Posted inଖେଳ

ମାର୍ଚ୍ଚ ୨୫ରୁ ଅଲିମ୍ପିକ ମଶାଲ ରିଲେ

ଟୋକିଓ, ୧୬ ।୧୨ (ଏପି): କରୋନା ମହାମାରୀ ବେଳେ ସଫଳତାର ସହ ଅଲିମ୍ପିକ୍ସ ଆୟୋଜନ ହୋଇ ପାରିବ କି ନା ତାହା ଏବେିବି ଅସ୍ପଷ୍ଟ। ଏହାସତ୍ତ୍ୱେ ସ୍ଥଗିତ ରହିଥିବା ଟୋକିଓ ଅଲିମ୍ପିକ୍ସର ଆୟୋଜନ ପାଇଁ ପ୍ରସ୍ତୁତି କାର୍ଯ୍ୟ ଚାଲିଛି। ୩ମାସ ପରେ ଅର୍ଥାତ୍‌ ମାର୍ଚ୍ଚ ୧୫ରୁ ଜାପାନ ସହର ଫୁକୁଶିମାଠାରୁ ମଶାଲ ରିଲେ ଆରମ୍ଭ ହେବ ବୋଲି ଆୟୋଜକଗଣ ମଙ୍ଗଳବାର ସୂଚନା ଦେଇଛନ୍ତି। ମଶାଲ ରିଲେ ସମଗ୍ର ଜାପାନ ପରିକ୍ରମା କରିବ। ଏଥିରେ ୧୦,୦୦୦ ଧାବକ ଏବଂ ସମାନ ସଂଖ୍ୟକ ଅଫିସିଆଲ ଭାଗ ନେବେ। ଏଥିରେ ସ୍ଥାନୀୟ ବାସିନ୍ଦାଙ୍କୁ ସାମିଲ କରାଯାଇ ନାହିଁ। ରିଲେ ପାଇଁ କେତେକ କୋଭିଡ୍‌ କଟକଣା ଜାରି କରାଯାଇଥିବା ଟୋକିଓ ଅଲିମ୍ପିକ ଆୟୋଜକ କମିଟି ଉପମହାନିର୍ଦ୍ଦେଶକ ୟୁକିହିକୋ ନୁନୋମୁରା କହିଛନ୍ତି। ଅଲିମ୍ପିକର ଦୁଇ ହେଭିଓ୍ବେଟ୍‌ ପ୍ରାୟୋଜକ ଟୋୟୋଟା ଏବଂ କୋକାକୋଲା ରିଲେର ପ୍ରାୟୋଜକ ହୋଇଛନ୍ତି। ଖର୍ଚ୍ଚ ଓ ସୁରକ୍ଷା ଦୃଷ୍ଟିରୁ ପ୍ରଥମେ ଏହି ଇଭେଣ୍ଟକୁ ଏଥର ନ କରିବା ଲାଗି ବିଚାର ହୋଇଥିଲା। ପରବର୍ତ୍ତୀ ମୁହୂର୍ତ୍ତରେ ନିଷ୍ପତ୍ତିରେ ପରିବର୍ତ୍ତନ କରାଯାଇଥିଲା। ମଶାଲ ରିଲେ ୧୨୧ ଦିନ ଧରି ଅନୁଷ୍ଠିତ ହେବ। ଏହା ୮୫୯ ମ୍ୟୁନିସିପାଲିଟି ମଧ୍ୟ ଦେଇ ଅତିକ୍ରମ କରିବ। କାର୍ଯ୍ୟକ୍ରମକୁ ସହଜ ଓ ସରଳ କରିବା ଲାଗି ଯୋଜନା ହୋଇଛି। ଦର୍ଶକ ଓ ଯାନବାହନ ସଂଖ୍ୟାକୁ ସୀମିତ କରାଯାଇଥିବା ମୁନୋମୁରା କହିଛନ୍ତି। ୧୦୦ଦିନ ପରେ ରିଲେ ଆରମ୍ଭ ହେବା ପର୍ଯ୍ୟନ୍ତ ଜାପାନର ସର୍ବୋଚ୍ଚ ଟାଓ୍ବାର ଦି ଟୋକିଓ ସ୍କାଏଟ୍ରିକୁ ମଙ୍ଗବାରଠାରୁ ସ୍ବର୍ଣ୍ଣାଲୋକରେ ସଜ୍ଜିତ କରାଯାଇଛି। ସ୍ଥଗିତ ରଖାଯାଇଥିବା ଟୋକିଓ ଅଲିମ୍ପିକ୍ସ ୨୦୨୧ ଜୁଲାଇ ୨୩ରୁ ଆରମ୍ଭ ହେବ। ଏଥିରେ ପ୍ରାୟ ୧୧,୦୦୦ ଆଥଲେଟ ଅଂଶଗ୍ରହଣ କରିବେ। ଏହାଛଡ଼ା ପାରା ଅଲିମ୍ପିକ୍ସରେ ଆହୁରି ୪,୪୦୦ ଅଧିକ ଅଂଶଗ୍ରହଣ କରିବେ। ଆସନ୍ତାବର୍ଷ ପ୍ରାରମ୍ଭରେ କରୋନା ଭାଇରସ ପାଇଁ କି କି ପ୍ରତିଷେଧମୂଳକ ପଦକ୍ଷେପ ନିଆଯାଉଛି ତାହାକୁ ମଶାଲ ରିଲେ କାର୍ଯ୍ୟକ୍ରମ ଓ ଅଲିମ୍ପିକ୍ସ ଆୟୋଜକ ଅପେକ୍ଷା କରି ରହିଛନ୍ତି। କରୋନା ଚିକିତ୍ସା ପାଇଁ କେତୋଟି ଭ୍ୟାକ୍ସିନ ବାହାରିବା ପରେ ସେମାନେ ଉତ୍ସାହିତ ହୋଇପଡ଼ିଛନ୍ତି। ଜାପାନରେ ଗତ କିଛି ସପ୍ତାହ ହେଲା ନୂଆ କରୋନା ସଂକ୍ରମିତ ଦେଖିବାକୁ ମିଳିଛି। ଶନିବାର ମୋଟ ନୂଆ ରୋଗୀ ସଂଖ୍ୟା ୩,୦୪୧ରେ ପହଞ୍ଚତ୍ଛି। ପ୍ରଥମ ଥର ଏହା ୩,୦୦୦ ଅତିକ୍ରମ କରିଛି। ଜାପାନର ଲୋକସଂଖ୍ୟା ପ୍ରାୟ ୧୨୫ ନିୟୁତ। ଦେଶରେ ମହାମାରୀକୁ ନିୟନ୍ତ୍ରଣରେ ରଖାଯାଇ ପାରିଛି। ଦେଶରେ କରୋନାରେ ଏପର୍ଯ୍ୟନ୍ତ ୨,୫୦୦ ଲୋକ ମୃତ୍ୟୁ ବରଣ କରିସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

Video: ଆଉଟ୍‌ ଦେଇଥିବା ଅମ୍ପାୟାରଙ୍କଠାରୁ ‘ପ୍ରତିଶୋଧ’ ନେଲେ ବିରାଟ, ସର୍ବସମ୍ମୁଖରେ କଲେ ଏଭଳି…

ନୂଆଦିଲ୍ଲୀ,୨୩।୪: ବିରାଟ କୋହଲି କ୍ରିକେଟ ମଇଦାନରେ ନିଜର କ୍ରୋଧକୁ ନେଇ ପରିଚିତ। ଖେଳ ସମୟରେ ନିଜ ବିରୋଧୀ ଟିମ୍‌ର ମୁହଁ ଏବଂ ବ୍ୟାଟ୍‌ ଉଭୟର ଉଚିତ...

‘ପନ୍ତଙ୍କୁ ଚୟନ କରା ନ ଗଲେ ଭାରତ ମ୍ୟାଚ୍‌ରେ ପ୍ରଭାବ ପଡ଼ିବ’ 

ନୂଆଦିଲ୍ଲୀ,୨୩।୪: ଟି୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆର ଚୟନ ଚଳିତ ମାସ ଶେଷ ଆଡ଼କୁ ହୋଇପାରେ। ଦଳରେ ଅନେକ ଖେଳାଳିଙ୍କୁ ଚୟନ କରିବାକୁ ନେଇ ଏଯାଏ...

ହେଲା ବଡ଼ ଖୁଲାସା, ଏହି ଗୋଟିଏ ଭୁଲ୍‌ ପାଇଁ ଆର୍‌ସିବିରେ ନାହାନ୍ତି ଚହଲ…

ନୂଆଦିଲ୍ଲୀ,୨୩।୪: ଯୁଜବେନ୍ଦ୍ର ଚହଲଙ୍କୁ ଦଳରେ ନ ରଖିବାର ନିଷ୍ପତ୍ତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି)କୁ ଅବଶୋଷ ରହିବ। କିଛି ଏଭଳି ପ୍ରତିକ୍ରିୟା ରଖିଛନ୍ତି ଫ୍ରାଞ୍ଚାଇଜ୍‌ର ପୂର୍ବ କ୍ରିକେଟ...

ଇତିହାସ ରଚିଲେ ଚହଲ: ଆଇପିଏଲ୍‌ରେ ଏମିତି କାରନାମା କରିବାରେ ପ୍ରଥମ ବୋଲର

ନୂଆଦିଲ୍ଲୀ,୨୩।୪: ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ୟୁଜବେନ୍ଦ୍ର ଚହଲ ତାଙ୍କ ଆଇପିଏଲ କ୍ୟାରିୟରରେ ୨୦୦ ଉଇକେଟ ପୂରଣ କରିଛନ୍ତି। ମୁମ୍ବାଇ...

ଅରେଞ୍ଜ କ୍ୟାପ୍‌ ଉପରେ କୋହଲଙ୍କ କବ୍‌ଜା: ପର୍ପଲ କ୍ୟାପ୍‌ ରେସ୍‌ ହେଉଛି ରୋଚକ

ନୂଆଦିଲ୍ଲୀ,୨୩।୪: ବ୍ୟାଟ୍ସମ୍ୟାନ ଭାବରେ ବିରାଟ କୋହଲିଙ୍କ ଆଭିମୁଖ୍ୟ ଆଇପିଏଲ ୨୦୨୪ ରେ ଜାରି ରହିଛି। ବିରାଟ କୋହଲି ୮ଟି ମ୍ୟାଚରେ ହାରାହାରି ୬୩.୧୭ରେ ୩୭୯ ରନ...

ହଠାତ୍‌ ପଡ଼ିଆ ମଝିରେ ବିପକ୍ଷ ବ୍ୟାଟ୍ସମ୍ୟାନଙ୍କୁ ଆଲିଙ୍ଗନ କଲେ ରୋହିତ ଶର୍ମା: ଜାଣନ୍ତୁ କାହିଁକି

ମୁମ୍ବାଇ,୨୩।୪: ରାଜସ୍ଥାନ ରୟାଲ୍ସର ଓପନର୍‌ ଯଶସ୍ବୀ ଜୟସ୍ବାଲ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ୬୦ ବଲରେ ୧୦୪ ରନର ଅପରାଜିତ ଇନିଂସ ଖେଳିଥିଲେ। ସେ ତାଙ୍କ ଇନିଂସରେ...

ପିଏନ୍‌ବି ବାଲେଶ୍ୱର ମଣ୍ଡଳର ନୂତନ ମଣ୍ଡଳ ମୁଖ୍ୟ

ଭୁବନେଶ୍ୱର,୨୩।୪: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ବା ପିଏନ୍‌ବି ବାଲେଶ୍ୱର ମଣ୍ଡଳର ନୂତନ ମଣ୍ଡଳ ମୁଖ୍ୟ ଭାବେ ବିଶ୍ୱଜିତ ବିଶ୍ୱାଳ ନିକଟରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହା...

‘ଗୁକେଶ ଭବିଷ୍ୟତର ବିଶ୍ୱ ଚାମ୍ପିୟନ’

ନୂଆଦିଲ୍ଲୀ, ୨୪ା୪(ପି.ଟି.): ମର୍ଯ୍ୟାଦାପୂର୍ଣ୍ଣ କ୍ୟାଣ୍ଡିଡେଟ୍ସ ଟୁର୍ନାମେଣ୍ଟ ଜିତି ଭାରତର ଡି. ଗୁକେଶ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି। କେବଳ ଚେସ୍‌ ନୁହେଁ ସବୁ ମହଲରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri