ଜାତୀୟ ସାଧାରଣତନ୍ତ୍ର ଦିବସରେ ଅତିଥି ହେବେ ଭୁଞ୍ଜିଆ ଦମ୍ପତି

ଭୁବନେଶ୍ୱର,୬।୧(ବ୍ୟୁରୋ): ଦିଲ୍ଲୀରେ ହେବାକୁ ଥିବା ଜାତୀୟ ସାଧାରଣତନ୍ତ୍ର ଦିବସ କାର୍ଯ୍ୟକ୍ରମରେ ଯୋଗଦେବେ ନୂଆପଡ଼ା ଜିଲାର ଆଦିବାସୀ ଦମ୍ପତି। ରାଷ୍ଟ୍ରପତି ଭବନରୁ ଏନେଇ ନିମନ୍ତ୍ରଣ ପାଇବା ପରେ ଲାଲଗଡ଼ ଭାବେ ପରିଚିତ ସୁନାବେଡା ଅଭୟାରଣ୍ୟରେ ଥିବା ଆଦିବାସୀ ସମ୍ପ୍ରଦାୟ ମଧ୍ୟରେ ଖୁସିର ଲହରି ଖେଳିଯାଇଛି। ଅଭୟାରଣ୍ୟର ଆଦିମ ଜନଜାତି କୋଚଟିଆ ଭୁଞ୍ଜିଆ ସମ୍ପ୍ରଦାୟର ଭୁଜବଳ ମାଝୀ ଓ ସ୍ତ୍ରୀ କୁଞ୍ଜିବାଈ ମାଝୀ ୨୦୨୩ ସାଧାରଣତନ୍ତ୍ର ଦିବସ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେବା ନେଇ ଚିଠି ଆସିବା ପରେ ଏଥିପାଇଁ ପ୍ରଶାସନିକ ପ୍ରସ୍ତୁତି ଆରମ୍ଭ ହୋଇଛି। ପାରମ୍ପରିକ ବେଶଭୂଷା ପରିଧାନ କରି ଖାଲି ପାଦରେ ବିମାନ ଯୋଗେ ୨୨ ତାରିଖରେ ଏହି ଦମ୍ପତି ଦିଲ୍ଲୀରେ ପହଞ୍ଚତ୍ବେ। ଫେବୃୟାରୀ ୨ରେ ସେମାନେ ଦିଲ୍ଲୀରୁ ଫେରିବେ ବୋଲି ଜଣାପଡ଼ିଛି। ଭୁଞ୍ଜିଆ ଦମ୍ପତିଙ୍କ ଦିଲ୍ଲୀ ଗସ୍ତ ପାଇଁ ଜିଲାପାଳଙ୍କ ଦ୍ବାରା ଗାଇଡ୍‌ ଅଫିସର ହିମାଂଶୁ କୁମାର ମହାପାତ୍ର ନିଯୁକ୍ତ ହୋଇଛନ୍ତି। ସେ ସେମାନଙ୍କ ସହ ଦିଲ୍ଲୀ ଗସ୍ତ କରିବେ। ଗସ୍ତର ସମସ୍ତ ଖର୍ଚ୍ଚ ମଧ୍ୟ ପ୍ରଶାସନ ବହନ କରିବ। ଏହି ଦମ୍ପତି ସେଠାରେ ସାଧାରଣତନ୍ତ୍ର ଦିବସରେ ସାମିଲ ହେବା ସହ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି।
ସୂଚନାଯୋଗ୍ୟ, ମାଓବାଦୀ ପ୍ରବଣ ସୁନାବେଡା ଅଭୟାରଣ୍ୟର ପରିବ୍ୟାପ୍ତ ଅଞ୍ଚଳ ମଧ୍ୟରେ ପ୍ରାୟ ଛୋଟ ବଡ ୫୪ଟି ଗ୍ରାମ ରହିଛି। ଏସବୁ ଗ୍ରାମରେ ଆଦିମ ଜନଜାତି କୋଚଟିଆ ଭୁଞ୍ଜିଆ ସମ୍ପ୍ରଦାୟର ଲୋକେ ବସବାସ କରନ୍ତି। ଏମାନଙ୍କ ଖାଦ୍ୟ, ପାନୀୟ ଓ ଭିନ୍ନ ସରଳ ଜୀବନଶୈଳୀ ଏମାନଙ୍କୁ ରାଜ୍ୟର ପ୍ରମୁଖ ଆଦିମ ଜନଜାତି ମଧ୍ୟରୁ ଅନ୍ୟତମ ଭାବେ ମଧ୍ୟ ପରିଚୟ ଦେଇଛି। ସହରୀ ଜୀବନ ଓ ଆଧୁନିକତାଠାରୁ ବେଶ ଦୂରରେ ଥିବା ଏହି ସମ୍ପ୍ରଦାୟର ଜୀବନ ଜୀବିକାର ଦୁଃଖ ସହ ସୁନାବେଡା ଅଞ୍ଚଳର ବିକାଶ ଦିଗରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କୁ ଭୁଜବଳ ଓ କୁଞ୍ଜିବାଈ ଅବଗତ କରାଇବେ ବୋଲି ସ୍ଥାନୀୟ ଲୋକେ ଆଶା ବାନ୍ଧିଛନ୍ତି। ଏହି ଭୁଞ୍ଜିଆ ଦମ୍ପତି ସେମାନଙ୍କ ପାରମ୍ପରିକ ଖାଦ୍ୟ ମାଣ୍ଡିଆ ପିଠା, ଝାରି ଗୁର୍ଜି, ବାଜରା ଜାତୀୟ ଶସ୍ୟରେ ପ୍ରସ୍ତୁତ ବିଭିନ୍ନ ସ୍ବାଦିଷ୍ଟ ବ୍ୟଞ୍ଜନ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କୁ ପରଷି ପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?