ଜାତୀୟ ସାଧାରଣତନ୍ତ୍ର ଦିବସରେ ଅତିଥି ହେବେ ଭୁଞ୍ଜିଆ ଦମ୍ପତି

ଭୁବନେଶ୍ୱର,୬।୧(ବ୍ୟୁରୋ): ଦିଲ୍ଲୀରେ ହେବାକୁ ଥିବା ଜାତୀୟ ସାଧାରଣତନ୍ତ୍ର ଦିବସ କାର୍ଯ୍ୟକ୍ରମରେ ଯୋଗଦେବେ ନୂଆପଡ଼ା ଜିଲାର ଆଦିବାସୀ ଦମ୍ପତି। ରାଷ୍ଟ୍ରପତି ଭବନରୁ ଏନେଇ ନିମନ୍ତ୍ରଣ ପାଇବା ପରେ ଲାଲଗଡ଼ ଭାବେ ପରିଚିତ ସୁନାବେଡା ଅଭୟାରଣ୍ୟରେ ଥିବା ଆଦିବାସୀ ସମ୍ପ୍ରଦାୟ ମଧ୍ୟରେ ଖୁସିର ଲହରି ଖେଳିଯାଇଛି। ଅଭୟାରଣ୍ୟର ଆଦିମ ଜନଜାତି କୋଚଟିଆ ଭୁଞ୍ଜିଆ ସମ୍ପ୍ରଦାୟର ଭୁଜବଳ ମାଝୀ ଓ ସ୍ତ୍ରୀ କୁଞ୍ଜିବାଈ ମାଝୀ ୨୦୨୩ ସାଧାରଣତନ୍ତ୍ର ଦିବସ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେବା ନେଇ ଚିଠି ଆସିବା ପରେ ଏଥିପାଇଁ ପ୍ରଶାସନିକ ପ୍ରସ୍ତୁତି ଆରମ୍ଭ ହୋଇଛି। ପାରମ୍ପରିକ ବେଶଭୂଷା ପରିଧାନ କରି ଖାଲି ପାଦରେ ବିମାନ ଯୋଗେ ୨୨ ତାରିଖରେ ଏହି ଦମ୍ପତି ଦିଲ୍ଲୀରେ ପହଞ୍ଚତ୍ବେ। ଫେବୃୟାରୀ ୨ରେ ସେମାନେ ଦିଲ୍ଲୀରୁ ଫେରିବେ ବୋଲି ଜଣାପଡ଼ିଛି। ଭୁଞ୍ଜିଆ ଦମ୍ପତିଙ୍କ ଦିଲ୍ଲୀ ଗସ୍ତ ପାଇଁ ଜିଲାପାଳଙ୍କ ଦ୍ବାରା ଗାଇଡ୍‌ ଅଫିସର ହିମାଂଶୁ କୁମାର ମହାପାତ୍ର ନିଯୁକ୍ତ ହୋଇଛନ୍ତି। ସେ ସେମାନଙ୍କ ସହ ଦିଲ୍ଲୀ ଗସ୍ତ କରିବେ। ଗସ୍ତର ସମସ୍ତ ଖର୍ଚ୍ଚ ମଧ୍ୟ ପ୍ରଶାସନ ବହନ କରିବ। ଏହି ଦମ୍ପତି ସେଠାରେ ସାଧାରଣତନ୍ତ୍ର ଦିବସରେ ସାମିଲ ହେବା ସହ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି।
ସୂଚନାଯୋଗ୍ୟ, ମାଓବାଦୀ ପ୍ରବଣ ସୁନାବେଡା ଅଭୟାରଣ୍ୟର ପରିବ୍ୟାପ୍ତ ଅଞ୍ଚଳ ମଧ୍ୟରେ ପ୍ରାୟ ଛୋଟ ବଡ ୫୪ଟି ଗ୍ରାମ ରହିଛି। ଏସବୁ ଗ୍ରାମରେ ଆଦିମ ଜନଜାତି କୋଚଟିଆ ଭୁଞ୍ଜିଆ ସମ୍ପ୍ରଦାୟର ଲୋକେ ବସବାସ କରନ୍ତି। ଏମାନଙ୍କ ଖାଦ୍ୟ, ପାନୀୟ ଓ ଭିନ୍ନ ସରଳ ଜୀବନଶୈଳୀ ଏମାନଙ୍କୁ ରାଜ୍ୟର ପ୍ରମୁଖ ଆଦିମ ଜନଜାତି ମଧ୍ୟରୁ ଅନ୍ୟତମ ଭାବେ ମଧ୍ୟ ପରିଚୟ ଦେଇଛି। ସହରୀ ଜୀବନ ଓ ଆଧୁନିକତାଠାରୁ ବେଶ ଦୂରରେ ଥିବା ଏହି ସମ୍ପ୍ରଦାୟର ଜୀବନ ଜୀବିକାର ଦୁଃଖ ସହ ସୁନାବେଡା ଅଞ୍ଚଳର ବିକାଶ ଦିଗରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କୁ ଭୁଜବଳ ଓ କୁଞ୍ଜିବାଈ ଅବଗତ କରାଇବେ ବୋଲି ସ୍ଥାନୀୟ ଲୋକେ ଆଶା ବାନ୍ଧିଛନ୍ତି। ଏହି ଭୁଞ୍ଜିଆ ଦମ୍ପତି ସେମାନଙ୍କ ପାରମ୍ପରିକ ଖାଦ୍ୟ ମାଣ୍ଡିଆ ପିଠା, ଝାରି ଗୁର୍ଜି, ବାଜରା ଜାତୀୟ ଶସ୍ୟରେ ପ୍ରସ୍ତୁତ ବିଭିନ୍ନ ସ୍ବାଦିଷ୍ଟ ବ୍ୟଞ୍ଜନ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କୁ ପରଷି ପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୫ ଦିନରେ ଦଳବଦଳ: ଭାଜପାରେ ମିଶିଥିବା କର୍ମୀ ବିଜେଡିକୁ ଫେରିଲେ

