କିଭ୍‌ରେ ବାଇଡେନ୍‌

ଫେବୃୟାରୀ ୨୪ରେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ବର୍ଷେ ପୂରିବାକୁ ଯାଉଛି। ତଥାପି ଯୁଦ୍ଧ ଅମୀମାଂସିତ ରହୁଛି। ରୁଷିଆ ଆଗେ ଆକ୍ରମଣ କରି ଭାବିନେଇଥିଲା କମ୍‌ ଦିନରେ ୟୁକ୍ରେନ୍‌କୁ ଅକ୍ତିଆର କରି ଯୁଦ୍ଧଜୟୀ ହେବ। ହେଲେ ଦୃଢ଼ ମନୋବଳ ଓ ବିଶ୍ୱର ଅଧିକାଂଶ ପାଶ୍ଚାତ୍ୟ ରାଷ୍ଟ୍ରରୁ ସାମରିକ ଏବଂ ନୈତିକ ସମର୍ଥନ ପାଇ ୟୁକ୍ରେନ୍‌ ନୂତନ ପ୍ରଯୁକ୍ତିସଂଲଗ୍ନ ଯୁଦ୍ଧରେ ରୁଷିଆକୁ ପ୍ରତିହତ କରିଚାଲିଛି। ଏଭଳି ସ୍ଥଳେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ୨୦ ଫେବୃୟାରୀରେ ୟୁକ୍ରେନ୍‌ ରାଜଧାନୀ କିଭ୍‌ରେ ପହଞ୍ଚତ୍ବା ବିଶ୍ୱବାସୀଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି। ସେଠାରେ ସେ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନେସ୍କିଙ୍କୁ ଭେଟି ରୁଷିଆର ଦୁର୍ବଳତା ବିଷୟରେ ବଖାଣିଛନ୍ତି। ସେ କହିଛନ୍ତି, ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଯୁଦ୍ଧଜୟ ଆକାଂକ୍ଷା ଧୂଳିସାତ୍‌ ହୋଇଛି। ନିଜ ଦେଶରେ ଆଉ ଭବିଷ୍ୟତ ଦେଖିପାରୁ ନ ଥିବା ଯୁବ ଓ ପ୍ରତିଭାସମ୍ପନ୍ନ ବର୍ଗ ରୁଷିଆ ଛାଡ଼ୁଛନ୍ତି। ଅର୍ଥନୀତି ଏକଘରିଆ ହୋଇଯାଇଥିବା ବେଳେ ତିଷ୍ଠିରହିବା ପାଇଁ ରୁଷିଆ ସଂଗ୍ରାମ କରୁଛି ବୋଲି ବାଇଡେନ୍‌ କହିଛନ୍ତି। ଏହି ପରିପ୍ରେକ୍ଷୀରେ ଜେଲେନେସ୍କିଙ୍କ ମତ ହେଉଛି, ରୁଷିଆର ବିଜୟ ସମ୍ଭାବନା କ୍ଷୀଣ। ଅନ୍ୟପକ୍ଷରେ ବାଇଡେନ୍‌ଙ୍କ କିଭ୍‌ ଗସ୍ତକୁ ରୁଷିଆ ଗମ୍ଭୀରତାର ସହ ନେଇ ପାଶ୍ଚାତ୍ୟ ରାଷ୍ଟ୍ର ମସ୍କୋ ବିରୋଧୀ ରହିଥିବାର ଅଧିକ ପ୍ରମାଣ ମିଳିଲା ବୋଲି କହିଛି।
ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠାରୁ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୟୁରୋପରେ ସର୍ବାଧିକ ଗ୍ରାଉଣ୍ଡ୍‌ ଓ୍ବାର ଭାବେ ଅଭିହିତ କରାଯାଉଛି। ଏକବର୍ଷ ଧରି ଲାଗି ରହିଥିବା ଏହି ସଂଘର୍ଷରେ ଉଭୟ ପକ୍ଷର ଅନେକ ହଜାର ସୈନ୍ୟଙ୍କ ସମେତ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଲାଣି। ଅସଂଖ୍ୟ ବିସ୍ଫୋରଣ ଯୋଗୁ ଦୁଇ ଦେଶର ବହୁ ଇଲାକା ଏବେ ବନ୍ଧ୍ୟା ଅଞ୍ଚଳ ହୋଇଯାଇଛି। ଏଥିରେ ୟୁକ୍ରେନ୍‌ର ବେଶି କ୍ଷତି ହୋଇଥିବା ଗଣମାଧ୍ୟମରେ ଚର୍ଚ୍ଚା ହେଉଥିବା ବେଳେ ବାସ୍ତବ ଚିତ୍ର ଜାଣିବା କଷ୍ଟକର। ତେବେ ରୁଷିଆର ସାମରିକ ଓ ଅର୍ଥନୈତିକ ଆକାର ଦେଖିଲେ ଏହା ୟୁକ୍ରେନ୍‌ ଉପରେ ଭାରି ପଡ଼ୁଥିବା ବୁଝାପଡ଼ୁଛି। ତୁଳନାତ୍ମକ ଭାବେ ୟୁକ୍ରେନ୍‌ ଛୋଟିଆ ଭୂଖଣ୍ଡ ହୋଇଥିଲେ ମଧ୍ୟ ଏହାର ରାଷ୍ଟ୍ରପତି, ସେନା ଓ ସାଧାରଣ ଲୋକଙ୍କ ମନୋବଳ ରୁଷିଆକୁ ବିଜୟୀ ହେବାକୁ ସୁଯୋଗ ଦେଉନାହିଁ। ଅପରପକ୍ଷରେ ଆମେରିକା ରାଷ୍ଟ୍ରପତି ବାଇଡେନ୍‌ଙ୍କ ଜେଲେନେସ୍କିଙ୍କୁ ରହିଆସିଥିବା ଭିତିରି ସମର୍ଥନ ୨୦ ଫେବୃୟାରୀରେ ସର୍ବସମ୍ମୁଖକୁ ଆସିବା ପରେ ରୁଷିଆ ପ୍ରତିକ୍ରିୟାଶୀଳ ହେବା ସ୍ବାଭାବିକ। ବିଶେଷଜ୍ଞଙ୍କ ମତରେ ଏହି ଯୁଦ୍ଧକୁ ନେଇ ରୁଷିଆ ଉପରେ ପାଶ୍ଚାତ୍ୟ ଦେଶଗୁଡ଼ିକ ଯେଉଁ କଟକଣା ଲଗାଇ ମସ୍କୋ ଅର୍ଥନୀତିକୁ ଚୂର୍ଣ୍ଣୀଭୂତ କରିବାକୁ ପ୍ରୟାସ କରିଥିଲେ ସେଥିରେ ସେମାନେ ସମ୍ପୂର୍ଣ୍ଣ ସଫଳ ହୋଇଥିବା ଭଳି ମନେ ହେଉନାହିଁ। କାରଣ ରୁଷିଆ ଶକ୍ତି କ୍ଷେତ୍ରରେ ବିଶ୍ୱରେ ସବୁଠାରୁ ଆଗରେ ରହିଛି। ଏହା ପାଖରେ ସର୍ବାଧିକ ଗ୍ୟାସ୍‌ ସଂରକ୍ଷିତ ଅଛି। ଦ୍ୱିତୀୟ ସର୍ବାଧିକ କୋଇଲା, ଅଷ୍ଟମ ସର୍ବାଧିକ ତୈଳ ଓ ୟୁରୋପରେ ସର୍ବାଧିକ ଅଏଲ୍‌ ସେଲ୍‌ ରିଜର୍ଭ ରୁଷିଆର ରହିଛି। ସେହି ଦୃଷ୍ଟିରୁ ଦେଖିଲେ ୟୁରୋପ ସମେତ ଅନ୍ୟାନ୍ୟ ମହାଦେଶ ରୁଷିଆ ଉପରେ ନିର୍ଭରଶୀଳ। ୟୁରୋପରେ ଶୀତର ପ୍ରକୋପ ବୃଦ୍ଧି ପାଇଥିବା ବେଳେ ଅନେକ ରାଷ୍ଟ୍ର ରୁଷିଆଠାରୁ ଶକ୍ତି ନ ପାଇ କିଭଳି ଡହଳବିକଳ ହୋଇଥିଲେ ତାହା ଏହିବର୍ଷ ଦେଖିବାକୁ ମିଳିଥିଲା। ଏହାସତ୍ତ୍ୱେ ରୁଷିଆର ଏଭଳି ସମ୍ବଳ ଥାଇ ମଧ୍ୟ ପାଶ୍ଚାତ୍ୟ କଟକଣା ତା’ ଅର୍ଥନୀତିକୁ ବିଗାଡ଼ି ଦେଇଥିବା ଦେଖିବାକୁ ମିଳିଛି।
ଇତିମଧ୍ୟରେ ବାଇଡେନ୍‌ ପ୍ରଶାସନ ୟୁକ୍ରେନ୍‌କୁ ୩୦ ବିଲିୟନ୍‌ ଡଲାରର ନିରାପତ୍ତା ସହାୟତା ଦେଇସାରିଛି। ପୁନଶ୍ଚ ୫୦୦ ମିଲିୟନ ଡଲାରର ନୂତନ ସାମରିକ ସହାୟତା ଦେବା ବିଷୟ ଆମେରିକା ରାଷ୍ଟ୍ରପତି ଘୋଷଣା କରିଛନ୍ତି। ଦୀର୍ଘ ଏକ ବର୍ଷ କାଳ ଯୁଦ୍ଧ ଲାଗି ରହିଥିବା ବେଳେ ବର୍ତ୍ତମାନ ବାଇଡେନଙ୍କ କିଭ୍‌ ଗସ୍ତ ଆଉ ଏକ ଦିଗକୁ ସୂଚାଉଛି। ଆମେରିକାରେ ବାଇଡେନଙ୍କ ଲୋକପ୍ରିୟତା ହ୍ରାସ ପାଇବାରେ ଲାଗିଲାଣି। ଏଥିସହିତ ଆମେରିକା ଅର୍ଥନୀତି ମଧ୍ୟ ମାନ୍ଦାବସ୍ଥାର ସମ୍ମୁଖୀନ ହୋଇଛି। ଏହି ଦେଶ ସାମରିକ ଅସ୍ତ୍ରଶସ୍ତ୍ର ଉତ୍ପାଦନ ସହ ତାହାକୁ ବିକ୍ରି କରି ଅଜସ୍ର ଅର୍ଥ ଉପାର୍ଜନ କରିଥାଏ। ଦୁର୍ବଳ ହୋଇଯାଉଥିବା ଅର୍ଥନୀତିକୁ ସଜାଡ଼ିବା ପାଇଁ ବାଇଡେନ ନୂଆ ରଣକୌଶଳ ଅନୁସରଣ କରୁଥାଇପାରନ୍ତି ବୋଲି କୁହାଯାଇପାରେ। ସେପଟେ ବିଶ୍ୱର ଅନ୍ୟତମ ଶକ୍ତିଶାଳୀ ସାମରିକ ଶକ୍ତି ରୁଷିଆର ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଏକଚ୍ଛତ୍ରବାଦ ନୀତି ତାଙ୍କୁ ତାଙ୍କ ଦେଶରେ ନିନ୍ଦିତ କରିଦେଇଥିବା ମନେହେଉଛି। ଏଭଳି ସ୍ଥଳେ ବାଇଡେନଙ୍କ କିଭ୍‌ ଗସ୍ତ ଯୁଦ୍ଧକୁ ଅଗ୍ନି ସଂଯୋଗ କରିବା ଭଳି ପ୍ରତୀୟମାନ ହେଉଛି। ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ଯୋଗୁ ବିଶ୍ୱ ବହୁ ଦିଗରୁ କ୍ଷତି ସହିଲାଣି। ଏହି ପରିପ୍ରେକ୍ଷୀରେ ବାଇଡେନ୍‌ ଯୁଦ୍ଧକୁ ଉସ୍‌କାଇଲା ଭଳି ପଦକ୍ଷେପ କି ପ୍ରକାରର ନୂଆ ସମୀକରଣ ସୃଷ୍ଟି କରିବ, ତାହାକୁ ବିଶ୍ୱବାସୀ ଅନାଇ ରହିବା ସ୍ବାଭାବିକ।

ବାଇଡେନଙ୍କ କିଭ୍‌ ଗସ୍ତ ଯୁଦ୍ଧକୁ ଅଗ୍ନି ସଂଯୋଗ କରିବା ଭଳି ପ୍ରତୀୟମାନ ହେଉଛି। ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ଯୋଗୁ ବିଶ୍ୱ ବହୁ ଦିଗରୁ କ୍ଷତି ସହିଲାଣି। ଏହି ପରିପ୍ରେକ୍ଷୀରେ ବାଇଡେନ୍‌ ଯୁଦ୍ଧକୁ ଉସ୍‌କାଇଲା ଭଳି ପଦକ୍ଷେପ କି ପ୍ରକାରର ନୂଆ ସମୀକରଣ ସୃଷ୍ଟି କରିବ, ତାହାକୁ ବିଶ୍ୱବାସୀ ଅନାଇ ରହିବା ସ୍ବାଭାବିକ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri