ସୁଦାମ ମାରାଣ୍ଡିଙ୍କୁ ନେଇ ବଡ଼ ଖବର, ଝାଡଖଣ୍ଡ ନିର୍ବାଚନରେ…

ଭୁବନେଶ୍ୱର,୨୯।୧୦: ଆଗକୁ ଝାଡଖଣ୍ଡ ନିର୍ବାଚନ। ଏନେଇ ରାଜ୍ୟର ଶାସକ ଦଳ ଓ ବିରୋଧୀ ଦଳ ଅଣ୍ଟା କଷିଲେଣି। ଶାସକ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା କଂଗ୍ରେସ ଓ ଆରଜେଡି ସହ ମେଣ୍ଟ କରି ମଇଦାନକୁ ଓହ୍ଲାଇଛି। ସେହିପରି ଭାରତୀୟ ଜନତା ପାର୍ଟି ମଧ୍ୟ ଏଥର ଶାସନ କ୍ଷମତାକୁ ଆସିବାକୁ ଜୋରଦାର ରଣନୀତି ପ୍ରସ୍ତୁତ କରୁଛି। ତେବେ ଏହାରି ଭିତରେ ସବୁଠାରୁ ବଡ଼ କଥା ହେଉଛି ଜଣେ ପୂର୍ବତନ ଟାଣୁଆ ନେତା ପୁଣି ସକ୍ରିୟ ହୋଇଯାଇଛନ୍ତି। ସେ ହେଲେ ମୟୂରଭଞ୍ଜ ଜିଲା ବିଜେଡି ସଭାପତି ତଥା ଗତ ବିଜେଡି ସରକାରର ସବୁଠାରୁ ଟାଣୁଆ ମନ୍ତ୍ରୀ ସୁଦାମ ମାରାଣ୍ଡି।

ତେବେ କିଛିଦିନର ନିରବତା ପରେ ପୁଣିଥରେ ସୁଦାମଙ୍କୁ ସକ୍ରିୟ ହୋଇଥିବା ଦେଖିବାକୁ ମିଳିଛି। ଯାହା ଏବେ ଖାଲି ଜିଲା ରାଜନୀତି ନୁହେଁ ଓଡ଼ିଶା ସମେତ ଝାଡଖଣ୍ଡ ରାଜନୀତିକୁ ମଧ୍ୟ ହଲଚଲ କରିଛି। ଚଳିତ ନିର୍ବାଚନରେ ମୟୂରଭଞ୍ଜ ବାଙ୍ଗିରିପୋଷିରେ ତାଙ୍କର ସ୍ଥିତି ଦୃଢ ଥିବାରୁ ତାଙ୍କୁ ସେଠାରୁ ହିଁ ଟିକେଟ୍‌ ମିଳିବ ବୋଲି ଆଶା କରାଯାଉଥିଲା। କିନ୍ତୁ ଦଳର ଶୀର୍ଘ ନେତୃତ୍ୱ ତାଙ୍କୁ ଲୋକ ସଭା ଟିକେଟ୍‌ ଦେଇଥିଲେ। ଅନିଚ୍ଛା ସତ୍ତ୍ୱେ ତାଙ୍କୁ ବିଧାନସଭା ଛାଡି ଲୋକ ସଭା ଆସନରେ ଲଢିଥିଲେ। ତେବେ ବିଜେଡି ଲୋକ ସଭା ଓ ବିଧାନସଭା ଆସନକୁ ହାତେଇବା ପାଇଁ ସୁଦାମଙ୍କ ସ୍ତ୍ରୀ ରଞ୍ଜିତାଙ୍କୁ ବାଙ୍ଗିରିପୋଷିରୁ ଟିକେଟ୍‌ ଦେଇଥିଲା। ତେବେ ରାଜନୀତିରେ ସମୂର୍ଣ୍ଣ ନୂଆ ଓ ଶିକ୍ଷୟତ୍ରୀ ସ୍ତ୍ରୀଙ୍କ ପାଇଁ ଏହା କଷ୍ଟ ହୋଇଥିଲେ ମଧ୍ୟ ସୁଦାମଙ୍କ ଲୋକ ସମର୍ଥନରେ ସେ ବିଜୟୀ ହେବେ ବୋଲି ଏକପ୍ରକାର ଦୃଢବିଶ୍ୱାସ ରଖିଥିଲେ। ପ୍ରଥମ ଥର ପାଇଁ ମାରାଣ୍ଡି ଦମ୍ପତିଙ୍କୁ ନିର୍ବାଚନରେ ଏକାଠି ଦେଖିବାକୁ ମିଳିଥିଲା। କିନ୍ତୁ ମୟୂରଭଞ୍ଜରେ ଭାଜପାର ଲହର ଯୋଗୁ ଉଭୟ ମାରାଣ୍ଡି ଦମ୍ପତି ବଡ଼ ପରାଜୟର ସମ୍ମୁଖୀନ ହୋଇଥିଲେ। ଭାଜପାର ନବଚରଣ ମାଝୀଙ୍କ ପାଖରୁ ସୁଦାମ ଓ ନବାଗତା ସଞ୍ଜଲୀ ମୁର୍ମୁଙ୍କ ପାଖରୁ ସ୍ତ୍ରୀ ରଞ୍ଜିତା ମାରାଣ୍ଡି ପରାଜିତ ହୋଇଥିଲେ।

ତେବେ ନିର୍ବାଚନ ଫଳାଫଳ ବିଜେଡି ପାଇଁ ଯେପରି ଆକସ୍ମିକ ଥିଲା ସୁଦାମ ମାରାଣ୍ଡିଙ୍କ ପାଇଁ ସେମିତି ଅପ୍ରତ୍ୟାଶିତ ଥିଲା। ଏଥିପାଇଁ ସାଧାରଣ ଜନଜୀବନରୁ ସେ ବେଶ୍‌ ଦୂରେଇ ଯାଇଥିଲେ। କୌଣସି ସଭା ସମିତିରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳିଲାନି। ପରେ ସେ ଡାକିଥିବା ଜିଲା ବିଜେଡି ବୈଠକରେ ଜିଲାର ବହୁ ବରିଷ୍ଠ ନେତା ଯୋଗ ଦେଲେନି। ଏହାପରେ ବିଜେଡିର ଜିଲାସ୍ତରୀୟ ସମୀକ୍ଷା ବୈଠକରେ ମଧ୍ୟ ମାରାଣ୍ଡି ଦମ୍ପତିଙ୍କୁ ଦେଖିବାକୁ ମିଳିଲାନି। ଏହାକୁ ନେଇ ତାଙ୍କ ସମର୍ଥକଙ୍କ ମଧ୍ୟରେ ସସପେନ୍ସ ଲାଗି ରହିଲା। କିନ୍ତୁ ହଠାତ୍‌ ଅକ୍ଟୋବର ୧୩ରୁ ୧୯ ତାରିଖ ସୁଦାମ ମାରାଣ୍ଡିଙ୍କୁ ଦିଲ୍ଲୀରୁ ଡକରା ହୋଇଥିଲା। ଆଉ ସେଠାରୁ ସେ ଆସିବା ପରେ ହଠାତ୍‌ ସକ୍ରିୟ ହୋଇଯାଇଛନ୍ତି। ତେବେ ତାଙ୍କୁ ଦିଲ୍ଲୀକୁ କିଏ ଡକରା ପଠେଇଥିଲେ ଏନେଇ ସ୍ପଷ୍ଟ ସୂଚନା ନାହିଁ। କିନ୍ତୁ ନିକଟରେ ଦେଇଥିବା ତାଙ୍କ ବୟାନ ଆଗାମୀ ଝାଡଖଣ୍ଡ ନିର୍ବାଚନ ଚର୍ଚ୍ଚାକୁ ତାଙ୍କର ଉପସ୍ଥିତି ରହିପାରେ ବୋଲି କୁହାଯାଉଛି। ସେ ଗଣମାଧ୍ୟମକୁ କହିଛନ୍ତି, ମୁଁ ଓ ମୋ ସ୍ତ୍ରୀ ଏବେ ସମରସଜ୍ଜା କରୁଛୁ। ଆସନ୍ତା ନିର୍ବାଚନରେ ମୁଁ ପୁଣି ବଳ ଗୋଟାଇ ଫେରିବି।

ସୂଚନାଥାଉ କି, ସୁଦାମ ମାରାଣ୍ଡି ଝାଡଖଣ୍ଡ ମୁକ୍ତିମୋର୍ଚ୍ଚାରୁ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ। ଏହାପରେ ୨୦୦୪ରୁ ସେହି ଦଳରୁ ଲୋକ ସଭା ଏମପି ହୋଇଥିଲେ। ୨୦୧୪ରେ ସେ ବିଜେଡିରେ ଯୋଗ ଦେଇ ଜିଲା ବିଜେଡିର ମଙ୍ଗ ଧରିଥିଲେ। ଏହାପରେ ୨-୨ ଥର ବାଙ୍ଗିରିପୋଷି ଆସନରୁ ବିଧାୟକ ହୋଇଥିଲେ। ଏହି ସମୟରେ ସେ ବିଜେଡିର ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗ ସ୍କୁଲ ଓ ଗଣଶିକ୍ଷା ଏବଂ ରାଜସ୍ବ ଓ ବିପର୍ଯ୍ୟୟ ମନ୍ତ୍ରୀ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?