ଭାରତକୁ ବିପଦରେ ପକାଇବା ପାଇଁ ଷଡଯନ୍ତ୍ର କରୁଛି ଚାଇନା

ନୂଆଦିଲ୍ଲୀ,୩ା୫:ପୂର୍ବ ଲଦାଖ ଅନ୍ତର୍ଗତ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଏସି) ଅଞ୍ଚଳରେ ସେନା ଅନୁପ୍ରବେଶ କରାଇ ଚାଇନା ଉତ୍ତେଜନାପୂର୍ଣ୍ଣ ସ୍ଥିତି ଜାରି ରଖିଥିବାବେଳେ ସିଆଚେନ୍‌ ନିକଟବର୍ତ୍ତୀ ଶକ୍ସଗାମ୍‌ ଉପତ୍ୟକାରେ ସାମରିକ ଭିତ୍ତିଭୂମି ନିର୍ମାଣ କରୁଛି। ଏହା ଭାରତ ପାଇଁ ସାମରିକ ବିପଦ ସୃଷ୍ଟି କରିଛି। ପାକ୍‌ ଅଧିକୃତ କଶ୍ମୀର (ପିଓକେ) ଅନ୍ତର୍ଗତ ଶକ୍ସଗାମ ଉପତ୍ୟକା ରଣନୌତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ। ବହୁବର୍ଷ ହେଲା ଚାଇନା ଏଲ୍‌ଏସିରେ ଅନୁପ୍ରବେଶ ଜରିଆରେ ଭାରତ ଉପରେ ସାମରିକ ଚାପ ଜାରି ରଖିଛି। ଚାଇନାର ଏହି ଅନୁପ୍ରବେଶ ଏକ କୌଶଳଗତ ଯୋଜନା। ଉକ୍ତ ଅଞ୍ଚଳରେ ସ୍ଥାୟୀ ଉପସ୍ଥିତି ଲକ୍ଷ୍ୟରେ ଚାଇନା ଏଭଳି ଯୋଜନା ଜାରି ରଖିଛି। ଚାଇନା ସହ ଭାରତର ୩,୪୮୮ କି.ମି ସୀମା ରହିଥିବାବେଳେ ବେଜିଂ ପକ୍ଷରୁ ଏହାକୁ ଉଲ୍ଲଂଘନ କରିବା ଓ ଅନୁପ୍ରବେଶ କରାଯିବା ଘଟଣା ସମ୍ପର୍କରେ ଅନ୍ତର୍ଜାତୀୟ ସମୁଦାୟ ଅବଗତ। ତେବେ ପିଓକେରେ ଚାଇନା ଅଧିକ ଭୟାବହ ସାମରିକ ଆକ୍ରମଣାତ୍ମକ ଯୋଜନା ପ୍ରସ୍ତୁତ କରୁଥିବା ଜଣାପଡ଼ିବା ଭାରତ ପାଇଁ ଚିନ୍ତାର ବିଷୟ ହୋଇଛି। ଚାଇନା ୭ ବର୍ଷ ହେଲା ଉକ୍ତ ଅଞ୍ଚଳରେ ନିର୍ମାଣ ଚଳାଇଥିବାବେଳେ ଗୁରୁବାର ଭାରତ ଏହାକୁ ନେଇ ବେଜିଂ ନିକଟରେ ପ୍ରତିବାଦ ଜଣାଇଛି। ଶକ୍ସଗାମ ଉପତ୍ୟକା ଭାରତର ଅଂଶବିଶେଷ ବୋଲି ବହିର୍ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ବାଲ କହିଛନ୍ତି। ୧୯୬୩ର ତଥାକଥିତ ଚାଇନା-ପାକିସ୍ତାନୀ ସୀମା ଚୁକ୍ତି ବଳରେ ଇସ୍‌ଲାମାବାଦ ବେଆଇନଭାବେ ଉକ୍ତ ଅଞ୍ଚଳକୁ ବେଜିଂକୁ ଦେଇଥିଲା। ନୂଆଦିଲ୍ଲୀ ଏହାକୁ କଦାପି ଗ୍ରହଣ କରି ନ ଥିବା ଜୟସ୍ବାଲ କହିଛନ୍ତି।
୧୯୬୩ର ସୀମା ଚୁକ୍ତିନାମାରେ ଶାକ୍ସଗାମ ଉପତ୍ୟକାକୁ ପାକିସ୍ତାନ ଚାଇନାକୁ ସମର୍ପି ଦେଇଥିଲା। ଏବେ ସେଠାରେ ସାମରିକ ଭିତ୍ତିଭୂମି ଏବଂ ରାସ୍ତା ନିର୍ମାଣ ଚଳାଇଛି। ୨୦୧୭ ସେପ୍ଟେମ୍ବର ଓ ଅକ୍ଟୋବରରେ ଗୁଗଲ ଆର୍ଥ ସାଟେଲାଇଟ୍‌ ଚିତ୍ରରେ ମଧ୍ୟ ଭାରତ-ଭୁଟାନ-ଚାଇନା ଜଙ୍କଶନ ଅଞ୍ଚଳରେ ବେଜିଂ ରାସ୍ତା ନିର୍ମାଣ କରୁଥିତ୍ବା ଦର୍ଶାଯାଇଥିଲା। ଚାଇନା ସୀମା ପ୍ରତିରକ୍ଷା କର୍ମଚାରୀମାନେ ଶକ୍ସଗାମ ଅଞ୍ଚଳରେ ନବନିର୍ମିତ ରାସ୍ତାରେ ପାଟ୍ରୋଲିଂ କରୁଥିବା ମଧ୍ୟ ଦେଖାଯାଇଛି। ସେଠାରେ ଅନୂ୍ୟନ ଦୁଇଟି ସାମରିକ ଘାଟି ଦୃଶ୍ୟ ହେଉଛି। ଏହା ପୂର୍ବରୁ ୨୦୧୬ ଅକ୍ଟୋବର ୨୪ର ସାଟେଲାଇଟ୍‌ ଫଟୋରେ ସମଗ୍ର ଶକ୍ସଗାମ ଉପତ୍ୟକା ଅଞ୍ଚଳରେ କୌଣସି ରାସ୍ତା ନ ଥିବା ଦେଖାଯାଇଥିଲା। ୨୦୧୮ର ଅନ୍ୟ ଏକ ଉପଗ୍ରହ ଚିତ୍ରରେ ଶକ୍ସଗାମ ବାହାରେ ଚାଇନାର ଦୁଇଟି ସାମରିକ ଘାଟିକୁ ନୂଆ ରାସ୍ତା ଯୋଡ଼ୁଥିବା ଦେଖାଯାଇଥିଲା। ଶକ୍ସଗାମରେ ୭୦ କି.ମି. ରାସ୍ତା ନିର୍ମାଣ କରିଥିବା ୨୦୧୯ରେ ଭାରତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଥିଲା।
ନିକଟରେ ପ୍ରକାଶିତ ଖବର ଅନୁଯାୟୀ ଚାଇନା ଏବଂ ପାକିସ୍ତାନ ଉକ୍ତ ଉପତ୍ୟକାରେ ଆଉ ଏକ ରାସ୍ତା ନିର୍ମାଣ ଯୋଜନା କରୁଛି। ସିଙ୍କିଆଙ୍ଗର ୟାର୍କାଣ୍ଡରୁ ପିଓକେର ମୁଜାଫରବାଦକୁ ଶକ୍ସଗାମ୍‌ ଉପତ୍ୟକା ଦେଇ ଏହି ରାସ୍ତା ନିର୍ମାଣ ଯୋଜନା ହୋଇଛି। ପାକିସ୍ତାନ ଓ ଚାଇନା ମଧ୍ୟରେ ବର୍ତ୍ତମାନର ରାସ୍ତାଠାରୁ ଏହା ୩୫୦ କିଲୋମିଟର କମ୍‌ ହେବ। ଏଲ୍‌ଏସିକୁ ଚାଇନା ସୈନ୍ୟ ପରିବହନ ପାଇଁ ଏହା ଏକ ଅତିରିକ୍ତ ରାସ୍ତା ହେବ। ଚାଇନାର ପିପୁଲ୍ସ ଲିବରେଶନ ଆର୍ମି (ପିଏଲ୍‌ଏ)ର ଏହି କାର୍ଯ୍ୟ ଉତ୍ତେଜନାପୂର୍ଣ୍ଣ ସ୍ଥିତି ସୃଷ୍ଟି କରିବ ବୋଲି ବିଚାର କରାଯାଉଛି। ସ୍ଥିତିିରେ ପରିବର୍ତ୍ତନ ଲାଗି ଚାଇନାର ବେଆଇନ ଉଦ୍ୟମ ବିରୋଧରେ ଭାରତ ପ୍ରତିବାଦ ଜଣାଇଛି। ଭାରତ ଏହାର ସ୍ବାର୍ଥର ସୁରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ନେବାର ଅଧିକାର ରହିଛି ବୋଲି ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସମିତି ସଭ୍ୟଙ୍କ ପରଲୋକ, ଶୋକ ପ୍ରକାଶ କଲେ ଖଡ଼ିଆଳ ବିଧାୟକ

ଖଡ଼ିଆଳ,୩ା୧୧(ସୁଜିତ କୁମାର ପ୍ରଧାନ): ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଭୁଲିଆସିକୁଆଁ ପଞ୍ଚାୟତର ସମିତି ସଭ୍ୟ ତଥା ବ୍ଲକ ବିଜେଡି ସମ୍ପାଦକ ଶିଶୁପାଳ ବାଗଙ୍କ ପରଲୋକ ହୋଇଯାଇଛି। ଭୁବନେଶ୍ୱରସ୍ଥିତ ଏମ୍ସରେ…

ଫୁଟବଲ ଜଗତରେ ଶୋକର ଛାୟ, ଗୋଲକିପରଙ୍କ ସହ ଧକ୍କା ପରେ ହୃଦଘାତ୍‌ରେ ଚାଲିଗଲା ଖେଳାଳିଙ୍କ ଜୀବନ

ମାଡ୍ରିଡ୍‌,୩ା୧୧: ସ୍ପାନିଶ ଫୁଟବଲରେ ମଙ୍ଗଳବାର ଶୋକର ଛାୟା ଖେଳିଯାଇଛି। ଏକ ଦ୍ୱିତୀୟ ଡିଭିଜନ ମ୍ୟାଚ୍‌ରେ ପ୍ରତିପକ୍ଷ ଗୋଲକିପରଙ୍କ ସହ ଧକ୍କା ପରେ ହୃଦଘାତ୍‌ର ସମ୍ମୁଖୀନ ହୋଇଥିବା ଟେନେରାଇଫ୍‌…

ମିଥୁନ ଓ ମକର ସମେତ ୫ ରାଶିଙ୍କ ଆଗାମୀ ୨୨ ଦିନରେ ବଦଳିବ ଭାଗ୍ୟ: ସାଲାରି ହୋଇଯିବ ଡବଲ୍‌

ବୁଧ ଗ୍ରହ ରାହୁଙ୍କ ନକ୍ଷତ୍ର ସ୍ୱାତୀରେ ପ୍ରବେଶ କରିବା ରାଶିମାନଙ୍କ ଜୀବନ ଉପରେ ପ୍ରଭାବ ପକାଇବ। ବୁଧ ଆଗାମୀ ୨୨ ଦିନ ଅର୍ଥାତ ୨୫ ନଭେମ୍ୱର ପର୍ଯ୍ୟନ୍ତ…

ମୋଦିଙ୍କୁ ପୁଣି ରାହୁଲଙ୍କ ଚ୍ୟାଲେଞ୍ଜ, କହିଲେ ଡରନ୍ତୁ ନାହିଁ….

ନୂଆଦିଲ୍ଲୀ, ୩।୧୧: ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମଙ୍ଗଳବାର ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍‌ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କୁ ସର୍ବସାଧାରଣରେ ବିତର୍କ ପାଇଁ ଦେଇଥିବା…

ୟୁଜିସି ରେଗୁଲେସନ ପ୍ରତ୍ୟାହାର ଦାବି ଜିଲାପାଳଙ୍କୁ ଦାବିପତ୍ର

ଭବାନୀପାଟଣା,୩।୧୧(ଉତ୍ତମ କୁମାର ଦାଶ): ସବର୍ଣ୍ଣ ସମାଜ ବିରୋଧୀ ତଥା ଛାତ୍ରୀଛାତ୍ରଙ୍କ ପ୍ରତି ଘୋର ପକ୍ଷପାତ ସୃଷ୍ଟିକାରୀ ୟୁଜିସି ରେଗୁଲେସନ ୨୦୨୬ କୁ ତୁରନ୍ତ ପ୍ରତ୍ୟାହାର ଦାବି କରିଛି…

ଶିଶୁଙ୍କ ହିତରେ କାମକୁ ମିଳିଲା ସମ୍ମାନ! ରାଜ୍ୟସ୍ତରରେ ଚମକିଲେ ଗଞ୍ଜାମ ଡିଏସ୍‌ଡବ୍ଲ୍ୟୁଓ

ଛତ୍ରପୁର,୩।୧୧(ଦିଲ୍ଲୀପି ସାମଲ): ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ପ୍ରତିଷ୍ଠା ଦିବସ ଭୁବନେଶ୍ୱରଠାରେ ପାଳିତ ହୋଇଯାଇଛି। ଏହି ଅବସରରେ ଶିଶୁ ଅଧିକାରର ସୁରକ୍ଷା ଓ ଶିଶୁ…

କ୍ଷୟକ୍ଷତି ଅନୁଧ୍ୟାନ କଲେ ଜିଲାପାଳ: ୧୫ ଦିନ ମଧ୍ୟରେ ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ…

ଭଞ୍ଜନଗର, ୩।୧୧ (ବାବୁଲା ପ୍ରଧାନ): ଗତ ୨୯ ତାରିଖରେ ହୋଇଥିବା ବାତ୍ୟା ପରବର୍ତ୍ତୀ ବନ୍ୟାରେ ଗଞ୍ଜାମ ଜିଲାର ଭଞ୍ଜନଗର ଉପଖଣ୍ଡ ଅନ୍ତର୍ଗତ ଭଞ୍ଜନଗର, ଆସିକା ଓ ସୋରଡ଼ା…

ହରଦୀପ ପୁରୀଙ୍କୁ ନେଇ ୩ ବଡ଼ ଆପତ୍ତି ଉଠାଇଲେ ବିଧାୟକ, ରାଜ୍ୟ ସଭା ନାମାଙ୍କନ….

ଭୋପାଳ,୩।୧୧: ମଧ୍ୟପ୍ରଦେଶରେ ରାଜ୍ୟ ସଭା ଉପନିର୍ବାଚନକୁ ନେଇ ରାଜନୈତିକ ମାହୋଲ ସରଗରମ ହୋଇଛି । ଭାଜପା ପ୍ରାର୍ଥୀ ହରଦୀପ ପୁରୀଙ୍କ ନାମାଙ୍କନକୁ ନେଇ ଆପତ୍ତି ଉଠାଇଛି କଂଗ୍ରେସ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?