Posted inଜାତୀୟ

ମଣିପୁରରେ ସୁରକ୍ଷା ବାହିନୀର ବଡ କାର୍ଯ୍ୟାନୁଷ୍ଠାନ, ୧୩୫ ଗିରଫ, ଉଗ୍ରବାଦୀଙ୍କ ୧୨ ବଙ୍କର ଧ୍ୱଂସ…

ଇମ୍ଫାଲ,୨୬।୬ : ମେ ୩ ତାରିଖରୁ ମଣିପୁରରେ ଘଟିଥିବା ହିଂସାକୁ ଦୁଇ ମାସ ପୂରଣ ହେବାକୁ ଯାଉଛି, କିନ୍ତୁ ପରିସ୍ଥିତି ଏବେ ବି ଚିନ୍ତାଜନକ ରହିଛି। ବର୍ତ୍ତମାନ ସୁଦ୍ଧା ଅନେକ ଅଞ୍ଚଳରୁ କ୍ରମାଗତ ଭାବରେ ହିଂସା ଖବର ମିଳୁଛି। ନିକଟରେ ଉଗ୍ରବାଦୀମାନେ ଜଣେ ମନ୍ତ୍ରୀଙ୍କ ଗୋଦାମରେ ନିଆଁ ଲଗାଇ ଦେଇଥିବା ବେଳେ କେତେକ ଅଞ୍ଚଳରେ ୨-୩ ଦିନ ଧରି ଗୁଳି ବିନିମୟ ଜାରି ରହିଛି। ସୁରକ୍ଷା ବାହିନୀ ସ୍ଥିତି ସ୍ବାଭାବିକ କରିବା ପାଇଁ ସମସ୍ତ ପ୍ରକାର ଚେଷ୍ଟା କରୁଛନ୍ତି।

ଏହି ପ୍ରୟାସରେ ସୁରକ୍ଷା ବାହିନୀ ଗତ ୨୪ ଘଣ୍ଟା ମଧ୍ୟରେ ଉଗ୍ରବାଦୀଙ୍କ ୧୨ ବଙ୍କର ଧ୍ୱଂସ କରିଛନ୍ତି। ହିଂସା ପ୍ରଭାବିତ ଅଞ୍ଚଳରେ ଉଗ୍ରବାଦୀମାନେ ଏହି ବଙ୍କର ନିର୍ମାଣ କରିଥିଲେ। ମଣିପୁର ପୋଲିସ ଏ ବାବଦରେ ଏକ ବିବୃତ୍ତି ଜାରି କରି କହିଛି ରାଜ୍ୟ ପୋଲିସ ଏବଂ କେନ୍ଦ୍ରୀୟ ବାହିନୀ ମିଳିତ ଭାବେ ତାମେନଲୋଙ୍ଗ, ପୂର୍ବ ଇମ୍ଫାଲ, ବିଷ୍ଣୁପୁର, କାଙ୍ଗପୋକପି, ଚୁରାଚାନ୍ଦପୁର ଏବଂ କାଞ୍ଚିଂ ଜିଲାରେ ସର୍ଚ୍ଚ ଅପରେଶନ କରିଛନ୍ତି। ସାହୁମଫାଇ ଗାଁର ଧାନ କ୍ଷେତରୁ ତିନୋଟି ୫୧ ମିଲିମିଟର ମୋର୍ଟାର ସେଲ ଏବଂ ତିନୋଟି ୮୪ ମିଲିମିଟର ମୋର୍ଟାର ସେଲ ମିଳିଥିବା ପୋଲିସ ସୂଚନା ଦେଇଛି। ଏହା ସହିତ କଙ୍ଗୱାଇ ଏବଂ ଏସ କୋଟଲିୟାନ ଗ୍ରାମ ମଧ୍ୟରେ ଥିବା ଏକ ଧାନ କ୍ଷେତରେ ଏକ ଆଇଇଡି ବିସ୍ଫୋରକ ମଧ୍ୟ ଉଦ୍ଧାର କରାଯାଇଛି।

ପୋଲିସର ସୂଚନାନୁସାରେ, କର୍ଫ୍ୟୁ ଉଲ୍ଲଂଘନ, ଚୋରି ଏବଂ ଅଗ୍ନିକାଣ୍ଡ ମାମଲାରେ ୧୩୫ ଜଣଙ୍କୁ ଗିରଫ କରାଯାଇଛି। ମଣିପୁରରେ ହିଂସା ଆରମ୍ଭ ହେବା ପରଠାରୁ ଏପର୍ଯ୍ୟନ୍ତ ୧୧୦୦ ଅସ୍ତ୍ରଶସ୍ତ୍ର, ୧୩୭୦୨ ଗୁଳି, ୨୫୦ଟି ବିଭିନ୍ନ ପ୍ରକାରର ବୋମା ଉଦ୍ଧାର କରାଯାଇଛି। ବର୍ତ୍ତମାନ ଅନେକ କ୍ଷେତ୍ରରେ ଫ୍ଲାଗ ମାର୍ଚ ଏବଂ ସର୍ଚ୍ଚ ଅପରେଶନ ଚାଲିଛି। ପୋଲିସ କହିଛି ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ, କିନ୍ତୁ କେତେକ ସ୍ଥାନରେ ପରିସ୍ଥିତି ନିୟନ୍ତ୍ରଣରେ ରହିଛି। କେତେକ ସ୍ଥାନରେ ହିଂସା ଘଟଣା ଘଟିଛି, କିନ୍ତୁ ଅଧିକାଂଶ ଜିଲାରେ ପରିସ୍ଥିତି ସ୍ବାଭାବିକ ରବହିଛି।

ରାଜ୍ୟରେ ଶାନ୍ତି ଫେରାଇ ଆଣିବାରେ ସହଯୋଗ କରିବାକୁ ପୋଲିସ ସାଧାରଣ ଜନତାଙ୍କୁ ମଧ୍ୟ ଅନୁରୋଧ କରିଛି। ମଣିପୁରକୁ ନେଇ ଅନେକ ପ୍ରକାରର ଗୁଜବ ପ୍ରଚାର କରାଯାଉଥିବା ପୋଲିସ କହିଛି। ଏଭଳି ପରିସ୍ଥିତିରେ ପ୍ରଥମେ କେନ୍ଦ୍ରୀୟ ନିୟନ୍ତ୍ରଣ କକ୍ଷ ନମ୍ବରକୁ କଲ କରି କୌଣସି ଖବରର ସତ୍ୟତା ଜାଣନ୍ତୁ। ଯଦି କୌଣସି ଅସ୍ତ୍ରଶସ୍ତ୍ର ମିଳିଥାଏ, ତେବେ ତୁରନ୍ତ ସେସବୁକୁ ପୋଲିସକୁ ଫେରାଇ ଦିଅନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ, ଭଞ୍ଜନଗରରେ ରୋଗୀ ସେବା ପ୍ରଭାବିତ, ମୃତଦେହ ବ୍ୟବଚ୍ଛେଦ ହୋଇ ନ ପାରିବାରୁ…

ଭଞ୍ଜନଗର,୧ା୭(ବାବୁଲା ପ୍ରଧାନ): ଓଡ଼ିଶା ମେଡିକାଲ ସର୍ଭିସେସ୍‌ ଆସୋସିଏଶନ (OMSA)ର ଆହ୍ବାନ କ୍ରମେ ବିଭିନ୍ନ ଦାବି ଏବଂ ଡାକ୍ତରମାନଙ୍କ ସୁରକ୍ଷା ପ୍ରସଙ୍ଗକୁ ନେଇ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟର ଡାକ୍ତରମାନେ…

ପାରିବାରିକ କଳହ ହେଲା କାଳ, ଦିଅରର ଆକ୍ରମଣରେ ଚାଲିଗଲା ଭାଉଜଙ୍କ ଜୀବନ

ବେଲଗୁଣ୍ଠା,୧ା୭( କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଘରୋଇ ଅଶାନ୍ତିରୁ ଚାଲିଗଲା ମହିଳାଙ୍କ ଜୀବନ। ଏହିଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବେଲଗୁଣ୍ଠା ବ୍ଳକ୍ ତଥା ଗାଙ୍ଗପୁର ଥାନା ଅନ୍ତର୍ଗତ…

ଦୁର୍ଘଟଣାଗ୍ରସ୍ତଙ୍କୁ ଡାକ୍ତରଖାନା ନେଲେ ଭାଜପା ନେତା

ହାଟଡିହୀ,୧ା୭(ଶୁଭକାନ୍ତ ନାୟକ): ସାହାଯ୍ୟ ଏବଂ ମହାନତାର ପ୍ରମାଣ ଦେଖାଇଛନ୍ତି କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡର ଭାଜପା ନେତା ଆଲୋକ ସେଠୀ। ବୁଧବାର ଆଲୋକ ଏକ କାର୍ଯ୍ୟକ୍ରମରେ ଯୋଗ…

ଆଷାଢ଼ରେ ନାହିଁ ବର୍ଷା; ପୋଡ଼ିଗଲାଣି ଧାନ ତଳି, ଘୋଡ଼ାହାଡ଼ ଡ଼୍ୟାମକୁ ଦିଗପହଣ୍ଡି-ସାନଖେମୁଣ୍ଡି ଚାଷୀଙ୍କ ଭରସା  

ଦିଗପହଣ୍ଡି,୧ା୭(ଅଶେଷ ନାଥ ମିଶ୍ର): ଆଷାଢ଼ରେ ଗଞ୍ଜାମ ଜିଲା ଦିଗପହଣ୍ଡି ଓ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ବର୍ଷା ନାହିଁ ।ଚାଷୀ ବୃନ୍ଦ ଖରିଫ ଧାନ ଚାଷ ପାଇଁ ବିହନ…

ବିଜେଡିରୁ ଭାଜପା, ପୁଣି ବିଜେଡିକୁ ଆସିବା ପରେ ଏବେ ହରଡ଼ଘଣାରେ ବ୍ଲକ ଅଧ୍ୟକ୍ଷା

ଛତ୍ରପୁର,୧ା୭(ଦିଲ୍ଲୀପ ସାମଲ): ବିଜେଡିରୁ ଭାଜପା ଓ ପୁଣି ବିଜେଡିକୁ ଆସିବା ପରେ ଗଞ୍ଜାମ ଜିଲା ବୁଗୁଡା ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶିନୀ ଆଚାରୀ ଏବେ ହରଡ଼ଘଣାରେ ପଡ଼ିଯାଇଛନ୍ତି। ଅଧ୍ୟକ୍ଷାଙ୍କ…

୧୦ ଦଫା ଦାବି ନେଇ ଡାକ୍ତରଙ୍କ ଧର୍ମଘଟ, ସରକାର ଆମ ଦାବି ପୂରଣ ନ କଲେ…

କେସିଙ୍ଗା,୧ା୭(ତୁମେଶ୍ୱର ସାହୁ): ଜୁଲାଇ ୧ରେ ଡାକ୍ତର ଦିବସରେ ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏଶନର ନିର୍ଦ୍ଦେଶ କ୍ରମେ କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ବୁଧବାରଠାରୁ ଆରମ୍ଭ…

ସମ୍ପର୍କରେ କଳଙ୍କ: ନାବାଳିକା ଶାଳୀଙ୍କୁ ଗର୍ଭବତୀ କଲେ ଭିଣୋଇ, ଏମିତି ଧରାପଡିଲା…

ପାରଳାଖେମୁଣ୍ଡି,୧ା୭(ଗିରିଧାରୀ ପରିଛା): ଗଜପତି ଜିଲା ଗାରାବନ୍ଧ ଥାନା ଅନ୍ତର୍ଗତ ରାୟଗଡ଼ ବ୍ଲକର ସାନ ଅନତାରସିଂ ଗ୍ରାମରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ବିବାହିତ…

ଦାୟିତ୍ୱ ଗ୍ରହଣ କଲେ ନୂଆ ଯୋଗାଣ ଅଧିକାରୀ, କହିଲେ ସମସ୍ତ କାର୍ଯ୍ୟକୁ ଦୁର୍ନୀତିମୁକ୍ତ କରିବା ସହ…

ଛତ୍ରପୁର,୧ା୭(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାର ମୁଖ୍ୟ ଜିଲା ଯୋଗାଣ ଅଧିକାରୀ ଭାବେ ବସନ୍ତ କୁମାର ପଣ୍ଡା ବୁଧବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ପୂର୍ବରୁ କେନ୍ଦୁଝର ମୁଖ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri