସାଧାରଣ ସଭା (UNGA) ଅବସରରେ ଏକ ଖବରଦାତା ସମ୍ମିଳନୀରେ ଜଣେ ପାକିସ୍ତାନୀ ଖବରଦାତାଙ୍କୁ କଡ଼ା…

ସନ୍ଦେହଜନକ କାରକୁ ଗୋଡ଼ାଇ ଧରିଲା ନନ୍ଦିପଦା ପୋଲିସ: ଚାଳକ-ଅନ୍ୟମାନେ ଫେରାର, ତଦନ୍ତ ଜାରି

ହାଟଡିହୀ, ୨୫।୯ (ଶୁଭକାନ୍ତ ନାୟକ): ଭଦ୍ରକ ପାର୍ଶ୍ୱରୁ କେନ୍ଦୁଝର ଜିଲା ଆନନ୍ଦପୁର ଅଭିମୁଖେ ୫୩ ନମ୍ବର ରାଜ୍ୟ ରାଜପଥରେ ଶୁକ୍ରବାର ରାତି ପ୍ରାୟ ୯ଟା ସମୟରେ ଯାଉଥିବା…

ଦିଗପହଣ୍ଡିରେ ଜଳବନ୍ଦୀ ସମସ୍ୟା: ପୂର୍ତ୍ତବିଭାଗ ବୈଷୟିକ ଟିମ୍ ର ଅନୁଧ୍ୟାନ

ଦିଗପହଣ୍ଡି,୨୫|୯(ଅଶେଷ ନାଥ ମିଶ୍ର) ଲଘୁଚାପ ଜନିତ ଲଗାଣ ବର୍ଷାରେ ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ପୁରୁଣା ବସଷ୍ଟାଣ୍ଡ ମୁଖ୍ୟ ରାସ୍ତାରେ ପ୍ରାୟ ୨ ଫୁଟ ଉଚ୍ଚତାରେ ବର୍ଷାଜଳ…

ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ; ଚାଷୀଙ୍କ ପାଇଁ ବଡ଼ ଘୋଷଣା

ଭୁବନେଶ୍ୱର,୨୫।୯: ରାଜ୍ୟରେ କୃଷି ଓ କୃଷକଙ୍କ ବିକାଶ ପାଇଁ ସମବାୟ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଆନୁଷ୍ଠାନିକ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ୍‌ ଧକ୍କାରେ ମହିଳା ଶ୍ରମିକ ମୃତ, ୭ ଆହତ

ସମ୍ବଲପୁର, ୨୫।୯ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୋମୁରା ଥାନା ଅନ୍ତର୍ଗତ କଂସର ଗ୍ରାମ ନିକଟ ଜିଓ ପେଟ୍ରୋଲ ପମ୍ପ ସମ୍ମୁଖ ଜାତୀୟ ରାଜପଥ ନଂ. ୫୫…

ନଦୀରେ ଭାସିଯିବାବେଳେ ସାହାରା ହେଲା ଗଛଡାଳ: ପୋଲ ଉପରୁ ଖସିପଡ଼ି ଅଧ କି.ମି. ଭାସିଗଲେ ବୃଦ୍ଧ

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ବ୍ଲକ୍‌ ତେଲକନାଡି ଗ୍ରାମର ସୁବାସ ଭତ୍ରା (୫୫) ଭାସ୍କେଲ ନଦୀ ପୋଲ ଉପରେ ଠିଆ ହୋଇଥିବାବେବେଳେ ଗୋଡ଼ ଖସିଯିବାରୁ ତଳକୁ ପଡ଼ିଯାଇଥିଲେ।…

ଛାତ୍ରାବାସରେ ପଶିଲା ପାଣି

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ସ୍ଥିତ ସରକାରୀ ଭୂତପୂର୍ବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଡ୍ରେନେଜ ସୁବିଧା ନ ଥିବା ଯୋଗୁ ଛାତ୍ରାବାସରେ ବର୍ଷାପାଣି ପ୍ରବେଶ କରିଥିଲା। ପ୍ରଧାନଶିକ୍ଷକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?