ବଡ଼ ତ୍ରୁଟି

ଦିଲ୍ଲୀଠାରେ ୨୮ ମେ’ ୨୦୨୩ରେ ଦେଶର ନୂଆ ସଂସଦ ଭବନ ଉଦ୍‌ଘାଟିତ ହୋଇଛି। ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ। କିନ୍ତୁ ସହର ଯୋଜନାକାରୀଙ୍କ ମତରେ ଯେଉଁ ସ୍ଥାନରେ ସେଣ୍ଟ୍ରାଲ ଭିଷ୍ଟା ନିର୍ମାଣ କରାଗଲା ସେଠାରେ କୌଣସି ନୂତନତ୍ୱ ଆସିପାରିଲା ନାହିଁ। ଯଦି ଦିଲ୍ଲୀଠାରୁ କିଛି ଦୂରରେ ଥିବା ସ୍ଥାନକୁ ବଛାଯାଇ ନୂଆ ନଗର ଗଢ଼ା ଯାଇପାରିଥାଆନ୍ତା, ତେବେ ଏକ ଆଧୁନିକ ରାଜଧାନୀ ଦୃଶ୍ୟମାନ ହୋଇଥାଆନ୍ତା। ଏବେ ଯେଉଁଠାରେ ନୂଆ ବିଲ୍ଡିଂ ନିର୍ମାଣ କରାଯାଇଛି ତାହା ପୁରୁଣା ପାର୍ଲାମେଣ୍ଟଠାରୁ ଅତି ନିକଟରେ। ଅର୍ଥାତ୍‌ ସେଠାରେ ମଧ୍ୟ ପ୍ରବଳ ମାତ୍ରାରେ ପ୍ରଦୂଷଣ ରହିବ। ଦିଲ୍ଲୀଠାରୁ ଟିକେ ଦୂରରେ ମୁକ୍ତ ବାୟୁ ଚଳାଚଳ କରୁଥିବା ଇଲାକାରେ ନୂଆ ବିଲ୍ଡିଂ ହୋଇଥିଲେ ଖର୍ଚ୍ଚ ପ୍ରାୟ ସମାନ ହୋଇଥାଆନ୍ତା। ଫଳରେ ଗୋଟିଏ ଜାଗାରେ ନୂଆ ପାର୍ଲାମେଣ୍ଟ, କେନ୍ଦ୍ରୀୟ ସଚିବାଳୟ, ପ୍ରଧାନମନ୍ତ୍ରୀଙ୍କ ବାସଭବନ ସହ ମନ୍ତ୍ରୀ, ସାଂସଦ ଓ ଅମଲାଙ୍କ ରହଣିସ୍ଥଳ ହୋଇପାରିଥାଆନ୍ତା। ଏଥିସହିତ ଏକ ଖୋଲା ଅଞ୍ଚଳରେ ବିଶ୍ୱସ୍ତରୀୟ ବର୍ଜ୍ୟ ପରିଚାଳନା ବ୍ୟବସ୍ଥା, ବିଶୁଦ୍ଧ ପାନୀୟ ଜଳ ଯୋଗାଣ, ଯିବାଆସିବା ଲାଗି ପ୍ରଶସ୍ତ ରାସ୍ତା, ସବୁଜ ପରିମଣ୍ଡଳ ପାଇ ସେଠାକାର ବାସିନ୍ଦା ପ୍ରଦୂଷଣମୁକ୍ତ ସମସ୍ତ ପ୍ରକାର ସହରୀ ସୁବିଧା ପାଇପାରିଥାଆନ୍ତେ। କିନ୍ତୁ ତାହା ନୋହିଲା। ଏଠାରେ ମନେରଖିବାକୁ ହେବ ଯେ, ସେଣ୍ଟ୍ରାଲ ଭିଷ୍ଟା ପାଇଁ ଭାରତର କରଦାତାମାନେ ବାଧ୍ୟବାଧକତାମୂଳକ ପ୍ରାୟ ୨.୪ ବିଲିୟନ ଆମେରିକୀୟ ଡଲାର ଖର୍ଚ୍ଚ କରିଛନ୍ତି। ଏଇ ସମୟରେ ଏଭଳି ବଦ୍‌ଖର୍ଚ୍ଚର ଆବଶ୍ୟକତା ସମ୍ପର୍କରେ ମଧ୍ୟ ଅନେକ ନକାରାତ୍ମକ କଥା ପ୍ରକାଶ ପାଉଛି। ବିଶେଷଜ୍ଞଙ୍କ ମତରେ ଏଭଳି ବିପୁଳ ଅର୍ଥ ଖର୍ଚ୍ଚ କରାଯାଇ ଭାରତୀୟ ସେନାକୁ ଅଧିକ ଶକ୍ତିଶାଳୀ କରାଯାଇପାରିଥାଆନ୍ତା।
ନୂଆ ସଂସଦ ଭବନ ଉଦ୍‌ଘାଟନ ଦ୍ୱାରା କେନ୍ଦ୍ର ସରକାର ଯେଉଁ ଅପ୍ରୀତିକର ସ୍ଥିତିର ସମ୍ମୁଖୀନ ହୋଇଛନ୍ତି, ସେହି ବିଷୟରେ ଏବେ ଅଧିକ ଆଲୋଚନା ହେଉଛି। ସାମ୍ବିଧାନିକ ମୁଖ୍ୟ ଭାବେ ରାଷ୍ଟ୍ରପତି ସେଣ୍ଟ୍ରାଲ ଭିଷ୍ଟାକୁ ଉଦ୍‌ଘାଟନ କରିବା ଅଧିକ ଯଥାର୍ଥ ହୋଇଥାଆନ୍ତା। କାରଣ ସଂଘୀୟ ବ୍ୟବସ୍ଥାରେ ବାଚସ୍ପତି, ପ୍ରଧାନମନ୍ତ୍ରୀ, ପ୍ରଧାନ ବିଚାରପତିଙ୍କ ସମେତ ସବୁ କେନ୍ଦ୍ରମନ୍ତ୍ରୀଙ୍କୁ ରାଷ୍ଟ୍ରପତି ଶପଥ ପାଠ କରାଇବାର ବ୍ୟବସ୍ଥା ରହିଛି। ପୁଣି ଦେଖିଲେ ବର୍ତ୍ତମାନ ରାଷ୍ଟ୍ରପତି ଅନେକ ଦୃଷ୍ଟିରୁ ବିଶେଷ ସମ୍ମାନର ଅଧିକାରୀ ହୋଇପାରିଛନ୍ତି। ଜଣେ ଆଦିବାସୀ ମହିଳା ଭାବରେ ସେ ପ୍ରଥମ ରାଷ୍ଟ୍ରମୁଖ୍ୟ। ଯଦି ରାଷ୍ଟ୍ରପତି ନୂଆ ସଂସଦ ଭବନକୁ ଉଦ୍‌ଘାଟନ କରିଥାଆନ୍ତେ, ତାହା ହେଲେ କେବଳ ଯେ ଓଡ଼ିଶାବାସୀ ସମ୍ମାନିତ ହୋଇଥାଆନ୍ତେ ତାହା ନୁହେଁ, ସମଗ୍ର ପୂର୍ବଭାରତ ସମ୍ମାନିତ ହୋଇଥାଆନ୍ତା। ଏଥିସହିତ ସମ୍ପୃକ୍ତ ପ୍ରକଳ୍ପର ଆରମ୍ଭରୁ ଶେଷ ଯାଏ ଦେଖିଲେ ଶିଳାନ୍ୟାସ ବେଳେ ଦଳିତ ବର୍ଗରୁ ଆସି ରାଷ୍ଟ୍ରପତି ହୋଇଥିବା ରାମନାଥ କୋବିନ୍ଦଙ୍କୁ ସେତେବେଳେ ଅଣଦେଖା କରାଯାଇଥିଲା। ଏବେ ଏହାର ଶୁଭ ଉଦ୍‌ଘାଟନ ବେଳେ ବର୍ତ୍ତମାନର ଆଦିବାସୀ ମହିଳା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଅଣଦେଖା କରାଯିବା ଫଳରେ ସରକାର ଜାଣିଶୁଣି ଏକ ବଡ଼ ତ୍ରୁଟି ଘଟାଇଛନ୍ତି ବୋଲି କୁହାଯାଉଛି।

ଟେକି ନେଲେ

ଦିଲ୍ଲୀଠାରେ ନୂଆ ସଂସଦ ଭବନ ଉଦ୍‌ଘାଟିତ ହୋଇଥିବା ବେଳେ ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍‌ଆଇ) ମୁଖ୍ୟ ତଥା ଭାଜପା ଏମ୍‌ପି ବ୍ରିଜ୍‌ଭୂଷଣ ଶରନ୍‌ ସିଂଙ୍କ ବିରୋଧରେ ମାସେରୁ ଊର୍ଦ୍ଧ୍ୱ ସମୟ ଧରି ଦିଲ୍ଲୀର ଜନ୍ତରମନ୍ତରଠାରେ ପ୍ରତିବାଦ କରୁଥିବା ମହିଳା କୁସ୍ତିବିତ୍‌ମାନଙ୍କୁ ପୋଲିସ ଉଠାଇ ନେଇଥିବା ଦେଖାଯାଇଛି। ମହିଳା ରେସଲରମାନେ ବ୍ରିଜ୍‌ଭୂଷଣଙ୍କ ନାମରେ ଯୌନ ନିର୍ଯାତନା ଅଭିଯୋଗ ଆଣି ଏପ୍ରିଲ ୨୪ ତାରିଖରୁ ସେଠାରେ ଧାରଣାରେ ବସିଥିଲେ। ନ୍ୟାୟ ପାଇବାରେ ବିଳମ୍ବ ହେଉଥିବାରୁ ୨୮ ମେ’ରେ ନୂଆ ପାର୍ଲାମେଣ୍ଟ ବିଲ୍ଡିଂ ବାହାରେ ସେମାନେ ମହିଳା ମହାପଞ୍ଚାୟତ ଲାଗି ଯୋଜନା କରିଥିଲେ। ସେହି ଅନୁଯାୟୀ ଜନ୍ତରମନ୍ତରଠାରୁ ଦୁଇ କିଲୋମିଟର ଦୂର ନୂଆ ପାର୍ଲାମେଣ୍ଟ ଅଭିମୁଖେ ଯାତ୍ରା କରୁଥିଲେ। ବାଟରେ ବ୍ରିଜ୍‌ଭୂଷଣଙ୍କ ବାସଭବନ ପଡ଼ିବା ମାତ୍ରେ ପୋଲିସ ଭିନେଶ ଫୋଗତ, ସାକ୍ଷୀ ମଲିକ୍‌ଙ୍କ ସମେତ ବହୁ ରେସଲରଙ୍କୁ ଅଟକ ରଖିଥିଲେ। ଦିଲ୍ଲୀ ପୋଲିସ କାଇଦା କରି ପ୍ରମୁଖ ବିକ୍ଷୋଭକାରୀଙ୍କୁ ଭିନ୍ନ ଭିନ୍ନ ସ୍ଥାନରେ ଅଟକ ରଖିବାର ଅର୍ଥ ସେମାନଙ୍କ ପ୍ରତିବାଦକୁ ଦୁର୍ବଳ କରିବା ଲାଗି ପ୍ରୟାସ କରାଯାଇଛି।
ଦେଖିବାକୁ ଗଲେ ଦେଶର ରାଜଧାନୀରେ ବଡ଼ ସୌଧ ନିର୍ମାଣ କରିଦେଲେ ଗଣତନ୍ତ୍ର ସୁଦୃଢ଼ ହୋଇ ନ ଥାଏ। ଜନସାଧାରଣଙ୍କ ଅଭାବ, ଅସୁବିଧାକୁ ଭଲ ଭାବେ ବୁଝି ସେମାନଙ୍କୁ ନ୍ୟାୟ ଦେବା ଏକ ଗଣତାନ୍ତ୍ରିକ ସରକାରଙ୍କ ପ୍ରମୁଖ ଦାୟିତ୍ୱ। ଅସହାୟଙ୍କ ସ୍ବରକୁ ଚାପି ଦେଲେ ମୁଷ୍ଟିମେୟ ଅନ୍ୟାୟକାରୀଙ୍କ ସାହସ ବଢ଼ିଯାଇଥାଏ। ଯେଉଁଭଳି ଭାବେ ପୋଲିସ ବଳ ଲଗାଯାଇ ଦିଲ୍ଲୀର ମହିଳା କୁସ୍ତିବିତ୍‌ଙ୍କୁ ଟେକି ନିଆଗଲା ତାହା ସଭ୍ୟ ସମାଜରେ ନିନ୍ଦିତ ହେବା କଥା। ସରକାରୀ ଦଳର ଜଣେ ଏମ୍‌ପିଙ୍କୁ ସୁରକ୍ଷା ଦେବାକୁ ଯାଇ ନିର୍ଯାତିତଙ୍କ ଉପରେ ଜୁଲମ କରାଯିବା ଗଣତନ୍ତ୍ରକୁ ହତ୍ୟା କରାଗଲା ବୋଲି କୁହାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

ଏଇ ଭାରତରେ

ଗୁଆଗଛର ବ୍ୟବସାୟିକ ଦିଗକୁ ଭଲ ଭାବେ ଠାବ କରିଛନ୍ତି କର୍ନାଟକର ସୁରେଶ ଏସ୍‌.ଆର୍‌। ସେ ଓ ତାଙ୍କ ସ୍ତ୍ରୀ ମୈଥିଲି ମିଶି ଗୁଆଗଛରୁ ଏକ ପ୍ରକାର...

ବିଶେଷଣ ଭେଳିକି

ଧ୍ରୁବ ଚରଣ ଘିବେଲା ସତର ପରିଭାଷା ଯଦି ସମାଲୋଚନା, ତେବେ ମିଛର ପରିଭାଷା କ’ଣ ହୋଇପାରେ? ଯାହାଙ୍କ ଭାଷାରେ ସତ ହୁଏ ସମାଲୋଚନା, ସେଇମାନଙ୍କ ତୁଣ୍ଡରେ...

ଓଡ଼ିଆ ଜାତି ଓ ପୋଥି ପରମ୍ପରା

ଡ. ପ୍ରଫୁଲ୍ଲ କୁମାର ସାହୁ ଆମ ଦେଶରେ କାଗଜ ପ୍ରଚଳନ ପୂର୍ବରୁ ତାଳପତ୍ର ଥିଲା ଏକ ପ୍ରମୁଖ ଲିଖନ ସାମଗ୍ରୀ। ସେତେବେଳେ ଲୌହ ଲେଖନୀ ଦ୍ୱାରା...

ଜୀବନକୁ ପାଣିଛଡ଼ାଇ

ଚଳିତ ମାସ ୧୯ ତାରିଖରେ ଝାରସୁଗୁଡ଼ା ଜିଲା ଲଖନପୁର ଦେଇ ପ୍ରବାହିତ ମହାନଦୀରେ ଏକ ଡଙ୍ଗା ବୁଡ଼ିଯିବାରୁ ୮ ଜଣଙ୍କ ପ୍ରାଣହାନି ଘଟିଯାଇଛି। ଛତିଶଗଡ଼ ଅତର୍ଲିଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri