ପର୍ଯ୍ୟଟନ କ୍ଷେତ୍ର ମାନ୍ୟତା ସତ୍ତ୍ୱେ ବିକାଶ ହେଉନି

ଖୋର୍ଦ୍ଧା ଅଫିସ,୩୦ା୯: ଖୋର୍ଦ୍ଧା ଜିଲାର ପର୍ଯ୍ୟଟନ କ୍ଷେତ୍ର ଅବହେଳିତ ଅବସ୍ଥାରେ ରହିଛି। ପର୍ଯ୍ୟଟନର ମାନ୍ୟତା ସତ୍ତ୍ୱେ ଭିତ୍ତିଭୂମି ଅଭାବରୁ ଅସ୍ତିତ୍ୱ ହଜିବାକୁ ବସିଛି। ରାଜନୈତିକ ଇଚ୍ଛାଶକ୍ତିର ଅଭାବ, ଜିଲା ପ୍ରଶାସନ ଏବଂ ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁ ପର୍ଯ୍ୟଟନକ୍ଷେତ୍ରଗୁଡିକ ବିପର୍ଯ୍ୟସ୍ତ ଅବସ୍ଥାରେ ରହିଥିବା ବେଳେ ଧୀରେ ଧୀରେ ପର୍ଯ୍ୟଟକ ମୁହଁ ଫେରାଉଛନ୍ତି।
ପାଇକ ବିଦ୍ରୋହର ମୂକସାକ୍ଷୀ ଭାବେ ଦଣ୍ଡାୟମାନ ରହିଛି ବରୁଣେଇ ପାହାଡ। ଏଠାରେ ମା’ବରୁଣେଇ ଓ କରୁଣେଇଙ୍କ ଆସ୍ଥାନ ରହିଛି। ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ମିଳିଛି। ଆବଶ୍ୟକ ଭିତ୍ତିଭୂମି ପ୍ରତି ଗୁରୁତ୍ୱ ଦିଆଯାଉନି। ଚାରିଆଡେ ଅଳିଆ, ଆବର୍ଜନା ପଡି ରହିଥିବା ବେଳେ ପର୍ଯ୍ୟଟକଙ୍କ ପାଇଁ ମୌଳିକ ସୁବିଧା ନାହିଁ। ପାଣି ଟ୍ୟାପ ଭାଙ୍ଗିରୁଜୁ ଯାଇଥିବା ବେଳେ ପାଦଦେଶରୁ ମାଙ୍କ ପୀଠକୁ ଯାଇଥିବା ପାହାଚ ମଧ୍ୟ ଭାଙ୍ଗିଲାଣି। ବରୁଣେଇ ପାହାଡ ଉପରେ ଐତିହାସିକ ସୀତାକୁଣ୍ଡ, ପାଣ୍ଡବ ଗୁମ୍ଫା ରହିଛି। ଗବେଷକଙ୍କ ମତରେ ଏଠାରେ ଦୁଇ ହଜାର ବର୍ଷ ତଳର ବୌଦ୍ଧ କିର୍ତ୍ତୀରାଜୀ ଶିଳାଲେଖ ରହିଛି। ପାଇକ ବୀରମାନେ ପାହାଡ ଉପରେ ରହି ବିଟ୍ରିଶ ସୈନ୍ୟ ବାହିନୀକୁ ନିରୀକ୍ଷଣ କରୁଥିଲେ। ତେବେ ବରୁଣେଇ ପାଦଦେଶରୁ ଉପରକୁ ସଂଯୋଗ ଲାଗି ପ୍ରସ୍ତାବିତ ରୋପ ଓ୍ବେ ସରକାରୀ ନାଲିଫିତା ଚାପି ହୋଇ ରହିଯାଇଥିବା ବେଳେ ଉପରକୁ ପାହାଚ ନିର୍ମାଣ ଅଧାରେ ଅଟକି ରହିଛି। ସେହିପରି ଖୋର୍ଦ୍ଧାଗଡ ବିଲୁପ୍ତ ଅବସ୍ଥାରେ ରହିଛି। ଏହାର ଅସ୍ତିତ୍ୱ ହଜିବାକୁ ବସିଛି। ଗଡର ପୁନୁରଦ୍ଧାର ଲାଗି କୌଣସି ବ୍ୟବସ୍ଥା କରାଯାଉନାହିଁ। ଗଡଖୋର୍ଦ୍ଧା ସ୍ଥିତ ରଘୁନାଥ ମନ୍ଦିର ସମ୍ମୁଖରୁ ୧୯୮୦ଦଶକରେ ବାହାରିଥିବା ବହୁ ଐତିହ୍ୟ କୀର୍ତ୍ତିରାଜୀର ପଦଚିହ୍ନ ସ୍ବରୂପ ସୂକ୍ଷ୍ମ କାରୁକାର୍ଯ୍ୟ ପୂର୍ଣ୍ଣ ଶିଳା, ପଥର ଉଦ୍ଧାର କରାଯାଇଥିଲା। ତେବେ ଏହା ଏବେ କେଉଁଠି ଅଛି, ତାହାର କୌଣସି ଖବର ପ୍ରଶାସନ ନିକଟରେ ନାହିଁ। କେବଳ ସଂସ୍କୃତି ଭବନ ପରିସରରେ ଗୋଟିଏ ଦୁଇଟି ଭଗ୍ନ ଶିଳା ଅବ୍ୟବହୃତ ଭାବେ ପଡିଛି। ଗଡଖୋର୍ଦ୍ଧା ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ଏବଂ ବ୍ରିଟିଶ ଆକ୍ରମଣ ସମୟରେ ତୋପ କମାଣର ଚିହ୍ନକୁ ନିଜ ବକ୍ଷରେ ସାଇତି ରଖିଥିବା କୁଞ୍ଜବନ ମଠ ଅବହେଳିତ ଅବସ୍ଥାରେ ରହିଛି। ସେହିପରି ଗୁରୁଜଙ୍ଗର ଶ୍ରୀ ଧବଳେଶ୍ୱର ପୀଠ ପର୍ଯ୍ୟଟନର ମାନ୍ୟତା ପାଇଛି। ପୀଠର ଭିତ୍ତିଭୂମି ବିକାଶ ପ୍ରତି ଗୁରୁତ୍ୱ ଦିଆଯାଉନାହିଁ। ଜାଗୁଳିପାଟଣା ସ୍ଥିତ ଶ୍ରୀ ଅନନ୍ତ ପୁରୁଷୋତ୍ତମ ଦେବ ପୀଠୁ ପର୍ଯ୍ୟଟନ କ୍ଷେତ୍ରୀ ମାନ୍ୟତା ସତ୍ତ୍ୱେ ଭିତ୍ତିଭୂମିର ବିକାଶ ହେଉନାହିଁ। ସଂଯୋଗ କରୁଥିବା ରାସ୍ତା ଖାଲଖମାରେ ପରିପୂର୍ଣ୍ଣ ହୋଇଥିବା ବେଳେ ଚନ୍ଦନ ପୋଖରୀ ପୁନରୁଦ୍ଧାର କରାଯାଉନାହିଁ। ଜରିପୁଟ ଗ୍ରାମ ନିକଟରେ ତନ୍ତ୍ର ମୁଣ୍ଡିଆ ପାହାଡ ଉପରେ ବିଜେ କରିଛନ୍ତି ସଙ୍କଟମୋଚନ। ଏହି ମନ୍ଦିର ମଧ୍ୟ ପର୍ଯ୍ୟଟନର ମାନ୍ୟତା ମିଳିଛି। ମନ୍ଦିରକୁ ଉଠିବାକୁ ଗୋଟିଏ ପଟେ ଶହେରୁ ଉର୍ଦ୍ଧ୍ୱ ପାହାଡ ରହିଥିବା ବେଳେ ଅନ୍ୟପଟେ ମନ୍ଦିର ପ୍ରବେଶ ଲାଗି ଏକ ଅଙ୍କାବଙ୍କା ହୋଇ ରାସ୍ତାଟିଏ ଯାଇଛି। ଏଠାରେ ପର୍ଯ୍ୟଟକଙ୍କ ପାଇଁ ବିଶ୍ରାମସ୍ଥଳୀ, ପାନୀୟଜଳର ସେଭଳି କୌଣସି ବ୍ୟବସ୍ଥା ନାହିଁ। ସେହିପରି ମା ଉଗ୍ରତାରା ଏବଂ ଭଗବତୀ, ଐତିହାସିକ ଦକ୍ଷେଶ୍ୱରଙ୍କ ମନ୍ଦିର ରହିଛି। ପର୍ଯ୍ୟଟନର ମାନ୍ୟତା ସତ୍ତ୍ୱେ ସେଭଳି କୌଣସି ଆଖିଦୃଶିଆ ବିକାଶ ହୋଇନାହିଁ। ଟାଙ୍ଗୀଠାରୁ ବାଣପୁର ମଧ୍ୟରେ ରାସ୍ତା ପାର୍ଶ୍ୱରେ ପ୍ରସିଦ୍ଧ ଶୈବପୀଠ ଚଣ୍ଡେଶ୍ୱର, ପଶ୍ଚିମଶମ୍ଭୀ, ନାଚୁଣୀ ସ୍ଥିତ ଶୈବପୀଠର ମାହାତ୍ମ୍ୟ ରହିଛି। ତେବେ ଏହି ପୀଠର ପୁନରୁଦ୍ଧାର କିମ୍ବା ବିକାଶ ପ୍ରତି ଗୁରୁତ୍ୱ ଦିଆଯାଉ ନାହିଁ। ଚିଲିକା କାଙ୍କଣଶିଖରୀ(ଏକ ଟାପୁ)ରେ ମହାପ୍ରଭୁଙ୍କ ଲୀଳାକ୍ଷେତ୍ରର ପଦଚିହ୍ନ ସ୍ବରୂପ ନନ୍ଦିଘୋଷ ରଥର ଚକା ଏବଂ ଚତୁର୍ଦ୍ଧା ବିଗ୍ରହ ପୂଜା ପାଉଛନ୍ତି। ଏହାକୁ ପର୍ଯ୍ୟଟନର ମାନ୍ୟତା ମିଳିଛି। ଚିଲିକା ଦେଇ କାଙ୍କଣଶିଖରୀ ଯିବାକୁ ପ୍ରଶାସନ ପକ୍ଷରୁ ସେଭଳି କୌଣସି ବ୍ୟବସ୍ଥା ନାହିଁ। ଗଡମାଣିତ୍ରୀ ଠାରେ ମହାପ୍ରଭୁଙ୍କ ନବକଳେବର ଅନୁଷ୍ଠିତ ହୋଇଥିଲା। ଏହାର ଦାଣ୍ଡରେ ମହାପ୍ରଭୁଙ୍କ ରଥଯାତ୍ରା ମଧ୍ୟ ଅନୁଷ୍ଠିତ ହୋଇଥିଲା। ତେବେ ଐତିହ୍ର୍ୟ ବିକାଶ ପ୍ରତି ସେଭଳି କୌଣସି ଗୁରୁତ୍ୱ ଦିଆଯାଉନାହିଁ। ସ୍ବାଧିନତା ସଂଗ୍ରାମୀଙ୍କ ଗ୍ରାମ ଭାବେ ପରିଚିତ ବୋଲଗଡ ବ୍ଲକର ଚମ୍ପାଇଲେ ଗ୍ରାମକୁ ଆଜି ପର୍ଯ୍ୟନ୍ତ ଐତିହ୍ୟ ଗ୍ରାମର ମାନ୍ୟତା ଘୋଷଣାରେ ରହିଗଲା। ଅଟ୍ରି ସ୍ଥିତ କୁଆକୁଣ୍ଡ ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି। ଏ ସମ୍ପର୍କରେ ଖୋର୍ଦ୍ଧା ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର ଏବଂ ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁ କୁହନ୍ତି, ପର୍ଯ୍ୟଟନ କ୍ଷେତ୍ରର ବିକାଶ ପ୍ରତି ଗୁରୁତ୍ୱ ଦିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁରକ୍ଷା ପାଇଁ ଡିଜିପିଙ୍କ ଦ୍ୱାରସ୍ଥ ହେଲେ ପରବିନ୍ଦର

ଭୁବନେଶ୍ୱର,୨୯।୧ (ବ୍ୟୁରୋ):ପଞ୍ଜାବୀ ଯୁବକ ପରବିନ୍ଦର ପାଲ୍‌ ସିଂଙ୍କୁ ପୋଲିସ ସମ୍ମୁଖରେ ସଂଘବଦ୍ଧ ଆକ୍ରମଣ ଓ ତାଙ୍କ ପଗଡ଼ିକୁ ଗୋଇଠାମାଡ଼ ଘଟଣାରେ ପୋଲିସର ପଦକ୍ଷେପକୁ ନେଇ ନାନା...

ସିଏମସି ପକ୍ଷରୁ ଜବରଦଖଲ ଉଚ୍ଛେଦ: ଭଙ୍ଗାଗଲା ଗୋବର୍ଦ୍ଧନ ଗୋ-ଧାମ

କଟକ ଅଫିସ, ୧୪ା୯: କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଗୁରୁବାର ମଙ୍ଗଳାବାଗସ୍ଥିତ ଗୋବର୍ଦ୍ଧନ ଗୋ-ଧାମ ପରିଦର୍ଶନ କରିଥିଲେ। ଗୋମାତାଙ୍କୁ ଏଠାରେ କିଭଳି ରଖା ଯାଉଛି ଏବଂ...

