ଉପଶମ ହେଉଛି ଉପାନ୍ତ କ୍ଷତ

ଢେଙ୍କାନାଳ ଅଫିସ୍‌, ୧୩।୪: ଶିଳ୍ପରେ ସମୃଦ୍ଧ। ଅଥଚ ଅପହଞ୍ଚ ଅଞ୍ଚଳବାସୀଙ୍କ ଦୁର୍ଦ୍ଦଶାର ଅନ୍ତ ହେଉ ନ ଥିଲା। କେତେବେଳେ ଭୋକର ଭୂଗୋଳ ତ ଆଉ କେବେ ଜନନୀ ଯନ୍ତ୍ରଣାର ଚିତ୍ର ଦୋହଲାଇ ଦେଉଥିଲା। ନା ନା ଯୋଜନା ସତ୍ତ୍ୱେ ବର୍ଷ ବର୍ଷ ଧରି ବଦଳୁ ନ ଥିଲା ଚିତ୍ର। କିନ୍ତୁ ପ୍ରଶାସନିକ ଅଧିକାରୀମାନେ ଚିହ୍ନଟ ଉପାନ୍ତ ଗ୍ରାମଗୁଡ଼ିକୁ ପୋଷ୍ୟ ଭାବେ ଗ୍ରହଣ କରିବା ପରେ ଏବେ ଉଜ୍ଜୀବିତ ହୋଇଛି ଆଶା। ଢେଙ୍କାନାଳର ୪୮ ଦୁର୍ଗମ ଗ୍ରାମ ମଧ୍ୟରୁ ୩୮ଟି ମୁଖ୍ୟସ୍ରୋତ ସହିତ ଯୋଡ଼ିହେଲାଣି। ଅବଶିଷ୍ଟ ୧୦ ଗ୍ରାମ ମଧ୍ୟ ଖୁବ୍‌ଶୀଘ୍ର ଏହି ପ୍ରକ୍ରିୟାରେ ସାମିଲ ହେବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛି ଜିଲା ପ୍ରଶାସନ।
ରାଜ୍ୟରେ କୌଣସି ଅଞ୍ଚଳ ଅପହଞ୍ଚ ରହିବ ନାହିଁ। ରାଜ୍ୟ ସରକାରଙ୍କ ଏଭଳି ନିର୍ଦ୍ଦେଶ ପରେ ପ୍ରାୟ ଦେଢ଼ ବର୍ଷ ତଳେ ଢେଙ୍କାନାଳ ଜିଲା ପ୍ରଶାସନ ପକ୍ଷରୁ ଦୁର୍ଗମ ଅଞ୍ଚଳକୁ ମୁଖ୍ୟସ୍ରୋତରେ ଯୋଡ଼ିବା କାର୍ଯ୍ୟ ଆରମ୍ଭ ହୋଇଥିଲା। ନିୟମିତ କ୍ଷେତ୍ର ପରିଦର୍ଶନ ଓ ବିକାଶମୂଳକ କାର୍ଯ୍ୟକ୍ରମର ସମୀକ୍ଷା ପରେ ଜିଲାର ୮ ବ୍ଲକରେ ଚିହ୍ନଟ ୪୮ ଦୁର୍ଗମ ଗ୍ରାମର ଚିତ୍ର ବଦଳିବାରେ ଲାଗିଛି। ତନ୍ମଧ୍ୟରୁ ୩୮ଟି ଗ୍ରାମରେ ସରକାରଙ୍କ ଜନହିତକର ଯୋଜନା ପହଞ୍ଚତ୍ଛି। ଅବଶିଷ୍ଟ ୧୦ ଗ୍ରାମ ଏବେ ପ୍ରଶାସନର ଫୋକସ୍‌ରେ ରହିଛି।
ଢେଙ୍କାନାଳ ସଦର ବ୍ଲକର କରଡ଼ମଡ଼ା, ବଲାଙ୍ଗୀପାଟଣା, ଫୁଲଝରିସାହି, କୁସୁପଦା, ଖୋଲସାହି, ଗଁଦିଆ ବ୍ଲକର ଜାମୁନାଳିଆ, ଦଧିଖିଆ, ଧାମଘରଖୋଲା, କୋହ୍ଲା, ଓଡ଼ାପଡ଼ା ବ୍ଲକର ଲକ୍ଷ୍ମୀକାନ୍ତପୁର, ଦଲକ, ତାମଣ୍ଡା, ବଡ଼ନଡ଼ବ, ସାନନଡ଼ବ, ଖଇରାସାହି, ଜରିପାଳ, ହିନ୍ଦୋଳ ବ୍ଲକର ଗୁରୁଜାଙ୍ଗ, କନକା, ରଜାଙ୍ଗ, ଦେଉଳସାହି, ଗୁଣ୍ଡିଚାନାଳୀ, ମାଝିସାହି, ଜୁଆଙ୍ଗସାହି, ନୂଆସାହି, ଦେହୁରୀନାଳି, କାମାକ୍ଷାନଗର ବ୍ଲକର କିଆପାଟଣି, ମହୁଲଟାଙ୍ଗର, ଜଲସା, କଟା ହରିଜନସାହି, ସୁନାଝରି, ଚୁଳିଆମୁଣ୍ଡାସାହି, ପରଜଙ୍ଗ ବ୍ଲକର ରଘୁଆବିଲି, କାଦବସନ୍ତ, ରଙ୍ଗମାଟିଆ, ବରକଟା, ଅଲେଖପାଟଣା, ବେଲବସନ୍ତ, ସୋଲଗାଡ଼ିଆ, କଙ୍କଡ଼ାହାଡ଼ ବ୍ଲକ ପାକଟମୁଣ୍ଡା, ବାଜିଆସାହି, ଏକୁଲ-ସେକୁଲ, ପୁଟ୍ଟିପାଳ, ଓମେନ୍ଦ୍ର, ଚକୁଳିଆଡିହ, ଫୁଲଝରି, କାଟେଣି (କାଉବସା), ଭୁବନ ବ୍ଲକର ଅରିଲୋ, ଦଧିସିଙ୍ଗା, ଛାଟିଆସାହି, ଥୋରିଆଷେଣ୍ଢ, ନୃସିଂହପୁର, କରଡ଼ାପାଳ, ସର୍ପେଣିକୁ ଉପାନ୍ତ ଗ୍ରାମ ତାଲିକାଭୁକ୍ତ କରାଯାଇଛି।
ବଣଜଙ୍ଗଲଘେରା ଦୁର୍ଗମ ସ୍ଥାନରେ ଥିବାରୁ ଏସବୁ ଗ୍ରାମକୁ ଯିବାକୁ ସବୁଦିନିଆ ରାସ୍ତା ନ ଥିଲା। ଲୋକମାନେ ଶିକ୍ଷା, ସ୍ବାସ୍ଥ୍ୟ ସମେତ ସର୍ବନିମ୍ନ ମୌଳିକ ସୁବିଧାରୁ ବଞ୍ଚତ୍ତ ହୋଇ ରହିଥିଲେ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନକଲ୍ୟାଣମୂଳକ ଯୋଜନା ପହଞ୍ଚତ୍ ପାରୁ ନ ଥିବାରୁ ବନବାସୀ ଏବଂ ପଛୁଆ ବର୍ଗର ବହୁ ପରିବାର ମୁଖ୍ୟସ୍ରୋତରେ ସାମିଲ ହୋଇପାରୁ ନ ଥିଲେ। ତେବେ ଜିଲାପାଳ ସରୋଜ କୁମାର ସେଠୀଙ୍କ ନିର୍ଦ୍ଦେଶରେ ସମ୍ପୃକ୍ତ ବ୍ଲକର ବିଡିଓଙ୍କ ସମେତ ପଦସ୍ଥ ପ୍ରଶାସନିକ ଅଧିକାରୀମାନେ ଗୋଟିଏ ଗୋଟିଏ ଗ୍ରାମକୁ ପୋଷ୍ୟ ଭାବେ ଗ୍ରହଣ କରିଥିଲେ। ନିୟମିତ ଉକ୍ତ ଗ୍ରାମ ପରିଦର୍ଶନ କରି ଲୋକଙ୍କ ପ୍ରକୃତ ସମସ୍ୟା ପଚାରି ବୁଝିବା ସହ ସେଗୁଡ଼ିକର ସମାଧାନ କରିବା ଲାଗି ଉଦ୍ୟମ ଆରମ୍ଭ କରିଥିଲେ। ଫଳରେ ଦେଢ଼ ବର୍ଷରେ ୩୮ ଗ୍ରାମକୁ ବିଜୁଳି ସଂଯୋଗ ଦିଆଯାଇଛି। ଏଥିସହ ଶିକ୍ଷା, ସ୍ବାସ୍ଥ୍ୟ ଭିତ୍ତିଭୂମିର ଆଖିଦୃଶିଆ ବିକାଶ ହୋଇଛି। ହିତାଧିକାରୀଙ୍କୁ ସୁବିଧାରେ ପିଡିଏସ୍‌ ସାମଗ୍ରୀ ଯୋଗାଣ କରାଯାଉଛି। ସ୍ବତନ୍ତ୍ର ଶିବିର କରି ସ୍ବାସ୍ଥ୍ୟ ପରୀକ୍ଷା କରାଯାଉଛି। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡ ମାଧ୍ୟମରେ ଉନ୍ନତ ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମାଡ଼ ମାରି ଭାଉଜଙ୍କ ହାତ ଭାଙ୍ଗିଦେଲେ ଦିଅର, ଆଉ ତା’ପରେ…

