ପୁଟିନଙ୍କୁ ‘ଯୁଦ୍ଧ ଅପରାଧୀ’ କହିଲେ ବାଇଡେନ୍‌

ନ୍ୟୁୟର୍କ,୧୮।୩: ୟୁକ୍ରେନର ସାଧାରଣ ନାଗରିକଙ୍କ ଉପରେ ରୁଷିଆର ଆକ୍ରମଣ ଭୟଙ୍କର ରୂପ ଧାରଣ କରିଛି। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଜଣେ ଯୁଦ୍ଧ ଅପରାଧୀ ବୋଲି କହିଛନ୍ତି। ବାଇଡେନଙ୍କ ଏହି ମନ୍ତବ୍ୟ ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ରୁଷିଆ ଏହାକୁ ଏକ ରାଷ୍ଟ୍ର ମୁଖ୍ୟଙ୍କ ଦ୍ୱାରା କ୍ଷମାହୀନ ମନ୍ତବ୍ୟ ନୁହେଁ ବୋଲି କହିଛି।
ହ୍ବାଇଟ ହାଉସରେ ବାଇଡେନ ଗଣମାଧ୍ୟମକୁ କହିଛନ୍ତି, ମୁଁ ଭାବୁଛି ସେ (ପୁଟିନ) ଜଣେ ଯୁଦ୍ଧ ଅପରାଧୀ। ଏହା ପରେ ହ୍ବାଇଟ ହାଉସର ପ୍ରେସ ସଚିବ ଜେନ ପାସାକି କହିଛନ୍ତି, ମୁଁ ଭାବୁଛି ରାଷ୍ଟ୍ରପତିଙ୍କ ମନ୍ତବ୍ୟ ଯଥେଷ୍ଟ। ସେ ହୃଦୟରୁ କହୁଥିଲେ ଏବଂ ଅନ୍ୟ ଦେଶରେ ଆକ୍ରମଣ ମାଧ୍ୟମରେ ଟେଲିଭିଜନରେ ଆମେ ଦେଖୁଥିବା ଏକ ନିଷ୍ଠୁର ଏକଛତ୍ରବାଦୀ ଶାସନର ବର୍ବର କାର୍ଯ୍ୟ ଆଧାରରେ ସେ କହୁଥିଲେ।
ବାଇଡେନ୍‌ ୟୁକ୍ରେନକୁ ମାରାତ୍ମକ ଅସ୍ତ୍ରଶସ୍ତ୍ର ଯୋଗାଇ ଦେବାକୁ ଘୋଷଣା କରିଛନ୍ତି। ବାଇଡେନ ମଧ୍ୟ ଆମେରିକାକୁ ଏକ ଲଙ୍ଗ୍‌ ରେଞ୍ଜ୍‌ ଆଣ୍ଟି-ଏୟାରକ୍ରାଫ୍ଟ ସିଷ୍ଟମ ଦେବା ବିଷୟରେ ସୂଚନା ଦେଇଛନ୍ତି। ୟୁକ୍ରେନର ସ୍ବାଧୀନତା ପାଇଁ ଆମେରିକା ଛିଡା ହୋଇଛି ଏବଂ ୟୁକ୍ରେନବାସୀଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ କରିବ। ଆମେ ୟୁକ୍ରେନକୁ ଆର୍ଥିକ ଦୃଷ୍ଟିରୁ ଆହୁରି ସାହାଯ୍ୟ କରିବୁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୀମାକୁ ଧାଇଁଲେ ଆଫଗାନ୍‌

କାବୁଲ, ୨ା୯: ୧,୨୩,୦୦୦ ଲୋକଙ୍କୁ ଏୟାରଲିଫ୍ଟ କରି ଆମେରିକା ସୈନ୍ୟ ଫେରିଯିବା ପରେ କାବୁଲ ବିମାନବନ୍ଦରକୁ ତାଲିବାନ୍‌ ଦଖଲ କରିଛି। ଏଥିସହ ଏୟାରଲିଫ୍ଟ ଅପେକ୍ଷାରେ ଥିବା...

ନ୍ୟୁୟର୍କରେ ସର୍ବାଧିକ ସଂକ୍ରମିତ

ନ୍ୟୁୟର୍କ,୧୧ା୪: କରୋନା ଭାଇରସ୍‌ ସଂକ୍ରମିତଙ୍କ ସଂଖ୍ୟାରେ ବିଶ୍ୱର ସମସ୍ତ ଦେଶଠାରୁ ଆମେରିକାର ନ୍ୟୁୟର୍କ ପ୍ରଦେଶ ଟପିଯାଇଛି। କେବଳ ନ୍ୟୁୟର୍କରେ ଗୁରୁବାର ୧୦,୩୩୩ ଜଣ ସଂକ୍ରମିତ ହେବା...

ମହିଳାଙ୍କ ବାଥ୍‌ରୁମ୍‌ରେ ଗୁପ୍ତ କ୍ୟାମେରା ଲଗାଇଥିଲେ ପ୍ଲମ୍ବର ମ୍ୟାନ୍‌, ଆଉ ତା’ ପରେ…

ଲଣ୍ଡନ,୩ା୧୧: ବ୍ରିଟେନର ଜଣେ ମହିଳାଙ୍କ ବାଥ୍‌ରୁମ୍‌ରେ ଜଣେ ୫୭ ବର୍ଷୀୟ ପ୍ଲମ୍ବର ଗୁପ୍ତ କ୍ୟାମେରା ଲଗାଇଥିଲେ। ଏହା ଦ୍ୱାରା ମହିଳାଙ୍କ ସମସ୍ତ ବାଥ୍‌ରୁମ୍‌ ଦୃଶ୍ୟ ଏହି...

ଆଗକୁ ହେବ କରୋନାର ଦୋହରା ମାଡ଼

ନୂଆଦିଲ୍ଲୀ/ଓ୍ବାଶିଂଟନ, ୧୭।୮: ପୃଥିବୀରେ କରୋନା ସଂକ୍ରମଣ ନେଇ ଆତଙ୍କ ଜାରି ରହିଛି। ତେବେ ଆଗକୁ ଆସୁଥିବା ଥଣ୍ଡା ଋତୁରେ ପୁଣି କରୋନାର ଦୋହରା ମାଡ଼ ହେବ।...

ୟୁକ୍ରେନରେ ରୁଷିଆ ସେନା

କିଭ,୨୪ ।୨: ପ୍ରତି ମୁହୂର୍ତ୍ତରେ ବଢି ଚାଲିଛି ୟୁକ୍ରେନ ସଙ୍କଟ । ଅଘୋଷିତ ଭାବେ ୟୁକ୍ରେନ୍ ଉପରେ ରୁଷିଆ ଏକ ପ୍ରକାର ଆକ୍ରମଣ କରି ସାରିଛି...

ପାକିସ୍ତାନରେ ସର୍ଜିକାଲ ଷ୍ଟ୍ରାଇକ କଲା ଇରାନ

ଇସଲାମାବାଦ,୫।୨: ପାକିସ୍ତାନ ଭିତରେ ପ୍ରବେଶ କରି ସର୍ଜିକାଲ ଷ୍ଟ୍ରାଇକ କରିଛି ଇରାନ। ଇରାନର ରିଭୋଲ୍ୟୁସନାରୀ ଗାର୍ଡ(ଆଇଆରଜିସି) ପକ୍ଷରୁ ଗୁଇନ୍ଦା ସୂଚନା ଆଧାରରେ ପାକିସ୍ତାନରେ ଅପରେସନ କରିଥିଲା...

ଜଣେ ମହିଳାଙ୍କୁ ବିବାହ କରିବା ଯେଉଁଠି ଅପରାଧ…

ଦୁନିଆରେ ଏମିତି ସ୍ଥାନ ରହିଛି ଯେଉଁଠାରେ ବିଚିତ୍ର ଆଇନ ପ୍ରଚଳିତ। ଏଠାରେ ଜଣେ ମହିଳାଙ୍କୁ ବିବାହ କରିବା ଆଇନ ଅନୁସାରେ ଅପରାଧ। ଇରିଟ୍ରିୟାରେ ପୁରୁଷମାନଙ୍କ ପାଇଁ...

ବିଶ୍ୱସୁନ୍ଦରୀଙ୍କୁ ଧକ୍କା ମାରିଲା ବସ୍‌, ୬ ଦିନ କୋମାରେ ରହିବା ପରେ ଆଖିବୁଜିଲେ

ବୁଏନୋସ୍‌ ଆଇରେସ୍‌,୨୪।୧୨: ଆର୍ଜେଣ୍ଟିନାର ପୂର୍ବତନ ବିଶ୍ୱସୁନ୍ଦରୀ ନର୍ମା କାପାଗ୍ଲି ସଡକ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ହୋଇଥିଲା। ଗତ ଡିସେମ୍ବର...

Advertisement
Archives

Model This Week