ସ୍କୁଲ ପରିଚାଳନାରେ ବିଭ୍ରାଟ: ଶିକ୍ଷକ ବଦଳି ଦାବିରେ ଫାଟକରେ ତାଲା

କବିସୂର୍ଯ୍ୟନଗର,୨୨ା୯-କବିସୂର୍ଯ୍ୟନଗର ବ୍ଲକ ବୋଲସର ଗ୍ରାମ ରଘୁନାଥ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିଚାଳନାରେ ବିଭ୍ରାଟ ଅଭିଯୋଗ ହୋଇଛି। ଏଥିରେ ସୁଧାର ଲାଗି ୩ ଜଣ ଶିକ୍ଷକଙ୍କୁ...

ଅଧାପନ୍ତରିଆ ଶିଶୁ ପାର୍କ

ବ୍ରହ୍ମପୁର ଅଫିସ,୧୪ା୩: ବ୍ରହ୍ମପୁର ମହାନଗର ନିଗମ (ବିଇଏମ୍‌ସି) ପକ୍ଷରୁ ସହରର ସୌନ୍ଦର୍ଯ୍ୟକରଣ ଓ ସହରବାସୀଙ୍କ ସୁବିଧା ନିମନ୍ତେ ବିଭିନ୍ନ ପ୍ରକଳ୍ପ ନିର୍ମାଣ କରାଯାଉଛି। କିନ୍ତୁ କେତେକ...

ମଧୁ ଆପ୍‌ରେ ପାଠ ପଢୁଛନ୍ତି ୧ଲକ୍ଷ ୧ହଜାର ସ୍କୁଲ ପିଲା: ଟୁଇଟ୍‌କରି ସୂଚନା ଦେଲେ ଗଞ୍ଜାମ ଜିଲାପାଳ

ଛତ୍ରପୁର, ୨୩।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ସ୍କୁଲ ପିଲାମାନଙ୍କ ପାଠପଢ଼ା ନିମନ୍ତେ ଗତବର୍ଷ ଠାରୁ ମଧୁ ଆପ୍‌ ଆରମ୍ଭ ହୋଇଛି। ଏହାକୁ ଭିଡିଓ କନ୍‌ଫରେନ୍ସିଂ...

ଇଭିଏମ୍‌ କଣ୍ଟ୍ରୋଲ୍‌ ୟୁନିଟ୍‌ ଭାଙ୍ଗିବା ମାମଲା : ଜେଲରେ ଭାଜପା ପ୍ରାର୍ଥୀ ନୀଳମଣି

ଛତ୍ରପୁର,୨୦ା୪(ଡି.ଏନ.ଏ.)-ଗଞ୍ଜାମ ଜିଲା ସୋରଡା ବ୍ଲକ ରେଣ୍ଟି ବୁଥ୍‌ରେ ଇଭିଏମ୍‌ କଣ୍ଟ୍ରୋଲ ୟୁନିଟ୍‌ ଭାଙ୍ଗିବା ମାମଲାରେ ଭାଜପା ପ୍ରାର୍ଥୀ ନୀଳମଣି ବିଷୋୟୀ ଗିରଫ ହୋଇ ଜେଲ ଯାଇଛନ୍ତି।...

ମେଧାବୀ ଛାତ୍ରୀଛାତ୍ରଙ୍କୁ ଲାପ୍‌ଟପ୍‌ ବଣ୍ଟନ କାର୍ଯ୍ୟର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୬।୧୨(ବ୍ୟୁରୋ): ୨୦୧୯-୨୦ ବର୍ଷ ପାଇଁ ମେଧାବୀ ଛାତ୍ରୀଛାତ୍ରଙ୍କୁ ଲାପ୍‌ଟପ୍‌ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ଲୋକସେବା ଭବନରେ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୁକ୍ତ-୨ର ୧୦ଜଣ...

ପଟିଆମାଳ ଜଙ୍ଗଲରୁ ଦନ୍ତାର ମୃତଦେହ ଠାବ

ଟାଙ୍ଗୀ(ଖୋର୍ଦ୍ଧା)/ନିରାକାରପୁର,: ୨୬ା୧୦(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ଟାଙ୍ଗୀ ବନ ବିଭାଗ ରେଞ୍ଜ୍‌ ଅଧୀନ ପଟିଆମାଳ ଜଙ୍ଗଲରେ ସୋମବାର ଏକ ଦନ୍ତାହାତୀର ମୃତଦେହ ଠାବ ହୋଇଛି। ବନ ବିଭାଗର...

Advertisement
Archives

Model This Week