ଦିଗପହଣ୍ଡି,୧୩।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଣ୍ଡଦେଉଳି ଗ୍ରାମର ବନିତା ପ୍ରଧାନଙ୍କୁ ରବିବାର ତାଙ୍କ ଦିଅର ପଦ୍ମ ଲୋଚନ ପ୍ରଧାନ ଆକ୍ରମଣ କରି ବାମ…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ବାଲ୍ୟବନ୍ଧୁ, BJP ବିଧାୟକଙ୍କୁ ନେଇ ଆଣିଲେ ବଡ଼ ଅଭିଯୋଗ! ଛାନିଆ ହୋଇଗଲେ….

ମୁମ୍ବାଇ,୧୩।୯: ମହାରାଷ୍ଟ୍ରର ଭାୟନ୍ଦରରେ ଜମି ବିବାଦକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାଲ୍ୟବନ୍ଧୁ ଅସଗରଅଲି ଭୋରା ତାଙ୍କୁ ଭେଟିଛନ୍ତି । ୮ ସେପ୍ଟେମ୍ବରରେ ୮୧ ବର୍ଷୀୟ ଭୋରା…

ପଶ୍ଚିମବଙ୍ଗରେ ବନ୍ଦ ହେଲା ୨୫୨ ମଦ୍ରାସା

କୋଲକାତା,୧୩ା୯: ପଶ୍ଚିମବଙ୍ଗ ସରକାର ରାଜ୍ୟରେ ଚାଲୁଥିବା ଇସ୍‌ଲାମୀୟ ଶିକ୍ଷାନୁଷ୍ଠାନଗୁଡ଼ିକର ସମୀକ୍ଷା କରିବା ପରେ ୨୫୨ ମଦ୍ରାସାକୁ ବନ୍ଦ କରିବା ପାଇଁ ନୋଟିସ ଜାରି କରିଛନ୍ତି। ଯାଞ୍ଚ ପ୍ରକ୍ରିୟାର…

ବ୍ୟବସାୟିକ ଜାହାଜ ଉପରେ ଆକ୍ରମଣ: ଭାରତୀୟ ନାବିକ ନିଖୋଜ

ନୂଆଦିଲ୍ଲୀ,୧୩ା୯: ଓମାନ ଉପକୂଳରେ ବ୍ୟବସାୟିକ ଜାହାଜ ଏମ୍‌ଟି ଏଲ୍‌ ଗାଇଆ ଉପରେ ଆକ୍ରମଣ ହେବାରୁ ଜଣେ ଭାରତୀୟ ନାବିକ ନିଖୋଜ ହୋଇଥିବା ବହିର୍ବ୍ୟାପାର ମନ୍ତ୍ରଣାଳୟ ରବିବାର ସ୍ପଷ୍ଟ…

ଖଟିଆରେ ଗର୍ଭବତୀଙ୍କୁ ବୁହାହେବା ଘଟଣା, ନବଜାତ ଶିଶୁ-ମା’ଙ୍କୁ ଭେଟିଲେ ସିଡିପିଓ

ଗୁଡାରି,୧୩।୯(ପ୍ରମୋଦ କୁମାର ପତି): ଶନିବାର ଦିନ ବ୍ଳକର ଶିରିଗୁଡା ଗ୍ରାମପଂଚାୟତ ଅନ୍ତର୍ଗତ ସାଡାକଣା ଗ୍ରାମର ଗର୍ଭବତୀ ମହିଳାଙ୍କୁ ଖଟିଆରେ ୩ କିଲୋମିଟର ବୋହିବା ପରେ ଆମ୍ବୁଲାନ୍ସ ଯୋଗେ…

ତାତିଲେ ମହିଳା, ଭାଙ୍ଗିଲେ ମଦ ଭାଟି

ମୋହନ,୧୩।୯(ମନ୍ମଥ ମିଶ୍ର): ଗାଁରେ ଚାଲିଥିଲା ମଦ ଭାଟି। ଏନେଇ ଗାଁରେ ଅଶାନ୍ତ ପରିବେଶ ସୃଷ୍ଟି ହେବା ଯୁବପିଢୀ ପଥଭ୍ରଷ୍ଟ ହେଉଥିଲେ। ବାରମ୍ବାର ଅଭିଯୋଗ ପରେ ବି କାହାର…

ସନତ ସଭାପତି, ଉମାକାନ୍ତ ସାଧାରଣ ସମ୍ପାଦକ ନିର୍ବାଚିତ

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ହାବିଲଦାର, କନେଷ୍ଟବଲ ଆସୋସିଏଶନ ନିର୍ବାଚନ ଫଳାଫଳ ରବିବାର ଘୋଷଣା ହୋଇଛି। ଏଥିରେ ସଭାପତି ସନତ କୁମାର ହୋତା ସଭାପତି ନିର୍ବାଚିତ ହୋଇଛନ୍ତି।…

ମୋଟାପଣ, ଅଣସଂକ୍ରାମକ ରୋଗ ବଡ଼ ସ୍ବାସ୍ଥ୍ୟ ସମସ୍ୟା; BRICS ନେତା କହିଲେ…

ନୂଆଦିଲ୍ଲୀ, ୧୩ା୯ : ମୋଟାପଣ ଏବଂ ଅଣସଂକ୍ରାମକ ରୋଗ (ଏନ୍‌ସିଡି) ବର୍ତ୍ତମାନ ବିଶ୍ୱବ୍ୟାପୀ ଏକ ବଡ଼ ସ୍ବାସ୍ଥ୍ୟ ସମସ୍ୟାରେ ପରିଣତ ହୋଇଛି । ଏହାକୁ ନେଇ ବ୍ରିକ୍ସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?