୫-ଟି ନାଁରେ ହରିଲୁଟ ଚାଲିଛି: ବିରୋଧୀ

ଭୁବନେଶ୍ୱର,୧୬ା୭(ବ୍ୟୁରୋ): ପୁରୁଣା ସ୍କୁଲ ଘରେ ରଙ୍ଗ ମାରି ବିଜେଡି ଲୋକ କୋଟି କୋଟି ଟଙ୍କା ହଡ଼ପ କରୁଛନ୍ତି। ସ୍କୁଲ ଶିକ୍ଷାର ଭିତ୍ତିିଭୂମି ଭୁଶୁଡ଼ିି ପଡ଼ିଛି। କୌଣସି ଟେଣ୍ଡର କରାଯାଉ ନାହିଁ। ୫-ଟି ନଁାରେ ହରିଲୁଟ ଚାଲିଛି। କାମ ହେବାର ଅଳ୍ପ ଦିନ ମଧ୍ୟରେ ସ୍କୁଲ ଘର, ପାଚେରି ଭୁଶୁଡ଼ି ପଡ଼ିଛି। ଉପର ଚକଚକିଆ ହେଉଥିବା ବେଳେ ଭିତର ଫମ୍ପା। ସ୍କୁଲରେ ଶିକ୍ଷକ ନାହାନ୍ତି। ଗୋଟିଏ ଗୋଟିଏ ସ୍କୁଲରେ ଜଣେ ଲେଖାଏ ଶିକ୍ଷକ ଅଛନ୍ତି। କେବଳ ଯୋଜନା କଲେ ହେବ ନାହିଁ। ଶିକ୍ଷକ ନିଯୁକ୍ତି କରିବା ସହ ଗୁଣାତ୍ମକ ଶିକ୍ଷା ଦେବା ଦରକାର। ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ନେଇ ବିରୋଧୀ କଂଗ୍ରେସ ଓ ଭାଜପା ସରକାରଙ୍କୁ ଘେରିଛନ୍ତି।
‘ଗୁଣାତ୍ମକମାନ ନାହିଁ…ଭିତ୍ତିିଭୂମି ଫମ୍ପା’ ଶୀର୍ଷକ ମୁଲତବୀ ପ୍ରସ୍ତାବ ଆଗତ କରି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝି କହିଲେ, ସରକାରଙ୍କର କୌଣସି ଶିକ୍ଷାନୀତି ନାହିଁ। ଗୁଣାତ୍ମକ ଶିକ୍ଷା ଆସିବ କେଉଁଠୁ। ସ୍କୁଲରେ ଯେଉଁ ସାମଗ୍ରୀ ଲଗାଯାଇଛି ସେଥିରେ ଦୁର୍ନୀତିର ଗନ୍ଧ ସ୍ପଷ୍ଟ ବାରିହେଉଛି। ଗୋଟିଏ ଗୋଟିଏ ସ୍କୁଲରେ ୫୦ ଲକ୍ଷରୁ ୧ କୋଟି ଟଙ୍କା ଖର୍ଚ୍ଚ ହେଉଛି। ଏହାକୁ ଟେଣ୍ଡର କରା ନ ଯାଇ ବିଜେଡି ଲୋକଙ୍କୁ ଠିକାଦାରି ଦିଆଯାଉଛି। ଭଲ କଣ୍ଟ୍ରାକ୍ଟରଙ୍କୁ କାମ ନ ଦେଲେ ଗୋଟିଏ କାଳବୈଶାଖୀରେ ସବୁ ଉଡ଼ିଯିବ। ୟୁନେସ୍କୋ ରିପୋର୍ଟ ଅନୁସାରେ ରାଜ୍ୟରେ ୨ ଲକ୍ଷ ଶିକ୍ଷକ ପଦବୀ ଖାଲି ପଡ଼ିଛି। ୩ ହଜାର ସ୍କୁଲରେ ଜଣେ ଶିକ୍ଷକ ରହିଛନ୍ତି। ରାଜ୍ୟରେ ଡ୍ରପ୍‌ଆଉଟ ସଂଖ୍ୟା ବଢୁଛି। ଭାଜପା ସଭ୍ୟ ସୁବାସ ପାଣିଗ୍ରାହୀ କହିଲେ, ରାଜ୍ୟର ସଂଖ୍ୟାଧିକ ଲୋକ ମୂର୍ଖ ହୋଇଗଲେ ବିଜେଡିକୁ ଫାଇଦା ହେବ। ରାଜ୍ୟରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ଭଶୁଡ଼ି ପଡିଛି। ଗୁଣାତ୍ମକ ଶିକ୍ଷା ଦେବା ସରକାରଙ୍କ ଇଚ୍ଛାଶକ୍ତି ନାହିଁ। ଅନେକ ସ୍କୁଲରେ ପାଚେରି ନାହିଁ। ଶିକ୍ଷକ ନାହାନ୍ତି।
କଂଗ୍ରେସ ସଭ୍ୟ ତାରାପ୍ରସାଦ ବାହିନୀପତି କହିଲେ, ଅନେକ ସ୍କୁଲରେ ପ୍ରଧାନ ଶିକ୍ଷକ ନାହାନ୍ତି। କୋରାପୁଟ ଜିଲାର ୮୫ ସ୍କୁଲରେ ଜଣେ ଲେଖାଏ ଶିକ୍ଷକ, ୭୭୦ ସ୍କୁଲରେ ୨ ଜଣ ଲେଖା ଶିକ୍ଷକ ଅଛନ୍ତି। ରଙ୍ଗ ମାରିଦେଲେ ଶିକ୍ଷା ବଢ଼ିବ ନାହିଁ। ରଙ୍ଗଦିଆ ୫-ଟି ଚାଲିଛି। ଲୋକଙ୍କ ଟିକସ ପଇସା କୋଟି କୋଟି ଟଙ୍କା ବିଜେଡି ଲୋକ ହଡପ କରୁଛନ୍ତି। ୬୧,୮୦୦ ଖାଲି ପଦବୀରୁ ୬ ହଜାର ନିଯୁକ୍ତି ଦିଆଯାଇଛି। ମୁଖ୍ୟମନ୍ତ୍ରୀ ନିଯୁକ୍ତିପତ୍ର ବାଣ୍ଟିବା ଇତିହାସରେ କେବେ ନ ଥିଲା। ୫-ଟି ନାଁରେ ହରିଲୁଟ ଚାଲିଛି। କଂଗ୍ରେସ ସଭ୍ୟ ଅଧିରାଜ ପାଣିଗ୍ରାହୀ କହିଲେ, ୯୦୪ ସରକାରୀ ସ୍କୁଲରେ ପ୍ରଧାନ ଶିକ୍ଷକ ନାହାନ୍ତି। ୧୨୮୬୭ ସ୍କୁଲରେ ଶିକ୍ଷକ ନାହାନ୍ତି। ୬୦୩୮ ଅଣଶିକ୍ଷକ ପଦବୀ ଖାଲିପଡ଼ିଛି। ଭୁବନେଶ୍ୱରରେ ଡ୍ରପ୍‌ଆଉଟ ହେଉନାହିଁ। କୋରାପୁଟ, ରାୟଗଡ଼ା, ମାଲକାନଗିରି, ନବରଙ୍ଗପୁରରେ ଡ୍ରପ୍‌ଆଉଟ ହେଉଛି। ବିଜେଡି ସଭ୍ୟ ଅମର ଶତପଥୀ, ଧ୍ରୁବ ଚରଣ ସାହୁ, ଦେବେଶ ଆଚାର୍ଯ୍ୟ ପ୍ରମୁଖ ମୁଲତବୀ ପ୍ରସ୍ତାବକୁ ବିରୋଧ କରି କହିଲେ ଯେ ସ୍କୁଲ ରୂପାନ୍ତରଣ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିଛି। ପିଲାଙ୍କ ପାଇଁ ଏକ ଉତ୍ତମ ଶୈଖିକ ପରିବେଶ ସୃଷ୍ଟି କରାଯାଇଛି। ପିଲାମାନେ କିପରି ଭଲ ପଢ଼ିବେ ସେଥିପାଇଁ ସୁଯୋଗ ସୃଷ୍ଟି କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଉତ୍ତରରେ କହିଲେ, ସ୍କୁଲ ଭିତ୍ତିଭୂମିର ବିକାଶ ଓ ଉନ୍ନତୀକରଣ କରିବା ପାଇଁ ସରକାରୀ ସ୍କୁଲରେ ୩,୧୨,୪୮୨ ବିଭିନ୍ନ ସଂରଚନା ଭିତ୍ତିଭୂମି ନିମନ୍ତେ ୬୨୬୭ କୋଟି ୩୮ ଲକ୍ଷ ୫୭ ହଜାର ଟଙ୍କାର ବ୍ୟବସ୍ଥା କରାଯାଇଛି। ଚଳିତ ବର୍ଷ ୧୨,୪୬୬ ସ୍କୁଲର ଭିତ୍ତିଭୂମି ନିମନ୍ତେ ୩୧୯ କୋଟି ୧୬ ଲକ୍ଷ ୫୮ ହଜାର ଟଙ୍କା ମଞ୍ଜୁର କରାଯାଇଛି। ଓଡ଼ିଶା ଖଣିଜ ଅଞ୍ଚଳ ବିକାଶ ନିଗମ (ଓମ୍ବାଡସି) ଦ୍ୱାରା ପ୍ରଥମ ପର୍ଯ୍ୟାୟରେ ଯାଜପୁର, ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲାର ସମସ୍ତ ବ୍ଲକର ସରକାରୀ ଉଚ୍ଚ ପ୍ରାଥମିକ, ହାଇସ୍କୁଲ ଓ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟଗୁଡ଼ିକର ଭିତ୍ତିଭୂମି ବିକାଶ ଓ ଗୁଣାତ୍ମକ ଶିକ୍ଷା ପାଇଁ ୯୨୫ କୋଟି ୧୫ ଲକ୍ଷ ଟଙ୍କାର ଟେଣ୍ଡର ଅନୁମୋଦନ କରାଯାଇଛି। ରାଜ୍ୟରେ ଏବେ ସୁଦ୍ଧା ୪,୫୩୬ଟି ହାଇସ୍କୁଲକୁ ରୂପାନ୍ତରଣ ପାଇଁ ପାଣ୍ଠି ଯୋଗାଇ ଦିଆଯାଇଛି। ସେଥିରୁ ୨୪ଟି ଜିଲାର ୩,୦୫୧ ହାଇସ୍କୁଲକୁ ମୋ ସ୍କୁଲ ଯୋଜନାରେ ୧୪୨୮ କୋଟି ବ୍ୟୟ ବରାଦ କରାଯାଇଛି। ରାଜ୍ୟ ସରକାର ଉଚ୍ଚ ମାଧ୍ୟମିକ ସ୍କୁଲଗୁଡ଼ିକର ଭିତ୍ତିଭୂମି ବିକାଶ ଓ ଉନ୍ନତୀକରଣ ଉପରେ ଗୁରୁତ୍ୱ ଦେଉଛନ୍ତି। ୧୭ଟି ସରକାରୀ ଉଚ୍ଚ ମାଧ୍ୟମିକ ସ୍କୁଲରେ ଡିଜିଟାଲ ଲାଇବ୍ରେରି ସୁବିଧା ପାଇଁ ସ୍କୁଲ ପିଛା ୫୦ ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଥିବା ବେଳେ ୩୩୫ ଶିକ୍ଷକ ପଦବୀ ପୂରଣ ପାଇଁ ଚୟନ ପ୍ରକ୍ରିୟା ଚାଲୁ ରହିଛି। ସରକାରୀ ଉଚ୍ଚ ମାଧ୍ୟମିକ ସ୍କୁଲଗୁଡ଼ିକର ବିଭିନ୍ନ ଉପକରଣ କ୍ରୟ ପାଇଁ ୨୦୧୭-୧୮ରୁ ୨୦୨୦-୨୧ ମଧ୍ୟରେ ୧ କୋଟି ୪୮ ଲକ୍ଷ ୭୧ ହଜାର ପ୍ରଦାନ କରାଯାଇଛି। ଶିକ୍ଷା ନୀତିର ଆଧାର ହେଉଛି ଆତ୍ମନୋ ମୋକ୍ଷାର୍ଥମ୍‌ ଜଗତ ହିତାୟ ଚ ବୋଲି ମନ୍ତ୍ରୀ କହିଥିଲେ। ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୁଷ୍ଟ ହୋଇ ବିରୋଧୀ କଂଗ୍ରେସ ଓ ଭାଜପା ସଦସ୍ୟମାନେ ବିଧାନସଭା କକ୍ଷଛାଡ଼ି ଚାଲି ଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ରଖିଥିଲେ ୧ ଟନ୍‌ ୩ କୁଇଣ୍ଟାଲ ଗଞ୍ଜେଇ

କୋରାପୁଟ,୨୭।୧୨(ସ୍ବ.ପ୍ର.): କୋରାପୁଟ ଜିଲା ପୋଲିସକୁ ସୋମବାର ବଡ ସଫଳତା ମିଳିଛି। ମାଛକୁଣ୍ଡ ପୋଲିସ ଦ୍ୱାରା ଲମତାପୁଟ ବ୍ଲକର ବାଲେଲ ଗ୍ରାମରେ ଥିବା ଏକ ବିଜୁ ପକ୍କା...

ମୁହଁ ଖୋଲିଲେ ନବବିବାହିତା

ଭୁବନେଶ୍ୱର, ୧୮।୫(ବ୍ୟୁରୋ): ସର୍ବସମ୍ମୁଖରେ ସ୍ବାମୀଙ୍କୁ ଚାପୁଡା ମାରି ଭିଣୋଇଙ୍କ ସହ ଜଣେ ନବବିବାହିତା ଫେରାର ହେବା ଘଟଣା ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଛି। ଶ୍ରୀଲିଙ୍ଗରାଜ ମନ୍ଦିର...

ମୋବିଲ ରିଫାଇନାରି କାରଖାନାରେ ବଡ଼ ଧରଣର ଅଗ୍ନିକାଣ୍ଡ

ଧର୍ମଶାଳା,୨୨ା୧୨(ଡି.ଏନ୍‌.ଏ.): ଯାଜପୁର ଜିଲା ଧର୍ମଶାଳା ଥାନା ଅଧୀନ ହରିଦାସପୁରର ରାମ୍‌କୋ ସିମେଣ୍ଟ୍‌ କାରଖାନା ନିକଟ ରେଳ ଲାଇନ ପାର୍ଶ୍ୱରେ ଥିବା ତାପସ ମହାନ୍ତିଙ୍କ ଗଜାନନ ପେଟ୍ରୋ...

ଅସ୍ତରଙ୍ଗ ବେଳାଭୂମିରେ ଲାଗିଛି ୪୮ ଫୁଟ ତିମିର ମୃତଦେହ, ଦେଖିବାକୁ ଲୋକଙ୍କ ଭିଡ

ଅସ୍ତରଙ୍ଗ,୬।୩(ଡି.ଏନ୍‌.ଏ.): ପୁରୀ ଜିଲା ଅସ୍ତରଙ୍ଗ ବେଳାଭୂମି ଗୁଣ୍ଡଳବା ନିକଟରୁ ପ୍ରାୟ ୪୮ ଫୁଟର ଏକ ମୃତ ତିମି ଉଦ୍ଧାର ହୋଇଛି। ଘଟଣାସ୍ଥଳରେ ବନବିଭାଗ ଟିମ୍‌, ପ୍ରାଣୀ...

ପଦ୍ମଶ୍ରୀ ପ୍ରକାଶ ରାଓ ଅସୁସ୍ଥ: ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ, ମାଗଣାରେ ଆବଶ୍ୟକ ଚିକିତ୍ସା ଯୋଗାଇଦେବାକୁ ନିର୍ଦ୍ଦେଶ

କଟକ ଅଫିସ,୧୭।୭: ବିଶିଷ୍ଟ ସମାଜସେବୀ ତଥା ପଦ୍ମଶ୍ରୀ ଡି. ପ୍ରକାଶ ରାଓ ଅସୁସ୍ଥ। ଗୁରୁତର ଅବସ୍ଥାରେ ତାଙ୍କୁ କଟକ ବଡ଼ ମେଡିକାଲର ମେଡିସିନ ଆଇସିୟୁରେ ରଖାଯାଇ...

କରୋନା ସହାୟତାରୁ ବଞ୍ଚିତ ୧୧ ହଜାର ଉଠାଦୋକାନୀ

ଭୁବନେଶ୍ୱର,୧୧ା୪(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲକ୍‌ଡାଉନ୍‌ ପାଇଁ ପ୍ରତ୍ୟେକ ଉଠାଦୋକାନୀଙ୍କୁ ୩ ହଜାର ଟଙ୍କା ଲେଖାଏଁ କରୋନା ସହାୟତା ଦେବା ପାଇଁ ଘୋଷଣା କରିଛନ୍ତି। ଏବେ...

ମହିଳାଙ୍କ ସୁରକ୍ଷିତ ଯାତ୍ରା ପାଇଁ ଜାରିହେଲା ଆଡ୍‌ଭାଇଜରି: ତୁରନ୍ତ ଟୋଲ୍‌ ଫ୍ରି ନଂ.୧୦୦କୁ ଫୋନ୍‌ କରି ପୋଲିସକୁ ଜଣାନ୍ତୁ

ଭୁବନେଶ୍ୱର,୧ା୧୨(ବ୍ୟୁରୋ): ତେଲେଙ୍ଗାନା ରାଜଧାନୀ ହାଇଦ୍ରାବାଦରେ ଜଣେ ମହିଳା ପ୍ରାଣୀ ଚିକିତ୍ସକଙ୍କୁ ଅପହରଣ କରି ଗଣବଳାତ୍କାର ପରେ ହତ୍ୟା ଘଟଣା ଦେଶରେ ଆଲୋଡନ ସୃଷ୍ଟି କରିଛି। ଏଭଳି...

ଝାରପଡ଼ା ଜେଲରେ ଗ୍ୟାଙ୍ଗ୍‌ଷ୍ଟର ରାଜ୍‌

ଭୁବନେଶ୍ୱର,୨୫ା୭(ବ୍ୟୁରୋ): ଜେଲରେ ଚାଲୁଛି ଗ୍ୟାଙ୍ଗଷ୍ଟର୍‌ଙ୍କ ରାଜୁତି। ବାହାରେ ଯେପରି ରାଜ୍‌ କରୁଥିଲେ, ଜେଲ ଭିତରେ ବି ସେମିତି ଚାଲିଛି। ବଡ଼ ବଡ଼ ଅପରାଧୀମାନେ ଗୋଷ୍ଠୀ କରି...

Advertisement
Archives

Model This Week