Posted inଖେଳ

ବିଗ୍‌ ବାଶ୍‌ ଲିଗ୍‌: କ୍ରିସ୍‌ ଲିନ୍‌, ଡାନ୍‌ ଲରେନ୍ସଙ୍କୁ ଜରିମାନା

ମେଲବୋର୍ନ, ୧୬।୧୨: ବିଗ୍‌ ବାଶ୍‌ ଟି୨୦ ଲିଗ୍‌ ବେଳେ କରୋନା ଭାଇରସ୍ ପ୍ରୋଟୋକଲ ଭଙ୍ଗ କରିଥିବାରୁ ବ୍ରିସ୍‌ବେନ୍‌ ହିଟ୍‌ର କ୍ରିସ୍‌ ଲିନ୍‌ ଓ ଡାନ୍‌ ଲରେନ୍ସଙ୍କୁ ୧୦,୦୦୦ ଅଷ୍ଟ୍ରେଲୀୟ ଡଲାର(୫,୬୪୦ ପାଉଣ୍ଡ) ଜରିମାନା ହୋଇଛି। ଉଭୟେ ଜଣେ ପ୍ରଶଂସକଙ୍କ ସହ ଫଟୋଗ୍ରାଫ୍‌ ପାଇଁ ପୋଜ୍‌ ଦେଇଥିଲେ। ନିୟମ ଉଲ୍ଲଂଘନ ପରେ ସିଡ୍‌ନୀ ଥଣ୍ଡର ଦ୍ୱାରା ବିଗ୍‌ ବାଶ ପରାଜୟ ବେଳେ ଏହି ଦୁଇଜଣଙ୍କୁ ସେମାନଙ୍କ ଟିମ୍‌ମେଟ୍‌ଠାରୁ ଦୂରତା ରଖିବାକୁ ପଡ଼ିଥିଲା। ଲିନ୍‌ ଓ ଲରେନ୍ସଙ୍କୁ ଗତ ସପ୍ତାହରେ ଇଂଲଣ୍ଡ ଟେଷ୍ଟ ଦଳରେ ସାମିଲ କରାଯାଇଥିଲା। ଉଭୟେ ଦଣ୍ଡକୁ ଗ୍ରହଣ କରିଛନ୍ତି। କ୍ରିକେଟ ଅଷ୍ଟ୍ରେଲିଆ ଦ୍ୱାରା ଏକ ତଦନ୍ତ ପରେ ବ୍ରିସ୍‌ବେନ୍‌ ହିଟ୍‌ ଦଳକୁ ମଧ୍ୟ ୫୦,୦୦୦ ଆମେରିକୀୟ ଡଲାର ଜରିମାନା ହୋଇଥିଲା। ଦାୟିତ୍ୱହୀନତା ପାଇଁ ଲିନ୍‌ ଓ ଲରେନ୍ସଙ୍କୁ ପ୍ରବଳ ଭର୍ତ୍ସନା ମଧ୍ୟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଶେଷ ମ୍ୟାଚ୍‌ରେ ପ୍ରବଳ ଝଗଡା କଲେ ବିରାଟ କୋହଲି: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୨।୧୦: ଆଇପିଏଲ ୨୦୨୧ର ଏଲିମିନେଟର ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ୪ ଉଇକେଟରେ ପରାସ୍ତ କରିଛି। ଏହି ପରାଜୟ ସହିତ ଆରସିବି...

ଅଷ୍ଟ୍ରେଲିଆ ଆଗରେ ୧୫୮ ରନ୍‌ର ଟାର୍ଗେଟ

ଆବୁଧାବି, ୬।୧୧: ସ୍ଥାନୀୟ ଶେଖ ଜାୟେଦ ଷ୍ଟାଡିୟମଠାରେ ଶନିବାର ଟି୨୦ ବିଶ୍ବକପ ଗ୍ରୁପ-୧ର ମ୍ୟାଚରେ ଅଷ୍ଟ୍ରେଲିଆ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା। ବ୍ୟାଟିଂ କରିବାକୁ...

ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଲା ଲକ୍ଷ୍ନୌ

ମୁମ୍ବାଇ,୩୧।୩: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ଗୁରୁବାର ସପ୍ତମ ମ୍ୟାଚରେ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ଅଧିନାୟକ ଲୋକେଶ ରାହୁଲ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି।...

ଜାତୀୟ ସବ୍‌ଜୁନିୟର ବାସ୍କେଟବଲ୍‌ : ବାଳିକାରେ ତାମିଲନାଡୁ, ବାଳକରେ ମିଜୋରାମ ଚାମ୍ପିୟନ

କଟକ ଅଫିସ,୧୦ା୯- ଜାତୀୟ ସବଜୁନିୟର ବାସ୍କେଟବଲ ଚାମ୍ପିୟନଶିପର ୪୬ତମ ସଂସ୍କରଣ ସୋମବାର ସନ୍ଧ୍ୟାରେ ଏଠାରେ ଉଦ୍‌ଯାପିତ ହୋଇଛି। ବାଳକ ବର୍ଗରେ ମିଜୋରାମ ଓ ବାଳିକା ବର୍ଗରେ...

ଜାଡେଜାଙ୍କ ବୋଲିଂ ଆକଶନ୍‌ କପି କଲେ ବୁମରା

ନୂଆଦିଲ୍ଲୀ,୧୦।୧୧: ଆଧୁନିକ କ୍ରିକେଟର ଅନ୍ୟତମ ସର୍ବଶ୍ରେଷ୍ଠ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ପ୍ରଶଂସକଙ୍କ ତାଲିକାରେ ସ୍ଥାନ ପାଇଛନ୍ତି ତାଙ୍କ ସାଥି ଖେଳାଳି ଯଶପ୍ରୀତ ବୁମରା। ଆଇସିସି ପକ୍ଷରୁ...

ବର୍ନ୍ସ ବାଦ୍‌, ଓ୍ବାର୍ନର, ପୁକୋଭସ୍କି ସାମିଲ

ମେଲବୋର୍ନ, ୩୧।୧୨(ପି.ଟି.)- ଭାରତ ବିପକ୍ଷ ଟେଷ୍ଟ ସିରିଜର ଅବଶିଷ୍ଟ ୨ଟି ମ୍ୟାଚ ପାଇଁ ଅଷ୍ଟ୍ରେଲିଆ ଦଳରୁ ଓପନର ଜୋ ବର୍ନ୍ସ ବାଦ୍‌ ପଡ଼ିଛନ୍ତି। ଡେଭିଡ ଓ୍ବାର୍ନର...

ଟେଷ୍ଟ ଖେଳାଳିଙ୍କ ର଼୍ୟାଙ୍କିଙ୍ଗ୍‌ରେ ବଡ଼ ପରିବର୍ତ୍ତନ

ଦୁବାଇ,୧୮।୮ : ଭାରତ ଓ ଇଂଲଣ୍ଡ ମଧ୍ୟରେ ଲଡର୍‌ସଠାରେ ଖେଳାଯାଇଥିବା ଟେଷ୍ଟ ମ୍ୟାଚ୍‌ ଶେଷ ହେବା ପରେ ଖେଳାଳିଙ୍କ ମାନ୍ୟତାରେ ପରିବର୍ତ୍ତନ ଦେଖିବାକୁ ମିଳିଛି। ମ୍ୟାଚ୍‌ରେ...

ଭେଟେଲ ଜିତିଲେ ସିଙ୍ଗାପୁର ଗ୍ରାଁ ପ୍ରି

ସିଙ୍ଗାପୁର, ୨୩।୯(ଏଏଫପି)- ଫେରାରୀର ସେବାଷ୍ଟିଆନ ଭେଟେଲ ରବିବାର ଅନୁଷ୍ଠିତ ସିଙ୍ଗାପୁର ଗ୍ରାଁ ପ୍ରି ଫର୍ମୁଲାଓ୍ବାନ ମୋଟରରେସିଂରେ ପ୍ରଥମସ୍ଥାନ ଅଧିକାର କରିଛନ୍ତି। ଦୀର୍ଘ ୧ ବର୍ଷ ଟାଇଟଲ...

Advertisement
Archives

Model This Week