କଂଗ୍ରେସ ଭୋଟ ସୁରକ୍ଷା ପ୍ରତିମାଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ

ଜଗତ୍‌ସିଂହପୁର,୩ା୫ (ପ୍ରମୋଦ କୁମାର ନାୟକ): ୨୦୨୪ ନିର୍ବାଚନ ନେଇ ପ୍ରମୁଖ ରାଜନୈତିକ ଦଳ ଯଥା ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ରଣନୀତି ପ୍ରସ୍ତୁତ ଚାଲିଛି। ଏହା ଭିତରେ ଜଗତ୍‌ସିଂହପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ୩ ଦଳ ପ୍ରାର୍ଥୀ ଘୋଷଣା କରି ସାରିଲେଣି। ଏହି ପ୍ରାର୍ଥୀମାନେ ହେଲେ ଭାଜପାରୁ ଅମରେନ୍ଦ୍ର ଦାସ, ବିଜେଡି ପ୍ରଶାନ୍ତ ମୁଦୁଲି ଓ କଂଗ୍ରେସରୁ ପ୍ରତିମା ମଲ୍ଲିକ। ଏହି ତିନିଜଣଙ୍କ ମଧ୍ୟରେ ଅମରେନ୍ଦ୍ର ନବାଗତ ହୋଇଥିବା ବେଳେ ପ୍ରଶାନ୍ତ ଓ ପ୍ରତିମା ପୁରୁଣା ମୁହଁ। ୨୦୦୯ରୁ ଏହି ନିର୍ବାଚନ ମଣ୍ଡଳୀ ଭୋଟ ସ୍ଥିତି ଦେଖିଲେ ଜଣାଯାଏ ପ୍ରତିଦ୍ୱନ୍ଦ୍ୱିତା ସବୁବେଳେ ବିଜେଡି ଓ କଂଗ୍ରେସ ଭିତରେ ହୋଇଆସିଛି। ୨୦୦୯ରେ କଂଗ୍ରେସ ପ୍ରାର୍ଥୀ ଚିରଞ୍ଜୀବ ବିଶ୍ୱାଳଙ୍କୁ ବିଜେଡି ପ୍ରାର୍ଥୀ ବିଷ୍ଣୁଚରଣ ଦାସ ପାଖାପାଖି ୧୦ ହଜାର ଭୋଟ ବ୍ୟବଧାନରେ ପରାଜିତ କରିଥିଲେ। ଚିରଞ୍ଜୀବଙ୍କୁ ୫୭,୨୨୨ ଓ ବିଷ୍ଣୁଙ୍କୁ ୬୭,୨୯୯ ଖଣ୍ଡ ଭୋଟ ମିଳିଥିଲା। କିନ୍ତୁ ୨୦୧୪ରେ ବିଜେଡିର ବିଷ୍ଣୁ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସ ପ୍ରାର୍ଥୀ ଚିରଞ୍ଜୀବଙ୍କଠାରୁ ୨,୮୮୮ ଖଣ୍ଡ ଭୋଟ ବ୍ୟବଧାନରେ ହାରି ଯାଇଥିଲେ। ବିଷ୍ଣୁଙ୍କୁ ୬୪,୧୭୯ ଓ ଚିରଞ୍ଜୀବଙ୍କୁ ୬୭,୦୬୭ ଖଣ୍ଡ ଭୋଟ ମିଳିଥିଲା। ୨୦୧୯ରେ ନୂଆ ସମୀକରଣ ସୃଷ୍ଟି ହୋଇଥିଲା। କଂଗ୍ରେସରୁ ଚିରଞ୍ଜୀବ ତୃତୀୟ ଥର ପ୍ରାର୍ଥୀ ହୋଇଥିଲେ ସୁଦ୍ଧା ବିଷ୍ଣୁ ଅନ୍ୟ ନିର୍ବାଚନ ମଣ୍ଡଳୀ ଅର୍ଥାତ୍‌ ତିର୍ତ୍ତୋଲରୁ ପ୍ରାର୍ଥୀ ହୋଇଥିଲେ। ଆଉ ବିଷ୍ଣୁଙ୍କ ସ୍ଥାନରେ ଜଗତ୍‌ସିଂହପୁର ବିଧାନସଭା ଆସନରୁ ତତ୍କାଳୀନ ବାଲିକୁଦା-ଏରସମା ବିଧାୟକ ପ୍ରଶାନ୍ତ ମୁଦୁଲି ନାଟକୀୟ ଢଙ୍ଗରେ ପ୍ରାର୍ଥୀ ହୋଇଥିଲେ। ଏହି ନିର୍ବାଚନରେ ଚିରଞ୍ଜୀବ ବିଜୟୀ ହେବେ ବୋଲି ଏକଜିଟ୍‌ ପୋଲ୍‌ ସମେତ କେତେଜଣ ରାଜନୈତିକ ବିଶାରଦ ଟିପ୍ପଣୀ ଦେଇଥିଲେ। କିନ୍ତୁ ତାହା ଭୁଲ ପ୍ରମାଣିତ ହୋଇଥିଲା। ଚିରଞ୍ଜୀବଙ୍କୁ ପାଖାପାଖି ୮୬୪୨ ଭୋଟ ବ୍ୟବଧାନରେ ପରାସ୍ତ କରି ପ୍ରଶାନ୍ତ ବିଧାୟକ ହୋଇଥିଲେ। ଚିରଞ୍ଜୀବଙ୍କୁ ୬୧,୪୭୪ ଓ ପ୍ରଶାନ୍ତଙ୍କୁ ୭୦,୧୧୬ ଖଣ୍ଡ ଭୋଟ ମିଳିଥିଲା। ୨୦୨୪ ନିର୍ବାଚନ ପୂର୍ବରୁ ଜଗତ୍‌ସିଂହପୁର ବିଧାନସଭା ଆସନରେ କିନ୍ତୁ ନୂଆ ରାଜନୈତିକ ପରିବେଶ ସୃଷ୍ଟି ହୋଇଛି। ବଡ କଥା ହେଲା, ଗତ ନିର୍ବାଚନର ଦୁଇ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଥିବା ପ୍ରଶାନ୍ତ ଓ ଚିରଞ୍ଜୀବ ଏବେ ଗୋଟିଏ ଶିବିରରେ ରହିଛନ୍ତି। ପ୍ରଶାନ୍ତ ବିଜେଡି ପ୍ରାର୍ଥୀ ହୋଇଥିବାରୁ ଚିରଞ୍ଜୀବ ତାଙ୍କୁ ଜିତାଇବା ପାଇଁ ଉଦ୍ୟମ କରୁଥିବା କହୁଛନ୍ତି। ସେମାନଙ୍କ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ହେଉଛନ୍ତି ଭାଜପା ପ୍ରାର୍ଥୀ ଅମରେନ୍ଦ୍ର। ଅମରେନ୍ଦ୍ର ବିଜେଡିରେ ଥିବାବେଳେ ଦୀର୍ଘ ୫ ବର୍ଷ କାଳ ନିର୍ବାଚନମଣ୍ଡଳୀରେ ଭଲ ସଙ୍ଗଠନ କରିଥିଲେ। ସେ ବିଜେଡି ଟିକେଟ ପାଇଁ ଲବିରେ ଥିଲେ। କିନ୍ତୁ ବିଜେଡି ତାଙ୍କ ଅପେକ୍ଷା ପ୍ରଶାନ୍ତଙ୍କ ଉପରେ ଆସ୍ଥା ପ୍ରକଟ କରିବାରୁ ସେ ଦଳ ଛାଡି ଭାଜପାରେ ମିଶିଥିଲେ। ତା ପରେ ଭାଜପା ପ୍ରାର୍ଥୀ ଭାବେ ତାଙ୍କ ନାମ ଘୋଷଣା କରାଯାଇଥିଲା। ଏବେ ବିଜେଡିର ତାଙ୍କ ସମର୍ଥକମାନଙ୍କ ସହ ଭାଜପା ଓ କଂଗ୍ରେସର ସିଂହଭାଗ ଭୋଟ ହାତେଇ ସେ ଜିତିବାକୁ ରଣନୀତି ଆପଣାଇଛନ୍ତି। ବିଜେଡି ପ୍ରାର୍ଥୀ ପ୍ରଶାନ୍ତ ମଧ୍ୟ ବିଜେଡି ବାଦ୍‌ କଂଗ୍ରେସ ଭୋଟ ଉପରେ ନଜର ପକାଇଛନ୍ତି। ମୋଟାମୋଟି ଭାବେ କହିବାକୁ ଗଲେ ଭାଜପା ଓ ବିଜେଡି ପ୍ରାର୍ଥୀ ଦ୍ୱୟ କଂଗ୍ରେସ ଭୋଟ ଉପରେ ଭରସା କରିଛନ୍ତି। ଯେଉଁ ଦଳ ସପକ୍ଷରେ କଂଗ୍ରେସ ଭୋଟ ଅଧିକ ଯିବ ସେ ପ୍ରାର୍ଥୀ ଜିତିବେ ବୋଲି କେତେଜଣ ରାଜନୈତିକ ସମୀକ୍ଷକ ମତପ୍ରକାଶ କରିଛନ୍ତି। ଏ ପରିସ୍ଥିତିରେ କଂଗ୍ରେସ ପ୍ରାର୍ଥୀ ପ୍ରତିମାଙ୍କ ପାଇଁ ଦଳୀୟ ଭୋଟ ବଞ୍ଚାଇ ରଖିବା ଚ୍ୟାଲେଞ୍ଜ ହୋଇଯାଇଛି। କାରଣ ସେ ନିର୍ବାଚନମଣ୍ଡଳୀରେ ନୂଆ ପ୍ରାର୍ଥୀ। ଯଦିଓ ସେ ରାଜନୀତିରେ ପୁରୁଣା, କିନ୍ତୁ କଂଗ୍ରେସ ବହୁ ବିଳମ୍ବରେ ତାଙ୍କୁ ଏହି ଆସନରୁ ପ୍ରାର୍ଥୀ ଘୋଷଣା କରିଥିବାରୁ ପ୍ରତିମା ଚାପଗ୍ରସ୍ତ ହୋଇ ପଡ଼ିଛନ୍ତି। ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି,୨୦୧୯ ସାଧାରଣ ନିର୍ବାଚନରେ ଜଗତ୍‌ସିଂହପୁର ଲୋକ ସଭା ସଂସଦୀୟ ଆସନରେ ସେ କଂଗ୍ରେସ ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇ ଥିଲେ। ସେତେବେଳେ ସେ ୨,୩୯,୬୮୪ ଖଣ୍ଡ ଭୋଟ ପାଇଥିଲେ। ତା’ପୂର୍ବରୁ ଅର୍ଥାତ୍‌ ୨୦୦୯ରେ ତିର୍ତ୍ତୋଲ ବିଧାନସଭା ଆସନରୁ ସ୍ବାଧୀନ ପ୍ରାର୍ଥୀ ହୋଇଥିଲେ। ୨୦୧୨ରେ ତିର୍ତ୍ତୋଲ ୧ ନମ୍ବର ଜିଲା ପରିଷଦ ଜୋନରୁ ମଧ୍ୟ ପ୍ରାର୍ଥୀ ହୋଇଥିଲେ। ତାଙ୍କ ବାପା ଲକ୍ଷ୍ମଣ ମଲ୍ଲିକ ଏକାଧିକ ଥର ଜଗତ୍‌ସିଂହପୁର ବିଧାନସଭା ଆସନରୁ ବିଧାୟକ ହୋଇଥିଲେ। ବାପାଙ୍କ ପ୍ରତିଷ୍ଠା ସହ ରାଜନୈତିକ ଅଭିଜ୍ଞତାକୁ ପାଥେୟ କରି ସେ ଏହି ନିର୍ବାଚନୀ ବୈତରଣୀ ପାର ହେବାକୁ ଚେଷ୍ଟା କରିବେ। ଜଗତ୍‌ସିଂହପୁରର ଦଳୀୟ କେତେଜଣ ନେତାଙ୍କ ସହ ତାଙ୍କର ସମ୍ପର୍କ ଅଛି। କିନ୍ତୁ ବିଧାନସଭା କ୍ଷେତ୍ର ଉପରେ ଜ୍ଞାନ କମ୍‌। ବିଳମ୍ବରେ ତାଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଥିବାରୁ କମ୍‌ ସମୟ ଭିତରେ ଅନ୍ୟମାନଙ୍କ ସହଯୋଗରେ ପୂର୍ଣ୍ଣ ନିର୍ବାଚନ ମଣ୍ଡଳୀ ବୁଲିବା ତାଙ୍କ ପାଇଁ ବଡ ଚ୍ୟାଲେଞ୍ଜ ହୋଇଯାଇଛି। ତଥାପି ସେ ଅଭିଯାନ ଆରମ୍ଭ କଲେଣି। କଂଗ୍ରେସ ଆଗଧାଡିଆ ନେତାଙ୍କ ସହ ଯୋଗାଯୋଗ କରି ତୃଣମୂଳସ୍ତରକୁ ଯିବା ପାଇଁ ଯୋଜନା ରଖିଛନ୍ତି। ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ଭୋଟ ବ୍ୟାଙ୍କ ଭଲ ଥିଲା। ଚିରଞ୍ଜୀବ ଦଳ ଛାଡିଲା ପରେ ତାହା କେତେକାଂଶରେ ପ୍ରଭାବିତ ହୋଇଛି। ବିଶେଷକରି ଦଳୀୟ କର୍ମୀମାନେ ନେତୃତ୍ୱ ସଙ୍କଟ ଅନୁଭବ କରିଛନ୍ତି। ଏହାର ସୁଯୋଗରେ ବିଜେଡି ଓ ଭାଜପା ପକ୍ଷରୁ ସେମାନଙ୍କୁ ହାତେଇବା ପାଇଁ ଅହରହ ଉଦ୍ୟମ ଚାଲିଛି। ଅର୍ଥ ଓ କ୍ଷମତା ବଳ ମଧ୍ୟ କେତେକାଂଶରେ ପ୍ରଭାବ ପକାଇଛି। ଏହାସତ୍ତ୍ବେ କଂଗ୍ରେସ କର୍ମୀଙ୍କୁ ନିରାଶ ନ ହେବା ପାଇଁ ପ୍ରତିମା ଆହ୍ବାନ ଦେଉଛନ୍ତି। ସଙ୍ଗଠିତ ହୋଇ ରହିଲେ ସମ୍ଭାବ୍ୟ ପରିସ୍ଥିତିକୁ ଏଡ଼ାଇ ଦିଆଯାଇପାରିବ ବୋଲି ସେ କହିଛନ୍ତି। ଏଭଳିସ୍ଥିତିରେ ପ୍ରତିମା କଂଗ୍ରେସ ଭୋଟ ବ୍ୟାଙ୍କ ବଞ୍ଚାଇ ରଖିବାରେ ସମର୍ଥ ହେଉଛନ୍ତି କି ଭାଜପା, ବିଜେଡି ଏହାକୁ ପ୍ରଭାବିତ କରୁଛନ୍ତି ତାହା ସମୟ କହିବ।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?