Posted inଜାତୀୟ

ଭୂପେଶ ନଂ.୧ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ, ୧୯।୧୦: ଦେଶର ଶ୍ରେଷ୍ଠ ପ୍ରଦର୍ଶନକାରୀ ମୁଖ୍ୟମନ୍ତ୍ରୀ ତାଲିକାରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଶୀର୍ଷ ସ୍ଥାନ ହାସଲ କରିଛନ୍ତି। ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଦ୍ୱିତୀୟ ସ୍ଥାନରେ ଥିବାବେଳେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତୃତୀୟ ସ୍ଥାନରେ ରହିଛନ୍ତି। ଅନ୍ୟପକ୍ଷରେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ତାଲିକାରେ ନିମ୍ନରେ ରହିଛନ୍ତି। ତାଙ୍କ ପ୍ରତି ସର୍ବାଧିକ ଅସନ୍ତୁଷ୍ଟ ଥିବା ସର୍ଭେରୁ ଜଣାପଡ଼ିଛି। ଆଇଏଏନ୍‌ଏସ୍‌-ସି ଭୋଟରରେ ଭାଗ ନେଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ୩୦.୩ ପ୍ରତିଶତ ନେତୃତ୍ୱ ପରିବର୍ତ୍ତନ ସପକ୍ଷରେ ମତ ଦେଇଛନ୍ତି।
ସୋମବାର ପ୍ରକାଶ ପାଇଥିବା ଆଇଏଏନ୍‌ଏସ୍‌-ସିଭୋଟର ସର୍ଭେ ଅନୁଯାୟୀ ଭୂପେଶଙ୍କ ପ୍ରତି ସର୍ବାଧିକ ଲୋକପ୍ରିୟତା ରହିଥିବାବେଳେ ମାତ୍ର ୬ ପ୍ରତିଶତ ଅସନ୍ତୁଷ୍ଟ ଥିବା ଓ ତାଙ୍କର ପରିବର୍ତ୍ତନ ଚାହୁଁଥିବା କହିଛନ୍ତି। ଛତିଶଗଡ଼ର ୪୪.୭ ପ୍ରତିଶତ ଲୋକ କେନ୍ଦ୍ର ସରକାରଙ୍କ ପ୍ରତି ଅସନ୍ତୁଷ୍ଟ ଥିବାବେଳେ ୩୬.୬ ପ୍ରତିଶତ ରାଜ୍ୟ ସରକାରଙ୍କ କାର୍ଯ୍ୟରେ ଅସନ୍ତୁଷ୍ଟ ବୋଲି ମତ ଦେଇଛନ୍ତି। କୋଭିଡ୍‌ରେ ମାତାପିତାଙ୍କୁ ହରାଇଥିବା ପିଲାମାନଙ୍କୁ ଘରୋଇ ସ୍କୁଲରେ ମାଗଣାରେ ପଢ଼ିବା ଲାଗି ସୁଯୋଗ ଦେବାଠାରୁ ଆରମ୍ଭ କରି ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରି ଭୂପେଶ ରାଜ୍ୟବାସୀଙ୍କ ଲୋକପ୍ରିୟତା ଅର୍ଜନ କରିଛନ୍ତି। ନୀତି ଆୟୋଗଙ୍କ ଏସ୍‌ଡିଜି ଇଣ୍ଡିଆ ଇଣ୍ଡେକ୍ସ ଅନୁଯାୟୀ ସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ ଦିଗରେ ଲିଙ୍ଗଗତ ସମାନତାରେ ଛତିଶଗଡ଼ ଶୀର୍ଷ ସ୍ଥାନରେ ରହିଛି।
ଉତ୍ତରାଖଣ୍ଡ ସରକାରଙ୍କ ପ୍ରତି ଭୋଟରଙ୍କ ସର୍ବାଧିକ ଅସନ୍ତୋଷ ରହିଥିଲେ ମଧ୍ୟ ପୁଷ୍କର ନୂଆ ମୁଖ୍ୟମନ୍ତ୍ରୀ ହୋଇଥିବାରୁ ତାଙ୍କ ପ୍ରତି ୧୦.୧ ପ୍ରତିଶତ ଭୋଟର ଅସନ୍ତୁଷ୍ଟ ଥିବା କହିଛନ୍ତି। ସର୍ଭେ ଅନୁଯାୟୀ ରାଜ୍ୟ ସରକାରଙ୍କ ପ୍ରତି ୬୧ ପ୍ରତିଶତ ମତଦାତା କ୍ଷୁବ୍ଧ ଥିବା ଜଣାପଡ଼ିଛି। ଅନୁରୂପ ଭାବେ ନବୀନ ପଟ୍ଟନାୟକଙ୍କ ପ୍ରତି ୧୦.୪ ପ୍ରତିଶତ ଅସନ୍ତୁଷ୍ଟ ଥିବାବେଳେ ରାଜ୍ୟ ସରକାରଙ୍କ ପ୍ରତି ୩୭.୬ ପ୍ରତିଶତ କ୍ଷୁବ୍ଧ ଥିବା ରିପୋର୍ଟରେ କୁହାଯାଇଛି। ସୂଚନାଯୋଗ୍ୟ, ଉପରୋକ୍ତ ସଂସ୍ଥା ଗତ ଜାନୁୟାରୀରେ ପ୍ରକାଶ କରିଥିବା ଷ୍ଟେଟ୍‌ ଅଫ୍‌ ଦି ନେଶନ ୨୦୨୧ ସର୍ଭେରେ ନବୀନ ପଟ୍ଟନାୟକଙ୍କୁ ଶ୍ରେଷ୍ଠ ପ୍ରଦର୍ଶନକାରୀ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲା। ଉକ୍ତ ତାଲିକାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଦ୍ୱିତୀୟ ସ୍ଥାନରେ ଥିବାବେଳେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ବାଇ.ଏସ୍‌. ଜଗନମୋହନ ରେଡ୍ଡୀ ତୃତୀୟ ସ୍ଥାନରେ ରହିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ବଢୁଛି କଂସ କଳାକାରଙ୍କ ଅଡ଼ୁଆ: ପରିବର୍ତ୍ତନ ଦାବିରେ ଚାଲିଲା ଦସ୍ତଖତ ଅଭିଯାନ

ବରଗଡ଼,୨୯।୯(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ସାଢ଼େ ୩ ମାସ ବାକି ରହିଲା। ୨୦୨୭ ଜାନୁଆରୀ ୧୨ରୁ ୨୨ ତାରିଖ…

୩୬ ଘଣ୍ଟାରେ ଜ୍ଞାନେଶ କୁମାରଙ୍କୁ ୩ ବଡ଼ ଆଶ୍ୱସ୍ତି, ନୀରବ ରହି ମଜବୁତ କଲେ ନିଜ ସ୍ଥିତି

ନୂଆଦିଲ୍ଲୀ,୨୮।୯: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କୁ ନେଇ ଗତ କିଛି ଦିନ ହେବ ରାଜନୀତି ସରଗରମ ରହିଛି। ସେପ୍ଟେମ୍ବର ୨୩ରେ ପ୍ରକାଶିତ ଏକ ରିପୋର୍ଟରେ…

କଲେଜ ବ୍ୟାଗ୍‌ରେ ଗଞ୍ଜେଇ ଚାଲାଣ, ଧରାପଡ଼ିଲେ ଯୁବକ

ଦିଗପହଣ୍ଡି,୨୮।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକରେ ସୋମବାର ସନ୍ଦେହ ଜନକ ଭାବେ ଠିଆ ହୋଇଥିବା ଜଣେ ଯୁବକଙ୍କ କଲେଜ ବ୍ୟାଗକୁ ପୋଲିସ ଯାଞ୍ଚ…

ମହିଳା ୨୫ ମି. ପିସ୍ତଲରେ ଇଶାଙ୍କୁ ରୌପ୍ୟ, ନିରାଶ କଲେ ମନୁ

ନାଗୋୟା,୨୮ା୯: ଭାରତୀୟ ଶୁଟର ଇଶା ସିଂ ମହିଳା ୨୫ ମି. ପିସ୍ତଲ ବ୍ୟକ୍ତିଗତ ଇଭେଣ୍ଟରେ ରୌପ୍ୟ ପଦକ ଜିତିଛନ୍ତି। ଚଳିତ ଏସିଆନ ଗେମ୍ସରେ ଶୁଟିଂ ପ୍ରତିଯୋଗିତାରେ ଏହା…

ତେଜିଲା ଆନ୍ଦୋଳନ, ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ କଂଗ୍ରେସର ବିକ୍ଷୋଭ

ଛତ୍ରପୁର,୨୮।୯(ଦିଲ୍ଲୀପି ସାମଲ/ଦ୍ୱାରିକା ସାମଲ): ଅଖିଳ ଭାରତ କଂଗ୍ରେସ କମିଟିର ନିର୍ଦ୍ଦେଶ କ୍ରମେ ଭୋଟ ଚୋରି ଅଭିଯୋଗକୁ ନେଇ ମୁଖ୍ୟ ନିର୍ବାଚନ କମିସନରଙ୍କ ବିରୋଧରେ ଗଞ୍ଜାମ ଜିଲା କଂଗ୍ରେସ…

କାଠ ସଂଗ୍ରହ ବେଳେ ମହୁମାଛି ଆକ୍ରମଣ: ୪ ଜଣ ଆହତ, ତୁମୁଡ଼ିବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧୀନ

ତୁମୁଡ଼ିବନ୍ଧ, ୨୮୯ (ଦୀପକ କୁମାର ପରାସେଠ): ଜାଳେଣି କାଠ ସଂଗ୍ରହ କରିବାକୁ ଜଙ୍ଗଲକୁ ଯାଇଥିବାବେଳେ ମହୁମାଛି ଆକ୍ରମଣରେ ୪ ଜଣ ଆହତ ହୋଇଛନ୍ତି। କନ୍ଧମାଳ ଜିଲା ତୁମୁଡ଼ିବନ୍ଧ…

କେନ୍ଦୁଝର ବହୁ ଚର୍ଚ୍ଚିତ ଷ୍ଟ୍ରିଟ ଲାଇଟ୍‌ ଦୁର୍ନୀତି ମାମଲା: ବିଦ୍ୟୁତ୍‌ ବିଭାଗର ୩ ଯନ୍ତ୍ରୀ କଲେ ଆତ୍ମସମର୍ପଣ

କେନ୍ଦୁଝର,୨୮।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ବହୁ ଚର୍ଚ୍ଚିତ ଷ୍ଟ୍ରିଟ ଲାଇଟ୍‌ ଦୁର୍ନୀତି ମାମଲାରେ ୩ଜଣ ଯନ୍ତ୍ରୀ ଆତ୍ମସମର୍ପଣ କରିଛନ୍ତି। ସୋମବାର କେନ୍ଦୁଝର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ବିଦ୍ୟୁତ୍‌…

ମଙ୍ଗଳ-ଚନ୍ଦ୍ରଙ୍କ ସଂଯୋଗରେ ମହାଲକ୍ଷ୍ମୀ ରାଜଯୋଗ: ୨୦୨୭ ପୂର୍ବରୁ କର୍କଟ ସମେତ ୪ ରାଶି ହେବେ ମାଲାମାଲ, ଘରକୁ ଆସିବ ଖୁସିଖବର!

ନଭେମ୍ବର ଆରମ୍ଭରେ ଗ୍ରହମାନଙ୍କ ସ୍ଥିତିରେ ଏକ ବିଶେଷ ପରିବର୍ତ୍ତନ ଦେଖିବାକୁ ମିଳିବ। ପଞ୍ଚାଙ୍ଗ ଅନୁସାରେ, ୧ ନଭେମ୍ବର ୨୦୨୬ରେ ଚନ୍ଦ୍ର ଓ ମଙ୍ଗଳ ଏକାଠି କର୍କଟ ରାଶିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?