ବିଭୂତି ପଟ୍ଟନାୟକଙ୍କ ‘ଶ୍ରେଷ୍ଠ କଥା ଦଶକ’ ଉନ୍ମୋଚିତ

ଭୁବନେଶ୍ୱର, ୩୦।୯: ଫୁଲ-ଭଗବାନ ଫାଉଣ୍ଡେଶନ ଆନୁକୂଲ୍ୟରେ ବିଶିଷ୍ଟ ସାହିତି୍ୟକ ବିଭୂତି ପଟ୍ଟନାୟକଙ୍କ ‘ଶ୍ରେଷ୍ଠ କଥା ଦଶକ’ ସ୍ଥାନୀୟ ଏକ ହୋଟେଲରେ ବୁଧବାର ଉନ୍ମୋଚିତ ହୋଇଯାଇଛି। ଏହି ସାରସ୍ବତ ସଭାରେ ଫୁଲ-ଭଗବାନ ଫାଉଣ୍ଡେସନ ତରଫରୁ ପଟ୍ଟନାୟକ ଓ ତାଙ୍କ ସ୍ତ୍ରୀ ସୁରପ୍ରଭା ପଟ୍ଟନାୟକଙ୍କୁ ଉପଢ଼ୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ସମ୍ବର୍ଦ୍ଧନା ଉତ୍ତରରେ ପଟ୍ଟନାୟକ କହିଥିଲେ, ତାଙ୍କ ଜୀବନରେ ଲେଖିଥିବା ୧୦୦ରୁ ଊର୍ଦ୍ଧ୍ୱ ଉପନ୍ୟାସ ମଧ୍ୟରେ ‘ବଧୂ-ନରୁପମା’ ତାଙ୍କୁ ପାଠକମାନଙ୍କ ନିକଟରେ ପରିଚିତ କରାଇପାରିଛି। ପ୍ରାରମ୍ଭରୁ ଫାଉଣ୍ଡେଶନର ସଭାପତି ପୀତବାସ ରାଉତରାୟ ପଟ୍ଟନାୟକଙ୍କ ସାରସ୍ବତ ସୃଷ୍ଟି ସମ୍ପର୍କରେ ପରିଚିତ କରିଥିଲେ। ପଟ୍ଟନାୟକ କହିଥିଲେ, ତାଙ୍କ ଜୀବନର ଆଦ୍ୟ ପ୍ରେରଣାଦାତା ହେଉଛନ୍ତି ସାରଙ୍ଗଧର ଦାସ। ସେ କଲମଧାରୀଙ୍କୁ ଲଙ୍ଗଳଧାରୀଙ୍କ ପାଖକୁ ଯିବାକୁ ଉପଦେଶ ଦେଇଥିଲେ। ସେଥିପାଇଁ ଲେଖକ ଗଳ୍ପ ଓ ଉପନ୍ୟାସ ଲେଖିବା ପୂର୍ବରୁ ବହୁ ତଥ୍ୟ ସଂଗ୍ରହ କରନ୍ତି ବୋଲି ସ୍ବୀକାର କରିଥିଲେ। ମାକର୍‌ସସଙ୍କ ଅର୍ଥନୈତିକ ବିଶ୍ଳେଷଣ ଓ ଗାନ୍ଧୀଙ୍କ ଅହିଂସା ଦ୍ୱାରା ବେଶିମାତ୍ରାରେ ପ୍ରଭାବିତ। ସେ ତାଙ୍କ ଜୀବନରେ ରାଜନୈତିକ ଆନ୍ଦୋଳନରେ ଯୋଗଦେଇ ଥିବାରୁ ଶୋଷଣମୁକ୍ତ ସାମଜ ସପକ୍ଷରେ କଲମ ଚାଳନା କରିଆସିଛନ୍ତି ବୋଲି ମତବ୍ୟକ୍ତ କରିଥିଲେ। ଏହି ସଭାରେ ସାହିତି୍ୟକ ଅସିତ ମହାନ୍ତି, କୃପାସାଗର ସାହୁ, ଡ. ଅରବିନ୍ଦ ରାୟ, ସଦାନନ୍ଦ ତ୍ରିପାଠୀ, କ୍ଷୀରୋଦ ଦାସ, ସ୍ବାଗତିକା ସ୍ବାଇଁ, ସୁଧାଂଶୁ ଶେଖର ସ୍ବାଇଁ, ଅରବିନ୍ଦ ପଟ୍ଟନାୟକ, କେଦାର ପୃଷ୍ଟି, ଅରୁଣ କାନୁନ୍‌ଗୋ ତଥା ଫୁଲ-ଭଗବନା ଫାଉଣ୍ଡେଶନ ତରଫରୁ ଲେଖିକା କୁସୁମ ପଟେଲ ଓ ଅନୁବାଦିକା ମୀନାକ୍ଷୀ ରାଉତରାୟ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri