Posted inଖେଳ

ଭୁଇଙ୍କ ଶତକ: ଦକ୍ଷିଣାଞ୍ଚଳର ବୃହତ୍‌ ସ୍କୋର

ସାଲେମ(ତାମିଲନାଡୁ), ୧୭।୯: ରୋହନ କୁନ୍ନୁମ୍ମାଲ ଓ ଅଧିନାୟକ ହନୁମା ବିହାରୀଙ୍କ ପରେ ଉଇକେଟକିପର ରିକି ଭୁଇଙ୍କ ଶତକ ସହାୟତାରେ ଦକ୍ଷିଣାଞ୍ଚଳ ଏଠାରେ ଚାଲିଥିବା ଦୁଲୀପ ଟ୍ରଫି କ୍ରିକେଟ ସେମିଫାଇନାଲରେ ଏହାର ପ୍ରଥମ ଇନିଂସକୁ ୬୩୦/୮ରେ ଘୋଷଣା କରିଛି। ଶୁକ୍ରବାର ଦ୍ୱିତୀୟ ଦିବସ ଖେଳ ଶେଷ ବେଳକୁ ଉତ୍ତରାଞ୍ଚଳ କୌଣସି ଉଇକେଟ ନ ହରାଇ ୨୪ ରନ ସଂଗ୍ରହ କରିଛି। ପ୍ରତିଭା ସମ୍ପନ୍ନ ୟାଶ୍‌ ଧୁଲ ୮ ଓ ମନନ ଭୋରା ୧୧ ରନରେ ଅପରାଜିତ ଅଛନ୍ତି। ସମସ୍ତ ଉଇକେଟ ସୁରକ୍ଷିତ ଥିବାବେଳେ ଉତ୍ତରାଞ୍ଚଳ ୬୦୬ ରନ ପଛରେ ରହିଛି।
ପ୍ରଥମ ଦିବସର ଅସମାପ୍ତ ସ୍କୋର ୩୨୪/୨ରୁ ଖେଳ ଆରମ୍ଭ କରିଥିବା ଦକ୍ଷିଣାଞ୍ଚଳ ଆଉ ୫୦ ରନ ଯୋଗ କରିବା ପରେ ହନୁମାଙ୍କ ଉଇକେଟ ହରାଇଥିଲା। ୨୫୫ ବଲ୍‌ ଖେଳିଥିବା ହନୁମା ୧୦ ଚୌକା ଓ ୨ ଛକା ସହାୟତାରେ ୧୩୪ ରନ କରିଥିଲେ। ଦ୍ୱିତୀୟ ଦିବସରେ ଆକର୍ଷଣର କେନ୍ଦ୍ରରେ ରହିଥିଲେ ଭୁଇ। ସେ ୧୭୦ଟି ବଲ୍‌ ଖେଳି ୧୦ ଚୌକା ଓ ୨ ଛକା ସହ ୧୦୩ ରନକରି ଅପରାଜିତ ରହିଥିଲେ। ବାବା ଇନ୍ଦ୍ରଜିତ ଅର୍ଦ୍ଧଶତକ ହାସଲ କରି ୬୫ ରନ କରିଥିଲେ। ଟେଲ୍‌ ଏଣ୍ଡର କ୍ରିଷ୍ଣାପ୍ପା ଗୋଥାମ ୪୮ ଓ ରବି ତେଜା ୪୨ ରନର ଉପଯୋଗୀ ଇନିଂସ ଖେଳିବାରୁ ଦକ୍ଷିଣାଞ୍ଚଳ ବୃହତ୍‌ ସ୍କୋରରେ ପହଞ୍ଚତ୍ ଯାଇଥିଲା। ପ୍ରଥମ ଦିବସରେ ଓପନର ରୋହନ କୁନ୍ନୁମ୍ମାଲ ୧୪୩ ରନର ଇନିଂସ ଖେଳିଥିଲେ। ଉତ୍ତରାଞ୍ଚଳ ବୋଲରଙ୍କ ମଧ୍ୟରେ ମୟଙ୍କ ଡାଗର ୩ଟି, ନିଶାନ୍ତ ସିନ୍ଧୁ ଓ ପୁଲକିତ ନାରଙ୍ଗ ୨ଟି ଲେଖାଏ ଏବଂ ନବଦୀପ ସଇନୀ ଗୋଟିଏ ଉଇକେଟ ନେଇଥିଲେ।
ଦୃଢ଼ ସ୍ଥିତିରେ ପଶ୍ଚିମାଞ୍ଚଳ
କୋଏମ୍ବାଟୁରଠାରେ ଚାଲିଥିବା ଅନ୍ୟ ସେମିଫାଇନାଲରେ କେନ୍ଦ୍ରାଞ୍ଚଳ ବିପକ୍ଷରେ ପଶ୍ଚିମାଞ୍ଚଳ ନିଜର ସ୍ଥିତି ସୁଦୃଢ଼ କରିଛି। ପ୍ରଥମ ଦିବସର ଅସମାପ୍ତ ସ୍କୋର ୨୫୨/୯ରୁ ଖେଳ ଆରମ୍ଭ କରିଥିବା ପଶ୍ଚିମାଞ୍ଚଳ ଆଉ ୫ ରନ ଯୋଗକରି ଅଲ୍‌ଆଉଟ ହୋଇ ଯାଇଥିଲା। କେନ୍ଦ୍ରାଞ୍ଚଳ କିନ୍ତୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ପ୍ରଥମ ଇନିଂସରେ ମାତ୍ର ୧୨୮ ରନରେ ଅଲ୍‌ଆଉଟ ହୋଇ ଯାଇଥିଲା। ଅଧିନାୟକ କରନ ଶର୍ମା ସର୍ବାଧିକ ୩୪ ରନ କରିବାକୁ ସକ୍ଷମ ହୋଇଥିଲେ। ପଶ୍ଚିମାଞ୍ଚଳ ବୋଲରଙ୍କ ମଧ୍ୟରେ ଜୟଦେବ ଉନାଡକଟ ଓ ତନୁଶ କୋଟିଆନ ୩ଟି ଲେଖାଏ, ଅତୀତ ସେଠ୍‌ ୨ଟି ଏବଂ ଚିନ୍ତାନ ଗାଜା ଓ ଶାମ୍ସ ମୁଲାନୀ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ଦ୍ୱିତୀୟ ଦିବସ ଖେଳ ଶେଷ ବେଳକୁ ପଶ୍ଚିମାଞ୍ଚଳ ଦ୍ୱିତୀୟ ଇନିଂସରେ ୩ ଉଇକେଟ ହରାଇ ୧୩୦ ରନ ସଂଗ୍ରହ କରିଛି। ଓପନର ପୃଥ୍ବୀ ଶ’ ଶତକ (୧୦୪ ରନ) ହାସଲ କରି ଅପରାଜିତ ରହିଛନ୍ତି। ଫଳରେ ୭ ଉଇକେଟ ସୁରକ୍ଷିତ ଥାଇ ପଶ୍ଚିମାଞ୍ଚଳ ମୋଟ ୨୫୯ ରନରେ ଅଗ୍ରଣୀ ହାସଲ କରିଛି। କେନ୍ଦ୍ରାଞ୍ଚଳର ଅଙ୍କିତ ରାଜପୁତ ୨ଟି ଓ ଅନିକେତ ଚୌଧାରୀ ଗୋଟିଏ ଉଇକେଟ ନେଇଛନ୍ତି।
ସଂକ୍ଷିପ୍ତ ସ୍କୋର
ଦକ୍ଷିଣାଞ୍ଚଳ ପ୍ରଥମ ଇନିଂସ: ୬୩୦/୮ (ଘୋଷଣା)। ଉତ୍ତରାଞ୍ଚଳ ପ୍ରଥମ ଇନିଂସ ୨୪/୦। ପଶ୍ଚିମାଞ୍ଚଳ ପ୍ରଥମ ଇନିଂସ: ୨୫୭/ଅଲ୍‌ଆଉଟ। କେନ୍ଦ୍ରାଞ୍ଚଳ ପ୍ରଥମ ଇନିଂସ: ୧୨୮/ଅଳ୍‌ଆଉଟ। ପଶ୍ଚିମାଞ୍ଚଳ ଦ୍ୱିତୀୟ ଇନିଂସ: ୧୩୦/୩।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?