ବିଞ୍ଝାରପୁର,୨୪ା୪(ରାମକୃଷ୍ଣ ଦାସ):ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଞ୍ଝାରପୁରରେ ଏଥର ୩ ପ୍ରମୁଖ ରାଜନୈତିକ ଦଳ ନିଜର ରଣନୀତି ସୁଦୃଢ଼ କରୁଛନ୍ତି। ବିଞ୍ଝାରପୁର ନିର୍ବାଚନମଣ୍ଡଳୀ ଭାଜପା ପ୍ରାର୍ଥୀ...

ବର୍ଷାଙ୍କୁ ଜିତାଇବାକୁ ପ୍ରଣବଙ୍କ ନିବେଦନ

ଚଣ୍ଡିଖୋଲ/ବଡ଼ଚଣା,୨୪ା୪(ପ୍ରଦୀପ୍ତ କୁମାର ପୃଷ୍ଟି/ଦିଲୀପ କୁମାର ମହାନ୍ତି):ଯାଜପୁର ଜିଲା ବଡ଼ଚଣା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ପ୍ରାର୍ଥୀ କରିଛି। ରାଜନୀତି କ୍ଷେତ୍ରରେ ସମ୍ପୂର୍ଣ୍ଣ...

ରାଜ୍ୟରେ ଆଣ୍ଟି ଟିବି ଔଷଧ ଅଭାବ

ଭୁବନେଶ୍ୱର, ୨୪।୪(ଅସମାପିକା ସାହୁ): ଜାତୀୟ ଯକ୍ଷ୍ମା ବିଲୋପ କାର୍ଯ୍ୟକ୍ରମ(ଏନ୍‌ଟିଇପି) ହେଉଛି ଏକ ଫ୍ଲାଗ୍‌ଶିପ କାର୍ଯ୍ୟକ୍ରମ। ଏଥିରେ ଯକ୍ଷ୍ମା ବା ଟିବି ରୋଗର ଶୀଘ୍ର ଚିହ୍ନଟ, ଚିକିତ୍ସା...

ପଦପଦବୀ ଅପେକ୍ଷା ସମ୍ମାନ, ବିଶ୍ୱାସ ବଡ଼

ଖୋର୍ଦ୍ଧା,୨୪ା୪(ପ୍ରଭାତ ପାଣିଗ୍ରାହୀ): ପାଖେଇ ଆସୁଛି ସାଧାରଣ ନିର୍ବାଚନ। ଭୁବନେଶ୍ୱର ଲୋକ ସଭା ଆସନ ପାଇଁ ବିଜେଡି ମନ୍ମଥ ରାଉତରାୟ, ଭାଜପା ଅପରାଜିତା ଷଡ଼ଙ୍ଗୀ ଏବଂ କଂଗ୍ରେସ...

ବିଜେଡିର ୩୪ ମହିଳା ପ୍ରାର୍ଥୀଙ୍କ ମଧ୍ୟରୁ ୧୨ ବିଧାୟକଙ୍କ ସ୍ତ୍ରୀ

ଭୁବନେଶ୍ୱର,୨୪ା୪(ଅନିଲ ଦାସ):ବିଜୁ ଜନତା ଦଳ ସପ୍ତମ ପର୍ଯ୍ୟାୟ ସୁଦ୍ଧା ୧୪୧ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ସେମାନଙ୍କ ମଧ୍ୟରେ ୩୪ ଜଣ ମହିଳାଙ୍କୁ ଦଳ...

ମିଶନ ଶକ୍ତିକୁ ବନ୍ଦ ପାଇଁ ଷଡ଼ଯନ୍ତ୍ର କରୁଛନ୍ତି ଧର୍ମେନ୍ଦ୍ର: ବିଜେଡି

ଭୁବନେଶ୍ୱର,୨୪ା୪(ଅନିଲ ଦାସ): ରାଜ୍ୟର ୭୦ ଲକ୍ଷ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଓ ୬ ଲକ୍ଷ ମିଶନ ଶକ୍ତି ଏସ୍‌ଏଚ୍‌ଜି ସାରା ଓଡ଼ିଶାର ଅନେକ ଲକ୍ଷ...

ଏପର୍ଯ୍ୟନ୍ତ ସମସ୍ତ ଆସନରେ ପ୍ରାର୍ଥୀ ଘୋଷଣା କରିପାରୁନାହାନ୍ତି ରାଜ୍ୟର ୩ ପ୍ରମୁଖ ଦଳ:ଜାଣନ୍ତୁ କାହାର କେତେ ଆସନ ବାକି ଅଛି

ଭୁବନେଶ୍ୱର,୨୪।୪(ସୁନିତ୍‌ ମିଶ୍ର):ରାଜ୍ୟରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ବୁଧବାର ପ୍ରାର୍ଥତ୍ପତ୍ର ଦାଖଲର ଶେଷ ଦିନ ରହିଛି। ହେଲେ ଏପର୍ଯ୍ୟନ୍ତ ରାଜ୍ୟର ୩ ପ୍ରମୁଖ...

ଭାଜପା ଟି-ଶାର୍ଟରେ ନାହିଁ ମନମୋହନଙ୍କ ଫଟୋ

କାଏମା,୨୪ା୪(ଶିବପ୍ରସାଦ ମହାନ୍ତି):ଯାଜପୁର ଜିଲାର ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ମଙ୍ଗଳବାର ଆହୂତ ଏକ ବାଇକ୍‌ ଶୋଭାଯାତ୍ରାରେ କର୍ମୀମାନେ ପିନ୍ଧିଥିବା ଟି-ସାର୍ଟରେ ଭାଜପା ଉଚ୍ଚ ନେତୃବର୍ଗଙ୍କୁ ଉପେକ୍ଷା କରାଯାଇଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri