Posted inଫୁରସତ

ଜିଲ୍‌ଙ୍କୁ ୫ ଥର ବିବାହ ପ୍ରସ୍ତାବ ଦେଇଥିଲେ ବାଇଡେନ୍‌, କାରଣ ଜାଣିଲେ…

କୁହାଯାଏ, ପ୍ରେମ ଏବଂ ବିବାହ ପାଇଁ କୌଣସି ବୟସ ନ ଥାଏ। ଜାତି, ଧର୍ମ, ବର୍ଣ୍ଣ, ଛୋଟବଡ଼ର ବାଛ ବିଚାର ନ ଥାଏ। ଯେତେବେଳେ ମନ ଚାହୁଁଥିବା ହୃଦୟଟିଏ ମିଳିଯାଏ ସେତେବେଳେ ଜୀବନରେ ଆଗକୁ ବାଟ ଚାଲିବାକୁ ନିଷ୍ପତ୍ତି ନିଆଯାଏ। ଦୁନିଆର ଅନେକ ବଡ଼ ନେତା ଅଛନ୍ତି, ଯେଉଁମାନଙ୍କ ପ୍ରେମ ନିଆରା, ସେମାନଙ୍କ ବିବାହ ବି ନିଆରା। ସେମାନେ ସମାଲୋଚନାକୁ ଖାତିର ନ କରି ଜୀବନସାଥୀ ବାଛିଛନ୍ତି। ଏହି ତାଲିକାରେ ଆମେରିକାର ରାଷ୍ଟ୍ରପତି ଜୋ-ବାଇଡେନ ମଧ୍ୟ ଅଛନ୍ତି।

୧୯୭୨ରେ ଏକ ଦୁର୍ଘଟଣାରେ ଜୋ -ବାଇଡେନଙ୍କ ପ୍ରଥମ ସ୍ତ୍ରୀ ଏବଂ ଏକ ବର୍ଷର ଝିଅଙ୍କର ମୃତ୍ୟୁ ହୋଇଥିଲା। ୨୦୧୫ରେ ଦ୍ୱିତୀୟ ପୁଅର ମଧ୍ୟ ମୃତ୍ୟୁ ହୋଇଥିଲା। ସ୍ତ୍ରୀଙ୍କ ମୃତ୍ୟୁର ପ୍ରାୟ ୩ ବର୍ଷ ପରେ ବାଇଡେନଙ୍କ ଭାଇ ତାଙ୍କୁ ଜିଲ୍‌ ଜ୍ୟାକବଙ୍କ ସହ ପରିଚିତ କରାଇଲେ। ଜିଲ୍‌ ଏବଂ ବାଇଡେନ ଏହି ସାକ୍ଷାତ ବନ୍ଧୁତ୍ୱରେ ପରିଣତ ହୋଇଥିଲା। ସେମାନେ ପରସ୍ପର ସହିତ ବହୁତ ଭଲ ଅନୁଭବ କରିଥିଲେ। ଯଦିଓ ଜିଲ୍‌ ପୂର୍ବରୁ ବିବାହିତ ଥିଲେ କିନ୍ତୁ ସେମାନଙ୍କ ବିବାହ ବିଚ୍ଛେଦ ହୋଇଥିଲା। ବାଇଡେନ ଜିଲଙ୍କୁ ଥରେ କିମ୍ବା ଦୁଇଥର ନୁହେଁ, ମାତ୍ର ୫ ଥର ବିବାହ ପ୍ରସ୍ତାବ ଦେଇଥିଲେ। ପରେ ବିବାହ ପାଇଁ ରାଜି ହୋଇଥିଲେ ଜିଲ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଡିଜିଟାଲ ପ୍ଲାଟ୍‌ଫର୍ମରେ ପୁରୁଷଙ୍କ ଅପେକ୍ଷା ମହିଳା ଅଧିକ ସକ୍ରିୟ, ବିନିଯୋଗ କରୁଛନ୍ତି ୫୦%ରୁ ଅଧିକ ସମୟ

ନୂଆଦିଲ୍ଲୀ,୧୯।୫(ଆଇଏଏନ୍‌ଏସ୍‌): ଭାରତର ସହରାଞ୍ଚଳରେ ଡିଜିଟାଲ ବିପ୍ଳବର ମଙ୍ଗ ଏବେ ମହିଳାମାନଙ୍କ ହାତରେ। ବିଶେଷକରି ମନୋରଞ୍ଜନ, ମେସେଜିଂ, ଇ-କମର୍ସ ଏବଂ କ୍ୱିକ୍‌ କମର୍ସ ଭଳି କ୍ଷେତ୍ରରେ ପୁରୁଷଙ୍କ ତୁଳନାରେ…

