Posted inଜାତୀୟ

ଆଣ୍ଡାମାନ-ନିକୋବର ଜେଲକୁ ସ୍ଥାନାନ୍ତର ହେବେ ବଡ଼ ଗ୍ୟାଙ୍ଗଷ୍ଟର…

ନୂଆଦିଲ୍ଲୀ,୨।୭ : ଉତ୍ତର ଭାରତର ଜେଲରେ ଥିବା ଗ୍ୟାଙ୍ଗଷ୍ଟରମାନଙ୍କୁ ଆଣ୍ଡାମାନ ଏବଂ ନିକୋବର ଜେଲକୁ ପଠାଇବା ପାଇଁ ପ୍ରସ୍ତୁତି ଚାଲିଛି। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଦିଲ୍ଲୀ, ହରିୟାଣା ଏବଂ ପଞ୍ଜାବର ଜେଲରେ ଥିବା ବଡ ଗ୍ୟାଙ୍ଗଷ୍ଟରଙ୍କୁ ଆଣ୍ଡାମାନ-ନିକୋବର ଜେଲକୁ ସ୍ଥାନାନ୍ତର କରାଯିବ। ଏହା କୁହାଯାଉଛି ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁ ଗ୍ୟାଙ୍ଗଷ୍ଟରମାନଙ୍କୁ ଆଣ୍ଡାମାନ-ନିକୋବର ଜେଲକୁ ପଠାଇବାକୁ ଅନୁରୋଧ କରିଛି। ସୂଚନାନୁସାରେ, ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ଅଧିକାରୀ ଏବଂ ଏନଆଇଏ ମଧ୍ୟରେ ମଧ୍ୟ ଏକ ଆଲୋଚନା ହୋଇଛି।

ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ଅଧିକାରୀମାନଙ୍କୁ ଏନଆଇଏ କହିଛି ଦିଲ୍ଲୀ-ହରିୟାଣା ଏବଂ ପଞ୍ଜାବର ଜେଲରେ ରହିଥିବା କେତେକ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଆଣ୍ଡାମାନ ଏବଂ ନିକୋବର ଜେଲକୁ ସ୍ଥାନାନ୍ତର କରାଯିବା ଉଚିତ। କୁହାଯାଉଛି ଏନଆଇଏ ମଧ୍ୟ ଗ୍ୟାଙ୍ଗଷ୍ଟରମାନଙ୍କୁ ଆସାମର ଡିବ୍ରୁଗଡ ସେଣ୍ଟ୍ରାଲ ଜେଲକୁ ପଠାଇବାକୁ ଚିନ୍ତା କରୁଛି। ସୂଚନାନୁସାରେ, ଯେଉଁଥିରେ ମୁଖ୍ୟ ପ୍ରସ୍ତାବ ଥିଲା ଦକ୍ଷିଣ ଭାରତର ଜେଲକୁ ଗ୍ୟାଙ୍ଗଷ୍ଟର ପଠାଇବା, କିନ୍ତୁ ଏହା ଏକ ଦୀର୍ଘ ପ୍ରକ୍ରିୟା ଦେଇ ଗତି କରିବାକୁ ପଡ଼ିବ ଏବଂ ରାଜ୍ୟ ସରକାରଙ୍କଠାରୁ ଅନୁମତି ନେବାକୁ ପଡ଼ିବ। କିନ୍ତୁ ଏକ ୟୁନିଅନ ଟେରିଟୋରୀ ହୋଇ ଆଣ୍ଡାମାନ ଏବଂ ନିକୋବର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଅଧୀନରେ ଆସେ, ତେଣୁ ଏହି ପ୍ରକ୍ରିୟା କମ ସମୟ ନେଇଥାଏ ।

ଏହାପୂର୍ବରୁ ମଧ୍ୟ କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି ଉତ୍ତର ଭାରତର ଜେଲରେ ଥିବା ଅତି କମରେ୨୫ ଜଣ ଗ୍ୟାଙ୍ଗଷ୍ଟରକୁ ଦକ୍ଷିଣ ଜେଲକୁ ପଠାଇବାକୁ ଦାବି କରିଛି। ଯେଉଁଥିରେ ଲରେନ୍ସ ବିଶ୍ନାଇ, ହାସିମ ବାବା ଚେନୁ, କୌଶଲ ଚୌଧୁରୀ, ଆମ୍ରିକ ସିଂଙ୍କ ନାମ ଅନ୍ତର୍ଭୁକ୍ତ । କେବଳ ଏତିକି ନୁହେଁ ଦିଲ୍ଲୀ, ପଞ୍ଜାବ, ହରିୟାଣା ଏବଂ ୟୁପିର ୧୫୦ ବଡ ଅପରାଧୀଙ୍କ ତାଲିକା ମଧ୍ୟ ପ୍ରସ୍ତୁତ କରାଯାଉଛି। ଯେଉଁମାନେ ଏହି ରାଜ୍ୟଠାରୁ ଦୂରରେ ଥିବା ଅନ୍ୟକୌଣସି ରାଜ୍ୟର ଜେଲକୁ ସ୍ଥାନାନ୍ତର ହୋଇପାରିବେ। ଜେଲରେ ରହିଥିବା ଗ୍ୟାଙ୍ଗଷ୍ଟରଙ୍କ ସୁରକ୍ଷା ପାଇଁ ଏନଆଇଏହି ପଦକ୍ଷେପ ନେଉଛି।

ନିକଟରେ କ୍ରାଇମ ବ୍ରାଞ୍ଚ କୋର୍ଟରେ ପ୍ରକାଶ କରିଥିଲା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଶ୍ନୋଇ ଏବଂ ସମ୍ପାଟ ନେହେରା ଜେଲରୁ ନିଜର କ୍ରାଇମ ସିଣ୍ଡିକେଟ ଚଳାଉଛନ୍ତି। ଉଭୟ ଗ୍ୟାଙ୍ଗଷ୍ଟର ଜେଲରେ ବସି  ନିଯୁକ୍ତି ଦେଉଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

କିଏ ସେ ଅଭିନେତ୍ରୀ, ଯାହାଙ୍କୁ ୬୨ ବର୍ଷ ବୟସରେ ଦ୍ୱିତୀୟ ବିବାହ କରିବାକୁ ଯୋଜନା କରୁଛନ୍ତି ଗୋବିନ୍ଦା? ସ୍ତ୍ରୀଙ୍କ ଖୁଲାସା ପରେ…

ମୁମ୍ବାଇ: ଆଜିକାଲି ନିଜର କର୍ମ ଜୀବନକୁ ନେଇ କମ୍‌ ବରଂ ବ୍ୟକ୍ତିଗତ ଜୀବନକୁ ନେଇ ଅଧିକ ଚର୍ଚ୍ଚାରେ ରହୁଛନ୍ତି ବଲିଉଡ ସୁପରଷ୍ଟାର ଗୋବିନ୍ଦା। ୬୨ ବର୍ଷ ବୟସରେ…

ଦୁଇଟି ସନ୍ତାନର ବାପା ହେବା ପରେ ଶେଷରେ ପ୍ରେମିକାଙ୍କ ହାତ ଧରିଲେ ଅର୍ଜୁନ ରାମପାଲ, ଛୁଟୁଛି ଶୁଭେଚ୍ଛାର ସୁଅ

ମୁମ୍ବାଇ: ବିବାହ କରି ଚର୍ଚ୍ଚାକୁ ଆସିଛନ୍ତି ଆଉଜଣେ ଅଭିନେତା । ସେ ହେଲେ ବଲିଉଡ ଅଭିନେତା ଅର୍ଜୁନ ରାମପାଲ। ପ୍ରେମିକା ତଥା ସାଉଥ ଆଫ୍ରିକାନ ମଡେଲ ଫ୍ୟାଶନ…

ଏମ୍‌ପିଙ୍କ ପୁଅ ଗାଡ଼ି ଧକ୍କାରେ ଚାଲିଗଲା ଓଡ଼ିଆ ଯୁବତୀଙ୍କ ଜୀବନ

ହାଇଦ୍ରାବାଦ,୨୧।୮: ହାଇଦ୍ରାବାଦରେ ଏମ୍‌ପିଙ୍କ ପୁଅ ଗାଡ଼ି ଧକ୍କାରେ ଜଣେ ଓଡ଼ିଆ ଯୁବତୀଙ୍କ ମୃତ୍ୟୁ ଘଟିଛି। ରାସ୍ତା ପାର୍‌ ବେଳେ ଏମ୍‌ପି ପୁଅଙ୍କ ଏକ ବିଳାସପୂର୍ଣ୍ଣ କାର୍‌ ଯୁବତୀଙ୍କୁ…

ରାସନ କାର୍ଡ ପାଖରେ ନଥିଲେ ବି ମିଳିବ ରାସନ! ଜାଣନ୍ତୁ ସରକାରଙ୍କ ପୂରା ନିୟମ…

ନୂଆଦିଲ୍ଲୀ,୨୧ା୮: ସରକାର ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଏବଂ ଅସହାୟ ଲୋକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଯୋଜନା ଚଳାନ୍ତି। ଯଦି ଆପଣ ମଧ୍ୟ ସରକାରୀ ରାସନରୁ ଉପକୃତ ହେଉଛନ୍ତି, ତେବେ…

ନିଯୁକ୍ତି ମେଳାରେ ୧୩୭ ପ୍ରାର୍ଥୀ ଚୟନ

କୋରାପୁଟ,୨୧ା୮(ଅମିତାଭ ବେହେରା): ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ (ସିୟୁଓ) ପକ୍ଷରୁ ବୋର୍ଡ ଅଫ ପ୍ରାକ୍ଟିକାଲ ଟ୍ରେନିଂ (ଇଷ୍ଟର୍ଣ୍ଣ ରିଜିଅନ) ସହଯୋଗରେ ସୁନାବେଡ଼ାସ୍ଥିତ ବିଶ୍ୱବିଦ୍ୟାଳୟ ପରିସରରେ ସ୍ନାତକ ଛାତ୍ରୀଛାତ୍ରଙ୍କ ପାଇଁ…

ପ୍ରଶାସନିକ ଉଦାସୀନତା: ରାସ୍ତାରେ ଆଣ୍ଠୁଏ କାଦୁଅ, ଯାତାୟାତରେ ସମସ୍ୟା ନେଇ…

ଜମନକିରା,୨୧ା୮(ରବୀନ୍ଦ୍ର ପ୍ରସାଦ ଦାନୀ): ଗ୍ରାମାଞ୍ଚଳରେ ଯାତାୟାତ ସୁବିଧା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ପ୍ରଶାସନିକ ଉଦାସୀନତା ଓ ଦୂରଦୃଷ୍ଟିହୀନ କାର୍ଯ୍ୟ ଯୋଗୁ…

ବରିଷ୍ଠ IPS ସ୍ତରରେ ଅଦଳବଦଳ: ଜାଣନ୍ତୁ କାହାକୁ କେଉଁ ଦାୟିତ୍ୱ

ଭୁବନେଶ୍ୱର,୨୧।୮: ରାଜ୍ୟ ସରକାର ବରିଷ୍ଠ IPS ସ୍ତରରେ ଅଦଳବଦଳ କରିଛନ୍ତି। ପୋଲିସ ପ୍ରଶାସନକୁ ଅଧିକ ସୁଦୃଢ଼ ଓ ସକ୍ରିୟ କରିବା ଲକ୍ଷ୍ୟରେ ବରିଷ୍ଠ IPS ଅଧିକାରୀମାନଙ୍କୁ ବିଭିନ୍ନ…

ମେଗା ଷ୍ଟିଲ୍‌ ପ୍ଲାଣ୍ଟ ପାଇଁ ଗ୍ରାମସଭା, ପ୍ରଭାବିତ ଗ୍ରାମ୍ୟ କମିଟି ତରଫରୁ ଗାଁରେ ବିରୋଧ କରାଯିବାରୁ…

ପାଟଣା,୨୧ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ଅନ୍ତର୍ଗତ ଚେମେଣା ଓ ଯମୁନା ପୋଷି ପଞ୍ଚାୟତ ୧୨ଟି ମୌଜାକୁ ନେଇ ପ୍ରସ୍ତାବିତ ମେଗା ଷ୍ଟିଲ ପ୍ଲାଣ୍ଟ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri