ରାଜଧାନୀରେ ବଡ଼ ବେପାର: ଅଧକୋଟିର ବ୍ରାଉନସୁଗାର, ୩୫ଲକ୍ଷ ଟଙ୍କା ଜବତ

ଭୁବନେଶ୍ୱର,୧୫।୭(ବ୍ୟୁରୋ): କୋଲକାତାରୁ ଭାୟା ବାଲେଶ୍ୱର ଦେଇ ଭୁବନେଶ୍ୱର ଆସୁଛି ବ୍ରାଉନସୁଗାର। ଜଳେଶ୍ୱରରେ ଏକାଧିକ ଚୋରା ଚାଲାଣକାରୀ ରହିଥିବାବେଳେ ଏମାନଙ୍କ ଜରିଆରେ ରାଜ୍ୟର ବିଭିନ୍ନ ସ୍ଥାନକୁ କୋଟି କୋଟି ଟଙ୍କାର ଧଳାଜହର ଚାଲାଣ ହେଉଛି। ଶହୀଦନଗର ଥାନାଞ୍ଚଳରେ ଏକ ଦମ୍ପତି ବ୍ରାଉନସୁଗାର କାରବାର କରୁଥିବା ଖବର ପାଇବା ପରେ କମିଶନରେଟ ପୋଲିସର କୁଇକ୍‌ ଆକ୍ସନ ଟିମ୍‌ (କ୍ୟୁଏଟି) ଓ ଶହୀଦନଗର ପୋଲିସର ମିଳିତ ଟିମ୍‌ ମଙ୍ଗଳବାର ରାତିରେ କେଶୁରାସ୍ଥିତ ଏକ ଘରେ ଚଢ଼ାଉ କରି ବଡ଼ ର଼୍ୟାକେଟକୁ ଧରିଛି। ସେଠାରୁ ପୋଲିସ ୫୫୦ ଗ୍ରାମର ବ୍ରାଉନସୁଗାର, ନଗଦ ୩୪ଲକ୍ଷ ୮୦ହଜାର ଟଙ୍କା, ଏକ କାର, ୨ ବାଇକ ଓ ୬ ମୋବାଇଲ୍‌ ଫୋନ୍‌ ଜବତ କରିବା ସହ ଦୁଇଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ବାଲେଶ୍ୱର ଜିଲା ଜଳେଶ୍ୱରର ବିଶ୍ୱରଞ୍ଜନ ରାଉଳ ଓରଫ ମଣ୍ଟୁ(୨୩) ଓ ଖୋର୍ଦ୍ଧା ନିରାକାରପୁରର ପିଙ୍କି ଦାସ(୨୮)। ଅନ୍ୟପକ୍ଷେ ର଼୍ୟାକେଟ ମୁଖ୍ୟ ତଥା ଅଭିଯୁକ୍ତ ପିଙ୍କିଙ୍କ ସ୍ବାମୀ ଶମ୍ଭୁନାଥ ବାରିକ ଓରଫ ପପୁ ଫେରାର ଅଛନ୍ତି। ତାଙ୍କୁ ଧରିବାକୁ ପୋଲିସ ଚଢ଼ାଉ ଜାରି ରଖିବା ସହ ର଼୍ୟାକେଟର ଅଧିକ ଖୋଳତାଡ଼ କରୁଛି। ଜବତ ବ୍ରାଉନସୁଗାର ମୂଲ୍ୟ ଅଧକୋଟିରୁ ଅଧିକ ହେବ।
ପିଙ୍କି ଓ ଶମ୍ଭୁନାଥ କେଶୁରା ଅଞ୍ଚଳରେ ଘର ଭଡ଼ା ନେଇ ଦୀର୍ଘଦିନ ଧରି ରହିବା ସହ ସେଠାରେ ବ୍ରାଉନ୍‌ସୁଗାର ବେପାର କରୁଥିଲେ। ଅଭିଯୁକ୍ତ ମଣ୍ଟୁ ଜଳେଶ୍ୱରର ବ୍ୟବସାୟୀଙ୍କଠାରୁ ବ୍ରାଉନ୍‌ସୁଗାର ଆଣି ଉକ୍ତ ଦମ୍ପତିଙ୍କୁ ଯୋଗାଉଥିଲେ। ସେମାନେ ଭୁବନେଶ୍ୱର ବସ୍ତି ଅଞ୍ଚଳରେ ବ୍ରାଉନ୍‌ସୁଗାର ବ୍ୟବସାୟୀଙ୍କୁ ଛୋଟ ଛୋଟ ପ୍ୟାକେଟ୍‌ କରି ବିକୁଥିଲେ। ତେବେ ପୋଲିସ ଚଢ଼ାଉ ସମୟରେ ଅଭିଯୁକ୍ତମାନେ ଘରେ ଷ୍ଟକ୍‌ ରଖିଥିବା ବ୍ରାଉନ୍‌ସୁଗାରକୁ ପାଇଖାନାରେ ଢାଳିବା ସହ ପୋଡ଼ି ନଷ୍ଟ କରିବାକୁ ଚେଷ୍ଟା କରିଥିଲେ। ତେବେ ପୋଲିସ କବାଟ ଭାଙ୍ଗି ପଶିଯିବା ସହ ସେସବୁକୁ ଜବତ କରିଥିଲା ବୋଲି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ରାଜଧାନୀରୁ ବ୍ରାଉନସୁଗାର ସହ ଏତେ ପରିମାଣର ଟଙ୍କା ମିଳିବା ଅଭୂତପୂର୍ବ। ଏହା ପଛରେ କିଛି ବଡ଼ ଆପରାଧିକ ଷଡ଼ଯନ୍ତ୍ର ଥିବା ସନ୍ଦେହ କରାଯାଉଛି। ଫେରାର ଅଭିଯୁକ୍ତଙ୍କୁ ଧରିବା ପାଇଁ ଉଦ୍ୟମ ଚାଲିଛି। ଏତେ ଟଙ୍କା କେଉଁଠାରୁ ଆସିଛି ତାହାର ମଧ୍ୟ ତଦନ୍ତ କରାଯିବ। କୋଲକାତାରୁ ଜଳେଶ୍ୱର ଦେଇ କଟକ-ଭୁବନେଶ୍ୱରକୁ ବିପୁଳ ପରିମାଣର ବ୍ରାଉନସୁଗାର ଆସୁଛି। ଗତ ୪ମାସ ମଧ୍ୟରେ କମିଶନରେଟ୍‌ ପୋଲିସ ଦ୍ୱୈତ ନଗରୀରୁ ୫ କିଗ୍ରା ୧୦୦ଗ୍ରାମ ବ୍ରାଉନସୁଗାର ଜବତ କରିଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?