ପେଟ୍ରୋଲ-ଡିଜେଲ ଦର ପୁଣି ବୃଦ୍ଧି, ପାଞ୍ଚ ଦିନରେ ଦ୍ବିତୀୟ ଥର ପାଇଁ ବଢ଼ିଲା

ନୂଆଦିଲ୍ଲୀ,୧୯।୫: ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ପୁଣି ଥରେ ବୃଦ୍ଧି ଘଟିଛି । ଏହା ଗତ ପାଞ୍ଚ ଦିନ ମଧ୍ୟରେ ଦ୍ୱିତୀୟ ଥର ପାଇଁ ମୂଲ୍ୟ ବୃଦ୍ଧି…

ପଥଚାରୀଙ୍କୁ ପିଟିଦେଲା ବାଇକ୍‌: ପରିବହନ ବିଭାଗ କ୍ୟାମେରା ଆଗରେ ଘଟିଲା…

ଭଞ୍ଜନଗର,୧୮।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ମଲାସପଦର ଛକ ନିକଟରେ ସୋମବାର ରାତି ପ୍ରାୟ ୧୦ଟା ସମୟରେ ଏକ ବାଇକ ଚାଳକ ଜଣେ ପଥଚାରୀଙ୍କୁ…

ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ଆସିଲା ସ୍ବାଧିକାର ଭଙ୍ଗ ପ୍ରସ୍ତାବ ନୋଟିସ: ଅପମାନଜନକ ମନ୍ତବ୍ୟ ଦେଇ…

ନୂଆଦିଲ୍ଲୀ,୧୮ା୫:ଏନ୍‌ଇଇଟି-ୟୁଜି ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ମାମଲାକୁ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି ହୋଇଥିବାବେଳେ ଏବେ ତାଙ୍କୁ ରାଜ୍ୟ ସଭାରେ ସ୍ବାଧିକାର ଭଙ୍ଗର ସମ୍ମୁଖୀନ…

IPL 2026 ମଧ୍ୟରେ ପୂର୍ବତନ ଅଧିନାୟକଙ୍କ ପରଲୋକ: କ୍ରିକେଟ ଜଗତ ସ୍ତବ୍ଧ

ନୂଆଦିଲ୍ଲୀ,୧୮।୫: ଆଇପିଏଲ ୨୦୨୬ ମଧ୍ୟରେ ଇଂଲଣ୍ଡରୁ ଏକ ଦୁଃଖଦ ଖବର ଆସିଛି। ପୂର୍ବତନ ଇଂଲଣ୍ଡ ଅଧିନାୟକ ମାଇକ ସ୍ମିଥ ୯୨ ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି।…

ଇରାନର ଏହି ବଡ଼ ଦାବି ଆମେରିକା ପୂରଣ କଲେ ଭାରତ ହେବ ଲାଭବାନ, ଜାଣନ୍ତୁ କ’ଣ…

ନୂଆଦିଲ୍ଲୀ, ୧୮।୫: ଆମେରିକା-ଇରାନ ଉତ୍ତେଜନା ମଧ୍ୟରେ, କିଛି ଆଶ୍ୱସ୍ତି ମିଳିଛି। ଇରାନର ସରକାରୀ ସମାଚାର ଏଜେନ୍ସି ଅନୁଯାୟୀ, ଆମେରିକା ଇରାନର ଏକ ପ୍ରମୁଖ ଦାବି ପୂରଣ କରିବାକୁ…

ଆହୁରି ବଢିବ ପେଟ୍ରୋଲ-ଡିଜେଲର ଦାମ୍‌! ସରକାର କହିଲେ…

ନୂଆଦିଲ୍ଲୀ, ୧୮।୫: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଯୋଗୁଁ ହର୍ମୁଜ ପ୍ରଣାଳୀ ଅବରୋଧ କରାଯାଇଛି। ଫଳସ୍ବରୂପ, ଆମେରିକା ଇରାନରୁ ଅଶୋଧିତ ତୈଳ କ୍ରୟ ଉପରେ…

ବୈଠକରେ ଜିଲାପାଳଙ୍କ ବଡ଼ ସୂଚନା: ଜୁନ ୧ ତାରିଖଠୁ ଆରମ୍ଭ ହେବ…

ଛତ୍ରପୁର ,୧୮।୫(ଦିଲ୍ଲୀପ ସାମଲ) : ଛତ୍ରପୁରରେ ମେ’ ୪ ତାରିଖ ଠାରୁ ଚାଲିଛି ଆରାଧ୍ୟ ଦେବୀ ମା ରାମାୟାଣାମ୍ମା ଠାକୁରାଣୀ ଯାତ୍ରା । ଏହାକୁ ଆହୁରୀ ଆକର୍ଷଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri