Posted inଖେଳ

ମାର୍ଚ୍ଚ ୨୫ରୁ ଅଲିମ୍ପିକ ମଶାଲ ରିଲେ

ଟୋକିଓ, ୧୬ ।୧୨ (ଏପି): କରୋନା ମହାମାରୀ ବେଳେ ସଫଳତାର ସହ ଅଲିମ୍ପିକ୍ସ ଆୟୋଜନ ହୋଇ ପାରିବ କି ନା ତାହା ଏବେିବି ଅସ୍ପଷ୍ଟ। ଏହାସତ୍ତ୍ୱେ ସ୍ଥଗିତ ରହିଥିବା ଟୋକିଓ ଅଲିମ୍ପିକ୍ସର ଆୟୋଜନ ପାଇଁ ପ୍ରସ୍ତୁତି କାର୍ଯ୍ୟ ଚାଲିଛି। ୩ମାସ ପରେ ଅର୍ଥାତ୍‌ ମାର୍ଚ୍ଚ ୧୫ରୁ ଜାପାନ ସହର ଫୁକୁଶିମାଠାରୁ ମଶାଲ ରିଲେ ଆରମ୍ଭ ହେବ ବୋଲି ଆୟୋଜକଗଣ ମଙ୍ଗଳବାର ସୂଚନା ଦେଇଛନ୍ତି। ମଶାଲ ରିଲେ ସମଗ୍ର ଜାପାନ ପରିକ୍ରମା କରିବ। ଏଥିରେ ୧୦,୦୦୦ ଧାବକ ଏବଂ ସମାନ ସଂଖ୍ୟକ ଅଫିସିଆଲ ଭାଗ ନେବେ। ଏଥିରେ ସ୍ଥାନୀୟ ବାସିନ୍ଦାଙ୍କୁ ସାମିଲ କରାଯାଇ ନାହିଁ। ରିଲେ ପାଇଁ କେତେକ କୋଭିଡ୍‌ କଟକଣା ଜାରି କରାଯାଇଥିବା ଟୋକିଓ ଅଲିମ୍ପିକ ଆୟୋଜକ କମିଟି ଉପମହାନିର୍ଦ୍ଦେଶକ ୟୁକିହିକୋ ନୁନୋମୁରା କହିଛନ୍ତି। ଅଲିମ୍ପିକର ଦୁଇ ହେଭିଓ୍ବେଟ୍‌ ପ୍ରାୟୋଜକ ଟୋୟୋଟା ଏବଂ କୋକାକୋଲା ରିଲେର ପ୍ରାୟୋଜକ ହୋଇଛନ୍ତି। ଖର୍ଚ୍ଚ ଓ ସୁରକ୍ଷା ଦୃଷ୍ଟିରୁ ପ୍ରଥମେ ଏହି ଇଭେଣ୍ଟକୁ ଏଥର ନ କରିବା ଲାଗି ବିଚାର ହୋଇଥିଲା। ପରବର୍ତ୍ତୀ ମୁହୂର୍ତ୍ତରେ ନିଷ୍ପତ୍ତିରେ ପରିବର୍ତ୍ତନ କରାଯାଇଥିଲା। ମଶାଲ ରିଲେ ୧୨୧ ଦିନ ଧରି ଅନୁଷ୍ଠିତ ହେବ। ଏହା ୮୫୯ ମ୍ୟୁନିସିପାଲିଟି ମଧ୍ୟ ଦେଇ ଅତିକ୍ରମ କରିବ। କାର୍ଯ୍ୟକ୍ରମକୁ ସହଜ ଓ ସରଳ କରିବା ଲାଗି ଯୋଜନା ହୋଇଛି। ଦର୍ଶକ ଓ ଯାନବାହନ ସଂଖ୍ୟାକୁ ସୀମିତ କରାଯାଇଥିବା ମୁନୋମୁରା କହିଛନ୍ତି। ୧୦୦ଦିନ ପରେ ରିଲେ ଆରମ୍ଭ ହେବା ପର୍ଯ୍ୟନ୍ତ ଜାପାନର ସର୍ବୋଚ୍ଚ ଟାଓ୍ବାର ଦି ଟୋକିଓ ସ୍କାଏଟ୍ରିକୁ ମଙ୍ଗବାରଠାରୁ ସ୍ବର୍ଣ୍ଣାଲୋକରେ ସଜ୍ଜିତ କରାଯାଇଛି। ସ୍ଥଗିତ ରଖାଯାଇଥିବା ଟୋକିଓ ଅଲିମ୍ପିକ୍ସ ୨୦୨୧ ଜୁଲାଇ ୨୩ରୁ ଆରମ୍ଭ ହେବ। ଏଥିରେ ପ୍ରାୟ ୧୧,୦୦୦ ଆଥଲେଟ ଅଂଶଗ୍ରହଣ କରିବେ। ଏହାଛଡ଼ା ପାରା ଅଲିମ୍ପିକ୍ସରେ ଆହୁରି ୪,୪୦୦ ଅଧିକ ଅଂଶଗ୍ରହଣ କରିବେ। ଆସନ୍ତାବର୍ଷ ପ୍ରାରମ୍ଭରେ କରୋନା ଭାଇରସ ପାଇଁ କି କି ପ୍ରତିଷେଧମୂଳକ ପଦକ୍ଷେପ ନିଆଯାଉଛି ତାହାକୁ ମଶାଲ ରିଲେ କାର୍ଯ୍ୟକ୍ରମ ଓ ଅଲିମ୍ପିକ୍ସ ଆୟୋଜକ ଅପେକ୍ଷା କରି ରହିଛନ୍ତି। କରୋନା ଚିକିତ୍ସା ପାଇଁ କେତୋଟି ଭ୍ୟାକ୍ସିନ ବାହାରିବା ପରେ ସେମାନେ ଉତ୍ସାହିତ ହୋଇପଡ଼ିଛନ୍ତି। ଜାପାନରେ ଗତ କିଛି ସପ୍ତାହ ହେଲା ନୂଆ କରୋନା ସଂକ୍ରମିତ ଦେଖିବାକୁ ମିଳିଛି। ଶନିବାର ମୋଟ ନୂଆ ରୋଗୀ ସଂଖ୍ୟା ୩,୦୪୧ରେ ପହଞ୍ଚତ୍ଛି। ପ୍ରଥମ ଥର ଏହା ୩,୦୦୦ ଅତିକ୍ରମ କରିଛି। ଜାପାନର ଲୋକସଂଖ୍ୟା ପ୍ରାୟ ୧୨୫ ନିୟୁତ। ଦେଶରେ ମହାମାରୀକୁ ନିୟନ୍ତ୍ରଣରେ ରଖାଯାଇ ପାରିଛି। ଦେଶରେ କରୋନାରେ ଏପର୍ଯ୍ୟନ୍ତ ୨,୫୦୦ ଲୋକ ମୃତ୍ୟୁ ବରଣ କରିସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲଜ୍‌କୁ ଡାକି ଛାତ୍ରୀଙ୍କୁ ବଳାତ୍କାର କଲେ ଯୁବକ, ଡାକ୍ତରୀମାଇନା ପରେ…

ହାଟଡିହୀ,୩ା୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ସୋସୋ ଥାନା ଅଞ୍ଚଳରେ ଜଣେ ଯୁକ୍ତ-୩ ଛାତ୍ରୀଙ୍କୁ ଲଜ୍‌ରେ ବଳାତ୍କାର କରାଯାଇଥିବା ନେଇ ଶୁକ୍ରବାର ଅଭିଯୋଗ ହୋଇଛି। ଏହି…

ଫାଇନାଲରେ ଧୋକା ଦେଲେ ବୈଭବ ସୂର୍ଯ୍ୟବଂଶୀ: ଭାରତ-ପାକିସ୍ତାନ ମହାମୁକାବିଲାରେ ମାତ୍ର ଏତିକି ରନ୍‌ କରି ଆଉଟ୍‌

ନୂଆଦିଲ୍ଲୀ,୩।୧୦: ଏସିଆନ ଗେମ୍ସ ୨୦୨୬ର ପୁରୁଷ କ୍ରିକେଟ ଫାଇନାଲରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହୋଇଛନ୍ତି। ସ୍ବର୍ଣ୍ଣ ପାଇଁ ହେଉଥିବା ଏହି ବଡ଼ ମୁକାବିଲାରେ ଭାରତୀୟ ଦଳର…

କେତୁଙ୍କ ବକ୍ରି ଚଳନ: ଚମକିବ ୪ ରାଶିଙ୍କ ଭାଗ୍ୟ, ପ୍ରବଳ ଧନବର୍ଷାକୁ ବଡ଼ କମ୍ପାନୀରୁ ଅଫର୍‌

କେତୁ ଗ୍ରହ ସର୍ୱଦା ଓଲଟା ଚଳନ (ବକ୍ରୀ) କରନ୍ତି। ଆଜି କେତୁ ମଘା ନକ୍ଷତ୍ରର ଦ୍ୱିତୀୟ ପଦରୁ ପ୍ରଥମ ପଦକୁ ଚଳନ କରିବାକୁ ଯାଉଛନ୍ତି। କେତୁଙ୍କର ଏହି…

ଏସିଆନ ଗେମ୍ସରେ ଇତିହାସ ରଚିଲେ ପ୍ରଣବୀ: ଗଲ୍ଫରେ କଲେ ବଡ଼ କାରନାମା

ନୂଆଦିଲ୍ଲୀ,୩।୧୦: ଏସିଆନ ଗେମ୍ସ ୨୦୨୬ରେ ଭାରତୀୟ ଗଲ୍ଫ ପାଇଁ ଆସିଛି ବଡ଼ ସଫଳତା। ଭାରତୀୟ ଗଲ୍ଫର୍‌ ପ୍ରଣବୀ ଶରଥ ଉର୍ସ ମହିଳା ଗଲ୍ଫରେ ସ୍ବର୍ଣ୍ଣ ପଦକ ଜିତି…

ସ୍ବର୍ଣ୍ଣ ଜିତିଲେ ଆଦିବାସୀ ଝିଅ ଝରଣା: ଶ୍ରମିକ ମା’ବାପାଙ୍କ ଝିଅଙ୍କ ସଫଳତାରେ ଜିଲା ଗର୍ବିତ

ଅମରପାଲି,୩ା୧୦(ପୀତାମ୍ବର ସାହୁ):ଦୃଢ଼ ଇଚ୍ଛାଶକ୍ତି, ଅଧ୍ୟବସାୟ ଓ ନିରନ୍ତର ପରିଶ୍ରମ ଆଗରେ ହାର ମାନିଛି ଆର୍ଥିକ ଅନଟନ। ଏହାର ଉଦାହରଣ ସାଜିଛନ୍ତି ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ସଂଗ୍ରାମପୁର…

ମହିଳା ହକି ଟିମ୍‌ ଉପରେ ଟଙ୍କା ବର୍ଷା କଲେ ମୋହନ ସରକାର: ପ୍ରତ୍ୟେକ ଖେଳାଳିଙ୍କ ମିଳିବ…

ଭୁବନେଶ୍ୱର,୩।୧୦: ମହିଳା ହକି ଦଳ ଫାଇନାଲରେ ଚାଇନାକୁ ୧-୦ ଗୋଲରେ ହରାଇ ଦୀର୍ଘ ୪୪ ବର୍ଷ ପରେ ଏସିଆଡ୍‌ ସ୍ବର୍ଣ୍ଣ ପଦକ ହାସଲ କରିଛି। ଏଥିସହ ଦଳ…

୧୭ ବର୍ଷୀୟା କୁମକୁମଙ୍କ ହ୍ୟାଟ୍ରିକ୍‌: ଏସିଆନ ଗେମ୍ସରେ ପୁଣି ସ୍ବର୍ଣ୍ଣ ଜିତି ରଚିଲେ ଇତିହାସ

ନୂଆଦିଲ୍ଲୀ,୩।୧୦: ଏସିଆନ ଗେମ୍ସ ୨୦୨୬ରେ ଭାରତୀୟ ତୀରନ୍ଦାଜଙ୍କ ଦମଦାର ପ୍ରଦର୍ଶନ ଜାରି ରହିଛି। ମାତ୍ର ୧୭ ବର୍ଷ ବୟସରେ କୁମକୁମ ମୋହଦ ଭାରତକୁ ଦେଇଛନ୍ତି ୧୭ତମ ସ୍ବର୍ଣ୍ଣ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?