ପ୍ରଶାସନର ବଡ଼ କାର୍ଯ୍ୟାନୁଷ୍ଠାନ:ସୁରଧାପାଲି ଜଙ୍ଗଲରୁ ୩୪ ଏକରରୁ ଊର୍ଦ୍ଧ୍ୱ ଜବରଦଖଲ ଉଚ୍ଛେଦ

ଅମରପାଲି, ୪।୯(ପୀତାମ୍ବର ସାହୁ): ସୁବର୍ନପୁର ଜିଲା ବୀରମହାରାଜପୁର ତହସିଲ ଅଧୀନ କେନଝିରିଆପାଲି ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ ଅନ୍ତର୍ଗତ ସୁରଧାପାଲି ଜଙ୍ଗଲ ମୌଜାରେ ଦୀର୍ଘଦିନ ଧରି ହୋଇଆସୁଥିବା ଜବରଦଖଲ ଉପରେ ପ୍ରଶାସନ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି। ରାଜସ୍ବ, ବନ ଓ ପୋଲିସ ବିଭାଗର ମିଳିତ ଅଭିଯାନରେ ପ୍ରାୟ ୩୪ ଏକର ୬୦୦ ଡିସମିଲ ଜଙ୍ଗଲ ଜମିରୁ ଜବରଦଖଲ ଉଚ୍ଛେଦ କରାଯାଇଛି।

ସୂଚନା ଅନୁସାରେ, ଦାଦରପାଲି ଗ୍ରାମର ନାଗେଶ୍ୱର ମେଣ୍ଡିଲି ଦୀର୍ଘବର୍ଷ ଧରି ସୁରଧାପାଲି ଜଙ୍ଗଲ ମୌଜାର ଉକ୍ତ ସରକାରୀ ଜମିକୁ ଜବରଦଖଲ କରି ରଖିଥିବା ଅଭିଯୋଗ ହୋଇଥିଲା। ଜବରଦଖଲ ଜମିରେ କପା ଓ ଧାନ ଚାଷ କରାଯିବା ସହ ବିଭିନ୍ନ ସମୟରେ ଅନ୍ୟମାନଙ୍କୁ ଚାଷ ପାଇଁ ଜମି ଦିଆଯାଉଥିବା ମଧ୍ୟ ଅଭିଯୋଗ ରହିଥିଲା।

ସ୍ଥାନୀୟ ଲୋକଙ୍କ ଅଭିଯୋଗ ପରେ କେନଝିରିଆପାଲି ରାଜସ୍ବ ନିରୀକ୍ଷକଙ୍କ ପକ୍ଷରୁ ତଦନ୍ତ କରାଯାଇଥିଲା। ଏହି ଘଟଣାରେ ଗତବର୍ଷ ନାଗେଶ୍ୱର ମେଣ୍ଡିଲିଙ୍କ ନାମରେ (କେସ ନଂ. ୨୮୭/୨୫) ରୁଜୁ ହୋଇଥିଲା। ଜମି ଛାଡ଼ିବା ଓ ସେଠାକୁ ନଯିବା ପାଇଁ ତହସିଲ ପକ୍ଷରୁ ବାରମ୍ବାର ନିର୍ଦ୍ଦେଶ ଦିଆଯାଇଥିଲେ ମଧ୍ୟ ସେ ଏହାକୁ ଅବମାନନା କରି ଚାଷ ଜାରି ରଖିଥିବା କୁହାଯାଇଛି।

ବୀରମହାରାଜପୁର ତହସିଲଦାର ସୁଚିସ୍ମିତା ପାଣିଗ୍ରାହୀଙ୍କ ସୂଚନା ଅନୁସାରେ, ଜମି ଛାଡ଼ିବା ପାଇଁ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗତ ଜାନୁଆରୀ ମାସରେ ନୋଟିସ ଜାରି କରାଯାଇଥିଲା। ଉଚ୍ଛେଦ ପୂର୍ବରୁ ମଧ୍ୟ ତାଙ୍କୁ ପୁନର୍ବାର ନୋଟିସ ଦିଆଯାଇଥିଲା। ମାତ୍ର ତାଙ୍କ ପକ୍ଷରୁ କୌଣସି ସନ୍ତୋଷଜନକ ଉତ୍ତର ମିଳିନଥିବାରୁ ପ୍ରଶାସନ ପକ୍ଷରୁ ଉଚ୍ଛେଦ ପାଇଁ ପଦକ୍ଷେପ ନିଆଯାଇଥିଲା।

ଗୁରୁବାର ପ୍ରଶାସନର ନିର୍ଦ୍ଦେଶକ୍ରମେ ରାଜସୱ, ବନ ଓ ପୋଲିସ ବିଭାଗର ମିଳିତ ଉପସ୍ଥିତିରେ ଉଚ୍ଛେଦ ଅଭିଯାନ ଆରମ୍ଭ ହୋଇଥିଲା। ଏଥିରେ **ଗୋଟିଏ ଜେସିବି ଓ ୩ଟି ଟ୍ରାକ୍ଟର** ବ୍ୟବହାର କରାଯାଇଥିଲା। ଜବରଦଖଲ ଜମିରେ ହୋଇଥିବା କପା ଓ ଧାନ ଚାଷକୁ ମଧ୍ୟ ଉଚ୍ଛେଦ କରାଯାଇଥିଲା।

ଉଚ୍ଛେଦ ପରେ ସରକାରୀ ଜମିରେ ପୁନର୍ବାର ଅନଧିକାର ପ୍ରବେଶ ରୋକିବା ପାଇଁ ସେଠାରେ ନାଲିବାନା ଲଗାଯାଇଛି। ଏଥିସହ ‘ସରକାରୀ ଜମିରେ ଅନଧିକାର ପ୍ରବେଶ ନିଷେଧ’ ଲେଖାଥିବା ବ୍ୟାନର ଓ ସତର୍କତାମୂଳକ ବୋର୍ଡ ମଧ୍ୟ ଲଗାଯାଇଛି।

ରାଜ୍ୟରେ ଜବରଦଖଲମୁକ୍ତ ସରକାରୀ ଜମି ସୁନିଶ୍ଚିତ କରିବା ଲକ୍ଷ୍ୟରେ ଏହି ଉଚ୍ଛେଦ ଅଭିଯାନ କରାଯାଇଥିବା ତହସିଲଦାର ସୁଚିସ୍ମିତା ପାଣିଗ୍ରାହୀ କହିଛନ୍ତି।

ଅଭିଯାନ ସମୟରେ ତହସିଲଦାର ସୁଚିସ୍ମିତା ପାଣିଗ୍ରାହୀ, ଅତିରିକ୍ତ ତହସିଲଦାର ସୱାଗତ କୁମାର ପଣ୍ଡା, ରାଜସୱ ପରିଦର୍ଶକ ଜାରା ସିଂ ବରିହା, କେନଝିରିଆପାଲି ଆର୍‌ଆଇ ନରେନ୍ଦ୍ର କୁମାର ଧାରୁଆ, ଏଆର୍‌ଆଇ ମୋହିତ କୁମାର ମିଶ୍ର, ହାତିଲିମୁଣ୍ଡା ବନପାଳ ଶଙ୍କର ବାଗଙ୍କ ସମେତ ରାଜସ୍ବ ଓ ବନ ବିଭାଗର କର୍ମଚାରୀ, ମେଡିକାଲ ଟିମ, ବୀରମହାରାଜପୁର ଥାନା ଓ ହରିହରଯୋର (ଠେଙ୍ଗୋ ଡ୍ୟାମ) ଫାଣ୍ଡିର ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?